27.1 C
Bhubaneswar
Sunday, August 1, 2021

କୋଷ୍ଟ କେନାଲ ରାସ୍ତା ଶୋଚନୀୟ ହୋଇପଡିଛି ।

Must read

ଭଦ୍ରକ, ୧୧ ।୧୦ ମରଣଯନ୍ତା ପାଲଟିଲାଣି ଚାରିବାଟିଆ କୋଷ୍ଠ କେନାଲରାସ୍ତା । ରାସ୍ତାର ବିଭିନ୍ନ ସ୍ଥାନ ଖାଲଖମାରେଭ ର୍ି ହୋଇଛି । ବିଶେଷକରି ବାଲିମେଦଛକରୁ ଦାମୋଦରପୁର ମଧ୍ୟରେ ରାସ୍ତାପାଲଟିଛି ମରଣଯନ୍ତା । ରାସ୍ତାରେ ସୃଷ୍ଟିହୋଇଥିବା ଛୋଟବଡ ଖାଲ ବର୍ଷାହେଲେଯାତ୍ରୀଙ୍କ ମନରେ ଗାଡିଆର ଭ୍ରମ ସୃଷ୍ଟିକରୁଛି । ପ୍ରତିବର୍ଷ ଉଣାଅଧିକ ରାସ୍ତାମରାମତି ପାଇଁ ଲକ୍ଷଲକ୍ଷ ଟଙ୍କାବ୍ୟୟହେଉଛି, ହେଲେ ଅବସ୍ଥା ସୁଧୁରିପାରୁନି । ଅତ୍ୟନ୍ତ ଶୋଚନୀୟହୋଇପଡିଥିବା ରାସ୍ତାର ମରାମତି ପାଇଁଜଳସେଚନ (ଇରିଗେସନ) ଓ ଗ୍ରାମ୍ୟନିର୍ମାଣ(ଆରଡି) ବିଭାଗର ମଧ୍ୟରେ ଚାଲିଛି ଠେଲାପେଲା । ଇରିଗେସନବିଭାଗ ଏହି ରାସ୍ତାକୁ ଗ୍ରାମ୍ୟ ନିର୍ମାଣବିଭାଗକୁ ହସ୍ତାନ୍ତର କରାଯାଇଥିବା କହୁଥିବା ବେଳେ ଗ୍ରାମ୍ୟ ନିର୍ମାଣ ବିଭାଗ ବିଇରିଗେସନକୁ ଦିଆଯାଇଥିବା କହୁଛି ।

ମରାମତି ପାଇଁ ଦୁଇ ବିଭାଗର ଠେଲାପେଲାଯାତ୍ରୀ ମାନଙ୍କୁ ମରଣ ମୁହଁକୁ ଠେଲିଦେଉଥିବା ଅଭିଯୋଗ ହେଉଛି ।ବାସୁଦେବପୁର ଧାମରା ରାସ୍ତାର କୋଷ୍ଟକେନାଲ ଛକରୁ ଚାରିବାଟିକୁ ଲମ୍ବିଛି ଏହିରାସ୍ତା । ବାଲିମେଦ, କାଳିଦାସପୁର,ଲଷ୍ମୀଦାପୁର, ମାଟିପକା,ଚାରିବାଟିଆବାସୀଙ୍କ ପାଇଁ ଏହି ରାସ୍ତାଯେତିକି ଗୁତୁତ୍ୱ ବହନକରେ ବାହାରୁଆସୁଥିବା ଜନସାଧାରଣଙ୍କ ପାଇଁ ମଧ୍ୟସେତିକି ଗୁରୁତ୍ୱ ରହିଛି । କାହିଁନା ତିହିଡିଓ ବାସୁଦେବପୁର ବ୍ଲକକୁ ଏହି ରାସ୍ତାଯୋଗାଯୋଗର ପ୍ରମୁଖ ଭୁମିକାନିଭାଇଆସିଛି । ରାସ୍ତାର ଦୂରତାକୁକମାଇବା ପାଇଁ ଚାରିବାଟିଆ ଘାଟପାରିହୋଇ ବାସୁଦେବପୁର ବ୍ଲକରଜନସାଧାରଣ ତିହିଡି ସମେତ ଚାନ୍ଦବାଲିଅ ଳକୁ ଯାଇଥାନ୍ତି । ଅନୁରୂଭାବେ ତିହିଡିଅ ଳର ଜନସାଧାରଣ ମଧ୍ୟବାସୁଦେବପୁରକୁ ଆସିଥାନ୍ତି ।

ଦୁଇ ବ୍ଲକକୁ ଯୋଗାଯୋଗର ମାଧ୍ୟମ ପାଲଟିଥିବା ଏହିରାସ୍ତା ଏବେ ବିପଦପୂର୍ଣ ହୋଇପଡିଛି ।ବାଲିମେଦ ଛକରୁ ଦାମୋଦରପୁର ଛକପାଖାପାଖି ଗୋଟିଏ କିଲୋମିଟର ଅତ୍ୟନ୍ତଶୋଚନୀୟ ହୋଇପଡିଛି । ରାସ୍ତାରବିଭିନ୍ନ ସ୍ଥାନରେ ବଡବଡ ଖାଲ ସୃଷ୍ଟିହୋଇଛି । ଏହି ଖାଲ ଯାତ୍ରୀ ମାନଙ୍କ ପାଇଁବଡ ବିପଦ ସୃଷ୍ଟି କରୁଛି । ସାଇକେଲଠାରୁ ବାଇକ ଆରୋହୀଯାଏ ବିପଦରେପଡୁଥିବା ବେଳେ ପାଦଚଲା ଲୋକବିବ ର୍ି ପାରୁନି । ଦିନରେ ଯାହାହେଉରାତିରେ ପାଦଚଲା ଲୋକ ଓ ବାଇକସମେତ ସାଇକେଲ ଆରୋହୀ ପ୍ରମାଦଗଣୁଛନ୍ତି । ବର୍ଷା ସମୟରେ ଏହି ସମସ୍ୟାଦିଗୁଣିତ ହେଉଛି । ଖାଲରେଜମିରହୁଥିବା ବର୍ଷାପାଣିରେ ରାସ୍ତାଜଣାପଡୁନଥିବାରୁ ଯାତ୍ରୀ ଲହୁଲୁହାଣହେଉଛନ୍ତି । ଏତେ ସମସ୍ୟା ପରେବିଏହି ରାସ୍ତା ଉପରେ ବିଭାଗୀୟଅଧିକାରୀଙ୍କ ନଜର ପଡୁନି ।

ରାସ୍ତାମରାମତି ପାଇଁ ଚାଲିଛି ଦୁଇ ବିଭାଗର ଠେଲାପେଲା । ଇରିଗେସନର କନିଷ୍ଟଯନ୍ତ୍ରୀ ଅନିଲ କୁମାର ପ୍ରମାଣିକ, ଆରଡିବିଭାଗକୁ ଏହି ରାସ୍ତା ହସ୍ତାନ୍ତର ହୋଇଥିବା କହୁଥିବା ବେଳେ ଆରଡିରବରିଷ୍ଟ ଯନ୍ତ୍ରୀ ପ୍ରମୋଦ କୁମାରବେହୁରିଆ ଇରିଗେସନ ଅଧିନରେରହିଥିବା କହୁଛନ୍ତି । ଦୁଇ ବିଭାଗର ଏହିଠେଲାପେଲା ମଧ୍ୟରେ ତୃତୀୟ ବିଭାଗପିଡବ୍ଲୁଡିକୁ ଆମ ପ୍ରତିନିଧି ଯୋଗାଯୋଗକରିଥିଲେ । ବିଭାଗର କନିଷ୍ଟ ଯନ୍ତ୍ରୀକୃଷ୍ଣଚନ୍ଦ୍ର ସେଠୀ କହିଛନ୍ତି, ଏହି ରାସ୍ତାଆମ ପାଖକୁ ଆସିଛି । ରାସ୍ତା ଖରାପଥିବାସମ୍ପର୍କରେ ଖବରବି ପାଇଛି । କର୍ମଚାରୀପଠାଇ ସ୍ଥିତି ଅନୁଧ୍ୟାନ କରାଯିବା ସହସମସ୍ୟାପ୍ରତି ଦୃଷ୍ଟି ଦିଆଯିବ ବୋଲି ଶ୍ରୀସେଠୀ କହିଛନ୍ତି । ଦୁଇ ବିଭାଗରଠେଲାପେଲା ମଧ୍ୟରେ ତୃତୀୟ ବିଭାଗରଆଶ୍ୱାସନା ଭିତରେ ରାସ୍ତା ନିର୍ମାଣ କେବେହେଉଛି ଆଗାମୀ ଦିନରେ ଜଣାପଡିବ

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article