26 C
Bhubaneswar
Wednesday, October 21, 2020

ବିଜେପି ପକ୍ଷରୁ ପୌରପାଳିକା ଆଗରେ ବିକ୍ଷୋଭ ।

Must read

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବାଲେଶ୍ୱର,୩୦ା୯: ବାଲେଶ୍ୱର ପୌରପାଳିକାରେ ବିଭିନ୍ନ ଯୋଜନାକାର୍ଯ୍ୟକାରୀରେ ଅନିୟମିତତା ହୋଇଥିବା ଅଭିଯୋଗ କରି ବିଜେପି ନଗର କମିଟିପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ବିଜେପି ନଗର କମିଟିସଭାପତି ଚିତ୍ତରଂଜନ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ ଓ ଘେରାଓ କାର୍ଯ୍ୟକ୍ରମରେ କର୍ମୀଙ୍କ ସମେତ ଜିଲ୍ଲା ବିଜେପିର ବହୁ ନେତା ଯୋଗଦେଇ ମୁରବୀ ବିହୀନ ପୌରପାଳିକାରେ ଚାଲିଥିବା ଦୁର୍ନୀତି ତଥା ଅନିୟମିତତାର ତୀବ୍ର ସମାଲେଚନା କରିଥିଲେ ।

ବିଜେପିଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର,ସଦର ନିର୍ବାଚନମଣ୍ଡଳୀ ସଂଯୋଜକ ମାନସ ଦତ୍ତ, ବରିଷ୍ଠ ବିଜେପି ନେତାରବି ନାରାୟଣ ମହାପାତ୍ର, ଶୁଭଙ୍କର ମହାପାତ୍ର ଗୌରାଙ୍ଗ ଦାସ, ସଂଯୁକ୍ତାମହାପାତ୍ର, ଶୋଭନା ମହାନ୍ତି ପ୍ରମୁଖଏଥିରେ ଯୋଗଦେଇ ପୌର ପ୍ରଶାସନ ଶାସକ ଦଳର ହାତବାରିସି ଭଳି କାର୍ଯ୍ୟକରୁଥିବା ଆରୋପ ଉଠାଇଥିଲେ । ବିଶେଷକରି ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା ଯୋଜନାରେ ହିତାଧିକାରୀ ଚୟନରେ ଅନିୟମିତତା, ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ଯୋଜନାରେ ଉଠାଦୋକାନୀଙ୍କୁ ୩ ହଜାର ଟଙ୍କାର ସହାୟତାଓ ୧୦ ହଜାର ଟଙ୍କାର ଋଣ ପ୍ରଦାନରେ ଅନିୟମିତତା, ହରିଶ୍ଚନ୍ଦ୍ର ଯୋଜନାରେ ମୃତକଙ୍କ ପରିବାରକୁ ସରକାର ଘୋଷିତ ଆର୍ଥିକ ସହାୟତା ପ୍ରଦାନରେ କାଳକ୍ଷେପଣ ନୀତି, ମରଣଯନ୍ତା ପାଲଟିଥିବା ସହରରାସ୍ତା ନବୀକରଣରେ ଅହେତୁକ ବିଳମ୍ବ,ବିଭିନ୍ନ ଜନକଲ୍ୟାଣ ଯୋଜନାରେ ସରକାରୀ ଦଳର ସୁପାରିଶ କ୍ରମେ ହେଉଥିବା ହିତାଧିକାରୀ ଚୟନ ପ୍ରକ୍ରିୟାଆଦିକୁ ବିଜେପି ନେତାମାନେ ତୀବ୍ରବିରୋଧ କରିଥିଲେ ।

ବାଲେଶ୍ୱର ପୌର ପ୍ରଶାସନର ଦଳୀୟ ପ୍ରୀତି ଯୋଗୁଁସାଧାରଣ ଲୋକେ ସରକାରୀ ଯୋଜନାର ସୁଫଳ ପାଇପାରୁ ନାହାନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ । ପୌର କର୍ତ୍ତୃପକ୍ଷ ତୁରନ୍ତ ଏହି ନୀତି ପରିତ୍ୟାଗ କରି ପ୍ରକୃତ ହିତାଧିକାରୀଙ୍କୁ ଉଚିତ ନ୍ୟାୟ ପ୍ରଦାନ ନ କଲେ ଆଗାମୀ ଦିନରେ ବିଜେପି ତୀବ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜେପି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ଏହି ଅବସରରେ ବିଜେପି ନଗର କମିଟିପକ୍ଷରୁ ଏକ ଦାବିପତ୍ର ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ବୈଲୋଚନ ଦାଶ,ଲୋକନାଥ ଭୂୟାଁ, ଯୋଗେନ୍ ରଣା,ବିକାଶ ପାଢ଼ର, ଶଶିଶେଖର ମହାନ୍ତି,ଧୀରଜ ମହାନ୍ତି, ଉପେନ୍ଦ୍ର ଶତପଥୀ,ସତ୍ୟଜିତ୍ ମିଶ୍ର, ପ୍ରବୀର ଶଙ୍କର ଦାଶ,ମିହିର ପାଣି, ପ୍ରଦୀପ ପତି, ବିଭୂପଦଦାସ, ମଣ୍ଟୁ ପେରିୱାଲ, ମହୁଆ ପ୍ରଧାନ,ରଣଜିତ୍ ପ୍ରଧାନ, ବିବେକାନନ୍ଦ ରାଉତ,ସୁସ୍ମିତା ପଣ୍ଡା, ସସ୍ମିତା ଚାନ୍ଦ, ସସ୍ମିତାଦାସ, ଶ୍ରୀୟା ଦାସ, ଅରୁପ ଜେନା,ପବନ କମିଳା, ଶ୍ରୀନିବାସ ପ୍ରଧାନ, ଶେଖ୍ହଲିମ୍ ପ୍ରମୁଖଙ୍କ ସମେତ ନଗରବିଜେପିର ବହୁ କର୍ମୀ ଏହି ପ୍ରତିବାଦକାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...