28.1 C
Bhubaneswar
Friday, July 30, 2021

ଏଣିକି ସ୍କୁଲ ପିଲାଙ୍କୁ ଅଟୋ ମନା

Must read

ଭୁବନେଶ୍ୱର,୨୦ା୨(ନି.ପ୍ର): ଏଣିକି ଅଟୋରେ ସ୍କୁଲ ପିଲାଙ୍କୁ ଯିବା ମନା । ବ୍ରହ୍ମପୁର ଦିଗପହଣ୍ଡିରେ ଅଟୋରୁ ଖସି ୫ବର୍ଷ ଛାତ୍ରର ମୃତ୍ୟୁ ଘଟଣାରେ ତଦନ୍ତ ହେବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ବ୍ରହ୍ମପୁର ଦିଗପହଣ୍ଡିରେ ଅଟୋରୁ ଖସି ୫ବର୍ଷ ଛାତ୍ରର ମୃତ୍ୟୁ ଘଟଣାରେ ତଦନ୍ତ କରାଯିବ । ଅଟୋରେ ସ୍କୁଲ ପିଲାଙ୍କୁ ନିଆ ନଯିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଖୁବଶୀଘ୍ର ରାଜ୍ୟ ସରକାର ଏନେଇ ସ୍କୁଲ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଦେବେ । ସରକାରଙ୍କ ଏହି ନିର୍ଦ୍ଦେଶ ଅମାନ୍ୟ କରି ସ୍କୁଲ ପିଲାଙ୍କୁ ଅଟୋରେ ନେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଉଲ୍ଲେଖଯୋଗ୍ୟ ଯେ, ଗତକାଲି ସକାଳେ ଏକ ଅଟୋ ଗଞ୍ଜାମ ଜିଲ୍ଲା ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଦିଗପହଣ୍ଡିରେ ଥିବା ଏକ ଘରୋଇ ସ୍କୁଲକୁ ଯାଉଥିଲା । ତେବେ ଦିଗପହଣ୍ଡିର ତିଳେଶ୍ୱର ରାମମନ୍ଦିର ନିକଟରେ ଅଟୋରୁ ଖସି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟି ଥିଲା । ମୃତ ଛାତ୍ର ଜଣଙ୍କ ହେଲେ ୫ ବର୍ଷୀୟ ଅଜୟ ପ୍ରଧାନ । ଅଜୟ ଅଟୋର ଗୋଟିଏ ସାଇଡ଼୍ରେ ବସିଥିଲେ । ଅସାବଧାନ କାରଣରୁ ଅଭୟ ଚଳନ୍ତା ଅଟୋରୁ ଖସି ପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଦିଗପହଣ୍ଡି ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article