30 C
Bhubaneswar
Friday, May 14, 2021

ସମାଜରୁ ପୁଅ ଝିଅଙ୍କ ମଧ୍ୟରେ ଥିବା ଭେଦଭାବକୁ ଦୂର କରିବା ଆବଶ୍ୟକ।

Must read

ଯାଜପୁର,୧୨ା୧୦: ପୁଅ ଝିଅମଧ୍ୟରେ କୈାଣସି ଫରକ ନାହିଁ । ବରଂଝିଅ ମାନେ ନିଷ୍ଠା ଦକ୍ଷତା ଓ ପରିଶ୍ରମରେମଧ୍ୟ ପୁଅ ମାନଙ୍କ ଠାରୁ ଆଗରେ । ତେଣୁ ଝିଅ ମାନଙ୍କୁ ପ୍ରତ୍ୟେକ ପରିବାର ପ୍ରୋସôାହିତ କରିବାକୁ ଜିଲାପାଳ ଚକ୍ରବର୍ତ୍ତିସିଂ ରାଠୋର ମତବ୍ୟକ୍ତ କରିଛନ୍ତି ।ରବିବାର ପୁର୍ବାହ୍ନରେ ଜିଲାପାଳଙ୍କସମ୍ମିଳନୀ ଗୃହରେ ଆନ୍ତଃର୍ଜାତିକ କନ୍ୟାଦିବସ ପାଳିତ ହୋଇଥିଲା । ଜିଲାପ୍ରଶାସନ, ଶିଶୁ ସୁରକ୍ଷା ୟୁନିଟ୍ ଓ ବେଟିବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଏହା ପାଳିତ ହୋଇଥିଲା ।ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଜିଲାପାଳ ଶ୍ରୀ ରାଠୋର ଉଲ୍ଲେଖନୀୟ ଅବଦାନ ପାଇଁ ତଥା ଶିକ୍ଷା କ୍ଷେତ୍ରରେ ଉକôର୍ଷସାଧନ କରିଥିବା କନ୍ୟାମାନଙ୍କୁ ସମ୍ବର୍ଦ୍ଧିତକରିଥିଲେ ।

ସେ କହିଥିଲେ ଯେ ଆଜିର କାର୍ଯ୍ୟକ୍ରମରେ ସେମାନେ ପିତା ମାନଙ୍କ ପରିବର୍ତେ ମାତା ମାନଙ୍କୁ ସାଥିରେ ନେଇଆସିଥାନ୍ତେ ତେବେ ତାହା ଅଧିକ ଗୈାରବମୟ ହୋଇଥାନ୍ତା । ସମାଜରୁ ପୁଅଝିଅଙ୍କ ମଧ୍ୟରେ ଥିବା ଭେଦଭାବକୁ ଦୂରକରିବାକୁ ପଢ଼ିବ । ଏଥିପାଇଁ ପ୍ରତ୍ୟେକଙ୍କଉଦ୍ୟମ ଆବଶ୍ୟକ ବୋଲି କହିବା ସହପ୍ରତ୍ୟେକ ପିଲା ତାଙ୍କର ପ୍ରତିଭାର ବିକାଶପାଇଁ ଆହ୍ୱାନ ଦେଇଥିଲେ । ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ଏଥିରେ ଅଧ୍ୟକ୍ଷତା କରିବା ସହ ଶେଷରେଧନ୍ୟବାଦ ଅର୍ପଣ କରିଥିଲେ । ଜିଲା ଶିଶୁସୁରକ୍ଷା ଅଧିକାରୀ ନିରନ କର ଯୋଗଦେଇ ସମାଜରେ କନ୍ୟା ସନ୍ତାର ସୂରକ୍ଷାଶିକ୍ଷା ଓ ଅଧିକାରକୁ ସୁନିଶ୍ଚିତ କରିବାଉଦେ୍ଦଶ୍ୟରେ ଏହି ଦିନ ପାଳନକରାଯାଉଅଛି ।

ଜିଲାରେ ଅନେକ ଅସୁରକ୍ଷିତ ଅବସ୍ଥାରେ ଥିବା ପିଲାମାନଙ୍କୁ ଉଦ୍ଦାର ଓ ଥଇଥାନ କରାଯାଉଛି । ତେବେଏହାକୁ ପଞ୍ଚାୟତ ସ୍ତରରୁ ସଚେତନ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯାଉଛି ବୋଲି ସୂଚନା ଦେଇଥିଲେ । ଏହିଅବସରରେ ଜାତୀୟସ୍ତରର ଫୁଟବଲଖେଳାଳୀ ଲକ୍ଷ୍ମୀ ମୁଣ୍ଡା ୨୦୨୦ ହାଇସ୍କୁଲସାର୍ଟିଫିକେଟ ପରୀକ୍ଷାରେ ୯୬.୫୦ପ୍ରତିଶତ ନମ୍ବର ରଖିଥିବା ମୁଦ୍ରାକ୍ଷୀ ପଣ୍ଡା,ଯୁକ୍ତ ୨କଳାରେ ସର୍ବାଧିକ ନଂ ରଖିଥିବା ସମ୍ଭାବନା ସାହୁ, ସିବିଏସ୍ଇରେ୯୭.୮୦ ପ୍ରତିଶତ ନମ୍ବର ରଖିଥିବା ସ୍ଥିତପ୍ରଜ୍ଞା ଭୂୟାଁ, ୧୦ମ ଶେଣୀ ଆଇସିଏସ୍ଇ ରେ ଶତକଡ଼ା୯୮ପ୍ରତିଶତ ନମ୍ବର ରଖିଥିବା ଆସ୍ଥାସାହୁ, ସିବିଏସ୍ଇ ଯୁକ୍ତ ୨ ବିଜ୍ଞାରେ୯୪.୮୦ପ୍ରତିଶତ ନମ୍ବର ରଖିଥିବାଐଶ୍ୱର୍ଯ୍ୟା ପଣ୍ଡା, ମାଟ୍ରିକରେ ଉଲ୍ଲେଖନୀୟ ନମ୍ବର ପାଇଁ ବିନି ରାଉତ ଓ ବର୍ଷାପ୍ରିୟଦର୍ଶନୀଙ୍କୁ ଏବଂ ଦ୍ୱିତୀୟ ଝିଅ ଭାବେମାଙ୍କେଡ଼ିଆ ବର୍ଗର ମାଟ୍ରିକ ପାସ୍ ସହବାଣିଜ୍ୟ ଅଧ୍ୟୟନ ରତ ବାହାମା ମାଙ୍କେଡ଼ିଆଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ସହ୧୦ହଜାର ଟଙ୍କାର ସହାୟତା ଜିଲାପାଳପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଆଇଏଏସ୍ ପ୍ରୋବେସନର ସଚିନପାୱାର, ସିଡ଼ିଏମ୍ଓ ଡ଼ାକ୍ତର ସୁଧାଂଶୁଶେଖର ବଳ, ଡ଼ିପିସି ବିଷ୍ଣୁଚରଣ ସୂତାର,ସହକାରୀ ଜିଲାପାଳ ତିଳୋତମା ପୃଷ୍ଟି,ଜିଲା କ୍ରୀଡ଼ା ଅଧିକାରୀ ଫକୀର ମୋହନଟୁଡ଼ୁ, ସୂଚନା ଲୋକ ସମ୍ପର୍କ ଅଧିକାରୀସନ୍ତୋଷ କୁମାର ସେଠୀ, ଶିଶୁ ସୁରକ୍ଷାୟୁନିଟ୍ର କାଳୀପ୍ରସାଦ ସାହୁ, ପଦ୍ମଚରଣ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ ।ଦ୍ୱିତୀୟ ଅଧିବେଶନରେ ଶିଶୁ ସୁରକ୍ଷାସମ୍ପର୍କୀତ ସରକାରୀ ଅଧିନିୟମ ଯଥା ବାଲ୍ୟବିବାହ ନିଶେଧ ଆଇନ୍ ୨୦୦୬.ପିସିପିଏନ୍ଡ଼ିଟି ଅଧିନିୟମ୧୯୯୪ଉପରେ ରାଜ୍ୟସ୍ତରୀୟ ବିଷୟବିଷାରଦ ଘାସୀରାମ ପଣ୍ଡା ଓ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ ଓଡ଼ିଶାର ପ୍ରମୋଦ କିଶୋର ଆଚାର୍ଯ୍ୟ ଯୋଗଦେଇ ଅଂଶ ଗ୍ରହଣକାରୀମାନଙ୍କୁ ଅବଗତ କରିଥିଲେ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article