ଭୁବନେଶ୍ୱର,୧୨ ।୧୦ ସମଗ୍ର ରାଜ୍ୟରେ କେତେ ପରିମାଣରଖଣିଜ ପଦାର୍ଥ ରହିଛି ତାହାର ଅନୁସନ୍ଧାନପାଇଁ ସରକାର ସ୍ଥିର କରିଛନ୍ତି । ପ୍ରଥମଥର ପାଇଁ ଖଣିଜ ସମ୍ପଦର ଏଭଳି ମ୍ୟାପିଙ୍ଗଲାଗି ସରକାର ସ୍ଥିର କରିଥିବାବେଳେଧାର୍ଯ୍ୟ ସମୟରେ ଏହା ସରିବ । ତେବେବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଥିବା ଖଣିଜସମ୍ପଦର ୫୦ ପ୍ରତିଶତ ଅନୁସନ୍ଧାନ ହୋଇପାରିନାହିଁ । ଓଡିଶା ଦେଶରଅନ୍ୟତମ ଖଣି ଖାଦାନ ଭରା ରାଜ୍ୟହୋଇଥିବାବେଳେ ଏଠାରେ ଖଣି ଭିତ୍ତିକଶିଳ୍ପ ପ୍ରତିଷ୍ଠା ପାଇଁ ବ୍ୟାପକ ସୁଯୋଗ ରହିଛି । ୨୦୧୯-୨୦ ବର୍ଷ ରାଜ୍ୟର ଆର୍ଥିକସର୍ଭେ ବିବରଣୀ ଅନୁଯାୟୀ ଓଡିଶାରମୋଟ୍ ଘରୋଇ ଉତ୍ପାଦନର ୧୧.୦୮ପ୍ରତିଶତ ଖଣିଜ କ୍ଷେତ୍ରରୁ ଆସିଥିଲା ।ଖଣି କ୍ଷେତ୍ରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତିସହିତ ରାଜକୋଷକୁ ଏହି କ୍ଷେତ୍ରରୁସର୍ବାଧିକ ଅଣ ଟିକସ ରାଜସ୍ୱ ଆସିଥାଏ ।
ଏଭଳି ସ୍ଥିତିରେ ରାଜ୍ୟର ମାତ୍ର ୫୦ପ୍ରତିଶତ ଏରୋ ଜିଓଗ୍ରାଫିକାଲ ମ୍ୟାପିଙ୍ଗ ହୋଇଥିବାବେଳେ ଏବେ ସମଗ୍ରରାଜ୍ୟରେ ଏହା କରିବାକୁ ନିଷ୍ପତ୍ତି ହୋଇଛି । ୨୦୧୫ ର ଏମ୍ଏମ୍ଡିଆର ସଂଶୋଧିତ ଆଇନ୍ ଅନୁଯାୟୀ ପ୍ରମୁଖଖଣି ଗୁଡିକୁ ନିଲାମ ଦ୍ୱାରା ଦିଆଯିବ ଏବଂସମ୍ପୃକ୍ତ ଖଣି ଅଞ୍ଚଳରେ କେତେ ପରିମାଣର ଖଣିଜ ସାମଗ୍ରୀ ରହିଛି ତାହା ଠିକଣାଆକଳନ ପରେ ହିଁ ନିଲାମ ହେବ ।ତେଣୁ ତୁରନ୍ତ ରାଜ୍ୟର ଖଣି ଅଞ୍ଚଳରେ ବୈଜ୍ଞାନିକ ପଦ୍ଧତିରେ ମ୍ୟାପିଙ୍ଗ୍ ଜରୁରୀହୋଇପଡିଛି । ଇତି ମଧ୍ୟରେ ଖଣିଜସମ୍ପଦର ଆକଳନ ଲାଗି ରାଜ୍ୟ ସରକାରମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ।ଓଡିଶା ଖଣିଜ ଅନୁସନ୍ଧାନ ନୀତି ଅନୁଯାୟୀବୈଜ୍ଞାନିକ ଉପାୟରେ ରାଜ୍ୟରେ ଥିବାଖଣିଜ ସମ୍ପଦର ଆକଳନ କରାଯିବ ।
ଯାହା ଫଳରେ ବର୍ତ୍ତମାନ ସୁଦ୍ଧା ମାଟିତଳେ ରହିଯାଇଥିବା ଅନେକ ନୂଆ ନୂଆ ଖଣିଜପଦାର୍ଥ ସଂକ୍ରାନ୍ତରେ ସୂଚନା ମିଳିପାରିବ । ଏହା ଫଳରେ ରାଜ୍ୟରେ ଥିବାଆନୁଷଙ୍ଗିକ ଶିଳ୍ପ ଗୁଡିକୁ ଆବଶ୍ୟକ ପରିମାଣ ଖଣିଜ ସାମଗ୍ରୀ ଯୋଗାଯାଇପାରିବ । ଉଦାହାଣ ସ୍ୱରୂପବର୍ତ୍ତମାନ ଯେଉଁ ହାରରେ ଲୁହାପଥର ଓକ୍ରୋମାଇଟ ଉତ୍ତୋଳନ ହେଉଛି ୩୦ବର୍ଷମଧ୍ୟରେ ତାହା ସରିଯିବ ବୋଲି ଆକଳନକରାଯାଉଛି । ତେଣୁ ଆବଶ୍ୟକତା ମେଣ୍ଟାଇବା ପାଇଁ ରାଜ୍ୟର ଅନ୍ୟ କେଉଁସ୍ଥାନରେ ଏହା କେତେ ପରିମାଣରେ ଗଚ୍ଛିତରହିଛି ତାହର ଅନୁସନ୍ଧାନ ଜରୁରୀ । କେବଳ ଲୁହାପଥର କିମ୍ବା କ୍ରୋମାଇଟ୍ନୁହେଁ, ଅନ୍ୟ ଖଣିଜ ପଦାର୍ଥ କେତେପରିମାଣରେ ଗଚ୍ଛିତ ରହିଛି ତାହାର ମଧ୍ୟଆକଳନ ଜରୁରୀ ବୋଲି ଅଧିକାରୀମାନେ କହୁଛନ୍ତି । ଗଚ୍ଛିତ ଥିବା ବକ୍ସାଇଟ୍ର ୮୪ ପ୍ରତିଶତ ଜଣାପଡିଥିବାବେଳେ ଏହାର ପୁନଃଅନୁସନ୍ଧାନ ଜରୁରୀ ହୋଇପଡିଛି ।ଫଳରେ ବକ୍ସାଇଟ୍ ସହିତ ଅନ୍ୟାନ୍ୟ ଖଣିଜସମ୍ପଦ ମହଜୁଦର ମଧ୍ୟ ଆକଳନକରାଯାଇ ପାରିବ । ତେଣୁ ଖଣିଜ ସମ୍ପଦମ୍ୟାପିଙ୍ଗ୍ କରାଗଲେ ଖଣି ଇଲାକା ସମେତରାଜ୍ୟରେ ମହଜୁଦ ଥିବା ଖଣିଜ ସମ୍ପଦରବାସ୍ତବ ସ୍ଥିତି ଜଣାପଡିବ