27.1 C
Bhubaneswar
Sunday, August 1, 2021

ରାଜଧାନୀରେ ବନ୍ଦ ହେବ କୋଭିଡ୍ କେୟାର ସେଣ୍ଟର ।

Must read

ଭୁବନେଶ୍ୱର,୧୫ା୧୦;ରାଜଧାନୀ ଓ ଉପକଣ୍ଠରେ ଥିବାକୋଭିଡ୍ କେୟାର ସେଣ୍ଟର (ସିସିସି) ବନ୍ଦ ହେବ । ଭୁବନେଶ୍ୱରରେ ସଂକ୍ରମଣ ଲଗାତର ଭାବେ କମୁଥିବାରୁ ସରକାରୀ ସ୍ତରରେ ସିସିସି ବନ୍ଦ କରିବା ପ୍ରକ୍ରିୟା ଆରମ୍ଭହୋଇଛି । ଆଜି ଠାରୁ ଜାମୁଝରିରେ ଥିବା ସିସିସିକୁ ବନ୍ଦ କରି ଦିଆଯାଇଛି । ପୂର୍ବରୁ ରାଜ୍ୟର ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର (ଟିଏମସି) ବନ୍ଦ ପାଇଁ ସରକାର ନିର୍ଦେଶନାମା ଜାରି କରିଥିଲେ । ଏହାପରେ କୋଭିଡ୍ କେୟାର ହୋମସକୁ ବନ୍ଦ କରାଯାଇଥିଲା । ଏବେ ରାଜଧାନୀରୁ କୋଭିଡ୍ କେୟାରସେଣ୍ଟର ବନ୍ଦ ହୋଇଛି ।

ସେହିଭଳି ଜଟଣୀ ଓ ହାଇଟେକ୍କୋଭିଡ୍ କେୟାର ସେଣ୍ଟରର ଶଯ୍ୟାଅଧା କମାଇ ଦିଆଯାଇଛି । ଉଭୟଵ ସିସିସିରୁ ପ୍ରାୟ ୨୫୦ ଶଯ୍ୟା କମ୍କରାଯାଇଛି । ଏଥିସହ ପଟିଆ ସିସିସିକୁ ବନ୍ଦ କରିବା ପାଇଁ ନିର୍ଦେଶ ଦିଆଯାଇଛି । କୋଭିଡ୍ କେୟାର ସେଣ୍ଟରରେ ଲକ୍ଷଣନ ଥିବା ଆକ୍ରାନ୍ତ ବା ସ୍ୱଳ୍ପ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ରଖାଯାଉଥିଲା । କିନ୍ତୁ ରାଜଧାନୀ ସଂକ୍ରମଣ ଏବେ ୩୦୦ ତଳକୁ ଖସିଆସିଲାଣି । ଆଗରୁ ଦୈନିକ ୫୦୦ଉପରେ ନୂଆ ସଂକ୍ରମିତ ବାହାରୁଥିଲେ । କିନ୍ତୁ ଗତ ୪ ଦିନହେବ ୩୦୦ରୁ କମ୍ ଆକ୍ରାନ୍ତ ଚିହ୍ନଟହେଉଛନ୍ତି ।

ସଂକ୍ରମଣରେ ରୋକ୍ ଆସିଥିବାରୁ କୋଭିଡ୍ କେୟାର ସେଣ୍ଟରର ଆବଶ୍ୟକତା କମିଛି । ଯେତିକିଲୋକେ ସଂକ୍ରମିତ ହେଉଛନ୍ତି ସେଥିରୁ ଅଧିକାଂଶ ହୋମ ଆଇସୋଲେସ ନ୍ରେରହିବାକୁ ପସନ୍ଦ କରୁଛନ୍ତି । ଏଣୁଜରୁରୀ ନଥିବା ସିସିସିକୁ ବନ୍ଦ କରିଦିଆଯାଉଛି ବୋଲି ବିଏମସିର ଜଣେବରିଷ୍ଠ ଅଧିକାରୀ କହିଛନ୍ତି । ଖାଲିସେତିକି ନୁହେଁ, ରାଜଧାନୀରେ ଆଉଦୁଇଟି ନୂଆ କୋଭିଡ୍ ହସ୍ପିଟାଲ ଖୋଲିବାକୁ ଯୋଜନା ଥିଲା । କିନ୍ତୁ ସରକାର ଏହାକୁଖୋଲିବାକୁ ଅନୁମତି ଦେବାକୁ ମନାକରି ଦେଇଥିବା ସୂଚନା ମିଳିଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article