25 C
Bhubaneswar
Monday, October 26, 2020

ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ଜିଲ୍ଲାପାଳଙ୍କ ବୈଠକ

Must read

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ବାଲେଶ୍ୱର,୨ା୧୦(ନି.ପ୍ର): ବାଲେଶ୍ୱରସଦର ନିର୍ବାଚନମଣ୍ଡଳୀରେ ଉପ-ନିର୍ବାଚନ ଲାଗି ତାରିଖ ଘୋଷଣା ହେବାସହ ଏବେ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଏହି ଆଦର୍ଶଆଚରଣ ବିଧି ପାଳନ ସଂକ୍ରାନ୍ତରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହଆଲୋଚନା କରିଛନ୍ତି । ଆଦର୍ଶ ଆଚରଣବିଧି କେବଳ ୩୮ନଂ ଆସନ ଅର୍ଥାତବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ପାଇଁନୁହେଁ ବରଂ ସମଗ୍ର ଜିଲ୍ଲା ପାଇଁ ବୋଲିଜିଲ୍ଲାପାଳ ସମସ୍ତଙ୍କୁ ସୂଚିତ କରିଛନ୍ତି । ସେହିପରି ରାଜନୈତିକ ଦଳମାନେ ସେମାନଙ୍କର ପୋଲିଂ ଏଜେଂଟ ଏବଂକାଉଂଟିଂ ଏଜେଂଟମାନଙ୍କୁ ନିର୍ବାଚନଆଚରଣ ବିଧି ଏବଂ ଅନ୍ୟାନ୍ୟ ନିର୍ବାଚନପ୍ରକ୍ରିୟା ସମ୍ପର୍କରେ ଆବଶ୍ୟକୀୟ ପ୍ରଶିକ୍ଷଣ ଦେବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ପରାମର୍ଶଦେଇଛନ୍ତି । ଏଥି ସହିତ ରାଜନୈତିକଦଳର ପ୍ରତିନିଧିମାନଙ୍କୁ ଜିଲ୍ଲାପାଳ ସଂଶୟ/ଚିନ୍ତା ସୂଚୀ ବାବଦରେ ବୁଝାଇଥିଲେ । ନିର୍ବାଚନ ପ୍ରଚାର ଉଦେ୍ଦଶ୍ୟରେ କୌଣସିପାର୍ଟି କିମ୍ବା ପ୍ରାର୍ଥୀ ସରକାରୀ ସମ୍ପତିର ବିକୃତିକରଣ କିମ୍ବା ନଷ୍ଟ କରିପାରିବେନାହିଁ ।

କୌଣସି ଘରୋଇ ବା ବ୍ୟକ୍ତିଗତମାଲିକାନାରେ ଥିବା ସ୍ଥାନରେ ପ୍ରାଚୀରପତ୍ର/ବ୍ୟାନର ଇତ୍ୟାଦି ଲଗାଇବା ପୂର୍ବରୁ ସମ୍ପୃକ୍ତଘର ମାଲିକଙ୍କ ଅନୁମତି ନେବାକୁ ପଡିବା ଅନୁମତି ପତ୍ରର ଏକ ନକଲ ରିଟର୍ଣ୍ଣିଂଅଫିସରଙ୍କ ଗୋଚରାର୍ଥେ ତାଙ୍କ ନିକଟରେଦାଖଲ କରିବା ପାଇଁ ଜିଲ୍ଲାପାଳରାଜନୈତିକ ଦଳ ପ୍ରତିନିଧିମାନଙ୍କୁଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏସମ୍ପର୍କିତ ଆଚରଣ ବିଧି ଉଲ୍ଲଙ୍ଘନ ସ୍ଥଳେନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି ପ୍ରତିନିଧିମାନଙ୍କୁ କୁହାଯାଇଥିଲା । ଗୋଟିଏ ଥରରେ ୫ରୁ ଉଦ୍ଧ୍ୱର୍ ଗାଡି “ରୋଡସୋ” ବା ନିର୍ବାଚନ ପ୍ରଚାରରେ ବାହାରିପାରିବେ ନାହିଁ । ସିଙ୍ଗଲ ଓି୍ୱଣ୍ଡୋମାଧ୍ୟମରେ ରାଜନୈତିକ ଦଳମାନଙ୍କୁବିଭିନ୍ନ ଅନୁମତି ପତ୍ର ପ୍ରଦାନ କରାଯିବ ।

ସମସ୍ତ ପଞ୍ଜୀକୃତ ରାଜନୈତିକ ଦଳ,ଯେଉଁମାନେ ସେମାନଙ୍କର ରାଜନୈତିକ ବିଜ୍ଞାପନର ପ୍ରଚାର ଓ ପ୍ରସାର ଚାହାଁନ୍ତିସେମାନେ ଜିଲ୍ଲାସ୍ତରରେ ଥିବା ମିଡିଆ ସାର୍ଟିଫିକେସନ ଏଣ୍ଡ ମନିଟରିଂ କମିଟି-”ଏମ.ସି.ଏମ.ସି.” (ଗଣମାଧ୍ୟମ ପ୍ରମାଣୀକରଣ ଓ ତଦାରଖ କମିଟି) ସହିତଯୋଗାଯୋଗ କରି ଆଗୁଆ ଆବଶ୍ୟକୀୟ ପ୍ରମାଣପତ୍ର ହାସଲ କରିବେ । ପ୍ରାର୍ଥୀପତ୍ରଦାଖଲ ନିମନ୍ତେ ଆସନ୍ତା ଅକ୍ଟୋବର୯ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ ପାଇବାକୁଥିବା ବେଳେ ଅକ୍ଟୋବର ୧୬ତାରିଖପର୍ଯ୍ୟନ୍ତ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲକରିପାରିବେ । ୧୭ ତାରିଖ ଦିନପ୍ରାର୍ଥୀପତ୍ରର ଯାଂଚ କରାଯିବା କାର୍ଯ୍ୟକ୍ରମରହିଛି । ଅକ୍ଟୋବର ୧୯ ତାରିଖ ସୁଦ୍ଧାପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଥିବା ବେଳେ ନଭେମ୍ବର୩ତାରିଖ ଦିନ ମତଦାନ ହେବ ଏବଂନଭେମ୍ବର ୧୦ତାରିଖ ଦିନ ଭୋଟଗଣତି ହେବ ।

ରାଜନୈତିକ ଦଳରପ୍ରତିନିଧିମାନଙ୍କ ବ୍ୟତୀତ ଜିଲ୍ଲାପାଳବିଭାଗୀୟ ଅଧିକାରୀମାନଙ୍କ ସହ ମଧ୍ୟଆଲୋଚନା କରିଛନ୍ତି । ଆଦର୍ଶ ଆଚରଣବିଧି ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟଧାରାରେନିରପେକ୍ଷତା ଅବଲମ୍ବନ ଉପରେ ସେଗୁରୁତ୍ୱାରୋପ କରିଛନ୍ତି । କୋଭିଡନିୟମାବଳୀ ଅନୁଯାୟୀ ମତଦାନକେନ୍ଦ୍ରରେ ସାମାଜିକ ଦୂରତାକୁ ଗୁରୁତ୍ୱଦିଆଯିବ । ସେଠାରେ ସାନିଟାଇଜର,ସାବୁନ ଇତ୍ୟାଦି ରଖାଯିବ ।ମତଦାତାମାନେ ମତଦାନ କରିବାକୁ ଗଲାବେଳେ ମାସ୍କ ପିନ୍ଧି ଯିବେ ଏବଂ ଭୋଟଦେବା ପୂର୍ବରୁ ସେମାନଙ୍କ ଶରୀରରତାପମାତ୍ର ଯାଂଚ କରାଯିବ । ସେହିପରିଭୋଟରଙ୍କୁ ଚିହ୍ନଟ କରିବା ପାଇଁଭୋଟଦାନ କକ୍ଷରେ ଅତି ଅଳ୍ପ ସମୟପାଇଁ ସେମାନଙ୍କୁ ମାସ୍କ କାଢିବାକୁ ଏବଂଚିହ୍ନଟ ପରେ ତୁରନ୍ତ ପିନ୍ଧିବାକୁ କୁହାଯିବା ଦିବ୍ୟାଙ୍ଗ, ୮୦ ବର୍ଷରୁ ଉଦ୍ଧ୍ୱର୍ ଓ କୋଭିଡପଜିଟିଭ ବ୍ୟକ୍ତି ପୋଷ୍ଟାଲ ବାଲଟ୍ମାଧ୍ୟମରେ ମତଦାନ କରିପାରିବେ ।

ଏଥିପାଇଁ ସେମାନେ ରିଟର୍ଣ୍ଣିଂ ଅଫିସରମାନଙ୍କନିକଟରେ ଆବେଦନ କରିପାରିବେ ।ନିର୍ବାଚନୀ ଖର୍ଚ୍ଚ ଉପରେ କମିଶନଙ୍କମାର୍ଗଦର୍ଶିକା ଅନୁଯାୟୀ କିପରି ଅଙ୍କୁଶଲଗାଯାଇପାରିବ ସେ ନେଇ ଆଲୋଚନାହୋଇଛି । ଏଥି ସହିତ ବିଭିନ୍ନ ଟିମ ତାଙ୍କରକାର୍ଯ୍ୟକ୍ରମର ପ୍ରତିଦିନ ରିପୋର୍ଟ ପ୍ରଦାନ,ସମସ୍ତ କାର୍ଯ୍ୟକ୍ରମରେ ତୀକ୍ଷଣ ନଜରରଖିବା, ଅନ୍ୟ ଟିମ୍ ଗୁଡିକ ସହ ସମନ୍ୱୟରକ୍ଷା କରିବା, ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରଟିକିନିଖି ଭିଡିଓ ରେକର୍ଡିଂ କରିବା,ସମ୍ମିଳିତ ଲୋକଙ୍କ ସଂଖ୍ୟା, ବ୍ୟବହୃତଯାନ, ସାଜସଜ୍ଜା, ଡାକବାଜି ଯନ୍ତ୍ରବ୍ୟବହାର ଇତ୍ୟାଦିର ବିବରଣୀ ରେକର୍ଡକରାଯିବା ଉପରେ ଜିଲ୍ଲାପାଳଗୁରୁତ୍ୱାରୋପ କରିଛନ୍ତି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଚୀନ୍ ସୀମା ସାମରିକ ଉପସ୍ଥିତି ବୃଦ୍ଧି କରିଛି, ଲଦାଖ କେବଳ ଟାର୍ଗେଟ ନୁହେଁ ।

ଚୀନ୍ କେବଳ ଷ୍ଟାଣ୍ଡ ଅଫ୍ ସ୍ଥାନ ନୁହେଁ, ପିପୁଲ୍ସ ଲିବରେସନ୍ ଆର୍ମିର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଅଧୀନରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ସହିତ ଏହାର ସାମରିକ ଭିତ୍ତିଭୂମିକୁ...