30 C
Bhubaneswar
Friday, May 14, 2021

୧୬ରେ ବର୍ଷା ପ୍ରିୟଦର୍ଶିନୀଙ୍କଟ୍ରାନ୍ସଫର ପିଟିସନର ଶୁଣାଣି ।

Must read

ନୂଆଦିଲ୍ଲୀ,୧୧ା୧୦:ବହୁଚର୍ଚ୍ଚିତ ଅନୁଭବ ମହାନ୍ତି ଓ ବର୍ଷାପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ଅକ୍ଟୋବର ୧୬ରେ ମାମଲାର ଶୁଣାଣି ହେବ ବୋଲିଜଣା ପଡ଼ିଛ । ଏହି ମାମଲାର ଶୁଣାଣି ଜଷ୍ଟିସ୍ହୃଷୀକେଶ ରାୟଙ୍କ ଜଣିକିଆ ଖଣ୍ଡପୀଠରେ ହେବ ।

ଗତମାସ ୧୬ତାରିଖରେ ବର୍ଷାପ୍ରିୟଦର୍ଶିନୀଙ୍କ ଦ୍ୱାରା ସ୍ଥାନୀୟ ପଟିଆଲାହାଉସ୍ ପାରିବାରିକ ଅଦାଲତରେ ଅନୁଭବଙ୍କ ଦ୍ୱାରା ଦାଖଲ ଛାଡ଼ପତ୍ର ମାମଲାକୁ କଟକ ପାରିବାରିକ ଅଦାଲତକୁ ସ୍ଥାନାନ୍ତର କରିବା ଲାଗି ଏକ ଟ୍ରାନ୍ସଫର ପିଟିସନ ଦାଖଲ କରାଯାଇଥିଲା ।

ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଅନୁଭବ ଯେଉଁ ମାମଲା ଦାୟର କରିଛନ୍ତି,ତାକୁ ବିଭିନ୍ନ କାରଣରୁ ସେଠାକୁ ଯାଇ ସମ୍ମୁଖୀନ ହେବା ସମ୍ଭବ ନୁହେଁ ବୋଲିବର୍ଷା ଟ୍ରାନ୍ସଫର ପିଟିସନରେ ଦର୍ଶାଇଥିଲେ । ଅପରପକ୍ଷେ ଅନୁଭବ ଏକ କ୍ୟାଭିଏଟ ପିଟିସନ ଦାଖଲ କରିତାଙ୍କର ପକ୍ଷ ରଖିବା ପୂର୍ବରୁ ଏହି ମାମଲାକୁ ସ୍ଥାନାନ୍ତର ନ କରିବାକୁ ପ୍ରାର୍ଥନା କରିଛନ୍ତି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article