25 C
Bhubaneswar
Thursday, October 22, 2020

ଓଡିଆ ଛାତ୍ରଛାତ୍ରୀଙ୍କ ବୈଦ୍ଧିକ କ୍ଷମତା ବଢାଇବ ଶିକ୍ଷାନୀତି।

Must read

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ନୂଆଦିଲ୍ଲୀ/ଭୁବନେଶ୍ୱର, ୩୦ା୯:ଓଡିଶାର ମୂଳ ପୁଞ୍ଜି ହେଲା ଶିକ୍ଷା ଓରାଜ୍ୟରେ ଅନେକ ବୁଦ୍ଧିମାନ ଲୋକମାନେ ଅଛନ୍ତି । ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ କରିବାର କ୍ଷମତା ରଖୁଥିବା ଗରିବ ଘରର ପିଲାର ପାଠ ସହ ଶିକ୍ଷା ଯୋଡ଼ି ହୋଇରହିଛି । ଏହି ନୂତନ ଶିକ୍ଷାନୀତି ଦ୍ୱାରା ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ବୌଦ୍ଧିକ କ୍ଷମତାର ବିକାଶ କରିବାରେ ସହାୟକ ହେବ ବୋଲି ବୁଧବାର ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ଓ ଥିଙ୍କ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ମୋ ନୂତନ ଶିକ୍ଷାନୀତି (ମାଇଁ ଏନଇପି)- ଓଡ଼ିଶା ଆମ୍ବାସେଡ଼ର ସମ୍ବାଦ କାର୍ୟ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏକବିଂଶ ଶତାବ୍ଦୀରେ ନୂତନ ଶିକ୍ଷାନୀତିର ଆବଶ୍ୟକତା ଓ ଭୂମିକା ଉପରେ ଆଲୋଚନା କରିବା ସହ ଶ୍ରୀପ୍ରଧାନ କହିଛନ୍ତି ଏକବିଂଶ ଜ୍ଞାନ ଆଧାରିତ ଶତାବ୍ଦୀ । ସମାଜ ଆଧୁନିକ, ବୈଜ୍ଞାନିକ ଓ ପ୍ରଗତିଶୀଳ ନହେଲେ ପଛରେ ପଡ଼ିଯିବ । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ନୂଆ ଶିକ୍ଷାନୀତି ଆରମ୍ଭ କରିଛନ୍ତି । ନୂତନ ଶିକ୍ଷା ବ୍ୟବସ୍ଥା ଦ୍ୱାରା ଦେଶରେ ବିଶ୍ୱସ୍ତରୀୟ ଶିକ୍ଷା ତିଆରି ହେବ ଅର୍ଥାତ୍ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବଏବଂ ଶିକ୍ଷାର ସ୍ୱାଧୀନତା ଓ ସ୍ୱାୟତ୍ତତା ବଢ଼ିବ । ଶ୍ରୀ ପ୍ରଧାନ କହିଛନ୍ତି ଦୀର୍ଘ ତିନି ଦଶନ୍ଧି ପରେ ଭାରତ ସରକାରଙ୍କ ଦ୍ୱାରାପ୍ରଣୀତ ନୂଆ ଶିକ୍ଷାନୀତିରେ ତ୍ରିଭାଷା ଯଥା ଇଂରାଜୀ, ହିନ୍ଦି ଓ ଆମର ମତ ଏବଂ ଭାବନାକୁ ପରିପ୍ରକାଶ କରୁଥିବା ଆଞ୍ଚଳିକ ଭାଷା ବା ମାତୃଭାଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ।

ଏହା ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ଆଗ୍ରହକୁ ବିକଶିତ କରିବା ସହ ସେମାନଙ୍କ ଆକାଂକ୍ଷାକୁ ପୂରଣ କରିବ । ଶିକ୍ଷା ସମାଜରେ ନୂଆ ଆତ୍ମବିଶ୍ୱାସ ତିଆରି କରିବା ପାଇଁ ଏବଂ ଜ୍ଞାନ ସମାଜକୁ ପରିବର୍ତ୍ତନ କରିବାରେ ସହାୟକ ହୋଇଥାଏ । ଆମ ଶିକ୍ଷା ବ୍ୟବସ୍ଥା ରୋଜଗାର ସହ ଯୋଡ଼ି ହୋଇଛି । ଏହାକୁ ଆଧାର କରିନୂଆ ଜାତୀୟ ଶିକ୍ଷାନୀତିରେ ଛାତ୍ରଛାତ୍ରୀଙ୍କ ଉଭୟ ଦକ୍ଷତାଏବଂ ଚାକିରିକୁ ଗୁରୁତ୍ୱ ଦିଆଯାଇଛି । ସ୍ୱାଧୀନ ତୋର ଭାରତରେ ଆମଦେଶରେ ଗବେଷଣା କ୍ଷେତ୍ରରେ ଅପାର ସମ୍ଭାବନା ରହିଛି ଓ ଅଧିକ ବୌଦ୍ଧିକ କ୍ଷମତାଥିବା ଲୋକମାନେ ଅଛନ୍ତି ।

ନୂଆ ଶିକ୍ଷାନୀତି ଗବେଷଣା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂଆ ଉନ୍ମାଦନା ସୃଷ୍ଟି କରିବ । ତେବେ ଶିକ୍ଷାବିତ୍, ଶିଳ୍ପାନୁଷ୍ଠାନ ଏବଂ ସରକାର ମିଳିତ ଭାବେ ଗବେଷଣା ଆଧାରିତ କାର୍ୟ୍ୟକରିବାର ଆବଶ୍ୟକତା ରହିଛି । ନୂଆ ଶିକ୍ଷାନୀତି ରୋଜଗାର, ସ୍ୱରୋଜଗାର ବଢ଼ଇବା ପାଇଁ ସାହାଯ୍ୟ କରିବା ସହ ଅନୁସୂଚିତଜାତି, ଅନୁସୂଚିତ ଜନଜାତି ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ପଛୁଆ ଛାତ୍ରଛାତ୍ରୀଙ୍କ ପାଇଁ ଚାକିରି ସୃଷ୍ଟି କରିବ । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ନିଜେ ଆତ୍ମନିର୍ଭର ହେବେ ଓ ଦେଶ ମଧ୍ୟ ଆତ୍ମନିର୍ଭର ହେବ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବ୍ରାଜିଲର ଜାୟର ବୋଲସନାରୋ ଚାଇନାର କୋଭିଡ-୧୯ ଟିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି |

ଖୁବ ଶୀଘ୍ର ଏକ କୋଭିଡ-୧୯ ଟିକା ପ୍ରକାଶ ପାଇବ ବୋଲି ବିଶ୍ୱ ଆଶା କରୁଥିବାବେଳେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଚୀନ୍ ଟିକା...

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...