30 C
Bhubaneswar
Friday, May 14, 2021

କରୋନା ଯୋଗୁ ହବିଷ୍ୟାଳି ଚିନ୍ତାରେ ।

Must read

ଭୁବନେଶ୍ୱର,୧୨ ।୧୦:କାର୍ତ୍ତିକ ଭଳି ଧର୍ମ ମାସରେ ପୁରୀଶ୍ରୀଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ କରିଗାଁ ଗହଳରେ ଥିବା ମନ୍ଦିରଗୁଡ଼ିକଭକ୍ତଙ୍କ ପାଇଁ ଖୋଲିବ କି ନାହିଁସେଥିଘେନି ସ୍ପଷ୍ଟ ଚିତ୍ର ମିଳନଥିବାବେଳେ ହବିଷ୍ୟାଳୀମାନେ ଏବେଦ୍ୱନ୍ଦ୍ୱରେ । ତେବେ କାର୍ତ୍ତିକରେ ହବିଷ୍ୟବ୍ରତ କରୁଥିବା ଅନେକ ଧର୍ମପ୍ରାଣବରିଷ୍ଠ ମହିଳାଙ୍କ ପରିବାର ପରିଜନକିନ୍ତୁ କରୋନା ପୃଷ୍ଠଭୂମିରେ ସେମାନଙ୍କୁଏ ବର୍ଷ ପୁରୀ ଛାଡ଼ିବାକୁ ନାରାଜ । ଏପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁହଜାର ହଜାର ହବିଷ୍ୟାଳୀ ଆସିପୁରୀର ବିଭିନ୍ନ ଅସ୍ଥାୟୀ ସରକାରୀ ଶିବିରରେ ପୂର୍ବ ବର୍ଷମାନଙ୍କରେ ରହିଯେଭଳି ସେବା ପୂଜା କରୁଥିଲେ ତାହାଏ ବର୍ଷ ହେବାର ସମ୍ଭାବନା କମ୍ । କରୋନାର କରାଳ ସ୍ଥିତି ସତ୍ତ୍ୱେ ବିଅଦାଲତଙ୍କ ନିର୍ଦେଶ କ୍ରମେ କଡ଼ାକଟକଣା ମଧ୍ୟରେ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନଙ୍କ ରଥଯାତ୍ରା ହୋଇଛି ।

କିନ୍ତୁ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କାର୍ଯ୍ୟକ୍ରମ ହୋଇନାହିଁ । ତେବେ ରୁକୁଣା ରଥନିର୍ମାଣ ସରିଥିଲେ ମଧ୍ୟ ଶେଷ ଦିନରେ ଭୁବନେଶ୍ୱରରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଅଶୋକାଷ୍ଟମୀ ରଥଯାତ୍ରାଏଥର ବନ୍ଦ ରଖାଯାଇଛି । ଏବେଅଦାଲତଙ୍କ ହସ୍ତକ୍ଷେପ ପରେ ଯାଜପୁରରେଦୁର୍ଗାପୂଜା ଅବସରରେ ମା’ ବିରଜାଙ୍କରଥଯାତ୍ରା ହେବାର ସମ୍ଭାବନା ରହିଛି । ବିନା ଭକ୍ତରେ ଏ ବର୍ଷ କଟକରେଶାରଦୀୟ ଦୁର୍ଗାପୂଜା ନିରାଡମ୍ବର ଭାବେକରିବା ପାଇଁ ପ୍ରସ୍ତୁତି ଚାଳିଛି ଏବଂ ଏପ୍ରସଙ୍ଗ ବି ଅଦାଲତରେ ବିଚାରାଧୀନରହିଛି । କାର୍ତ୍ତିକ ବ୍ରତ ପ୍ରସଙ୍ଗରେ କିନ୍ତୁଏଯାବତ୍ ଆଇନ୍ ଅଦାଲତ କିମ୍ବା ପ୍ରଶାସନିକ ସ୍ତରରୁ କୌଣସି ନିର୍ଦେଶ ମିଳିନାହିଁ ୟ ଏ ପରିପ୍ରେକ୍ଷୀରେ ପୁରୀଶ୍ରୀମନ୍ଦିର ଖୋଲିବା ପାଇଁ କିଛି ବ୍ୟକ୍ତି,ସଙ୍ଗଠନ ଓ ସେବାୟତ ମତ ଦେଉଥିବାବେଳେ ସେବାୟତଙ୍କ ପରିବାରରେ କରୋନା ବ୍ୟାପୁଥିବା ପରିପ୍ରେକ୍ଷୀରେ ଆଆଉ କେତେକ ସେବାୟତ ଓ ସଙ୍ଗଠନଭିନ୍ନ ମତ ରଖୁଛନ୍ତି ।

ଏମିତିକି ଅନ୍ଲାଇନ୍ରେ ଦର୍ଶନ ବ୍ୟବସ୍ଥା ପାଇଁ ବୁକିଂକରାଇ ସୀମିତ ସଂଖ୍ୟକ ଭକ୍ତଙ୍କୁ ନେଇକଡ଼ା କଟକଣା ମଧ୍ୟରେ ଶ୍ରୀମନ୍ଦିର ଖୋଲିବା ସପକ୍ଷରେ ବି ମତ ପ୍ରକାଶପାଉଛି । ଅନ୍ୟପକ୍ଷରେ ନିଖିଳ ଓଡ଼ିଶାମନ୍ଦିର ସେବାୟତ ସଂଘ ପକ୍ଷରୁ ରଜ୍ୟରଗାଁ ଗହଳିରେ ଥିବା ମନ୍ଦିରଗୁଡ଼ିକୁ ଶ୍ରୀମନ୍ଦିର ସହ ତୁଳନା ନ କରିଏଗୁଡ଼ିକରେ ବିଶେଷ ଜନସମାଗମ ନଥିବାରୁ ତୁରନ୍ତ ଏ ସବୁକୁ ଖୋଲିବା ପାଇଁଦାବି ହେଉଛି । ବିଶେଷ କରିଦୁର୍ଗାପୂଜା, କାଳୀପୂଜା, କାର୍ତ୍ତିକ ବ୍ରତଆଦିକୁ ଆଖିଆଗରେ ରଖି ମନ୍ଦିର ଖୋଲାଯିବା ସପକ୍ଷରେ ଏହି ସଂଘଦାବି ଉଠାଉଛି । ମୁକ୍ତି ମଣ୍ଡପ ପଣ୍ଡିତସଭାର ଉପସଭାପତି ଥିବା ବରିଷ୍ଠଆଇନ୍ଚୀବୀ ଅଶୋକ ମହାପାତ୍ରଙ୍କ ବ୍ୟକ୍ତିଗତ ମତ ହେଉଛି କଡ଼ା କଟକଣାମଧ୍ୟରେ ସୀମିତ ସଂଖ୍ୟକ ଭକ୍ତଙ୍କୁନେଇ ମନ୍ଦିର ଖୋଲିବା ସପକ୍ଷରେ ।

ସପିଂମଲ୍ଠାରୁ ମଦ ଦୋକାନ ଖୋଲିବାକୁ ସରକାର ଅନୁମତି ଦେଇଥିବା ବେଳେ କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତସତ୍ତ୍ୱେ ଓଡ଼ିଶାରେ ମନ୍ଦିର ସବୁ କାହିଁକି ଖୋଲିବ ନାହିଁ ବୋଲି ସେ ପାଲଟାପ୍ରଶ୍ନ କରିଛନ୍ତି । ଶ୍ରୀଜଗନ୍ନାଥ ଚେତନାପରିଷଦର ଉପଦେଷ୍ଟା ଥିବା ଡା. ବସନ୍ତପତି କିନ୍ତୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏପ୍ରସଙ୍ଗରେ ଭିନ୍ନ ମତ ରଖିଛନ୍ତି । ପୁରୀସହର ସମେତ ରାଜ୍ୟର ଅନ୍ୟଅଞ୍ଚଳରେ ହବିଷ୍ୟାଳୀମାନେ କିନ୍ତୁକାର୍ତ୍ତିକ ମାସରେ ମହାପ୍ରସାଦ କଣିକାଏପାଇବା ପାଇଁଆଶା ରଖିଛନ୍ତି ।ଏଠାରେ ଉଲ୍ଲେଖନୀୟ ଯେଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗରେନିକଟରେ ମୁଖ୍ୟ ଶାସନ ସଚିବ ଅସିତ୍ତ୍ରିପାଠୀ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିସେମାନଙ୍କ ମତାମତ ଲୋଡ଼ିଛନ୍ତି

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article