ବ୍ରହ୍ମପୁର,୧୨/୧୦ ଗଞ୍ଜାମଜିଲ୍ଲାରେ କୋଭିଡ୍ ପରିଚାଳନା ନିମନ୍ତେ ବିଦ୍ୟାଳୟ ଗୁଡିକରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରଓ କୋଭିଡ୍ କେୟାର ହସ୍ପିଟାଲ କରାଯାଇ କୋଭିଡ୍ ସଂକ୍ରମିତ ବ୍ୟକ୍ତି ତଥାକ୍ୱାରେଣ୍ଟାଇନ୍ ସେଣ୍ଟର ରୂପେ ବ୍ୟବହୃତହେଉଥିଲା । ଉକ୍ତ ସେଣ୍ଟର ଗୁଡିକଅନେକ ଦିନ ହେଲା ବନ୍ଦ ହୋଇସାରିଛି । ସରକାରଙ୍କ ନିଦେ୍ର୍ଦଶ ପାଇବାମାତ୍ରେ କେଉଁ ସମୟରେ ମଧ୍ୟ ବିଦ୍ୟାଳୟଗୁଡିକ ଖୋଲାଯିବ । ଏଣୁ ବିଦ୍ୟାଳୟଗୁଡିକୁ ପୂର୍ବ ପ୍ରସ୍ତୁତ କରି ରଖିବା ପାଇଁଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦେଶ ପ୍ରଦାନ କରିଛନ୍ତି । ବିଦ୍ୟାଳୟଗୁଡିକରେ ପରିବେଶ ସଫେଇ,ଆବଶ୍ୟକୀୟ ସରଞ୍ଜାମର ମରାମତି,ବୃକ୍ଷରୋପଣ ଓ ରଙ୍ଗ ଦେବାକୁ ଭିଡିଓକନଫରେନ୍ସିଂ ଜରିଆରେ ସମସ୍ତ ବ୍ଲକ୍ଶିକ୍ଷାଧିକାରୀ ଓ ସହକାରୀ ଶିକ୍ଷାଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି ।
ବର୍ତ୍ତମାନ କୋଭିଡ୍ ପରିସ୍ଥିତି ଭାରତ ବର୍ଷରେ ଏବଂଓଡିଶାରେ ଭଲ ସ୍ତରରେ ପହଞ୍ଚି ନାହିଁ ।ଏଣୁ ବିଦ୍ୟାଳୟ ଖୋଲିବା ବିଳମ୍ବହୋଇପାରେ । ବିଦ୍ୟାଳୟ ଖୋଲିବାପୂର୍ବରୁ ସେହି ସବୁକୁ ସଜାଡିବାରଅ ।ବଶ୍ୟକତା ଉପରେ ଗୁରୁôବ ଦେଇଜିଲ୍ଲାପାଳ ଜଣାଇଥିଲେ ଯେ ପରିଶ୍ରାଗାରଓ ବିଦ୍ୟାଳୟ ପରିସର ସଫେଇ କରିଏହାର ପରିବେଶକୁ ସୌନ୍ଦର୍ଯ୍ୟକରଣ,ବିଦ୍ୟାଳୟରେ ବୃକ୍ଷ ରୋପଣ, ପୁଷ୍ଟିସାରଜନୀତ ବଗିଚା ସୃଷ୍ଟି କରାନ୍ତୁ ।ବିଦ୍ୟାଳୟରେ ଆବଶ୍ୟକ ପଡୁଥିବାମରାମତି କାର୍ଯ୍ୟକୁ ସର୍ବଶିକ୍ଷା ଅଭିଯାନରେ ବୈଷୟିକ କର୍ମକର୍ତ୍ତାଙ୍କୁ ନେଇ ତୁରନ୍ତମରାମତି କରାଯାଉ । ଓଡିଶା ଆଦର୍ଶବିଦ୍ୟାଳୟ ଗୁଡିକ ମଧ୍ୟ ଏଥିରୁ ଯେମିତିବାଦ୍ ପଡିବ ନାହିଁ ତାହା ଦେଖିବାକୁକହିଥିଲେ । ସମ୍ପ୍ରତି ଶିକ୍ଷକଗଣ ନିଜହେଡକ୍ୱାର୍ଟରରେ ରହୁ ନଥିବା ନଜରକୁ ଆସୁଛି ।
ଏ ଦିଗରେ ସତର୍କ ରୁହନ୍ତୁୟ ପୂଜା ଛୁଟିରେ କୌଣସି ଶିକ୍ଷକ ନିଜହେଡକ୍ୱାର୍ଟର ଛାଡି ଯିବେ ନାହିଁସେମାନେ ଏହି ସବୁ କାର୍ଯ୍ୟ ପରି·ଳନାକରିବେ । ବିଦ୍ୟାଳୟ ଗୁଡିକ ଅନେକଦିନ ହେଲା ବନ୍ଦ ରହିଥିଲା ଏଣୁ ଶ୍ରେଣୀଗୃହରେ ଥିବା ବିଦୁ୍ୟତ ଉପକରଣମରାମତି, ଏବଂ ରଙ୍ଗ ଦେଇ ନୂଆରୂପଦିଅନ୍ତୁ ଯଦ୍ୱାରା ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିଲେ ବିଦ୍ୟାଳୟ ପରିବେଶ ଦେଖିଖୁସି ପ୍ରକଟ କରିବେ । ସେହି ଅନୁଯାୟୀମିଶନ ମୋଡ୍ ରେ କାର୍ଯ୍ୟ କରିବାକୁକୁହାଯାଇଥିଲା । ଦିଦ୍ୟାଳୟକୁ କୋଭିଡ୍ପରିଚାଳନା ସକାଶେ ଅନେକ ଉପକରଣଖଞ୍ଜା ଯାଇଥିଲା । ସେଗୁଡିକ ସେହିବିଦ୍ୟାଳୟରେ ହିଁ ବ୍ୟବହୃତ ହେବ ।ସେଗୁଡିକ ଷ୍ଟକ୍ ରେଜିଷ୍ଟରରେ ଚଢାଇତାକୁ ବିଦ୍ୟାଳୟର ସମ୍ପତ୍ତି ହିସାବରେତାଲିକାଭୁକ୍ତ କରନ୍ତୁ । ବିଦ୍ୟାଳୟକୁସଂଯୁକ୍ତ କରୁଥିବା ରାସ୍ତା ଯଦି ଠିକ୍ ନାହିଁତେବେ ଲିଖିତ ଜଣାନ୍ତୁ, ସେହି ରାସ୍ତାଗୁଡିକୁ ନରେଗା ଯୋଜନାରେ ଉନ୍ନତିକରଣ କରାଯିବ । ଶିକ୍ଷକ ଶିକ୍ଷୟିତ୍ରୀ ଗଣମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ ।
ବିଦ୍ୟାଳୟ ପରିସର ସଫା ଓ ସୁନ୍ଦରନରହିଲେ ସଂପୃକ୍ତ ବିଦ୍ୟାଳୟର ଶିକ୍ଷକଦାୟୀ ରହିବେ । ପିଲାମାନେ ଯେମିତିନିଜ ଗୃହ ପାଖାପାଖି ବିଦ୍ୟାଳୟ ପାଇବେସେ ଦିଗରେ ଦୃଷ୍ଟି ଦେଇ ଡ୍ରପ୍ ଆଉଟ୍ଯେମିତି ହେବ ନାହିଁ, ଅଭିଜ୍ଞ ଶିକ୍ଷକଙ୍କୁପ୍ରଶିକ୍ଷିତ କରି ଅନ ଲାଇନ୍ ରେ ଶିକ୍ଷାସକାଶେ ପଦକ୍ଷେପ ଏବଂ ଡିଜିଟାଲବୋର୍ଡ ଦ୍ୱାରା ଶିକ୍ଷା ବ୍ୟବସ୍ଥା ଯେପରିକରାଯିବ ସେ ଦିଗରେ ପଦକ୍ଷେପନେବାକୁ ଉପସ୍ଥିତ ଅଧିକାରୀ ମାନଙ୍କୁ କୁହାଯାଇଥିଲା କୌଣସି ଶିକ୍ଷକ ଯଦିକରୋନା ସଂକ୍ରମିତ ହୁଅନ୍ତି ତେବେ ତାଙ୍କଗସ୍ତ ଇତିହାସ ବାହାର କରି ସଂପୃକ୍ତଶିକ୍ଷକଙ୍କୁ ଦାୟୀ କରାଯିବ । ନିଜେସଂକ୍ରମିତ ହୋଇ ବିପଦକୁ ଟାଣି ଆଣନ୍ତୁନାହିଁ ବୋଲି ଜିଲ୍ଲାପାଳ ସମସ୍ତ ଶିକ୍ଷକସମାଜକୁ ଜଣାଇଥିଲେ । ବୈଠକରେଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପରୀକ୍ଷିତଦାଶ, ସମଗ୍ର ଶିକ୍ଷା ଜିଲ୍ଲା ସଂଯୋଜକ ବନୀତାସେନାପତି ଏବଂ ସର୍ବଶିକ୍ଷା ଅଭିଯାନରସଂଯୋଜକ ଗଣ ଉପସ୍ଥିତ ଥିଲେ ।