30 C
Bhubaneswar
Friday, May 14, 2021

ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ ନାମାଙ୍କନ ପତ୍ର ଦାଖଲ ।

Must read

ବାଲେଶ୍ୱର,୧୫ା୧୦: ସଦରଉପ-ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀପୂର୍ବତନ ବିଧାୟକ ସ୍ୱର୍ଗତ ମଦନ ମୋହନଦତ୍ତଙ୍କ ସୁପୁତ୍ର ମାନସ କୁମାର ଦତ୍ତ ଆଜିନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହିପରିପ୍ରେକ୍ଷୀରେ ସକାଳେ ବିଭିନ୍ନଦେବାଦେବୀ ମନ୍ଦିରରେ ପୂଜାର୍ଚ୍ଚନା ପରେସେ ବିଜେପି ସଦର କାର୍ଯ୍ୟାଳୟକୁ ଆସିସ୍ୱର୍ଗତ ପିତାଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣସହ ଆଶୀର୍ବାଦ ଭିକ୍ଷା କରିଥିଲେ ।ସେଠାରେ ଉପସ୍ଥିତ କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ଓ ମାଆ ପ୍ରେମଲତା ଦେବୀଦେବୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠବର୍ଷୀୟାନ ବିଜେପି ନେତାଙ୍କୁ ଭୂମିଷ୍ଟପ୍ରଣାମ କରିଥିଲେ । ପୁଅର ଶୁଭ ମନାସୀମଆ ତାଙ୍କୁ ଦହି ଖୁଆଇ ଦେଇଥିଲେ ।ଉଭୟ ମାଆ ପୁଅଙ୍କ ଲୁହ ଛଳଛଳ ଅଖିଓ ବାଷ୍ପରୁଦ୍ଧ କଣ୍ଠ ସେଠରେ ଏକଭାବାବେଗମୟ ପରିସ୍ଥିତି ସୃଷ୍ଟି କରିଥିଲା ।

ଏମିତିକ ସେଠାରେ ଉପସ୍ଥିତ ବିଜେପିନେତାଙ୍କଠାରୁ କର୍ମୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଆଖିରେ ଲୁହ ଦେଖିବାକୁ ମିଳିଥିଲା ।କୋଭିଡ୍ କଟକଣା ମଧ୍ୟରେ ସ୍ପଳ୍ପ ସଂଖ୍ୟକକର୍ମୀ ଓ ସହଯେଗୀଙ୍କୁ ନେଇ ମାନସ ପାର୍ଟିଅଫିସରୁ ପଦଯାତ୍ରାରେ ବାହାରି ସହରପରିକ୍ରମା ସହ ଉପ-ଜିଲ୍ଲାପାଳଙ୍କକାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଏହିପଦଯାତ୍ରାରେ ମନ୍ତ୍ରୀଙ୍କ ସମେତ ରାଜ୍ୟବିରୋଧୀ ଦଳନେତା ପ୍ରଦୀପ୍ତ କୁମାରନାୟକ, ଉପନେତା ବିଷ୍ଣୁ ସେଠୀ,ବିରୋଧୀଦଳ ମୁଖ୍ୟ ସଚେତନକ ମୋହନମାଝୀ, ନୀଳଗିରି ବିଧାୟକ ସୁକାନ୍ତନାୟକ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତିପ୍ରଦୀପ ପୁରୋହିତ, ରାଜ୍ୟ ମହିଳା ମୋର୍ଚ୍ଚାସଭାପତି ସ୍ମୃତି ପ…ନାୟକ, ବିଜେପିବାଲେଶ୍ୱର ଜିଲ୍ଲା ପ୍ରଭାରୀ ଗୋଲକନାରାୟଣ ମହାପାତ୍ର, ରାଜ୍ୟ ସମ୍ପାଦିକା ସିପ୍ରାବାଜପେୟୀ,

ରାଜ୍ୟ ସମ୍ପାଦକ ଟଙ୍କଧରତ୍ରିପାଠୀ, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡ ଠାକୁର ରଂଜିତ୍ ଦାସ, ପ୍ରଚାର କମିଟିଅଧ୍ୟକ୍ଷ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି,ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା,ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କରମହାପାତ୍ର, ଶୋଭନା ମହାନ୍ତି ଓ ପର୍ଶୁରାମବେହେରା, ଜୋନାଲ କ୍ଷେତ୍ରିୟ ମିଡିଆସଂଯୋଜକ ସତ୍ୟଜିତ୍ ମିଶ୍ର, ରାଜ୍ୟ ନେତ୍ରୀସୁଷମା ରାଣୀ ବିଶ୍ୱାଳ, ଜିଲ୍ଲା ସଭାପତିଉମାକାନ୍ତ ମହାପାତ୍ର, ମହିଳା ମୋର୍ଚ୍ଚା ଜିଲ୍ଲାସଭାପତି କମଳା ବିନ୍ଧାଣୀଙ୍କ ସମେତଜିଲ୍ଲା ବିଜେପିର ବହୁ କର୍ମକର୍ତ୍ତା ଏହିପଦଯାତ୍ରାରେ ସାମିଲ ହୋଇଥିଲେ ।ସରକାରୀ ନିୟମ ଅନୁସାରେ କେବଳକେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଓ ତାଙ୍କ ମାଆଙ୍କସହ ମାନସ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁଯାଇ ନାମାଙ୍କନ ପତ୍ର ଦାଖଲ କରିଥିଲେ ।ଆଜିର ଏହି ପ୍ରାର୍ଥୀପତ୍ର ଦାଖଲ ବେଳେବିଜେପି କର୍ମୀଙ୍କ ମହଲରେ ବେଶ୍ ଖୁସୀରଲହରି ଖେଳିଯାଉଥିବା ଲକ୍ଷ୍ୟକରାଯାଇଥିଲା ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article