25 C
Bhubaneswar
Monday, October 26, 2020

ବିଫଳ ଶାସନ ଓ ଚରମ ଅବ୍ୟବସ୍ଥାର ସରକାର ବିଜେଡି : ଡ. ଏ. ଚେଲ୍ଲାକୁମାର .

Must read

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଭୁବନେଶ୍ୱର,୧୦ ।୧୦ :ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେଓଡିଶାର ନବନିଯୁକ୍ତ କଂଗ୍ରେସ ପ୍ରଭାରୀଡ. ଏ. ଚେଲାକୁମାର, ପ୍ରଦେଶ କଂଗ୍ରେସସଭାପତି ଶ୍ରୀ ନିରନ ପଟ୍ଟନାୟକ,ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର,ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପମାଝୀ, ସାଂସଦ ଶ୍ରୀ ସପ୍ତଗିରି ଉଲାକା ଓପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନକାନୁନ୍ଗୋଙ୍କ ଉପସ୍ଥିତିରେ ସାମ୍ବାଦିକସମ୍ମିଳନୀକୁ ସମ୍ବୋଧନ କରିଥିଲେ ।ସର୍ବପ୍ରଥମେ ଉକ୍ରଳମଣି ଗୋପବନ୍ଧୁଦାସଙ୍କ ଜୟନ୍ତୀ ଉପଲକ୍ଷେ ଗଭୀର ଶ୍ରଦ୍ଧାଳିଅର୍ପଣ ପୂର୍ବକ ଉକ୍ରଳମଣିଙ୍କ ସ୍ମୃତିଚାରଣକରି କହିଲେ ଯେ ପଣ୍ଡିତ ଗୋପବନ୍ଧୁଦାସ ଓଡିଶା ପ୍ରଦେଶ କଂଗ୍ରେସ କମିଟିରସଂସ୍ଥାପକ ଅଧ୍ୟକ୍ଷ ଥିଲେ ଓ ତାଙ୍କରି ମାର୍ଗସଦା ଅନୁକରଣୀୟ ।

କଂଗ୍ରେସ ଦଳରସ୍ୱର୍ଣ୍ଣିମ ଇତିହାସ ଉପରେ ଆଲୋକପାତକରି କହିଥିଲେ ଯେ ଦେଶର ସ୍ୱାଧିନତାଆନେ୍ଦାଳନରୁ କଂଗ୍ରେସର ଜନ୍ମ ଏବଂଏକ ରାଜନୈତିକ ଦଳ ଭାବରେକଂଗ୍ରେସ ସର୍ବଦା ବିକାଶ ଉପରେ ଗୁରୁତ୍ୱଦେଇ ଆସିଛି । ସାଧାରଣ ଜନତାଙ୍କରସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନସାମ୍ବିଧାନିକ ପଦପଦବୀ ଏବଂ ପଂଚାୟତିରାଜ ବ୍ୟବସ୍ଥା ଭଳିଲୋକାଭିମୁଖୀ ଓ ଜନତାଙ୍କ ନିକଟରେଉତରଦାୟୀ ସରକାର ଦେଶକୁଦେଇଆସିଛି । କିନ୍ତୁ ଆଜିର ଦିନରେ ଓଡିଶାଭଳି ପ୍ରାକୃତିକ ସଂପଦରେ ଭରପୁରପ୍ରଦେଶର ଜନତା କର୍ମନିଯୁକ୍ତି ନ ପାଇବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦୀର୍ଘ ୨୧ ବର୍ଷଧରି ଶାସନ କ୍ଷମତାରେ ଥିବା ଦଳରାଜ୍ୟରେ ନିଯୁକ୍ତିର ସୁଯୋଗ ସୃଷ୍ଟିକରିନପାରିବା ଚରମ ଅପାରଗତାକୁପଦାରେ ପକାଉଛି ।

ରାଜ୍ୟର ଆର୍ଥିକ ସ୍ଥିତିଅତ୍ୟନ୍ତ ଚିନ୍ତାଜନକ ସ୍ଥିତିରେ ଅଛି ।୨୦୦୦ ମସିହାରେ ରାଜ୍ୟର ଋଣପରିମାଣ ୧୮,୧୦୦ କୋଟି ଥିବାବେଳେ ୨୦୨୦ ମସିହାରେ ଏହା ବୃଦ୍ଧିପାଇ ୧,୩୦,୦୦୦ କୋଟିରେପହଂଚିଛି । ରାଜ୍ୟର ୩୫ଟି ବୃହତ୍ ଶିଳ୍ପଯଥା ରାଉରକେଲା ଷ୍ଟିଲ ପ୍ଲାଂଟ, ପାରାଦ୍ୱୀପପୋର୍ଟ, ନାଲ୍କୋ ଓ ହାଲ୍ ଆଦି କଂଗ୍ରେସଶାସନ ସମୟରେ ପ୍ରତିଷ୍ଠା ହୋଇଥିଲା ।ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭପ…ନାୟକଙ୍କ ସମୟରେ ‘ହଜାରଦିନରେ ହଜାର ଶିଳ୍ପ’ ଓଡିଶାର ଶିଳ୍ପାୟନକ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପଥିଲା ଏବଂ ତା ସହିତ ୨.୫ ଲକ୍ଷ ମଧ୍ୟମଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରାଯାଇଥିଲା ।କଂଗ୍ରେସ ସରକାର ସମୟରେ ଓଡିଶାରେ୯ଟି ସୂତାକଳ ପ୍ରତିଷ୍ଠା ହୋଇଥିଲା ।

କିନ୍ତୁବର୍ତମାନ ସମସ୍ତ ଶିଳ୍ପ ପ୍ରତିଷ୍ଠାନ ବିଜେଡିସରକାର ସମୟରେ ବନ୍ଦ ହୋଇଯାଇଛି ।ଓଡିଶା ଏକ କୃଷି ପ୍ରଧାନ ରାଜ୍ୟହୋଇଥିଲେ ମଧ୍ୟ କଂଗ୍ରେସ ସରକାରସମୟରେ ପ୍ରତିଷ୍ଠା ହୋଇଥିବା ବୃହତ୍ଜଳସେଚନ ପ୍ରକଳ୍ପ ଯଥା ହୀରାକୁଦଡ୍ୟାମ, ରେଙ୍ଗାଲି ପ୍ରୋଜେକ୍ଟ, ସୁବର୍ଣ୍ଣରେଖାପ୍ରୋଜେକ୍ଟ, ଅପର ଇନ୍ଦ୍ରାବତୀ, ଲୋୟରଇନ୍ଦ୍ରାବତୀ ଓ କୋଲାବ ତଥା ୧୨ଟିମଧ୍ୟମ ଜଳସେଚନ ପ୍ରକଳ୍ପକୁ ବାଦ୍ ଦେଇଗୋଟିଏ ବି ଜଳସେଚନ ପ୍ରକଳ୍ପ ବିଗତ୨୧ ବର୍ଷ ଭିତରେ କରାଯାଇନାହିଁ ।ଏହାବାଦ୍ ସମଗ୍ର ରାଜ୍ୟର ଚାଷ ଜମିରମାତ୍ର ୩୫ ପ୍ରତିଶତ ଜମି ମଧ୍ୟଜଳସେଚିତ ହୋଇପାରୁନାହିଁ । ଏହାବିଜେଡି ସରକାରଙ୍କ ପ୍ରଶାସନିକବିଫଳତାର ନଗ୍ନ ଉଦାହରଣ । ଓଡିଶାରେବେକାରୀ ସମସ୍ୟା ଅନ୍ୟ ରାଜ୍ୟ ତୁଳନାରେଅତି ଉକ୍ରଟ ଏବଂ ଏହା ୨୪ ପ୍ରତିଶତ ।ଯାହାକି ଜାତୀୟ ହାରଠାରୁ ଯଥେଷ୍ଟଅଧିକ ।

କୋଭିଡ୍ ସମୟରେ ରାଜ୍ୟକୁଫେରିଥିବା ୧୫ ଲକ୍ଷ ପ୍ରବାସୀ ଶ୍ରମିକରୋଜଗାର ନପାଇ ପୁନର୍ବାର କର୍ମସଂସ୍ଥାନଆଶାରେ ବାହାର ରାଜ୍ୟକୁ ଯିବା ଆରମ୍ଭକଲେଣି । ଓଡିଶା ସରକାରଙ୍କର ସ୍କିଲ୍ମ୍ୟାପିଂ କାର୍ଯ୍ୟ କେବଳ ଘୋଷଣାରେସୀମିତ ରହିଗଲା । ଶିକ୍ଷା କ୍ଷେତ୍ରରେ ବିଗତ୨୧ ବର୍ଷ ଭିତରେ ଓଡିଶା ଅତ୍ୟନ୍ତଦୟନୀୟ ସ୍ଥିତିରେ ପହଂଚିଛି । ପାଖାପାଖି୨୦ ହଜାର ସ୍କୁଲ ବନ୍ଦ ହେବାକୁ ବସିଛିଏବଂ ପ୍ରାଥମିକ ସ୍ତରରେ ଅଧାରୁ ପାଠଛାଡୁଥିବା ପିଲାଙ୍କ ସଂଖ୍ୟା ଓଡିଶାରେସର୍ବାଧିକ । ନିକଟରେ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ଭଳି ଏକକଳା ଆଇନ୍ କରାଯାଇ ବିଶ୍ୱବିଦ୍ୟାଳୟରେ ସରକାରୀ ହସ୍ତକ୍ଷେପ ପାଇଁରାସ୍ତା ପରିଷ୍କାର କରାଯାଇଛି । ଏହା ଓଡିଶାଶିକ୍ଷା ବ୍ୟବସ୍ଥା ପ୍ରତି ଚରମ ଉପହାସ ।ଓଡିଶାର ସ୍ୱାସ୍ଥ୍ୟ ସେବା ଅତ୍ୟନ୍ତ ବିପର୍ଯ୍ୟସ୍ତ ।

ଶିଶୁ ମୃତୁ୍ୟରେ ଓଡିଶା ସମଗ୍ର ଦେଶରେ୩ ନମ୍ବର ସ୍ଥାନରେ ଥିବା ବେଳେ ୫ବର୍ଷରୁ କମ୍ ଶିଶୁଙ୍କ ମୃତୁ୍ୟରେ ସମଗ୍ରଦେଶରେ ୨ୟ ସ୍ଥାନ ଅଧିକାର କରିଛି ।ରାଜ୍ୟରେ ୬୫ ପ୍ରତିଶତ ଶିଶୁ ଅପପୃଷ୍ଟିରଶିକାର ହେଉଥିବା ବେଳେ ୪୮ ପ୍ରତିଶତମହିଳା ଅପପୃଷ୍ଟିର କବଳରେ କବଳିତ ।ରାଜ୍ୟରେ ଆଇନ୍ର ଶାସନ ନାହିଁ କହିଲେଚଳେ । ଗଣତନ୍ତ୍ରରେ ନିର୍ବାଚିତ ପ୍ରତିନିଧିଙ୍କଦ୍ୱାରା ଶାସନ ବ୍ୟବସ୍ଥା ଚାଲିବା ପରିବର୍ତେକିଛି ମୁଷ୍ଟିମେୟ ପ୍ରଶାସନିକ ଅଧିକାରୀଙ୍କଦ୍ୱାରା ଶାସନ ବ୍ୟବସ୍ଥାକୁ ନିୟନ୍ତ୍ରଣକରାଯାଉଛି । ରାଜ୍ୟରେ ପଂଚାୟତିରାଜବ୍ୟବସ୍ଥା ସଂପୂର୍ଣ୍ଣ ଫେଲ୍ ମାରିଛି ଏବଂବିଧାୟକ ତଥା ମନ୍ତ୍ରୀମାନଙ୍କର ପ୍ରଶାସନିକକାର୍ଯ୍ୟରେ କୌଣସି ଭୂମିକା ରହୁନାହିଁ ।କରୋନା ବିପତି ସମୟରେ ମାସ୍କ,ଭେଂଟିଲେଟର ତଥା ବିଭିନ୍ନ ଚିକିତ୍ସାଉପକରଣ କିଣିବାରେ ରାଜ୍ୟ ସରକାରଙ୍କକୋଟି କୋଟି ଟଙ୍କାର ଦୁର୍ନୀତି ଏସରକାରର ସମ୍ବେଦନହୀନତାକୁ ପଦାରେପକାଇ ଦେଇଛି । ପ୍ରଭୁ ଜଗନ୍ନାଥ ଏଭଳିସମ୍ବେଦନହୀନ ସରକାରକୁ କଦାପି କ୍ଷମାକରିବେ ନାହିଁ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଚୀନ୍ ସୀମା ସାମରିକ ଉପସ୍ଥିତି ବୃଦ୍ଧି କରିଛି, ଲଦାଖ କେବଳ ଟାର୍ଗେଟ ନୁହେଁ ।

ଚୀନ୍ କେବଳ ଷ୍ଟାଣ୍ଡ ଅଫ୍ ସ୍ଥାନ ନୁହେଁ, ପିପୁଲ୍ସ ଲିବରେସନ୍ ଆର୍ମିର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଅଧୀନରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ସହିତ ଏହାର ସାମରିକ ଭିତ୍ତିଭୂମିକୁ...