35 C
Bhubaneswar
Sunday, May 9, 2021

ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ ।

Must read

ଭୁବନେଶ୍ୱର,୧୨ା୧୦: ତୀବ୍ରଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟଲଘୁଚାପ । ବିଶାଖାପାଟଣାରୁ ଦକ୍ଷିଣ ପୂର୍ବ ଦିଗରେ ୨୫୦କିମି ଦୂରରେ ରହିଛି । ଆସନ୍ତାକାଲ ସକାଳେ କାକିନାଡ଼ାପାଖରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ସମ୍ଭାବନାରହିଛି । ଅତିକ୍ରମ ବେଳେ ପବନର ବେଗ ୫୫ରୁ ୬୦କିମି ରହିବା ସମ୍ଭାବନା ରହିଛି ।ଏହାର ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଉପକୂଳଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିଜିଲ୍ଲାଗୁଡିକ ହେଲା- ମାଲକାନଗିରି, ନବରଙ୍ଗପୁର,ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ପୁରୀ, ଖୋର୍ଦ୍ଧାଓ ଜଗତସିଂହପୁର । ୧୩ ତାରିଖ ଯାଏଁ ସମୁଦ୍ର ଅଶାନ୍ତରହିଥିବାରୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି ।ସେହିପରି କଟକ ଓ ଭୁବନେଶ୍ୱରରେ ବି ଆଜି ଓ କାଲିସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ ।

ଏହି ଲଘୁଚାପ ପ୍ରଭାବରେ ଗତ ୧୧ ତାରିଖ ଠାରୁରାଜ୍ୟର ବହୁ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିଛି । ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣଉପକୂଳ ଓଡିଶା, ମାଲକାନଗିରି, କୋରାପୁଟ,ନବରଙ୍ଗପୁର, ରାୟାଗଡା ଏବଂ ଓଡିଶାର ଅବଶିଷ୍ଟତୀବ୍ର ଅବପାତର ରୂପନେଲା ଲଘୁଚାପଜିଲ୍ଲାମାନଙ୍କର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବାବଜ୍ରପାତ ହେବାର ସମ୍ଭାବନା ଅଧିକ ରହିଛି । ଏହି ସମୟମଧ୍ୟରେ କୋରାପୁଟ, ରାୟଗଡା, ମାଲକାନଗିରି, ଗଜପତିଏବଂ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାହେବାର ସମ୍ଭାବନା ରହିଥିବାରୁ ଏହି ସମସ୍ତ ଜିଲ୍ଲା ପାଇଁଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରିନବରଙ୍ଗପୁର, କନ୍ଧମାଳ, ପୁରୀ ଏବଂ ଖୋର୍ଧା ଜିଲ୍ଲାରେପ୍ରବଳ ବର୍ଷା ହେବାର ସମ୍ଭାବନା ରହଥିବାରୁ ଏହିଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୧୪ ତାରିଖ ମଧ୍ୟାହ୍ନ ସୁଦ୍ଧା ଦକ୍ଷିଣଓଡ଼ିଶା, ଉତ୍ତର ଉପକୂଳ ଓଡିଶା ଏବଂ ଉତ୍ତରଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାର ଅନେକ ସ୍ଥାନରେହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାରସମ୍ଭାବନା ଅଧିକ ରହିଛି । ଏହି ସମୟ ମଧ୍ୟରେମାଲକାନଗିରି, ରାୟଗଡା, କୋରାପୁଟ, ନବରଙ୍ଗପୁର,ଗଜପତି ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁରଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହଥିବାରୁଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ଏତଦ୍ୱ୍ୟତୀତ ଏହି ଲଘୁ·ପ ପ୍ରଭାବରେ ଓଡ଼ିଶାଉପକୂଳରେ ଘଣ୍ଟାପ୍ରତି ୪୫- ୫୫ କିଲୋମିଟରବେଗରେ ପବନ ବୋହିବା ସହ ସମୁଦ୍ର ଜୁଆରିଆରହିବ ।ତେଣୁ, ୧୩ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବାପାଇଁ ଧୀବରମାନଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article