31 C
Bhubaneswar
Friday, October 30, 2020

ନନ୍ଦନକାନନ ପାଇଁ ଜାରି ହେଲା ଗାଇଡଲାଇନ୍ ।

Must read

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ପମ୍ପିଓ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପାଇଁ ଚୀନ୍ ‘ସବୁଠାରୁ ବଡ ବିପଦ’।

ଧାର୍ମିକ ସ୍ୱାଧୀନତାର ଭବିଷ୍ୟତ ପାଇଁ ଚୀନ୍ ହେଉଛି ସବୁଠାରୁ ବଡ ବିପଦ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଗୁରୁବାର ଦିନ ଏସିଆ ଗସ୍ତ ସମୟରେ ବେଜିଂ ଉପରେ...

ପାକିସ୍ତାନ ପାଇଁ ଭାରତର ପରବର୍ତ୍ତୀ ଚାର୍ଜ ଡିଫେୟାର ହେବାର ସମ୍ଭାବନା ରହିଛି।

ଗୁରୁବାର ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ ଦେଶର ନୂତନ ଚାର୍ଜ ଡିଫେୟାର ଭାବରେ ଭାରତ ଆଇଏଫଏସ ଅଧିକାରୀ ସୁରେଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଛି। ଏହି ରିପୋର୍ଟ ଏକ ଦିନରେ...

ଭୁବନେଶ୍ୱର,୧ା୧୦: ନନ୍ଦନକାନନ ପ୍ରାଣୀଉଦ୍ୟାନ ଆସନ୍ତା ଅକ୍ଟୋବର ୪ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ । କରୋନା ବ୍ୟାଧି ସଂକ୍ରମଣ ପ୍ରତିଷେଧକ ସ୍ରୂପ ରାଜ୍ୟ ବନ୍ୟପ୍ରାଣୀ କର୍ତ୍ତୃପକ୍ଷ ଏଥି ପାଇଁ ଜାରି କରିଛନ୍ତି ସ୍ୱତନ୍ତ୍ର ଗାଇଡ୍ଲାଇନ୍ । ମୁଖ୍ୟତଃ ପରିଦର୍ଶନ ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟାକୁ ସଙ୍କୁଚିତ କରି ଦିଆଯାଇଛି । ଦୈନିକ ସର୍ବାଧିକ୨୫୫୦ ପର୍ଯ୍ୟଟକଙ୍କୁ ଟିକଟ ବିକ୍ରି କରାଯିବ । ମୁଖ୍ୟ ଚିଡ଼ିଆଖାନାକୁ ଦୈନିକ ୧୫୦୦ ଲୋକଙ୍କୁ ଛଡ଼ାଯିବ । ବାକିକ୍ଷୁଦ୍ର ଚିଡ଼ିଆଖାନାକୁ ୭୫୦ ଓ ହରିଣ ପାର୍କକୁ ଦୈନିକ ୩୦୦ଲୋକ ପରିଦର୍ଶନ କରିପାରିବେ । ସୂଚୀତ ଗାଇଡ ଲାଇନକୁ କଡ଼ାକଡ଼ି ପାଳନ ନିମନ୍ତେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି । ପର୍ଯ୍ୟଟକ,କର୍ମଚାରୀ ଓ ଜୀବଜନ୍ତୁଙ୍କ ସୁରକ୍ଷା ନିମନ୍ତେ ସବୁ ରକମର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି । ପ୍ରାଣୀଉଦ୍ୟାନ ପରିଦର୍ଶନ ଦିଗରେ ଇଚ୍ଛୁକ ପର୍ଯ୍ୟଟକମାନେ ଅନ୍ଲାଇନ୍ରେ ଟିକେଟ୍ ବୁକିଂ କରିବାକୁ ପ୍ରାଥମିକତା ଦିଆଯାଇଛି ।

ବାକି ଟିକେଟ୍ ଘର ନିକଟରେ ମାସ୍କ ପିନ୍ଧି ସାମାଜିକ ଦୂରତାରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ଚିଡ଼ିଆଖାନାର ସ୍ଥାନେ ସ୍ଥାନେ କ’ଣ କରିବ ଓ ନକରିବ ତାହାର ଫଳ କଲଗାଯିବ । ଟିକେଟ ଘର, ପ୍ରବେଶ ପଥ, ଶୌଚାଳୟ ଓ ବାରଣ୍ଡା ଆଦି ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବା ଲାଗି ଚିହ୍ନଦିଆଯିବ । ପ୍ରାଣୀ ଉଦ୍ୟାନକୁ ପ୍ରବେଶ କରୁଥିବା ଠିକାଦାର,କର୍ମଚାରୀ କୋଭିଡ୍ ଗାଇଡଲାଇନକୁ ମାନି କାର୍ଯ୍ୟପନ୍ଥା ଗ୍ରହଣକରିବେ । ରେଲିଂ, ବାଡ଼ ଓ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର ଯୋଗ୍ୟ ସ୍ଥାନ ଗୁଡ଼ିକ ନିୟମିତ ବ୍ୟବଧାନରେ ସାନିଟାଇଜ୍ କରାଯିବ । ପର୍ଯ୍ୟଟକଙ୍କ ଉପଯୋଗ ପାଇଁ ମଧ୍ୟ ବିଭିନ୍ନସ୍ଥାନରେ ସାନିଟାଇଜର ରଖାଯିବ । ମାସ୍କ ନ ପିନ୍ଧିଥିବା ପର୍ଯ୍ୟଟକଙ୍କୁ ଭିତରକୁଛାଡ଼ିବା ବାରଣ କରାଯାଇଛି । ୭ ବର୍ଷ ଶିଶୁ ଠାରୁଆରମ୍ଭ କରି ସମସ୍ତେ ନାକ ଓ ପାଟି ମାସ୍କରେଘୋଡ଼ାଇ ଭିତରେ ପ୍ରବେଶ କରିବେ । ସେହିଭଳିଥଣ୍ଡା, କାଶ ଓ ଜ୍ୱରରେ ପୀଡ଼ିତ ପର୍ଯ୍ୟଟକଙ୍କପ୍ରବେଶ ନିଷିଦ୍ଧ କରାଯାଇଛି ।

ପ୍ରବେଶ ପଥରେସ୍କ୍ରିନିଂ କରି ଲୋକଙ୍କୁ ଭିତରକୁ ଛାଡ଼ିବା ଉପରେ ଗୁରୁତ୍ୱଦିଆଯାଇଛି । ବରିଷ୍ଠ ନାଗରିକ ଓ ନବଜାତଙ୍କୁ ପରିଦର୍ଶନପାଇଁ ନ ଆଣିବାକୁ ପରାମର୍ଶ ଦିଆଯାଇଛି । ପ୍ରବେଶ ପଥନିକଟରେ ସ୍ୱତନ୍ତ୍ର ଭାବେ ନିର୍ମିତ ଔଷଧୀୟ ମ୍ୟାଟ ଉପରେ ଚିଲିପର୍ଯ୍ୟଟକଗଣ ଭିତରକୁ ଯିବେ । ସେଠାରେ ସମ୍ପୂର୍ଣ୍ଣ ଶରୀରସାନିଟାଇଜ କରିବା ବ୍ୟବସ୍ଥା କରିବାକୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି । ଉଦ୍ୟାନ ଭିତରେ ଛେପ ପକାଇବା,ପାନ ଗୁଟୁଖା ଖାଇବା, ଧୂମପାନକୁ ବାରଣ କରାଯାଇଛି । ପର୍ଯ୍ୟଟକ ଓ ଚିଡ଼ିଆଖାନା କର୍ମଚାରୀଙ୍କ ମଧ୍ୟରେ ସାମାଜିକଦୂରତା ରହିବା ଆବଶ୍ୟକ । କର୍ମଚାରୀମାନେ ମାସ୍କ ପିନ୍ଧିବାବାଧ୍ୟତାମୂଳକ କରାଯାଇଛି । ଚିଡ଼ିଆଖାନା ଭିତରେ ଥିବା ରେଷ୍ଟ୍ରୁରାଣ୍ଟରେ ସାମାଜିକ ଦୂରତା ରଖି ସହିତ ଖାଦ୍ୟଯୋଗାଣ ହେବ । ଖାଦ୍ୟଯୋଗାଣରେ କୌଣସି ବାସନକୁସନ ବ୍ୟବହାର ହେବନି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ପମ୍ପିଓ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପାଇଁ ଚୀନ୍ ‘ସବୁଠାରୁ ବଡ ବିପଦ’।

ଧାର୍ମିକ ସ୍ୱାଧୀନତାର ଭବିଷ୍ୟତ ପାଇଁ ଚୀନ୍ ହେଉଛି ସବୁଠାରୁ ବଡ ବିପଦ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଗୁରୁବାର ଦିନ ଏସିଆ ଗସ୍ତ ସମୟରେ ବେଜିଂ ଉପରେ...

ପାକିସ୍ତାନ ପାଇଁ ଭାରତର ପରବର୍ତ୍ତୀ ଚାର୍ଜ ଡିଫେୟାର ହେବାର ସମ୍ଭାବନା ରହିଛି।

ଗୁରୁବାର ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ ଦେଶର ନୂତନ ଚାର୍ଜ ଡିଫେୟାର ଭାବରେ ଭାରତ ଆଇଏଫଏସ ଅଧିକାରୀ ସୁରେଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଛି। ଏହି ରିପୋର୍ଟ ଏକ ଦିନରେ...

ବେଙ୍ଗାଲୁରୁରେ କେରଳ ସିପିଏମ୍ ସେକୀଙ୍କ ପୁଅ ଗିରଫ।

ବେଙ୍ଗାଲୁରୁରେ ଡ୍ରଗ୍ସ ବିକ୍ରି ପାଇଁ ଏନସିବି ଦ୍ୱାରା ଗିରଫ ହୋଇଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ହୋଇଥିବା ଆର୍ଥିକ କାରବାର ସଂପର୍କରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଗୁରୁବାର କେରଳ ସିପିଆଇ...