35 C
Bhubaneswar
Sunday, May 9, 2021

“ସୁଜଳ’ ଯୋଜନାର ଶୁଭାରମ୍ଭ ।

Must read

ଭୁବନେଶ୍ୱର,୧୩ା୧୦:”ଡ୍ରିଙ୍କ୍ ଫ୍ରମ ଟ୍ୟାପ୍’ ସୁଜଳ ଯୋଜନାରେବିଶୁଦ୍ଧ ପାନୀୟ ଜଳ ଯୋଗାଣର ଶୁଭାରମ୍ଭକରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଓ ପୁରୀରେ ୧୨ଟି ସ୍ଥାନରେଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳଯୋଗାଣ ଲୋକାର୍ପିତ ହୋଇଛି । ଏହିଯୋଜନାରୁ ଏହି ୨ ସହରର କେବଳ ୧ଲକ୍ଷ ୮୦ ହଜାରରୁ ଅଧିକ ଲୋକେଉପକୃତ ହେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହିଯୋଜନାର ଶୁଭାରମ୍ଭ କରିଛନ୍ତି । ଏହିଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମୃଦ୍ଧଅର୍ଥନୀତି ପାଇଁ ସୁସ୍ଥ ଜୀବନ ନିହାତିଦରକାର ।

ସୁସ୍ଥ ଜୀବନ ପାଇଁ ଶୁଦ୍ଧପିଇବା ପାଣି ଅତ୍ୟନ୍ତ ଜରୁରୀ । ଟ୍ୟାପକୁପିଇବା ପାଣି ଯୋଗୁଁ ପୁରୀରୁ ପ୍ଲାଷ୍ଟିକଆବର୍ଜନା କମିବ । ମାର୍ଚ୍ଚ ୨୦୨୨ ସୁଦ୍ଧାରାଜ୍ୟର ସବୁ ସହରାଞ୍ଚଳର ପ୍ରତି ଘରକୁପିଇବା ପାଣି ଯିବ । ସହରାଞ୍ଚଳର ପ୍ରତିଘରକୁ ପିଇବା ପାଣିରେ ଓଡ଼ିଶା ଦେଶରପ୍ରଥମ ହେବ । ସେହିପରି ଓମବାଡସି ଓ ରାଜ୍ୟ ପାଣ୍ଠିରୁ୧୩ ଶହ କୋଟି ଟଙ୍କା ବିନିଯୋଗରେରାଜ୍ୟର ୧୫ଟି ସହରରେ ଟ୍ୟାପ୍ ଯୋଗେପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳଯୋଗାଣ କାର୍ଯ୍ୟକାରୀ ହେବ । ଆଉ ଏଥିରେ୧୫ ଲକ୍ଷ ଲୋକ ଉପକୃତ ହେବେ ।

ସେହିପରି ରାଜ୍ୟର ୪ଟି ସହ ଭୁବନେଶ୍ୱର,ପୁରୀ, ରାଉରକେଲା ଓ ବ୍ରହ୍ମପୁରଠାରେ ୩ଲକ୍ଷ ଗୃହ ପାନୀୟ ଜଳ ମିଟର ସଂଯୋଗହେବ । ଏଥିରେ ୨୨ ଲକ୍ଷ ଲୋକ ଉପକୃତହେବେ ବୋଲି ଜଣାଯାଇଛି । ଏହିଯୋଜନାରେ ଭୁବନେଶ୍ୱର, ଗୋପାଳପୁର,ଦିଗପହଣ୍ଡି ଓ କାଶୀନଗରରେ ଶତପ୍ରତିଶତଗୃହକୁ ପାନୀୟ ଜଳ ଯୋଗାଣ କରାଯାଇଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article