30 C
Bhubaneswar
Friday, May 14, 2021

ରେଭେନ୍ସା ଆଡମିଶନରେ ଅବ୍ୟବସ୍ଥା ଚାଲିଛି ।

Must read

କଟକ,୧୦ ।୧୦ ଚଳିତ ବର୍ଷ କରୋନାକାଳରେ ବିଳମ୍ବରେ ହେଉଥିବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ନାମଲେଖା ପୂର୍ବଭଳି ଅନ୍ଲାଇନରେ ହେଉଥିଲେ ମଧ୍ୟ, ଏକପ୍ରକାରର ସମ୍ପୁର୍ଣ୍ଣଭାବେ ସାମାଜିକ ଦୂରତା ନିୟମକୁଆଖିଆଗରେ ରଖି କରାଯାଉଅଛି । ବିଭିନ୍ନମହାବିଦ୍ୟାଳୟରେ ସାମ୍ ସେଣ୍ଟରଅନ୍ଲାଇନରେ ଆଡମିଶନ ଦାୟୀତ୍ୱନେଇପ୍ରଥମ ଓ ଦ୍ୱିତୀୟ ଚୟନପ୍ରକ୍ରିୟା ସାରିମହାବିଦ୍ୟାଳୟକୁ ପଠାଇଦେବାପରେ ପିଲାମାନେ ନିଜର ମାଟ୍ରିକ, ଉଚ୍ଚମାଧ୍ୟମିକ,ମାଇଗ୍ରେସନ୍, ଜାତିଗତ ପ୍ରମାଣପତ୍ର,ଭିନ୍ନକ୍ଷମ ପ୍ରମାଣପତ୍ର ସହ ଅନ୍ୟ ସମସ୍ତମୂଳ ପ୍ରମାଣପତ୍ର ନେଇ, ଉକ୍ତମହାବିଦ୍ୟାଳୟରେ ସିଧାସିଧା ଯାଞ୍ଚକରାଇ ନେଉଥିବା ବେଳେ;ରେଭେନ୍ସା ବିଶ୍ୱବିଦ୍ୟାଳୟରେ କିନ୍ତୁ ନିୟମ ସମ୍ପୁର୍ଣ୍ଣଭାବେ ଅଲଗା ଦେଖିବାକୁ ମିଳିଛି ।ବିଶ୍ୱବିଦ୍ୟାଳୟର ଅନ୍ଲାଇନରେ ପ୍ରକାଶିତ ନିୟମ ଅନୁଯାୟୀ ଯୋଗ୍ୟ ପିଲାଙ୍କତାଲିକାସୂଚୀ ବିଶ୍ୱବିଦ୍ୟାଳୟରୱେବ୍ସାଇଟରେ ପ୍ରକାଶପାଇଲାପରେଏକାଙ୍କିତା ନକଲ ସେଟ୍ ସହିତ ସମସ୍ତମୂଳ ପ୍ରମାଣପତ୍ର ଡ଼ାକଯୋଗେ ପଠାଇବାକୁହେବ ।

ଏହା ୱେବ୍ସାଇଟର ଚେକ୍ଲିଷ୍ଟରେନଥିଲେ ମଧ୍ୟ ଅନ୍ୟଏକ ପରିଚ୍ଛେଦରେ ଦର୍ଶାଯାଇଛି । ମୂଳ ପ୍ରମାଣପତ୍ର ବିନା ଉକ୍ତଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ଅଯୋଗ୍ୟବିବେଚିତ କରିପାରିବେ । ପ୍ରଥମ ଯୋଗ୍ୟତାଲିକା ୩୦ସେପ୍ଟେମ୍ବର ରେପ୍ରକାଶିତ ହେବାପରେ ଯୋଗ୍ୟପ୍ରାର୍ଥର୍ô୩ଅକ୍ଟୋବର ସୁଦ୍ଧା ଅନ୍ଲାଇନ ଫି ଦାଖଲଏବଂ ସମସ୍ତ ମୂଳ ପ୍ରମାଣପତ୍ର ସହ ଏକସେଟ ନକଲ ସ୍ପିଡପୋଷ୍ଟରେ୧୩ଅକ୍ଟୋବର ସୁଦ୍ଧା ବିଶ୍ୱବିଦ୍ୟାଳୟକତ୍ତୃପକ୍ଷଙ୍କ ନିକଟରେ ନପହଞ୍ଚିଲେ ସେଆଡମିସନ ପ୍ରକ୍ରିୟାରୁ ବାଦ୍ ପଡ଼ିବେ । ପରେଏହି ତାରିଖକୁ ଯଥାକ୍ରମେ ୫ଅକ୍ଟୋବରଓ ୧୫ଅକ୍ଟୋବରକୁ ଘୁଞ୍ଚାଯାଇଥିଲା ।ସେହିଭଳି ୮ଅକ୍ଟୋବରରେ ଦ୍ୱିତୀୟଯୋଗ୍ୟତାଲିକା ପ୍ରକାଶିତ ହୋଇ୧୧ଅକ୍ଟୋବର ସୁଦ୍ଧା ଅନ୍ଲାଇନ ଫିଦାଖଲ ଏବଂ ୨୧ଅକ୍ଟୋବର ସୁଦ୍ଧାସ୍ପିଡପୋଷ୍ଟ ମାଧ୍ୟମରେ ସମସ୍ତ ମୂଳପ୍ରମାଣପତ୍ର ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କନିକଟରେ ପହଞ୍ଚିବା ଦିନ ଧାର୍ଯ୍ୟକରାଯାଇଛି । ଏହି ନିୟମ ଛାତ୍ରଛାତ୍ରୀ ତଥାଅଭିଭାବକଙ୍କ ମନରେ ଭାଳେଣୀ ସୃଷ୍ଟିକରିଛି ।

ସ୍ପିଡପୋଷ୍ଟ ମାଧ୍ୟମରେବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କୁ ସମସ୍ତ ମୂଳପ୍ରମାଣପତ୍ର ପଠାଇବା କେତେଦୂତଭରଷାଯୋଗ୍ୟ ! ପୁଣି ଯଦି ଡ଼ାକବିଭାଗରତୃଟିଯୋଗୁଁ ଧାର୍ଯ୍ୟସମୟରେ ଏହାନପହଞ୍ଚିଲା, ପିଲାର ଭବିଷ୍ୟତ ନଷ୍ଟହେବାସୁନିଶ୍ଚିତ, କାରଣ ରେଭେନ୍ସାରେ ପ୍ରବେଶହୋଇନପାରିବା ବେଳେ ମୂଳ ପ୍ରମାଣପତ୍ରଅଭାବରେ ଅନ୍ୟ ମହାବିଦ୍ୟାଳୟରେ ମଧ୍ୟପ୍ରବେଶ ନମିଳିବାରୁ ଛାତ୍ରଛାତ୍ରୀଙ୍କ ଏକଶିକ୍ଷାବର୍ଷ ନଷ୍ଟହେବାର ସମ୍ଭାବନାକୁ ଏଡ଼ାଇଦିଆଯାଇ ନପାରେ । ବିଶ୍ୱବିଦ୍ୟାଳୟକତ୍ତୃପକ୍ଷ ‘ମୂଳ ପ୍ରମାଣପତ୍ର ହଜିଗଲେସେମାନେ ଦାୟୀ ନୁହଁନ୍ତି’ ବୋଲିୱେବ୍ସାଇଟରେ ଲେଖିଦେଇ ସେମାନଙ୍କଉତ୍ତରଦାୟୀତ୍ୱରୁ ମୂକ୍ତିପାଇଯାଇଛନ୍ତି ଭାବିବାକେତେଦୂର ଯୁକ୍ତିଯୁକ୍ତ! ଏହା ପିଲାଙ୍କଭବିଷ୍ୟତ ସହ ଖେଳିବା ଭଳି ବୋଲିଅଭିଭାବକମାନେ ଅଭିଯୋଗ କରୁଛନ୍ତି ।

ପୁଣି ଆଡମିଶନ ପରେ କେବେ ଓ କେଉଁମାଧ୍ୟମରେ ମୂଳ ପ୍ରମାଣପତ୍ରଗୁଡ଼ିକପିଲାମାନେ ଫେରିପାଇବେ ସେବିଷୟରେବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କୁ ପଚାରିଲେକୌଣସି ସଠିକ ଉତ୍ତର ମିଳୁପାରିନଥିବାରୁ କତ୍ତୃପକ୍ଷ ନିଜେମଧ୍ୟ ଅନ୍ଧାରରେ ଥିବାଅଭିଭାବକମାନେ ଆଶଙ୍କା କରୁଛନ୍ତି ।ରେଭେନ୍ସା ବିଶ୍ୱବିଦ୍ୟାଳୟରେ୨୦୦୦ରୁ ଉଦ୍ଧ୍ୱର୍ ନାମଲେଖା ହେବାକୁଥିବାବେଳେ ୧୧୦୦୦ରୁ ଉଦ୍ଧ୍ୱର୍ ଫର୍ମରୁ,ପ୍ରଥମ ଯୋଗ୍ୟତାଲିକାରେ ହାରାହାରି୧୭୦୦ରୁ ଉଦ୍ଧ୍ୱର୍ ପ୍ରାର୍ଥୀତାଲିକା ପ୍ରକାଶିତହୋଇଥବାବେଳେ ଦ୍ୱିତୀୟଯୋଗ୍ୟତାଲିକାରେ ହାରାହାରି ୭୦୦ରୁଉଦ୍ଧ୍ୱର୍ ପ୍ରାର୍ଥୀତାଲିକା ପ୍ରକାଶିତ ହୋଇସାରିଛିଏବଂ ଏତେ ମାତ୍ରାରେ ଛାତ୍ରଛାତ୍ରୀ ଓଅଭିଭାବକ ଦ୍ୱନ୍ଦ ଓ ଆଶଙ୍କାରେ ରହୁଛନ୍ତି ।

ଏଠାରେ ପ୍ରକାଶଯୋଗ୍ୟ ଯେଉ ଚ୍ଚଶିକ୍ଷାବିଭାଗରୁ ଚିଠିନଂ-୩୦୫୯୦/୨୮-୦୯-୨୦୨୦; ଅନୁଛେଦ-୪ଅନୁଯାୟୀ ଜାତିଗତ ପ୍ରମାଣପତ୍ର, ଭିନ୍ନକ୍ଷମପ୍ରମାଣପତ୍ର ଭଳି ଯେକୌଣସିମୂଳପ୍ରମାଣପତ୍ର ଦାଖଲ ନକଲେଛାତ୍ରଛାତ୍ରୀଙ୍କୁ ନାମଲେଖାରୁ ବଞ୍ଚିତ ନକରି,ସେମାନଙ୍କୁ ବା ଅଭିଭାବକଙ୍କୁ ପ୍ରତିଶୃତିପତ୍ରଦାଖଲକରି ୧୨ରୁ ୩୦ଦିନ ମଧ୍ୟରେମୂଳପ୍ରମାଣପତ୍ର ଦେଖାଇବାକୁ ସମୟଦେବେ ନଚେତ କଲେଜ କତ୍ତୃପକ୍ଷନାମଲେଖା ରଦ୍ଦ କରିପାରିବେ । କିନ୍ତୁଏହାକୁ ଅଣଦେଖାକରି ରେଭେନ୍ସାବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ୩୦ତାରିଖରେଯେଉଁ ମନମୁଖି ନିର୍ଦେଶାନାମା ୱେବସାଇଟରେ ଜାରିକଲେ ତାହାଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଦଶଦିନକରେ ଆଜି ପୁଣି ଯେଉଁ ଛାତ୍ରଛାତ୍ରୀନ ଚାହିଁବେ ନିଜେଆସି ବିଶ୍ୱବିଦ୍ୟାଳୟ କାର୍ଯ୍ୟାଳୟରେ ୬ନଂ କାଉଣ୍ଟରରେ ମୂଳପ୍ରମାଣପତ୍ର ଦାଖଲ କରିପାରିବେ ଚିଠିଟିଡ଼ାକ ଯୋଗେ ପଠାଇଥିବା ଛାତ୍ରଛାତ୍ରୀ ଓଅଭିଭାବକଙ୍କ ମନରେ ଅଶାନ୍ତିଭାବ ପ୍ରକାଶପାଇଛି ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article