26 C
Bhubaneswar
Sunday, October 25, 2020

ଗୃହରେ ବିଜୁଳି ବିଲ୍, ଏନ୍ ସିଆର୍ ବି ତାତି ।

Must read

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଭୁବନେଶ୍ୱର,୧ା୧୦(ଏଜେନ୍ସି): ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ ଆରମ୍ଭ । ଗୃହକାର୍ଯ୍ୟ ଆରମ୍ଭ ପୂର୍ବରୁ କରୋନା ମହାମାରୀ ବେଳେ ଗରିବଙ୍କୁ ବିଜୁଳି ମାଡ, ସରକାରଙ୍କ ଅମାନବୀୟ ନୀତିର ନମୁନା ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣିଛନ୍ତି ବିରୋଧୀ । ତେବେ ଗୃହ ଆରମ୍ଭ ହେବା ସହ ଓଡ଼ିଶାରେ ସବୁମନ୍ଦିର ଖୋଲିବାକୁ ଗୃହରେ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଅନ୍ୟ ରାଜ୍ୟରେ ମନ୍ଦିର ଖୋଲା ଯାଉଥିବାବେଳେ ଓଡ଼ିଶାରେ କାହିଁକି ଖୋଲିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୁରେଶ ରାଉତରାୟ ।ସେହିଭଳି ଗୃହ ଆରମ୍ଭରୁ ଏନସିଆରବି ରିପୋର୍ଟକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଅସଦାଚରଣରେ ଓଡ଼ିଶା ୨ୟ ନମ୍ବର ସ୍ଥାନରେଥିବା ବେଳେ ସାଇବର ଅପରାଧରେ ରାଜ୍ୟ ଏକ ନମ୍ବରରେ ରହିଛି । ଏନେଇ ଗୃହରେ ପ୍ରଶ୍ନ କଲେ ବି ଉତ୍ତର ମିଳୁନି,ସରକାର ଏବେ ବି ନିଦରେ ଶୋଇଛନ୍ତି । ଏହା ରାଜ୍ୟ ପାଇଁ ଲଜ୍ଜା ଏନସିଆରବି ରିପୋର୍ଟକୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କହିଲେ, ଅସଦାଚରଣରେ ଓଡ଼ିଶା ୨ୟ,ସାଇବର ଅପରାଧରେ ପ୍ରଥମ । ଗୃହରେ ପ୍ରଶ୍ନ କଲେ ବି ଉତ୍ତର ମିଳୁନି, ସରକାର ନିଦରେ ଶୋଇଛନ୍ତି । ଏହା ରାଜ୍ୟ ପାଇଁ ଲଜ୍ଜା ବୋଲି କହିଛନ୍ତି ନରସିଂହ । ଏହାବାଦ୍ କୋଭିଡ ସେଣ୍ଟରରେ ମହିଳାଙ୍କୁ ଅସଦାଚରଣ ପ୍ରସଙ୍ଗ ଗୃହରେ ପୁଣିଥରେ ଉଠାଇ ଉତ୍ତର ଲୋଡିଛନ୍ତି ନରସିଂହ । ପୋଲିସ ଡିଜିଙ୍କୁ ଅଭିଯୋଗ କଲେ କୌଣସି ସୁଫଳ ମିଳୁନଥିବା କହିଛନ୍ତି ନରସିଂହ ।

ତେବେକଂଗ୍ରେସ ବିଧାୟକ ଦଳ ନେତାଙ୍କ ଅଭିଯୋଗ ପରେ ଘଟଣାର ଅନୁଧ୍ୟାନ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି ବାଚସ୍ପତି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କୃଷି ବିଲକୁନେଇ ବିଜେଡିର ଆଭିମୁଖ୍ୟ କଣ ସେନେଇ ପ୍ରଶ୍ନ ଉଠାଇଛନ୍ତି । କୃଷି ବିଲ୍ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଗୃହରେ ଦାବି କରିଛନ୍ତି ସାଲୁଜା । ଲୋକସଭାରେ ସମର୍ଥନ କରୁଛନ୍ତି କିନ୍ତୁ ରାଜ୍ୟସଭାରେ ବିରୋଧ କରୁଛନ୍ତି । ତେଣୁ କୃଷିବିଲକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦାବି କଲେ ସାଲୁଜା । ତେବେ ଏନେଇ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, କୃଷି ବିଲକୁ ଲୋକସଭାରେ ସମର୍ଥନ,ରାଜ୍ୟସଭାରେ ବିରୋଧ କଥା ଭୁଲ । ବିଜେଡି ସାଂସଦ ଲୋକସଭାରେ ସ୍ପଷ୍ଟ ଭାବେକହିଛନ୍ତି ବିଲକୁ ଷ୍ଟାଣ୍ଡିଂ କମିଟିକୁ ପଠାଯାଉ ।

ରାଜ୍ୟସଭାରେ ସାଂସଦ ମଧ୍ୟ ଷ୍ଟାଣ୍ଡ ରଖିଛନ୍ତି । ବିଜୁଳି ବିଲ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ଆଜିଗୃହରେ ବିଜୁଳି ସମ୍ପର୍କି ମୁଲତବୀ ନୋଟିସର ଆଲୋଚନା ହୋଇଥିଲା ।ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉତର ରଖି କହିଥିଲେ, ସବୁଦିଗକୁ ଅନୁଧ୍ୟାନ କରି ଦରନିୟନ୍ତ୍ରଣ କରିଥାଏ ଓଇଆରସ ୭ ବର୍ଷ ପରେ ଦର ବୃଦ୍ଧି ହୋଇଛି । କିନ୍ତୁ କୃଷକଓ ବିପିଏଲ ପରିବାରର ଦରବୃଦ୍ଧି ହୋଇନାହିଁ । ମନ୍ତ୍ରୀଙ୍କ ଉତରରେ ଅସନ୍ତୋଷ ପ୍ରକାଶକରି ବିରୋଧୀ ବିଜେପି କକ୍ଷତ୍ୟାଗ କରିଥିଲା । ଏହାପରେ ଗୃହକୁ ୩ଟା ଯାଏଁ ମୁଲତବୀ ଘୋଷଣା ହୋଇଥିଲା । ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଅପରିଷ୍କାର ପରିଷ୍କାର ବାୟୁ ପାଇଁ ଡାକରା ଦେଇଥିବାରୁ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ମନ୍ତବ୍ୟ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତକୁ ପ୍ରଦୂଷିତ ବାୟୁ ସହିତ ଏକ ଅପରିଷ୍କାର ସ୍ଥାନ ବୋଲି ବର୍ଣ୍ଣନା କରିବା ଦ୍ୱାରା ସୋସିଆଲ ମିଡିଆରେ ଜରୁରୀ ପରିଷ୍କାର କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ଵାନ...