35 C
Bhubaneswar
Sunday, May 9, 2021

ନଭେମ୍ବର ୨ ସୁଦ୍ଧା ଜବାବ ଦାଖଲ ନିର୍ଦେଶ ।

Must read

କଟକ,୧୫ା୧୦; ହାଇକୋର୍ଟରେ ବଗଲା ଧର୍ମଶାଳା ଜମି ସମ୍ପର୍କିତ ମାମଲାର ଶୁଣାଣି ହୋଇଛି । ହାଇକୋର୍ଟ ନଭେମ୍ବର ୨ ତାରିଖ ସୁଦ୍ଧାଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକଓ ଡକ୍ଟର ଜଷ୍ଟିସ ବି.ଆର୍.ଷଡ଼ଙ୍ଗୀଙ୍କୁ ନେଇ ଗଠିତଖଣ୍ଡପୀଠ ବିଜେପି ନେତା ସମ୍ବିତ ପାତ୍ରଙ୍କ ପକ୍ଷରୁ ରୁଜୁଜନସ୍ୱାର୍ଥ ମାମଲାରେ ଏହି ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ଧର୍ମଶାଳା ଜମି ରାଜ୍ୟ ସରକାର କିମ୍ବା ବଗଲାର ନୁହେଁ ଏହା ଜଗନ୍ନାଥ ମହାପ୍ରଭୁଙ୍କର ଅମୃତ ମଣୋହି ସମ୍ପତ୍ତି ବୋଲି ହାଇକୋର୍ଟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶଯାଇଛି ।

ସାବିକରେ ଏହି ସମ୍ପତ୍ତି ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଥିବା ବେଳେ ହାଲ ରେକର୍ଡରେ ଏହାଲଜିଂ ହାଉସ ଫଣ୍ଡକୁ କିଭଳି ଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଆବେଦନକାରୀ । ୧୯୫୫ ମସିହାରେ ଶ୍ରୀ ମନ୍ଦିର ଆଇନ ପ୍ରଣୟନ କରାଯିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମାଲିକାନା ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଯାଇଛି । ଏସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ନାମା ଅନୁଯାୟୀ ଜଗନ୍ନାଥଙ୍କ ସମ୍ପତ୍ତି ସମ୍ପର୍କରେ ନିଷ୍ପତ୍ତି କେବଳ ଶ୍ରୀମନ୍ଦିର ପରିଚାଳନା କମିଟି ହିଁ ନେଇପାରିବେ ।

ବଗଲା ଧର୍ମଶାଳା ଜମିକୁ ନେଇ ପୂର୍ବରୁ ପୁରୀବାସିନ୍ଦା ଜଗନ୍ନାଥ ବସ୍ଆଙ୍କ ପକ୍ଷରୁ ଦାୟର ଅନ୍ୟଏକ ମାମଲା ହାଇକୋର୍ଟରେ ବିଚାରଧୀନ ରହିଛି । ଆସନ୍ତା ୨ ତାରିଖରେ ଉଭୟ ମାମଲାର ଏକତ୍ରଶୁଣାଣି ହେବ ବୋଲି ନିଦେ୍ର୍ଦଶ ଦେଇଛନ୍ତି ହାଇକୋଟ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article