28.1 C
Bhubaneswar
Friday, July 30, 2021

ସୂତାକଳରେ ଅଗ୍ନିକାଣ୍ଡ

Must read

ଯାଜପୁର,୨୩ା୨(ନି.ପ୍ର): ଗୁଜରାଟର ଅହମଦାବାଦ ସ୍ଥିତ ଏକ ସୂତାକଳରେ ଅଗ୍ନିକାଣ୍ଡ ଘଟି ୩ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଦୟାନିଧି ଖୁଂଟିଆ, ଚିନ୍ମୟ ଖୁଂଟିଆ ଓ କାମେଶ ସିଂ । ସମସ୍ତଙ୍କ ଘର ଯାଜପୁର ସଦର ଥାନା ଅନ୍ତର୍ଗତ ଜମଧର ପଂଚାୟତରେ । ଅହମଦାବାଦର ଏକ ସୂତାକଳରେ ଦୁଇବର୍ଷ ହେଲା ସେମାନେ କାମ କରୁଥିଲେ । ଗତକାଲି ଅପରାହ୍ଣରେ ସେମାନେ କାମ କରୁଥିବା ସମୟରେ ସୂତାକଳରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା ।

ଫଳରେ ନିଆଁରେ ପୋଡ଼ି ହୋଇ ଏହି ତିନି ଜଣଙ୍କ ମୃତ୍ୟ ଘଟିଥିଲା । ଏନେଇ ଗତ କାଲି ସନ୍ଧ୍ୟାରେ ପରିବାର ଲୋକେ ଖବର ପାଇବାପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ମୃତ ଶରୀରଗୁଡ଼ିକୁ ଗାଁକୁ ଫେରେଇ ଆଣିବା ପାଇଁ ମୃତକଙ୍କ ପରିବାର ଲୋକେ ଜିଲ୍ଲା ପ୍ରଶାସନ ନିକ ଟରେ ନିବେଦନ କରିଛନ୍ତି । ଯାଜପୁରର ଭାରପ୍ରାପ୍ତ ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ ଓ ଯାଜପୁର ବ୍ଲକ ବିଡ଼ିଓ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଏଥିସହ ମର ଶରୀର ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି ବୋଲି ଭାରପ୍ରା ପ୍ତ ଜିଲାପାଳ ସୂଚନା ଦେଇଛନ୍ତି

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article