35 C
Bhubaneswar
Sunday, May 9, 2021

ନିର୍ବାଚନ ପ୍ରଚାରରେ ରହିବାକୁ ଘର ମିଳୁନି ।

Must read

ଭୁବନେଶ୍ୱର,୧୧ା୧୦:ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁଭୋଟ ସାଉଁଟିବା ଲାଗି ବିଭିନ୍ନ ଦଳର ଯେଉଁନେତାମାନଙ୍କୁ ଦାୟିତ୍ୱ ଦିଆଯାଇଛି କରୋନାଡରରେ ସେମାନଙ୍କୁ ସ୍ଥାନୀୟ ନେତା ଓକର୍ମୀମାନେ ଘରେ ରହିବାକୁ ଜାଗାଦେଉନାହାନ୍ତି । ଫଳରେ ଏବେ ଠାରୁ ସମ୍ପୃକ୍ତ ନିର୍ବାଚନମଣ୍ଡଳୀ ଓ ତାହାର ଆଖପାଖରେ ଥିବା ହୋଟେଲ ଆଦି ଭଡା ନିଆଯାଉଛି । ବିଗତ ଉପନିର୍ବାଚନ ଗୁଡିକରେ ନିର୍ବାଚନମଣ୍ଡଳୀ ଦାୟିତ୍ୱରେ ରହୁଥିବା ନେତାମାନଙ୍କୁ ସ୍ଥାନୀୟ କର୍ମୀମାନେ ଆଗ୍ରହପ୍ରକାଶ କରି ବିଭିନ୍ନ ପଞ୍ଚାୟତରେ ନିଜ ନିଜଗାଁରେ ରଖୁଥିଲେ ।

ଏବେ କଟକ,ଭୁବନେଶ୍ୱର ଆଦିରେ ଯେଭଳି କରୋନାବ୍ୟାପିଛି ତାହା ତିର୍ତ୍ତୋଲ ଓ ବାଲେଶ୍ୱର ନିର୍ବାଚନମଣ୍ଡଳୀର ବିଭିନ୍ନ ଦଳର କର୍ମୀଙ୍କମଧ୍ୟରେ ଆତଙ୍କ ସୃଷ୍ଟି କରିଥିବାରୁ ଏଠାରୁନିର୍ବାଚନ ପ୍ରଚାର ପାଇଁ ଯାଉଥିବା ନେତାମାନଙ୍କୁ ତେଣୁ ସେମାନେ ନିଜ ଘରେରଖିବାକୁ ନିରାପଦ ମଣୁନାହାନ୍ତି ।ଇତି ମଧ୍ୟରେ ଏହି ଦୁଇ ଉପନିର୍ବାଚନପାଇଁ ତିନି ପ୍ରମୁଖ ରାଜନୈତିକଦଳବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ମାଳମାଳ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ଏମାନଙ୍କ ଭିତରେ ଅନେକ ମନ୍ତ୍ରୀ, ବିଧାୟକଏବଂ ପ୍ରବୀଣ ଓ ନବୀନ ନେତା ଅଛନ୍ତି । କେଉଁ ନେତା କେଉଁ ଜିଲ୍ଲା ପରିଷଦ ଜୋନ୍‍,ବ୍ଲକ, ପଞ୍ଚାୟତ ଓ ୱାର୍ଡ ଦାୟିତ୍ୱରେ ରହିବେତାହାର ବି ନକ୍ସା ପ୍ରସ୍ତୁତ ହୋଇଛି । ଇତିମଧ୍ୟରେ ଦାୟିତ୍ୱ ପାଇଥିବା ଅନେକ ନେତାବି ସମ୍ପୃକ୍ତ ନିର୍ବାଚନମଣ୍ଡଳୀକୁ ଘନ ଘନଗସ୍ତକରି ଫେରି ଆସୁଛନ୍ତି ।

ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ସହଆଦର୍ଶ ଆଚରଣବିଧି ଲାଗୁ ହୋଇଥିବାରୁ ସମ୍ପୃକ୍ତ ଅଞ୍ଚଳରେ ଥିବା ଡାକବଙ୍ଗଳା,ସର୍କିଟ୍‍ହାଉସ୍‍ ଓ ଅନ୍ୟ ସରକାରୀ ଆବାସସ୍ଥଳୀ ଗୁଡିକ ଉପରେ ଦଳୀୟନେତାମାନଙ୍କ ପାଇଁ ଅଙ୍କୁଶ ଜାରି ହୋଇଛିା ଏ ପରିପ୍ରେକ୍ଷୀରେ ସ୍ଥାନୀୟ କର୍ମୀମାନେଯଦି ନିଜ ଘରେ ନେତାମାନଙ୍କ ପାଇଁ ରହିବା ଖାଇବାର ସୁବନେ୍ଦାବସ୍ତ ନକରିବେ ତେବେସେମାନଙ୍କୁ ବାହାରେ କୌଣସି ହୋଟେଲରେ ରହିବାକୁ ପଡିବ ।ନିର୍ବାଚନ ପାଖେଇ ଆସୁଥିବାରୁ ତତ୍ପରତା ପ୍ରକାଶ ପାଉଥିବା ପରିପ୍ରେକ୍ଷୀରେ ଆଗାମୀ ଦିନରେ ସମ୍ପୃକ୍ତ ଅଞ୍ଚଳରେ ଥିବା ହୋଟେଲଗୁଡିକରେ ସ୍ଥାନ ମିଳିବା ମୁସ୍କିଲହୋଇପଡିବ । ଏହି ସମସ୍ୟାକୁ ଆଖିଆଗରେ ରଖି ଏବେ ବିଭିନ୍ନ ଦଳ ପକ୍ଷରୁ କାହା କାହାନାମରେ ହୋଟେଲ ପ୍ରକୋଷ୍ଠ ସବୁ ଆଗୁଆବୁକିଂ କରାଯାଉଛି । କରୋନା କଟକଣାଯୋଗୁଁ ୬ମାସରୁ ଉଦ୍ଧ୍ୱର୍ ସମୟ ଧରି ହାତବାନ୍ଧିବସିଥିବା ସମ୍ପୃକ୍ତ ଅଞ୍ଚଳର ହୋଟେଲମାଲିକ ମାନେ ପରିସ୍ଥିତି ଦୃଷ୍ଟିରୁ ଏବେ ପ୍ରକୋଷ୍ଠଗୁଡିକ ସଫା ସୁତୁରା କରିବାରେବ୍ୟସ୍ତ ।

କେବଳ ଏଠାରେ ଯେ ନେତାମାନେ ଅବସ୍ଥାନ କରିବେ ତାହା ନୁହେଁ, ଏଥରନିର୍ବାଚନ ପାଇଁ ଆକର୍ଷଣୀୟ ସଭା,ଶୋଭାଯାତ୍ରା ହୋଇପାରୁନଥିବାରୁ ସ୍ଥାନୀୟନେତା ଓ କର୍ମୀମାନଙ୍କ ପାଇଁ ବି ଏହି ହୋଟେଲ ଗୁଡିକରେ ଦଳୀୟ ନେତାମାନେ ଖାଦ୍ୟ ପେୟର ବ୍ୟବସ୍ଥା କରିବାକୁ ବାଧ୍ୟହେବେ ।ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭାକ୍ଷେତ୍ର ପାଇଁ ବିଭିନ୍ନ ରାଜନୈତିକ ଦଳରବାହାର ନେତାଙ୍କ ରହଣି ଲାଗିଅତି କମ୍‍ରେଦେଢଶହ ବଖରା ଘର ଦରକାର ପଡୁଛି ।ବାଲେଶ୍ୱର ସହର ଓ ତାହାର ଆଖପାଖରେ ହୋଟେଲ ବୁକିଂ ସୁବିଧାଜନକ ହେଉଥିବାବେଳେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ଅଧିକାଂଶ ସ୍ଥାନଗ୍ରାମାଞ୍ଚଳରେ ରହୁଥିବାରୁ ଏଠାରେଆକର୍ଷଣୀୟ ହୋଟେଲ ନାହିଁ । ତେବେପଡୋଶୀ ଅଞ୍ଚଳରେ ଥିବା ହୋଟେଲର ପ୍ରକୋଷ୍ଠଗୁଡିକୁ ତେଣୁ ବିଭିନ୍ନ ଦଳର ନେତାମାନେ ଆଗୁଆ ସଂରକ୍ଷିତକରିଚାଲିଥିବା ଜଣାପଡିଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article