28 C
Bhubaneswar
Monday, October 26, 2020

ଅନୁଗୁଳରେ ଆଦିବାସୀ ଓ ତଫସିଲଭୁକ୍ତ ଜାତି ଜମି ହଡପ ।

Must read

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଭୁବନେଶ୍ୱର, ୩୦ ।୯ : ଅନୁଗୁଳ ଜିଲ୍ଲାରେ ଗତ ୧୦ ବର୍ଷ ଭିତରେ ଆଦିବାସୀଏବଂ ତଫସିଲଭୁକ୍ତ ଜାତି ଲୋକମାନଙ୍କର ୭୦୦ ଏକରରୁ ଉଦ୍ଧ୍ୱର୍ ଜମି ଏକ ନିର୍ଦ୍ଦିଷ୍ଟପରିବାର ହଡପ କରିଥିବାର ବିରଳ ଦୃଷ୍ଟାନ୍ତକୁଆଜି ଲୋକଲୋଚନକୁ ଆଣିବା ସହିତଏଥିରେ ସଂପୃକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳଓ ରାଜସ୍ୱ ଅଧିକାରୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପିସିସି ପକ୍ଷରୁଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀପ୍ରଦୀପ ମାଝୀ ଦାବି କରିଛନ୍ତି । ଆଦିବାସୀ ଓ ତଫସିଲଭୁକ୍ତ ଜାତି ଲୋକଙ୍କର ଜମି କିଣିଲାବେଳେ ଯେଉଁ ନିୟମ କାନୁନ୍ ଅଛି ସେଗୁଡିକୁପାଦରେ ଦଳିଦେଇ ଚଂଚକତା ଓ ମିଥ୍ୟାର ଆଶ୍ରୟ ନେଇ ତତ୍କାଳୀନ ଜିଲ୍ଲାପାଳ,ଉପଜିଲ୍ଲାପାଳ ଓ ଅଧିକାରୀମାନେ ଜମିବିକ୍ରୀର ପିକରଣ କରିଛନ୍ତି ।

ଏହି ଜମିରଆନୁମାନିକ ମୂଲ୍ୟ ୨୫୦ କୋଟି ଟଙ୍କାରୁଅଧିକ ହେବ । ଯେଉଁ ପରିବାର ଏହି ଜମିକିଣିଛନ୍ତି ତାଙ୍କର ଆର୍ଥିକ ସାମର୍ଥ୍ୟକୁ ନେଇପ୍ରଶ୍ନ ଉଠାଇବା ସହିତ ଏହି ପରିବାର କୋଭିଡ୍ ସମୟରେ ସରକାରଙ୍କୁ ବିଭିନ୍ନ ଜିନିଷପତ୍ର ଯୋଗାଣରେ ଦଲାଲି କରୁଥିବାଶ୍ରୀ ମାଝୀ ଅଭିଯୋଗ କରିଛନ୍ତି । ରାଜ୍ୟରେ ରାଜସ୍ୱ ମନ୍ତ୍ରୀ ଭାବରେ ଜଣେ ଆଦିବାସୀ ନେତା ଥିବାବେଳେ ଏଭଳି ଘଟଣା କେମିତିଘଟିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିକରିଛି । ପ୍ରକାଶ ଥାଉକି ଶ୍ରୀ ସୁଶିଲ୍ କୁମାର ଅଗ୍ରୱାଲଙ୍କ ପରିବାରର ବିଭିନ୍ନ ସଦସ୍ୟଙ୍କ ନାମରେ ଉପରବର୍ଣ୍ଣିତ ୭୦୦ ଏକର ଜମିକିଣା ଯାଇଛି । ଶ୍ରୀ ଅଗ୍ରୱାଲଙ୍କ ୨୦୧୦ମସିହାରେ କୌଣସି ଆର୍ଥିକ ସ୍ୱଚ୍ଛଳତାନଥିଲା ।

ଶ୍ରୀ ଅରବିନ୍ଦ ଅଗ୍ରୱାଲ୍ ଅନୁଗୁଳ ଜିଲ୍ଲାପାଳ ଥିବା ସମୟରେ ଯୋଗାଣ ବିଭାଗ ଅଧିନରେ ଜଣେ ପରିବହନ ଏଜେଂଟଭାବରେ ବ୍ୟବସାୟ ଆରମ୍ଭ କରିଥିଲେ ଶ୍ରୀସୁଶିଲ ଅଗ୍ରୱାଲ । ଏହି ୧୦ ବର୍ଷ ଭିତରେସେ ୨୫୦ କୋଟି ଟଙ୍କାର ସଂପତି କେମିତି କିଣିଲେ ତାହା ଏକ ଆଶ୍ଚର୍ଯ୍ୟର ବିଷୟ । ଏହିସୁଶିଲ ଅଗ୍ରୱାଲ ମାଲକାନଗିରି ଜିଲ୍ଲା ସମେତକଟକ, ଅନୁଗୁଳ ଇତ୍ୟାଦି ଜିଲ୍ଲାମାନଙ୍କୁ ନିମ୍ନମାନର ଲେବର କିଟ୍ ଯୋଗାଣ କରିକୋଟି କୋଟି ଟଙ୍କା ଆତ୍ମସାତ୍ କରିବାର ଅଭିଯୋଗ ଏହା ପୂର୍ବରୁ ଶ୍ରୀ ମାଝୀକରିଥିଲେ । ସୁଶିଲ ଅଗ୍ରୱାଲ ନିଜେ ବିଭିନ୍ନ ଜିନିଷପତ୍ର ଯୋଗାଣ କରିବା ସହିତ ଅନ୍ୟଯୋଗାଣକାରୀ ସଂସ୍ଥାମାନଙ୍କର ଦଲାଲ ଭାବରେ ମଧ୍ୟ କାର୍ଯ୍ୟ କରୁଥିବାର ସ୍ପଷ୍ଟ ପ୍ରମାଣରହିଛି । ଉଲ୍ଲେଖଯୋଗ୍ୟ ଯେ ସୁଶିଲ ଅଗ୍ରୱାଲ ହେଉଛନ୍ତି ଅରବିନ୍ଦ ଅଗ୍ରୱାଲଙ୍କ ସଂପର୍କିୟଏବଂ ଅରବିନ୍ଦ ଅଗ୍ରୱାଲ, ରଂଜିତ ମହାନ୍ତି,ସଚିନ୍ ଯାଦବ ପ୍ରଭୃତି ଅନୁଗୁଳର ଜିଲ୍ଲାପାଳଥିବା ବେଳେ ଚଂଚକତାପୂର୍ଣ୍ଣ ପଦ୍ଧତିକୁଅନୁକରଣ କରି ଏହି ଜମି ହଡପ କରିଛନ୍ତି ।

ଏଥିରେ ସେହି ସମୟରେ ଅନୁଗୁଳର ୬ ଜଣ ଉପଜିଲ୍ଲାପାଳ ଯଥା ସୁଦର୍ଶନ ପରିଡା, ଅଭୟନାୟକ, ଏ. କେର୍କେଟା, ପ୍ରସନ୍ନ ଦାସ,ସରୋଜ ମହାନ୍ତି, ବାସୁଦେବ ଶତପଥି ପ୍ରମୁଖଏଥିରେ ସଂପୃକ୍ତ ଥିବାର ପ୍ରମାଣ ମିଳେ । ଆଦିବାସୀ ଏବଂ ଦଳିତମାନଙ୍କ ଜମି କିଣିଲାବେଳେ ଯେଉଁ ଡାକ୍ତରୀ ସାର୍ଟିଫିକେଟ୍ ଗୁଡିକୁ ବ୍ୟବହାର କରାଯାଇଛି ତାହା ମିଥ୍ୟା ଦସ୍ତାବିଜଉପରେ ଆଧାରିତ । ଆଇନ୍ତଃ ଜଣେଆଦିବାସୀ ବା ତଫସିଲଭୁକ୍ତ ଜାତିର ଲୋକକୁ ବର୍ଷରେ ଥରେ ଜମି ବିକିବାର ପ୍ରାବଧିଥିଲା ବେଳେ ଏ କ୍ଷେତ୍ରରେ ତାକୁ ମଧ୍ୟ ଅବମାନନା କରାଯାଇ ଗୋଟିଏ ବର୍ଷରେ ବାରମ୍ବାର ତା ଠାରୁ ଜମି କିଣାଯାଇଛି । ସୁଶିଲଅଗ୍ରୱାଲ ଶହ ଶହ କୋଟି ଟଙ୍କାର ମାଲିକହେବା ଏବଂ ଏତେ ପରିମାଣରେ ଜମି କିଣିବାପଛରେ କିଛି ବରିଷ୍ଠ ପ୍ରଶାସନିକ ଅଧିକାରୀଏବଂ ରାଜନେତା ମାନଙ୍କର ସଂପୃକ୍ତି ଅଛିବୋଲି ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି

ରାଜ୍ୟ ସରକାର ଆଦିବାସୀ ଏବଂ ତଫସିଲଭୁକ୍ତ ଜାତିର ଲୋକଙ୍କର ସ୍ୱାର୍ଥର ପ୍ରହରୀ ବୋଲି ଡିଣ୍ଡିମ ପିଟୁଥିବା ବେଳେ ଏହି ଘଟଣା ବିଜେଡି ସରକାରର ଅସଲ ମୁଖାକୁ ପଦାରେ ପକାଇଦେଇଛି । ପିକରଣ ମାଧ୍ୟମରେ ଯେଉଁ ଜମିକିଣାଯାଇଛି ତାକୁ ତୁରନ୍ତ ବାତିଲ କରିସେମାନଙ୍କ ଜମି ଫେରାଇବା ସହିତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀକୁ କଠୋରଦଣ୍ଡ ବିଧାନ କରିବା ପାଇଁ ଦାବି କରାଯାଇଛି ।ରାଜସ୍ୱ ମନ୍ତ୍ରୀ ହିସାବରେ ଶ୍ରୀ ସୁଦାମ ମାର୍ଣ୍ଡିଏହାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ସରକାର ଯଦି ଏଦିଗରେ ଦୃଢ଼ ପଦକ୍ଷେପ ନ ନିଅନ୍ତି ତେବେନ୍ୟାୟିକ ରାସ୍ତାରେ ଯିବା ପାଇଁ ମଧ୍ୟ ଶ୍ରୀ ମାଝୀଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ପ୍ରବକ୍ତା ଶ୍ରୀସୁଦର୍ଶନ ଦାସ, ପୂର୍ବତନ ସାଂସଦ ନକୁଳନାୟକ, ସନ୍ତୋଷ ପଟ୍ଟନାୟକ, ଟିକନବେହେରା, ଜୟନ୍ତ ସାହୁ, ଦୀପକ ମହାପାତ୍ରପ୍ରମୁଖ ଉପସ୍ଥିତ ଥିଲେ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଚୀନ୍ ସୀମା ସାମରିକ ଉପସ୍ଥିତି ବୃଦ୍ଧି କରିଛି, ଲଦାଖ କେବଳ ଟାର୍ଗେଟ ନୁହେଁ ।

ଚୀନ୍ କେବଳ ଷ୍ଟାଣ୍ଡ ଅଫ୍ ସ୍ଥାନ ନୁହେଁ, ପିପୁଲ୍ସ ଲିବରେସନ୍ ଆର୍ମିର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଅଧୀନରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ସହିତ ଏହାର ସାମରିକ ଭିତ୍ତିଭୂମିକୁ...