ଭୁବନେଶ୍ୱର ତା ୧୩.୧୦ – ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକଅନ୍ତର୍ଗତ ଦାସବିଦ୍ୟାଧର ପୁର ଗ୍ରାମ ପଂଚାୟତର କବୀର ଭୋଇଙ୍କପନôି ସୁକାନ୍ତୀ ଭୋଇ ଗୁରୁତର ଅସୁସ୍ଥ ଥିବା ସତ୍ୱେ ସତ୍ୟବାଦୀ ଠାରୁଏସ୍.ସି.ବି. ମେଡିକାଲ, କଟକ ପର୍ଯ୍ୟନ୍ତ ନିଜେ ଟ୍ରଲି ଚଳାଇ ବୋହିନେବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅପାରଗତାକୁ ପଦାରେ ପକାଇବାସହିତ ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଏକ ଏକ ନମୁନା ମାତ୍ରବୋଲି ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ରାଜ୍ୟସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ।
୧୦୮ ଆମ୍ବୁଲାନ୍ସସେବା କାହା ସ୍ୱାର୍ଥରେ ଅଭିଯୋଗ କରିବା ସହିତ ମୃତ ସୁକାନ୍ତିର ପରିବାରବର୍ଗଙ୍କୁ ସରକାର ୨୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନକରିବା ସହିତ ଏ ସମସ୍ତ ଘଟଣାକୁ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବାଅତିରିକ୍ତ ମୁଖ୍ୟ ଶାସନ ସଚିବ ନିଜ ଆଡୁ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣକରିବାକୁ ଶ୍ରୀ ହରିଚନ୍ଦନ ଦାବି କରିବା ସହିତ ୨୦ ବର୍ଷ ଶାସନଭିତରେ ବିଭିନ୍ନ ସମୟରେ ମନ୍ତ୍ରୀମାନଙ୍କୁ ବିଦା କରି ବାହାବା ନେଉଥିବାମୁଖ୍ୟମନ୍ତ୍ରୀ ଏ ସମସ୍ତ ଅବ୍ୟବସ୍ଥା ପାଇଁ ନିଜେ ଉତରଦାୟୀ ।
ଦାନମାଝୀଘଟଣା ଠାରୁ ସରକାର କ’ଣ ଶିଖିଲେ ବୋଲି ଶ୍ରୀ ହରିଚନ୍ଦ ପ୍ରଶ୍ନ କରିବାସହିତ ଆଗାମୀ ଦିନରେ ସାଧାରଣ ଜନତା ଏହାର ଜବାବ ଦେବେ । ଏହିବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ପ୍ରସଙ୍ଗକୁ ନେଇ କଂଗ୍ରେସ ସାରା ରାଜ୍ୟରେ ଆନେ୍ଦାଳନକୁ ଓହ୍ଲାଇବ ବୋଲି ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଥିଲେ ।ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ପୁରୀ ମୁଖ୍ୟ ଚିକିତ୍ସାଳୟର ଡାକ୍ତର ମାନଙ୍କର ଭୂମିକାକୁ ନେଇପ୍ରଶ୍ନ କରିବା ସହିତ ପୁରୀ ଡାକ୍ତରଖାନାକୁ ମେଡିକାଲ କଲେଜ କରିବା ପାଇଁସରକାର ଭିତିଭୂମି ପ୍ରସ୍ତୁତି କରୁଥିବା ସ୍ଥଳେ ସୁକାନ୍ତୀର ରୋଗ ଚିହ୍ନଟ ନକରିପାରିବୃହତର ଚିକିତ୍ସା ସୁବିଧା ପାଇଁ କଟକ କିମ୍ବା ଭୁବନେଶ୍ୱରକୁ ପଠାଇବା ପରିବର୍ତେକ’ଣ ପାଇଁ ଘରକୁ ପଠାଇ ଦେଇଥିଲେ ଏବଂ ମୃତ ସୁକାନ୍ତୀର ଘର ଠାରୁ୩ କିଲୋମିଟର ଦୂରରେ ଅଳଗୁମ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଏବଂସ୍ୱାସ୍ଥ୍ୟକର୍ମୀଙ୍କ ଭୂମିକା ଅତ୍ୟନ୍ତ ସନେ୍ଦହଯୁକ୍ତ ।
ଏହାକୁ ନେଇ ଆଗାମୀଦିନରେ କଂଗ୍ରେସ କବୀର ପରିବାରକୁ ନ୍ୟାୟ ଦେବା ପାଇଁ ମାନବାଧିକାରକମିଶନଙ୍କ ଦ୍ୱାରସ୍ଥ ହେବ । ଶ୍ରୀ ମିଶ୍ର ଆହୁରି କହିଲେ ଯେ ପ୍ରସାଦହରିଚନ୍ଦନ ସତ୍ୟବାଦୀ ବିଧାୟକ ଥିବା ସମୟରେ ତାଙ୍କ ହାତପାଣ୍ଠିରୁକିଣା ଯାଇଥିବା ଆମ୍ବୁଲାନ୍ସ କ’ଣ ପାଇଁ ସ୍ୱାସ୍ଥ୍ୟ ସେବାଯୋଗାଇବାରେ ବିଫଳ ହେଲା । ଏହି ସାମ୍ବାଦିକ ସମ୍ମିଳନୀରେଉପସ୍ଥିତ ଥିବା ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅମୀୟ କୁମାର ପଟ୍ଟନାୟକ ସାମ୍ବାଦିକମାନଙ୍କୁ ଧନ୍ୟବାଦ ଦେଇଥିଲେ ।