26 C
Bhubaneswar
Sunday, October 25, 2020

ସଂସ୍କାରକ ଶ୍ରୀବତ୍ସ ପଣ୍ଡା ଓଡିଆ ଜାତିର ଗର୍ବ ଓ ଗୌରବ – ବିଶ୍ୱଭୂଷଣ

Must read

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଭୁବନେଶ୍ୱର , ୧.୧୦: ଓଡିଶାରେ ସଂସ୍କାରବାଦୀ ଆନ୍ଦୋଳନର ମୁଖ୍ୟ ପୁରୋଧା,ଉକ୍ରଳ ସମ୍ମିଳନୀର ପ୍ରତିଷ୍ଠାତା ସଦସ୍ୟ, ଓଡିଶାରେ ଆର୍ଯ୍ୟ ସମାଜର ଭଗୀରଥ ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ୧୫୦ତମ ଜୟନ୍ତୀକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କହିଲେ ଯେ ସଂସ୍କାରକ ଶ୍ରୀବତ୍ସ ପଣ୍ଡା ଗୋଟିଏ ସମ୍ଭ୍ରାନ୍ତ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇ ସମାଜର ସଂସ୍କାର ପାଇଁ ନାରୀଶିକ୍ଷା ଓ ବିଧବା ବିବାହ ପାଇଁଯେଉଁ କଷ୍ଟ ସ୍ୱୀକାର କରିଛନ୍ତି ତାଙ୍କ ତ୍ୟାଗ ତିତିକ୍ଷାର ଉପଯୁକ୍ତ ମୂଲ୍ୟ ଓଡିଆ ଜାତି ଦେଇପାରିନାହିଁ । ପ୍ରକୃତରେ ସେ ଓଡିଆ ଜାତିର ଗର୍ବ ଓ ଗୌରବ । ସେ ଆହୁରି କହିଲେ ଯେ ସରକାରୀ ଚାକିରିରେ ଥାଇ ମଧ୍ୟ ସମଗ୍ର ଉକ୍ରଳକୁ ଭାଷାଭିତିରେ ଏକତ୍ର କରିବା ପାଇଁ ଉକ୍ରଳ ସମ୍ମିଳନୀ ମଂଚରେ ସମସ୍ତ ମାସିକ ଦରମା ଉକ୍ରଳ ସମ୍ମିଳନୀକୁ ଦାନ କରିବା ଘୋଷଣା କରିବା ପରେଜାତି ପ୍ରାଣ ମଧୁବାବୁ ସ୍ୱର୍ଗୀୟ ପଣ୍ଡାଙ୍କୁ କୁଣ୍ଢାଇ ପକାଇ କାନ୍ଦି ପକାଇଲେ ।

ସେହିମାନଙ୍କ ତ୍ୟାଗଉପରେ ଆମେ ଏବେ ଭୋଗ କରୁଛେ । କିନ୍ତୁ ଏ ଜାତି ଏହି ମହାନ ତ୍ୟାଗୀ ପୁରୁଷଙ୍କ ସ୍ମୃତିରେ ପ୍ରତିମୂର୍ତିଟିଏ କରିପାରିଲା ନାହିଁ । ଆଜି ସମୟ ଆସିଛି ଯୁବପିଢ଼ୀ ପୂଜ୍ୟ ପୂଜା ପ୍ରତି ଧ୍ୟାନ ଦିଅନ୍ତୁ, ଆମ ପୂର୍ବ ପୁରୁଷଙ୍କୁ ଜାଣନ୍ତୁ । ଆର୍ଯ୍ୟ ସମାଜ, ଓଡିଶା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରି ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଲେ ଯେ ସଂସ୍କାରକ ଶ୍ରୀବତ୍ସପଣ୍ଡାଙ୍କ ଜୀବନ ବ୍ୟାପୀ ସାଧନାର କଥା ଯୁବପିଢ଼ୀଙ୍କ ପାଖରେ ପହଂଚାଇବାକୁ ବର୍ଷବ୍ୟାପୀ କାର୍ଯ୍ୟକ୍ରମ ଚାଲିବ ଓ ଏକ ସ୍ମାରକୀ ଗ୍ରନ୍ଥ ପ୍ରକାଶ ପାଇବ । ପ୍ରାରମ୍ଭିକ ସୂଚନା ଦେଇ ବେଦପ୍ରବଚକ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା କହିଲେ ଯେ ସ୍ୱର୍ଗତଃ ପଣ୍ଡା ମହର୍ଷି ଦୟାନନ୍ଦଙ୍କ ସତ୍ୟାର୍ଥ ପ୍ରକାଶ ଓ ଲାଲା ଲଜପତ୍ ରାୟଙ୍କ ଆର୍ଯ୍ୟ ବନ୍ଧୁ ପୁସ୍ତକ ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଥିଲେ ।

ବିଶିଷ୍ଟ ଅତିଥି ବିଶିଷ୍ଟ ସଂସ୍କୃତ ବିଦ୍ୱାନ ଡଃ ହରେକୃଷ୍ଣ ଶତପଥି ହିନ୍ଦୁଧର୍ମ ଓବେଦର ସୁରକ୍ଷା ଆର୍ଯ୍ୟ ସମାଜ ଦୀର୍ଘ ୧୫୦ ବର୍ଷ ଧରି କରିଆସିଛି ବୋଲି କହିଥିଲେ । ଅନ୍ୟତମ ଅତିଥି ଓୟୁଏଟିର ନିର୍ଦେଶକ ଡଃ ବିକାଶ ପଣ୍ଡା ସ୍ୱର୍ଗତଃ ପଣ୍ଡାଜୀଙ୍କ ତ୍ୟାଗ ପୂତଜୀବନ ସଂଗ୍ରାମର ବାଖ୍ୟା କରିଥିଲେ । ବର୍ଷବ୍ୟାପୀ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ତଥା ଆର୍ଯ୍ୟ ସମାଜ ଓଡିଶାର କାର୍ଯ୍ୟକାରୀ ସଭାପତି ଡଃ ବଦ୍ରୀନାଥ ପଟ୍ଟନାୟକ କୃତଜ୍ଞତା ଜ୍ଞାପନକରିବା ସହ ଭବିଷ୍ୟତ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ଯୁବ ଆର୍ଯ୍ୟ ସମାଜ, ଓଡିଶାର ସଭାପତି ପ୍ରବୀର ଆର୍ଯ୍ୟ ସଂଯୋଜନା କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ବୁଦ୍ଧଦେବ ମିଶ୍ର, ଡଃ ସୌରେନ୍ଦ୍ର କୁମାର ମହାପାତ୍ର, ଶ୍ରୀମତୀମିତ୍ରା ରାୟ, ପୂର୍ବ ଅଧ୍ୟକ୍ଷ ଡଃ ଆର୍ତତ୍ରାଣ ମିଶ୍ର, ଡଃ ରଶ୍ମି ଦାସ, ଡଃ ନିବେଦିତା ପଟ୍ଟନାୟକ ପ୍ରମୁଖ ଶ୍ରଦ୍ଧାଳି ଜଣାଇଥିଲେ ଏହି ଉପଲକ୍ଷେ ଏକ ବୈଦିକ ଯଜ୍ଞ ଆର୍ଯ୍ୟ ଭବନ ଠାରେ ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଅପରିଷ୍କାର ପରିଷ୍କାର ବାୟୁ ପାଇଁ ଡାକରା ଦେଇଥିବାରୁ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ମନ୍ତବ୍ୟ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତକୁ ପ୍ରଦୂଷିତ ବାୟୁ ସହିତ ଏକ ଅପରିଷ୍କାର ସ୍ଥାନ ବୋଲି ବର୍ଣ୍ଣନା କରିବା ଦ୍ୱାରା ସୋସିଆଲ ମିଡିଆରେ ଜରୁରୀ ପରିଷ୍କାର କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ଵାନ...