30 C
Bhubaneswar
Friday, May 14, 2021

ବଢିଚାଲିଛି ପ୍ଲାଜମା ଚିକିତ୍ସା ।

Must read

ଭୁବନେଶ୍ୱର, ୧୨ା୧୦: ରାଜ୍ୟରେପ୍ଲାଜମା ଦାନ ସଂଖ୍ୟା ୨୦୦୦ ୟୁନିଟ୍‍ଟପିଥିବା ବେଳେ ପ୍ଲାଜମା ନେଉଥିବା ରୋଗୀମାନେ ବି ସୁସ୍ଥ ହେବାରେ ଲାଗିଛନ୍ତି । ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ଆଜିସୁଦ୍ଧା ରାଜ୍ୟରେ ମୋଟ୍‍ ୨୧୬୬ୟୁନିଟ୍‍ ପ୍ଲାଜମା ସଂଗୃହୀତ ହୋଇଛି । ଗୁରୁତର କରୋନା ଆକ୍ରାନ୍ତଙ୍କୁ ପ୍ଲାଜମାଚିକିତ୍ସା ଲାଗି ନିଷ୍ପତ୍ତି ଗ୍ରହଣ ପରେମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁଲାଇ୧୫ ତାରିଖରେ କଟକସ୍ଥିତ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡ଼ିକାଲ କଲେଜ ଓ ହସ୍ପିଟାଲରେରାଜ୍ୟର ପ୍ରଥମ ପ୍ଲାଜମା ସଂଗ୍ରହ କେନ୍ଦ୍ରରଶୁଭାରମ୍ଭ କରିଥିଲେ । ଏହାପରେ କ୍ୟାପିଟାଲ ହସ୍ପିଟାଲ, ରାଉରକେଲାର ଆଇଜିଏଚ୍‍, ବ୍ରହ୍ମପୁରର ଏମ୍‍କେସିଜି,ବୁର୍ଲାର ଭୀମ୍‍ସାର ଓ କୋରାପୁଟର ଏସ୍‍ଏଲ୍‍ଏନ୍‍ ମେଡ଼ିକାଲ କଲେଜ ଓହସ୍ପିଟାଲରେ ପ୍ଲାଜମା ସଂଗ୍ରହ କରାଯାଉଛି ।

ଆଜିସୁଦ୍ଧା ସର୍ବାଧିକ ୧୧୩୩ ୟୁନିଟ୍‍ପ୍ଲାଜ୍‍ମା ଏସ୍‍ସିବିରୁ ସଂଗ୍ରହ ହୋଇଥିବାବେଳେ ଏମ୍‍କେସିଜିରୁ ୪୪୫, ଭିମ୍‍ସାରରୁ୨୨୯, ଆଇଜିଏଚ୍‍ରୁ ୨୧୮, କ୍ୟାପିଟାଲହସ୍ପିଟାଲରୁ ୧୨୭ ଓ ଏସ୍‍ଏଲ୍‍ଏନ୍‍ରୁ ୧୫ୟୁନିଟ୍‍ ପ୍ଲାଜମା ସଂଗ୍ରହ ହୋଇଛି । ମୋଟ୍‍୧୦୨୪ ଜଣ ବ୍ୟକ୍ତି ପ୍ଲାଜମା ଦାନ କରିଥିବାବେଳେ ଏମାନଙ୍କ ସଂଖ୍ୟା ଏସ୍‍ସିବିରୁସର୍ବାଧିକ ୫୨୧ ରହିଛି । ସବୁଠାରୁ କମ୍‍ମାତ୍ର ୮ ଜଣ ଏସ୍‍ଏଲ୍‍ଏନ୍‍ରେ ପ୍ଲାଜମା ଦାନକରିଛନ୍ତି ।ସଂଗ୍ରହ ହୋଇଥିବା ପ୍ଲାଜମା ମଧ୍ୟରୁ୧୯୭୯ ୟୁନିଟ୍‍ ଚିକିତ୍ସା ପାଇଁ ରୋଗୀମାନଙ୍କୁପ୍ରଦାନ କରାଯାଇଛି । ଏସ୍‍ସିବିରୁ ୧୦୫୬ୟୁନିଟ୍‍ ଦିଆଯାଇଥିବା ବେଳେ ଏମ୍‍କେସିଜିରୁ୪୨୭, ଆଇଜିଏଚ୍‍ରୁ ୨୦୪, ଭୀମ୍‍ସାରରୁ୧୮୧, କ୍ୟାପିଟାଲ ହସ୍ପିଟାଲରୁ ୯୯ ଓଏସ୍‍ଏଲ୍‍ଏନ୍‍ରୁ ୧୨ ୟୁନିଟ୍‍ ଦିଆଯାଇଛି ।

କ୍ୟାପିଟାଲ ହସ୍ପିଟାଲରୁ ପ୍ଲାଜମାନେଇଥିବା ୧୧୨ଜଣ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଥିବାବେଳେ ୩୨୭ ଜଣଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି । ସେହିଭଳି ଭୀମ୍‍ସାରରୁ ପ୍ଲାଜମା ନେଇଥିବା୬୩ ଜଣଙ୍କ ସ୍ୱାସ୍ଥ୍ୟ ସୁଧୁରୁଥିବା ବେଳେ୪୭ଜଣଙ୍କ ସ୍ଥିର ରହିଛି । ପ୍ଲାଜମା ନେଇଥିବାରୋଗୀଙ୍କ ମଧ୍ୟରୁ ୨୫୦ଜଣଙ୍କ ସ୍ୱାସ୍ଥ୍ୟରେଉନ୍ନତି ପରିଲକ୍ଷିତ ହୋଇଥିବା ବେଳେ୫୬୬ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାଜଣାଯାଇଛି ।୧୬୪୪ ଜଣ ରୋଗୀ ଥରୁଟିଏ କରିପ୍ଲାଜମା ନେଇଥିବା ବେଳେ ୨୫୨ ଜଣଦୁଇଥର କରି ପ୍ଲାଜମା ଥେରାପି ନେଇଛନ୍ତି ।ତେବେ ଏମାନଙ୍କ ମଧ୍ୟରୁ ଏସ୍‍ସିବିରୁ୮୦୦ ଜଣ ରୋଗୀ ଥରୁଟିଏ ପ୍ଲାଜମାନେଇଥିବା ବେଳେ ୨୦୩ ଜଣ ରୋଗୀ ଦ୍ୱିତୀୟଥର ପାଇଁ ପ୍ଲାଜମା ଗ୍ରହଣ କରିଛନ୍ତି ।ପ୍ଲାଜମା ଥେରାପି ନେଇ ରୋଗୀ ସୁସ୍ଥହେଉଥିବାରୁ ରାଜ୍ୟରେ ଏବେ ପ୍ଲାଜମାସଂଗ୍ରହ ଓ ପ୍ରଦାନ ବଢ଼ିବାରେ ଲାଗିଛି

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article