ହାଥରସ, ୭/୧୦ : ବହୁ ଚର୍ଚିତ ହାଥରସ ଗଣଦୁଷ୍କର୍ମର ଶିକାର ପୀଡ଼ିତାଙ୍କ ପରିବାରର ସୁରକ୍ଷାକୁ ବଢ଼ାଇଛି ଉତ୍ତର ପ୍ରଦେଶପୁଲିସ । ସୁପ୍ରିମକୋର୍ଟରେ ମଙ୍ଗଳବାର ହୋଇଥିବା ଶୁଣାଣିରେ ହାଥରସ ପୀଡ଼ିତାଙ୍କ ପରିବାର ଓସାକ୍ଷୀଙ୍କ ସୁରକ୍ଷା ପ୍ରସଙ୍ଗ ଉଠିଥିଲା ।କୋର୍ଟ ୟୁପି ପୋଲିସକୁ ଯେପୀଡ଼ିତାଙ୍କ ପରିବାରର ସୁରକ୍ଷାକୁ ବଢ଼ାଇବା ପାଇଁ ତାଗିଦ କରିଥିଲେ । ତଦନୁଯାୟୀ ୟୁପି ପୋଲିସପୀଡ଼ିତାଙ୍କ ପରିବାରର ସୁରକ୍ଷାକୁ ବଢ଼ାଇଛି ।ଏବେ ପରିବାରର ପ୍ରତ୍ୟେକସଦସ୍ୟଙ୍କ ପାଇଁ ସୁରକ୍ଷାକର୍ମୀ ମୁତୟନ କରାଯାଇଛି । ଏହା ଛଡ଼ାଘର ବିଭିନ୍ନ ସ୍ଥାନରେ ସିସିଟିଭିକ୍ୟାମେରା ମଧ୍ୟ ଲଗାଯାଉଛି ।
ଏପାଇଁ ପରିବାର ଲୋକଙ୍କ ଅନୁମତିମଧ୍ୟ ନିଆଯାଇଛି । ସବୁକିଛି ପଦକ୍ଷେପ ପ୍ରଶାସନ ତରଫରୁ ନିଆଯାଉଥିବା ସେମାନଙ୍କୁ କୁହାଯାଇଛି । ଏହା ସହ ୨୪ ଘଣ୍ଟାପରିବାର ସଦସ୍ୟଙ୍କ ସହ ଦୁଇଜଣବଡ଼ି ଗାର୍ଡ ରହିବେ । କେବଳ ଏତିକି ନୁହେଁ,ପୀଡ଼ିତାଙ୍କ ପରିବାରର ଘରବାହାରେ ପିଏସିର ୧୮ ଯବାନଙ୍କୁ ମୁତୟନ କରାଯାଇଛି । ଘରଭିତରେ ଦୁଇଜଣ କନଷ୍ଟେବଲ ଓ୬ଣ ଅନ୍ୟ ଗାର୍ଡ ଅଛନ୍ତି । ଏଥିରେ୪ଜଣ ପୁରୁଷ ଓ ଦୁଇଜଣ ମହିଳାପୁଲିସ କନେଷ୍ଟବଳ ସାମିଲଅଛନ୍ତି । ଘରର ପ୍ରବେଶ ଦ୍ୱାରରେ୨ଜଣ ସବ-ଇନସେପ୍ଟକର ମଧ୍ୟମୁତୟନ ରହିବେ । ଏମାନେ ଘରକୁଯା’ଆସ କରୁଥିବା ଲୋକଙ୍କଉପରେ ଦୃଷ୍ଟି ରଖିବେ ।
ପ୍ରବେଶ ଦ୍ୱାରରେ ମେଟଲ ଡିଟେକ୍ଟର ମଧ୍ୟଲଗାଯାଇଛି । ସୂଚନାଥାଉ କି,ହାଥରସ ଗଣଦୁଷ୍କର୍ମ ମାମଲା ଚ·ର୍ରପ୍ରସଙ୍ଗ ରହିବା ପରେ ପୀଡ଼ିତାଙ୍କଘରକୁ ବିଭିନ୍ନ ରାଜନୈତିକ ଦଳ,ଗଣମାଧ୍ୟମ ପ୍ରତିନିଧି ଓସମାଜସେବୀଙ୍କ ଗହଳି ଲାଗିଛି ।