28.1 C
Bhubaneswar
Friday, July 30, 2021

ଉପଚାରଧୀନ ଅବସ୍ଥାରେ ୧ମୃତ

Must read

ପଟ୍ଟାମୁଣ୍ଡାଇ, ୧୮/୨(ନିପ୍ର) ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବକ୍ତାରପୁର ଗ୍ରାମରେ ଜମିବାଡିକୁ ନେଇ ୨ପକ୍ଷ ମଧ୍ୟରେ ଦୀର୍ଘ ୧୦ବର୍ଷ ଧରି ବିବାଦ ଲାଗି ରହିଥିଲା । ଗତ ୧୬ ତାରିଖରେ ବିଦ୍ୟୁତ ଲାଇନ କଟାକୁ ନେଇ ୨ପକ୍ଷ ମଧ୍ୟରେ ଜୋରଦାର ଗଣ୍ଡଗୋଳ ହୋଇଥିଲା । ଏଥିରେ ଉଭୟ ପକ୍ଷର ଆହତ ଲୋକମାନେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ଏଥି ନେଇ ୨ପକ୍ଷର ପୃଥକ ପୃଥକ ଏତଲାକୁ ଭିତି କରି ପଟ୍ଟାମୁଣ୍ଡାଇ ପୋଲିସ ଥାନା କେଶ ନଂ-୮୮/ ୨୦୨୦ ଓ ୮୯/୨୦୨୦ରେ ୨ଟି ହତ୍ୟା ଉଦ୍ୟମ ମାମଲା ରୁଜୁ କରି ସମୁଦାୟ ଗଣ୍ଡଗୋଳର ତଦନ୍ତ ଚଳାଇଥିଲା । ଇତିମଧ୍ୟରେ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଘଟଣା ଭିନ୍ନ ମୋଡ ନେଇଛି ।

ପଟ୍ଟାମୁଣ୍ଡାଇ ପୋଲିସ ପୂର୍ବରୁ ରୁଜୁ କରିଥିବା ହତ୍ୟା ଉଦ୍ୟମ ମାମଲାକୁ ହତ୍ୟା ମାମଲାରେ ରୂପାନ୍ତରିତ କରିଛି । ପ୍ରକାଶଯେ ବକ୍ତାରପୁର ଗ୍ରାମର ତ୍ରିଲୋଚନ ମହାଳିକ ଓ ତପନ ମହାଳିକଙ୍କ ପରିବାର ମଧ୍ୟରେ ଜମିବାଡିକୁ ନେଇ ଗତ ୧୦ବର୍ଷ ଧରି ବାଦବିବାଦ ଲାଗି ରହିଥିଲା । ଗତ ୧୬ ତାରିଖରେ ବିଦ୍ୟୁତ ଲାଇନ କଟା ଯିବାକୁ ନେଇ ତ୍ରିଲୋଚନ ଓ ତପନଙ୍କ ପରିବାର ମଧ୍ୟରେ ଜୋରଦାର ଗଣ୍ଡଗୋଳ ହୋଇଥିଲା । ଏଥିରେ ଉଭୟ ପକ୍ଷର କେତେକ ଆହତ ହୋଇ ଥିଲେ । ଉଭୟ ପକ୍ଷର ପୃଥକ ପୃଥକ ଏତଲାକୁ ଭିତି କରି ପଟ୍ଟାମୁଣ୍ଡାଇ ପୋଲିସ ଥାନା କେଶନଂ-୮୮/ ୨୦୨୦ ଓ ୮୯/୨୦୨୦ ରେ ୨ଟି ହତ୍ୟା ଉଦ୍ୟମ ମାମଲା ରୁଜୁ କରିଥିଲା । ଉଭୟ ପକ୍ଷର ଆହତ ଲୋକମାନେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତି ହୋଇଥିଲେ ।

ଇତିମଧ୍ୟରେ ଡାକ୍ତର ଖାନାରେ ଚିକିତ୍ସାଧିନ ଅବସ୍ଥାରେ ତ୍ରିଲୋଚନଙ୍କ ମୃତ୍ୟୁ ଘଟିଛି । ମୃତ ତ୍ରିଲୋଚନଙ୍କ ପରିବାର ପକ୍ଷରୁ ପଟ୍ଟାମୁଣ୍ଡାଇ ଥାନାରେ ଜଣାଇବା ପରେ ପଟ୍ଟାମୁଣ୍ଡାଇ ଥାନା ଆଇଆଇସି ରାକେଶ କୁମାର ତ୍ରିପାଠୀଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପୋଲିସ ପୂର୍ବରୁ ରୁଜୁ ହୋଇଥିବା ୮୮/୨୦୨୦ ହତ୍ୟା ଉଦ୍ୟମ ମାମଲାକୁ ହତ୍ୟା ମାମଲାରେ ପରିଣତ କରି ମାମଲାର ଜୋରଦାର ତଦନ୍ତ ଆର ମ୍ଭ କରିବା ସହିତ ଏହି ହତ୍ୟା ମାମଲାରେ ତପନ ମହାଳିକ, ରାଜେନ୍ଦ୍ର ମହାଳିକ, ଗଜେନ୍ଦ୍ର ମହାଳିକ, ଶାନ୍ତିଲତା ମହାଳିକ, ସୁଚିତ୍ରା ମହାଳିକ ଓ ସୁମିତ୍ରା ମହାଳିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଚଂଳରେ ଚାଂଚଲ୍ୟ ସୃଷ୍ଟି କରିଛି

- Advertisement -spot_img

More articles

LEAVE A REPLY

Please enter your comment!
Please enter your name here

- Advertisement -spot_img

Latest article