ନୂଆଦିଲ୍ଲୀ,୯ା୧୦: ପାର୍ବଣ ପୂର୍ବରୁ ସାଧାରଣ ଲୋକଙ୍କୁଝଟକା ଦେଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ବର୍ତ୍ତମାନସ୍ଥିତିରେ ଗ୍ରାହକଙ୍କୁ ଇଏମଆଇରେ କୌଣସି ରିହାତି ମିଳିବନାହିଁ । ଆରବିଆଇର ମନିଟାରୀ ପଲିସି କମିଟିର ନିଷ୍ପତ୍ତି ସମ୍ପର୍କରେ ଆଜି ଗଭର୍ଣ୍ଣର ଶକ୍ତିକାନ୍ତ ଆଜି ସୂଚନାଦେଇଛନ୍ତି । ସୂଚନା ଅନୁସାରେ, ଆରବିଆଇ ରିପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ । ଏହାର ଅର୍ଥ ରିପୋ ରେଟ୍ପୂର୍ବ ଭଳି ୪%ରେ କାଏମ ରହିଛି । କୁହାଯାଉଥିଲା ଯେ ଆଆଗକୁ ପାର୍ବଣ ଋତୁ ଆସୁଛି । ତେଣୁ ଆରବିଆଇ ରିପୋର୍ଟହ୍ରାସ କରି ଲୋକଙ୍କ ଚାହିଦା ବୃଦ୍ଧି କରିବ ।
କିନ୍ତୁ ଏବେ ସେପରି କିଛି ହୋଇନାହିଁ । ରିପୋ ରେଟ୍ ଅପରିବର୍ତ୍ତିତ ରହିଥିବାରୁ ଲୋକମାନଙ୍କ ବିଭିନ୍ନ ସାମଗ୍ରୀ କିଣାରେ ଆଉ କୌଣସି ଆଗ୍ରହ ଦେଖାଇବେ ନାହିଁ ବୋଲି କୁହାଯାଉଛି ।ଏହାପୂର୍ବରୁ ଅଗଷ୍ଟ ମାସରେ ମଧ୍ୟ ଆରବିଆଇର ମନିଟାରୀ ପଲିସି କମିଟି ରେପୋରେଟ୍ରେ କୌଣସି ପରିବର୍ତ୍ତନ କରିନାହିଁ । ତେଣୁଏବେ ରେପୋ ରେଟ୍ ୪% ଓ ରିଭର୍ସ ରେପୋରେଟ୍ ୩.୩୫% ରହିଛି ।ଶକ୍ତିକାନ୍ତ ଦାସ କହିଛନ୍ତି, ବର୍ତ୍ତମାନ ଦେଶରମୁଡ୍ ଭୟରୁ ବଦଳି ଯାଇ ଆଶା ଆଡ଼େ ମୁହାଁଉଛି । ବିଭିନ୍ନ କ୍ଷେତ୍ରରେ ସୁଧାର ଆସିବାରେ ଲାଗିଛି ।
ତଥାପି ଦେଶର ଜିଡିପି ୨୦୧୨ରେ ୯.୫%ହ୍ରାସ ପାଇବ । କିନ୍ତୁ ଆମର ଆଶା ଏଥିରେ ତୁରନ୍ତସୁଧାର ଆସିଯିବ । ଚଳିତ ଆର୍ଥିକ ବର୍ଷର ଶେଷତିନି ମାସରେ ଜିଡିପି ଅଭିବୃଦ୍ଧି ସକାରାତ୍ମକ ଦିଗରେ ଗତି କରିବ ଏବେ କରୋନା ସଂକ୍ରମଣ ଅପେକ୍ଷା ଦେଶର ଅର୍ଥନୀତିକୁ କେମିତି ଆଗକୁ ବିବ, ତା’ ଉପରେ ଫୋକସ କରାଯାଉଛି । ୨୦୨୦-୨୦୨୧ରେ ଜିଡିପି ଅଭିବୃଦ୍ଧିବିଯୁକ୍ତ ୯.୫% ରହିବାର ଆଶଙ୍କା ରହିଛି । ଛୋଟବ୍ୟବସାୟୀଙ୍କୁ ସହାୟତା କରିବା ପାଇଁ ୭.୫କୋଟି ଟଙ୍କାର ଋଣ ଦିଆଯାଇଛି ।