25 C
Bhubaneswar
Thursday, October 22, 2020

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଫେଲ୍, ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେଉ ।

Must read

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭୁବନେଶ୍ୱର,୧୫/୧୦; ରାଜ୍ୟରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ଦୀର୍ଘ ୨୦ ବର୍ଷ ଧରି ଶାସନଗାଦିରେ ରହିବା ପରେ ବି ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟବ୍ୟବସ୍ଥାକୁ ସୁଧାରି ନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପୁରୀ ଜିଲ୍ଲା ସତ୍ୟବାଦୀବ୍ଲକ ଦାସବିଦ୍ୟାଧରପୁର ଗ୍ରାମର କବିରଭୋଇ ନିଜ ପତ୍ନୀ ସୁକାନ୍ତି ଭୋଇଙ୍କଚିକିତ୍ସା ପାଇଁ ଟ୍ରଲିରେ ୯୦ କିମି ପର୍ଯ୍ୟନ୍ତନେବା ଘଟଣା ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟବିଭାଗ ଓ ପ୍ରଶାସନିକ ବ୍ୟବସ୍ଥାର ନଗ୍ନଚିତ୍ର ସାମ୍ନାକୁ ଆଣିଛି । ସଭ୍ୟ ସମାଜରେଏଭଳି ଅଭାବନୀୟ ଘଟଣା ଘଟିବା ସମଗ୍ରରାଜ୍ୟବାସୀଙ୍କୁ ବିଚଳିତ କରିଛି । ଗରିବଅସହାୟ ଲୋକଙ୍କ ଦୁଃଖ ନା ସରକାରକି ପ୍ରଶାସନ, କେହି ଶୁଣନ୍ତି ନାହିଁ ବୋଲିଆଜି ପୁଣିଥରେ ପ୍ରମାଣିତ ହୋଇଛି ।ବିଶେଷ କରି ଉନ୍ନତ ସ୍ୱାସ୍ଥ୍ୟ ସେବାରଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ଏହି ଘଟଣାରେନୀରବ ରହିବା ତାଙ୍କ ଶାସନରଅପରାଗତାକୁ ପଦାରେ ପକାଇଛି ।

ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀଦଳ ଦାସବିଦ୍ୟାଧରପୁର ଗାଁ ରେ ପହଂଚିଏହି ଘଟଣାର ସରଜମିନ ତଦନ୍ତ କରିବାସହ କବିର ଭୋଇଙ୍କୁ ସମବେଦନାଜଣାଇଛନ୍ତି । କବିର ଭୋଇଙ୍କ କହିବାନୁଯାୟୀ ତାଙ୍କ ପାଖରେ ଅର୍ଥନଥିବା ଏବଂ ଚିକିତ୍ସା ଅବହେଳା କାରଣରୁ ସେ ଆଜି ତାଙ୍କ ପତ୍ନୀଙ୍କୁହରାଇଛନ୍ତି । ଅନ୍ୟପଟେ ତାଙ୍କ ସ୍ତ୍ରୀଙ୍କସ୍ୱାସ୍ଥ୍ୟ ଦେଖାଇବା ପାଇଁ ସେ ପ୍ରଥମେସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେସାକ୍ଷୀଗୋପାଳ ଡାକ୍ତରଖାନା ଏବଂଶେଷରେ ପୁରୀ ଜିଲ୍ଲା ମେଡିକାଲକୁନେଇଥିଲେ । ପୁରୀ ମେଡିକାଲର ଡାକ୍ତରରୋଗୀକୁ ଭଲ କରିନପାରିବାରୁ ବାଧ୍ୟହୋଇ ସେ କଟକ ଏସ.ସି.ବିମେଡିକାଲକୁ ଏକ ଟ୍ରଲି ଭଡା କରି ତାଙ୍କପତ୍ନୀଙ୍କୁ ନେଇଥିଲେ ଏବଂ ସେଠାରେତାଙ୍କ ମୃତୁ୍ୟ ହୋଇଥିଲା ବୋଲି କବିର ପ୍ରତିନିଧୀ ଦଳ ଆଗରେ କହିଥିଲେ ।ରାଜ୍ୟସରକାର ୧୫ ଅଗଷ୍ଟ ୨୦୧୮ରେବିଜ୍ୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭକରିବା ସହ ଗରିବ ପୁରୁଷଙ୍କୁ ୫ ଲକ୍ଷ ଓମହିଳାଙ୍କୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାସେବା ଯୋଗାଇଦେବାର ପ୍ରତିଶୃତିଦେଇଥିଲେ ।

କିନ୍ତୁ ଏବେ କୁଆଡେ ଗଲାସେ ଯୋଜନା? ମାଗଣା ସ୍ୱାସ୍ଥ୍ୟ ସେବାତ ଦୂରର କଥା ରୋଗୀକୁ ନେବା ପାଇଁଆମ୍ବୁଲାନ୍ସ ଯୋଗାଇ ପାରୁନାହାଁନ୍ତିରାଜ୍ୟସରକାର । ପୁରୀ ଜିଲ୍ଲାରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୯ଟିଘରୋଇ ହସ୍ପିଟାଲ ଅନୁବନ୍ଧିତହୋଇଥିବାବେଳେ କବିର ଭୋଇଙ୍କପତ୍ନୀ ସୁକାନ୍ତି ଭୋଇଙ୍କୁ ଚିକିତ୍ସା ମିଳିଲାନିକାହିଁକି? ଆଜି ଦାନମାଝୀ ଘଟଣାରପୁନରାବୃତି ହୋଇଛି । ଦାନମାଝୀ ଘଟଣାପରେ ରାଜ୍ୟସରକାର ପ୍ରତି ଘର ପାଖରେସ୍ୱାସ୍ଥ୍ୟସେବା ପହଂଚାଇବାର ପ୍ରତିଶୃତିଦେଇଥିଲେ । ଆଜି ସେ ପ୍ରତିଶୃତି ଗଲାକୁଆଡେ ? ସବୁଠୁ ଦୁର୍ଭାଗ୍ୟର କଥା କି,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରିଜିଲ୍ଲା ହସ୍ପିଟାଲ ପର୍ଯ୍ୟନ୍ତ ସବୁ ସ୍ଥାନରେଡାକ୍ତରଙ୍କ ଅଭାବ, ଅବହେଳା ଓ ଉନ୍ନତମାନର ଚିକିତ୍ସା ବ୍ୟବସ୍ଥା ନଥିବା କାରଣରୁଆଜି ଏଭଳି ଅଭାବନୀୟ ଦୃଶ୍ୟଦେଖିବାକୁ ମିଳୁଛି । ରୋଗୀଟି ଟ୍ରଲିରେ୯୦ କିମି ରାସ୍ତାରେ ବୁହା ହୋଇଯାଉଥିବାବେଳେ ସରକାରୀ ଅଧିକାରୀକିମ୍ବା କୌଣସି ସ୍ୱାସ୍ଥ୍ୟ ଅଧିକାରୀଙ୍କ ନଜରତାଙ୍କ ଉପରେ କିପରି ପଡିନଥିଲା ବୋଲିପ୍ରତିନିଧୀ ଦଳ ସଦସ୍ୟ ତଥା ରାଜ୍ୟବିଜେପି ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବାଯୋଗାଇଦେବା ରାଜ୍ୟସରକାରଙ୍କ ଦାୟୀତ୍ୱା କିନ୍ତୁ ଗରିବ ଲୋକଙ୍କୁ ସରକାର ହତାଦରକରୁଛନ୍ତି । ରାଜ୍ୟରେ ନିର୍ବାଚନ ଜିତିବାପାଇଁ ବିଭିନ୍ନ ଯୋଜନା ଲାଗୁ କରାଯାଉଛିକିନ୍ତୁ ବାସ୍ତବରେ ତାହା ଫଳପ୍ରଦହେଉନାହିଁ । ସ୍ୱାସ୍ଥ୍ୟସେବା ପାଇବାସାଧାରଣ ଲୋକଙ୍କ ଅଧିକାର ।

ଏହିଅଧିକାରରୁ ଗରିବ ଅସହାୟ ଲୋକଙ୍କୁରାଜ୍ୟସରକାର ବଂଚିତ ରଖିବାର ଉଦେ୍ଦଶ୍ୟକ’ଣ ? ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଯୋଗୁଁପୁରୀ ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ପ୍ରଭାବିତହେଉଛନ୍ତି ବୋଲି ବ୍ରହ୍ମଗିରି ବିଧାୟକଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଅଭିଯୋଗକରିଛନ୍ତି । ମାଗଣାରେ ଉନ୍ନତ ସ୍ୱାସ୍ଥ୍ୟସେବାଯୋଗାଇ ଦେବା ପାଇଁ କେନ୍ଦ୍ରସରକାରସାରା ଦେଶରେ ଆୟୁଷ୍ମାନ ଭାରତଯୋଜନା ଲାଗୁ କରିଛନ୍ତି । ଏହାକୁଓଡିଶାରେ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁବାରମ୍ବାର ଅନୁରୋଧ କରିବା ପରେ ବିମୁଖ୍ୟମନ୍ତ୍ରୀ ନିଜ ଜିଦ୍ ରେ ଅଟଳ ରହିଏଭଳି ଏକ ଜନକଲ୍ୟାଣକାରୀଯୋଜନାକୁ ଲାଗୁ କରୁନାହାଁନ୍ତି । କେବଳମୋଦୀ ସରକାର କାଳେ ନାଁ ନେଇଯିବେସେହି ଭୟରେ ରାଜନୈତିକ ଅଭିସନ୍ଧିରଖି ଏହି ଯୋଜନାକୁ ଲାଗୁକରାଯାଇନାହିଁ । ଆୟୁଷ୍ମାନ ଭାରତଯୋଜନା ଲାଗୁ କଲେ ରାଜ୍ୟସରକାରଙ୍କତରଫରୁ ଟଙ୍କାଟିଏ ଖର୍ଚ୍ଚ ହେବ ନାହିଁବୋଲି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ଲିଖିତଉତର ଦେଇଛନ୍ତି ।

ତେବେ ଅସୁବିଧାକେଉଁଠି ରହୁଛି ବୋଲି ଲୋଇସିଂହାବିଧାୟକ ମୁକେଶ ମହାଲିଙ୍ଗ ପ୍ରଶ୍ନ କରିଛନ୍ତିା ଗରିବ ଲୋକ କାହିଁକି ସ୍ୱାସ୍ଥ୍ୟସେବାରୁବଂଚିତ ରହି ମୃତୁ୍ୟବରଣ କରୁଛନ୍ତିମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଆଗରେ ଏହାରଉତର ରଖନ୍ତୁ । ଏହି ଘଟଣାର ନିରପେକ୍ଷତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ । ମୃତକଙ୍କପରିବାରକୁ ରାଜ୍ୟସରକାଙ୍କ ପକ୍ଷରୁ ତୁରନ୍ତକ୍ଷତିପୂରଣ ପ୍ରଦାନ କରିବା ପାଇଁପ୍ରତିନିଧୀଦଳ ଦାବି କରିଛିି । ଆଗାମୀଦିନରେ ଜିଲ୍ଲାପ୍ରଶାସନ ଜିଲ୍ଲାରେସ୍ୱାସ୍ଥ୍ୟସେବାକୁ ସୁଦୃଢ କରିବା ନେଇ ତ୍ୱରିତପଦକ୍ଷେପ ଗ୍ରହଣ କରନ୍ତୁ । ଏହା ନହେଲେଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆଗାମୀ ଦିନରେବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ବିରୁଦ୍ଧରେ ଜିଲ୍ଲାବ୍ୟାପିବ୍ୟାପକ ଆନେ୍ଦାଳନ କରାଯିବ ବୋଲି ପୁରୀଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକଚେତାବନୀ ଦେଇଛନ୍ତି । ଏହି ପ୍ରତିନିଧୀଦଳରେ ବରିଷ୍ଠ ନେତା କୃଷ୍ଣ ଜଗଦେବଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓମ୍ପଟ୍ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...