ଭୁବନେଶ୍ୱର,୧୫ ।୧୦:ତିର୍ତ୍ତୋଲ ଅଞ୍ଚଳର ଜୈନିକା ନାବାଳିକାକୁକଟକର ଚାଉଳିଆଗ ଥାନା ଅଧିନସ୍ଥଗତିରାଉତପାଟଣାର ଏକ ପରିତ୍ୟକ୍ତ ଘରେ୨୨ ଦିନ କାଳ ବନ୍ଦି କରି ରଖି ଗଣଦୁଷ୍କର୍ମକରିବା ଘଟଣାରେ ରାଜ୍ୟ ମାନବାଧିକାରକମିଶନଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ ।
ଆଜିପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁଙ୍କନେତୃତ୍ୱରେ କଂଗ୍ରେସର ଏକ ୫ ଜଣିଆପ୍ରତିନିଧି ଦଳ ରାଜ୍ୟ ମାନବାଧିକାରକମଶନଙ୍କ ଉଦେ୍ଦଶ୍ୟରେ ରେଜିଷ୍ଟ୍ରାରଙ୍କୁଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।କଂଗ୍ରେସ ପକ୍ଷରୁ ମୁଖପାତ୍ର ନିଶିକାନ୍ତ ମିଶ୍ରକରିଥିବା ଆବେଦନରେ ଘଟଣାସଂପର୍କରେ ସବିଶେଷ ବିବରଣୀ ଅର୍ଥାତ୍କେଉଁ ପରିସ୍ଥିତିରେ କ’ଣ ପାଇଁ ଏଭଳିଘଟଣା ଘଟିଲା
ଗୃହ ସଚିବ ପୋଲିସଡିଜିଙ୍କୁ ଜବାବ ମାଗିବା ପାଇଁ ଉଲ୍ଲେଖକରିବା ସହିତ ତୁରନ୍ତ ପୀଡିତା ପରିବାରକୁ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ସାମାଜିକସୁରକ୍ଷାରେ ପରିବାରକୁ ସାମିଲ କରିବାସହିତ ପୀଡିତା ରୋଜଗାରକ୍ଷମ ହେବାପର୍ଯ୍ୟନ୍ତ ତା’ର ସମସ୍ତ ଭରଣପୋଷଣଖର୍ଚ୍ଚ ଓ ମାଗଣା ଶିକ୍ଷା ଯୋଗାଇ ଦେବାକୁପିଟିସନ୍ରେ ଉଲ୍ଲେଖ କରାଯାଇଅଛି ।ଏହି ପ୍ରତିନିଧି ଦଳରେ ଶ୍ରୀମତୀ ରଶ୍ମିମହାପାତ୍ର, ଜିନେଶ ଦାସ ଓ ବିନ୍ଦୁଜାଉପାଧ୍ୟାୟ ସାମିଲ ହୋଇଥିଲେ