30 C
Bhubaneswar
Friday, May 14, 2021

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ପାଇଁ ପ୍ରସ୍ତୁତି ବୈଠକ ।

Must read

କେନ୍ଦ୍ରାପଡା, ୧୪/୧୦:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନପାଳନ ଉପଲକ୍ଷେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ନିର୍ଦେଶ କ୍ରମେଏକ ପ୍ରସ୍ତୁତି ବୈଠକ ଇଛାପୁରସ୍ଥିତ ଶ୍ୟାମକାଳି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲାପରିଷଦ ସଭାପତି ମାନସ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତବୈଠକରେ ଆସନ୍ତା ୧୬ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ୭୫ତମଜନ୍ମଦିନ ପାଳନ ଅବସରରେ କୋଭିଡନିୟମ ପାଳନ ପୂର୍ବକ କେନ୍ଦ୍ରାପଡାର ଆରାଧ୍ୟ ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ସେଦିନ ସକାଳେ ୭୫ଟି ଦୀପଦାନ କରାଯିବା ସହ

ଶ୍ୟାମକାଳି ମଣ୍ଡପରେ ଏକମେଗା ରକ୍ତଦାନ ଶିବିରର ଆୟୋଜନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ସାଂସଦଙ୍କ ପ୍ରତିନିଧି ତଥା ପୂର୍ବତନ କାଉନସିଲର ରଞ୍ଜିତ କୁମାରସାହୁ,ବିଧାୟକଙ୍କ ପ୍ରତିନିଧି ଶିବ ପ୍ରସାଦଭଳ,ବିଜେଡି ସଂଖ୍ୟାଲଘୁ ସେଲର ଜିଲ୍ଲାସଭାପତି ମହମ୍ମଦ ସେକଇନାୟତ (ଚନ୍ଦନ),ଛାତ୍ର ବିଜେଡି ଜିଲ୍ଲାସଭାପତି ପ୍ରଦିପ କୁମାର ସାହୁ,ପୂର୍ବତନ କାଉନସିଲର କାଳି ପ୍ରସାଦ ମିଶ୍ର,ହିରଣ୍ୟପଣ୍ଡା, ପ୍ରକାଶ ପରିଡା,ନଗର

ବିଜେଡି ସଭାପତି ଯଯାତି କେଶରୀ ମହାନ୍ତି,ରେବତୀରମଣ ଦାସ,ପ୍ରସନ୍ନ ରାଉତ,ପ୍ରମୋଦ ପ୍ରଧାନ, ହେମନ୍ତ ବିଶ୍ୱାଳ,ମହେନ୍ଦ୍ର କୁମାର ମିଶ୍ର,ଶକ୍ତିକାନ୍ତ ପାତ୍ର,ମହମ୍ମଦ ଅମୀର,ରଞ୍ଜନସାହୁ,ଭବାନୀ ପ୍ରସାଦ କର,ରଞ୍ଜନ କରପ୍ରମୁଖ ଉପସ୍ଥିତ ଥିଲେ । ବିଧାୟକ ଶ୍ରୀବେହେରା ଅସୁସ୍ଥ ଥିବାରୁ ତାଙ୍କ ପରାମର୍ଶ ଅନୁଯାଇ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ ଅବସରରେ ଉପରୋକ୍ତ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article