ଭୁବନେଶ୍ୱର,୨୩ ।୨(ନି.ପ୍ର): ପ୍ରଦେଶ ମହିଳା କଂଗ୍ରେସ କମିଟିର ଏକ ବୈଠକ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପ୍ରଦେଶ ମହିଳା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବନ୍ଦିତା ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଖିଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ସୁଶ୍ରୀ ସୁସ୍ମିତା ଦେବ ଯୋଗ ଦେଇ ଆଗାମୀ ଦିନରେ ମହିଳା କଂଗ୍ରେସ ସୁଦୃଢ଼ କରିବାପାଇଁ ଯେଉଁ ସବୁ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ପଡ଼ିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଅଧିକରୁ ଅଧିକ ମହିଳାମାନଙ୍କୁ କଂଗ୍ରେସରେ ସାମିଲ କରାଇପାରିଲେ ଦଳ ଅଧିକ ସୁଦୃଢ଼ ହୋଇ ପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ ।
କେନ୍ଦ୍ର ଓ ରାଜ୍ୟ ସରକାର ନାରୀ ନିର୍ଯ୍ୟାତନା, େ·ରୀ, ଡକାୟତି, ଅପପୁଷ୍ଟି ରୋକିବାରେ ଯେପରି ବିଫଳ ହୋଇଛନ୍ତି ତାହାର ପ୍ରତିବାଦ କରିବା ସହିତ ଜନସଚେତନତା ସୃଷ୍ଟି କରିବାପାଇଁ ସୁଶ୍ରୀଦେବ ଉପସ୍ଥିତ ରାଜ୍ୟ ଓ ଜିଲ୍ଲା କର୍ମକର୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ଅଖିଳ ଭାରତ ମହିଳା କଂଗ୍ରେସର ସଂପାଦିକା ତଥା ଓଡ଼ିଶା ପ୍ରଭାରୀ ଶ୍ରୀମତୀ ସନ୍ଧ୍ୟା ସାୱାଲାଖେ କହିଲେ ଯେ ପଂଚାୟତ ସ୍ତରରୁ ବ୍ଲକ ତଥା ରାଜ୍ୟ ପର୍ଯ୍ୟନ୍ତ ମହିଳାମାନଙ୍କୁ ଏକତ୍ରିତ କରି ସଂଗଠନକୁ ସୁଦୁଢ଼ କରିବାରେ ମହିଳା କଂଗ୍ରେସ କର୍ମକର୍ତା ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ ବିଧାୟିକା ଉମାରାଣୀ ପାତ୍ର, ଭୁବନେଶ୍ୱର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ରଶ୍ମି ମହାପାତ୍ର, ଶୁଭଶ୍ରୀ ପଣ୍ଡା, ପ୍ରତିମା ମଲ୍ଲିକ, ସ୍ମୃ ତିରେଖା ପହି, ସ୍ୱାଗତିକା ପଟ୍ଟନାୟକ, ମଧୁସ୍ମିତା ସେଠୀ, ମମତା ମରି ଦେବୀ, ଗରିବାଳା ବେହେରା, ଅମିତା ବିଶ୍ୱାଳ, ବିଷ୍ଣୁପି୍ରୟା ·ନ୍ଦ, କୁସୁମ ପ୍ରଧାନ, ଶ୍ରୀୟା ସମ୍ବେଦନା, ରେଣୁବାଳା ରାଉତ, ଆରତୀ ସ୍ୱାଇଁ, ନିର୍ମଳା ମଲ୍ଲିକ, ଗୀତାଳି ମହାନ୍ତି, ଶୈଳବାଳା ଜେନା, ମମତାଳି ବେହେରା, ପ୍ରଜ୍ଞାପରମିତା ମହାନ୍ତି, ସଂଗୀତା ସିଂ, ରୀତାଶ୍ରୀ ମହାନ୍ତି, ସ୍ମିତା ଘୋଷାଲ, ଉମାରାଣୀ ପାଣି, ଉଲ୍ଲାସ ମଲ୍ଲିକ, ରିତା ଜୋଷୀ, ରେଣୁବାଳା ରାଉତ, ସ୍ନେହଲତା ରାୟ, ସମଶିଦା ତାୟବ, ରିତା ରାଉତ, ଉର୍ବଶୀ ମିଶ୍ର, ରୀନା ସ୍ୱାଇଁ, ଅଙ୍ଗୁରୀ ବେଗ, ସୁଜ୍ଞାନି ପଟ୍ଟନାୟକ, ଅମିତା ଦାସ, ଇସରାତ ଜୱାର, ଉଦ୍ବୋଧନ ଦେଇ କହିଲେ ଯେ ରାଜ୍ୟ ସର କାର ମଦ ରୋକିବାରେ ସଂପୂର୍ଣ୍ଣ ବ୍ୟର୍ଥ ହୋଇଛନ୍ତି । ବରଂ ମଦକୁ ପ୍ରୋତ୍ସାହନ ଦେବାରୁ ବହୁ ସଂସାର ଉଜୁଡ଼ି ଯାଉଛି ବୋଲି ମତବ୍ୟକ୍ତ କରିଥିଲେ । ସମସ୍ତେ ଏକଜୁଟ ହୋଇ ସଂଗଠନକୁ ସୁଦୃଢ଼ କରିବାକୁ ସେମାନେ ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଥିଲେ । ଏହି ବୈଠକରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ବହୁ ମହିଳା କଂଗ୍ରେସ କର୍ମକର୍ତା ଯୋଗଦେଇଥିଲେ