30 C
Bhubaneswar
Friday, May 14, 2021

ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚର ମାନ୍ୟତା ।

Must read

ପୁରୀ ୧୧ା୧୦: ପୁରୀବେଳାଭୂମିକୁ ମିଳିଲା ବ୍ଲୁ ଫ୍ଲାଗ୍ ବିଚରମାନ୍ୟତା । ଫଳରେ ବିଶ୍ୱସ୍ତରରେ ପୁରୀବେଳାଭୂମିର ମାନ୍ୟତା ବୃଦ୍ଧି ପାଇଛି । ପୁରୀତଥା ରାଜ୍ୟ ପାଇଁ ଏହା ଗର୍ବ ଆଣିଦେଇଥିବା ବେଳେ ପର୍ଯ୍ୟଟକ ମାନେ ଭୂୟସୀ ପ୍ରଶଂସାକରିଛନ୍ତି । ଡେନମାର୍କର ଫେଡେରେସନ୍ଅଫ୍ ଏନଭରମେଣ୍ଟାଲ୍ ଏଜୁକେସନ ଆନ୍ତର୍ଜାତିକ ଜୁରୀ ପୁରୀ ବେଳାଭୂମିକୁ ବ୍ଲୁଫ୍ଲାଗ ମାନ୍ୟତା ପ୍ରଦାନ କରିଛନ୍ତି । ଏଥିପାଇଁପୁରୀ ସହରବାସୀ, ଗଣମାଧ୍ୟମ ପ୍ରତିନିଧିଓ ସହଭାଗୀମାନଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଛନ୍ତି ।ଦୀର୍ଘ ଦେଢ଼ ବର୍ଷର ପରିଶ୍ରମ ଆଜିସାକାର ହୋଇଛି ।

ବେଳାଭୂମି ବ୍ଲୁ ଫ୍ଲାଗ୍ବିଚର ମାନ୍ୟତା ପାଇଛି । ଏଥିପାଇଁ୧୫କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବେଳାଭୂମିରେ ସାର୍ବଜନୀନ ଶୌଚାଳୟ,ଚେଜିଂ ଓ ଶାୱାର ରୁମ, ୱାଚ୍ ଟାୱାର,ସୋଲାର ଲାଇଟିଂ ସିଷ୍ଟମ, ବସିବାବ୍ୟବସ୍ଥା, ସୁରକ୍ଷିତ ସୁଇମିଂ ଜୋନ ବ୍ୟତୀତ ପ୍ରଦୂଷଣ ନିୟନ୍ତ୍ରଣ, ସମୁଦ୍ରକୂଳ ସୁରକ୍ଷା ତଥାଭିତ୍ତିଭୂମିର ବିକାଶ ପାଇଁ ଏହି ଅର୍ଥ ଖର୍ଚ୍ଚକରାଯାଇଛି । ଆର୍ନ୍ତଜାତୀୟ ବେଳାଭୂମି ସଫେଇଦିବସ ଅବସରରେ ଦେଶର ୮ଟିବେଳାଭୂମିରେ ଉଡିଥିଲାଆଇ ଆମ୍ସେଭିଂ ମାଇଁ ବିଚ୍ ଫ୍ଲାଗ୍ । ଆଜି କେନ୍ଦ୍ରପରିବେଶ ଓ ଜଙ୍ଗଲ ବିଭାଗ ପକ୍ଷରୁ ଏହି୮ ଟି ବେଳାଭୂମି ମଧ୍ୟରେ ପୁରୀ ସାମିଲ । ଏହି ମାନ୍ୟତା ପାଇବାରେ ଦେଶର ଅନ୍ୟସାତ ବେଳାଭୂମିରେ ଗୁଜରାଟର ଶିବରାଜପୁର, ଡିଉର ଘୋଘଲା,କର୍ଣ୍ଣାଟକର କାସରକୋଡ, କର୍ଣ୍ଣାଟକରପଦୁବିଦ୍ରୀ, କେରଳର କପ୍ପଡ, ଆନ୍ଧ୍ରପ୍ରଦେଶର ରୁଷିକୋଣ୍ଡା ଓ ଆଣ୍ଡାମାନର ରାଧାନଗର ।

ପୁରୀ ଗୋଲଡେନ୍ ବିଚରେଆଜି ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଆଇଆମ୍ ସେଭିଂ ମାଇ ବିଚ୍ ଫ୍ଲାଗ୍ କୁ ଉତ୍ତୋଳନ କରାଯାଇଥିଲା । ଗାନ୍ଧୀଘାଟ ଠାରୁ ହୋଟେଲ ମେଫେୟାର ପର୍ଯ୍ୟନ୍ତ ୯୦୦ ମିଟରଅଞ୍ଚଳକୁ ପାଇଲଟ୍ ବ୍ଲୁ ଫ୍ଲାଗ ବିଚ୍ ଭାବେଚିହ୍ନଟ କରି ଉନ୍ନତିକରଣ କାର୍ଯ୍ୟକରାଯାଇଥିଲା । ୧୫୦ ମିଟର ଲମ୍ବ ଓ୩୫ ମିଟର ଓସାରର ନିର୍ଦ୍ଦିଷ୍ଟ ଅଞ୍ଚଳକୁଗାଧାଇବା ଓ ପହଁରିବା ପାଇଁ ନିରାପଦ ସ୍ଥାନଭାବରେ ଚିହ୍ନଟ କରାଯାଇଛି ।ଏହି ଅଞ୍ଚଳରେ ଜଳର ଉତ୍ତମଗୁଣବତ୍ତା, ଜୀବନ ସୁରକ୍ଷା ଏବଂ ପରିବେଶପରି·ଳନାର ମାନ ସହିତ ପରିବେଶ ଶିକ୍ଷାରସଚେତନତା ସୃଷ୍ଟି କରାଯାଉଛି । ମାତ୍ର ୨୦ଟଙ୍କାର ଟିକେଟରେ ୩ ଘଣ୍ଟା ଓ ୫୦ ଟଙ୍କାରଟିକେଟରେ ଦିନ ତମାମ ପର୍ଯ୍ୟଟକ ବ୍ଲୁ ଫ୍ଲାଗ ବିଚରେସମସ୍ତ ପ୍ରକାର ସୁବିଧା ପାଇ ପାରିବେ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article