26 C
Bhubaneswar
Wednesday, October 21, 2020

ଉର୍ଜା ସୁରକ୍ଷା ସ୍ଥାପତ୍ୟର ବିକାଶରେ ଆତ୍ମନିର୍ଭର ଭାରତର ବଡ ଭୂମିକା : ଧର୍ମେନ୍ଦ୍ର

Must read

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ଭୁବନେଶ୍ୱର,୨୯ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂର ଦୃଷ୍ଟିରେ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଦେଶରେ ବ୍ୟାପକ ଉର୍ଜା ସୁରକ୍ଷା ସ୍ଥାପତ୍ୟର ବିକାଶ ପାଇଁଆମର ପ୍ରେଚେଷ୍ଟାକୁ ଆଗେଇ ନେବ ଏବଂ ଏ ଦିଗରେ ବଡ ଭୂମିକାଗ୍ରହଣ କରିବ ବୋଲି ସୋମବାର ଗ୍ଲୋବାଲ କାଉଣ୍ଟର ଟେରୋରିଜିମ୍କାଉନସିଲ ପକ୍ଷରୁ ଆୟୋଜିତ ‘ଜିସିଟିସି ଉର୍ଜା ସୁରକ୍ଷା ସମ୍ମିଳନୀ-୨୦୨୦’ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସମ୍ମିଳନୀରେ ଉପସ୍ଥିତ ବିଭିନ୍ନବିଦେଶୀ କମ୍ପାନୀଙ୍କୁ ଓଡିଶାର ଚଣ୍ଡିଖୋଲ ଏବଂ କର୍ଣ୍ଣାଟକର ପାଦୁରଠାରେ ଥିବା ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାରକୁ ବିକଶିତ କରିବାପାଇଁ କମ୍ପାନୀକୁ ନିମନ୍ତ୍ରଣ କରିଥିଲେ ।

ଶ୍ରୀ ପ୍ରଧାନ କହିଛନ୍ତି କରୋନା ପରବର୍ତ୍ତୀ ପର୍ଯ୍ୟାୟରେ ଆମଦେଶର ନାଗରିକଙ୍କ ପାଇଁ ସୁରକ୍ଷିତ, ସ୍ୱଚ୍ଛ, ସୁଲଭ ଓ ସ୍ଥିର ଉର୍ଜାକୁଅଧିକ ଧ୍ୟାନ ଦିଆଯିବ । ଭାରତର ଉର୍ଜା କମ୍ପାନୀମାନେ ନୂଆଉପାୟରେ ଏବଂ ନବସୃଜନ ମାଧ୍ୟମରେ ଆତ୍ମନିର୍ଭର ଭାରତ ନିର୍ମାଣକରିବାରେ ବଡ ଯୋଗଦାନ ରଖିବା ଦିଗରେ କାମ କରୁଛନ୍ତି । ଉର୍ଜା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ପଦକ୍ଷେପକୁ କାର୍ଯ୍ୟକାରୀକରାଯିବ ଏବଂ ପ୍ରଧାନମନ୍ତ୍ରୀଙ୍କ ଉର୍ଜା ଦୂରଦୃଷ୍ଟି ଯଥା ଉର୍ଜା ଉପଲବ୍ଧି,ଦକ୍ଷତା, ସ୍ଥିର, ନିରାପତ୍ତା ଏବଂ ସୁଲଭ ମୂଲ୍ୟର ଉର୍ଜା ଉପରେ ଗୁରୁତ୍ୱଦିଆଯାଉଛି । ଏ ମର୍ମରେ ଶ୍ରୀ ପ୍ରଧାନ ଭାରତ ସରକାରଙ୍କ ବିଭିନ୍ନମନ୍ତ୍ରଣାଳୟର ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି ।

୨୦୨୩ ସୁଦ୍ଧା ସମସ୍ତ ରେଳ ଲାଇନକୁ ଶତପ୍ରତିଶତ ବିଦ୍ୟୁତିକରଣ ପାଇଁରେଳ ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ଚାଲୁଅଛି । ଏମଏନଆରଇରକିଷାନ ଉର୍ଜା ଇଭାମ ଉଥାନ ଅଧୀନ ମହାଭିଯାନରେ ୧୫ ଲକ୍ଷରୁଉର୍ଦ୍ଧ୍ୱ ସୋଲାର ପମ୍ପର ସ୍ଥାପନା ପାଇଁ ଲକ୍ଷ୍ୟ ରଖାଯାଇଛି । ପରିବହନମନ୍ତ୍ରଣାଳୟ ସିଏନଜିକୁ ଏକ ବିକଳ୍ପ ଇନ୍ଧନରେ ଗ୍ରହଣ କରୁଛି ଓଜାହାଜ “ମନ୍ତ୍ରଣାଳୟ ପକ୍ଷରୁ ମଧ୍ୟ କୋଇଲା ଗ୍ୟାସିଫିକେସନ୍ ପ୍ରକଳ୍ପରବିକାଶ କରି ସ୍ୱଚ୍ଛ କୋଇଲା ପ୍ରଯୁକ୍ତିବିଦ୍ୟାକୁ ତ୍ୱରାନ୍ୱିତ କରିବା ଦିଗରେପଦକ୍ଷେପ ନିଆଯାଇଛି ।କୋଭିଡ୍-୧୯ ପରବର୍ତ୍ତୀ ଦୃଶ୍ୟପଟରେ ବିଶ୍ୱର ତୃତୀୟ ସର୍ବବୃହତଉର୍ଜା ଉତ୍ପାଦନକାରୀ ରାଷ୍ଟ୍ର ଭାରତ ଉର୍ଜାର ଆହ୍ୱାନକୁ ସାମ୍ନା କରିବାକୁପ୍ରସ୍ତୁତ ଅଛନ୍ତି । ବର୍ତ୍ତମାନ ଦେଶର ତୈଳ ବିପଣନ କମ୍ପାନୀମାନେଆଫ୍ରିକା, ଉତ୍ତର ଏବଂ ଦକ୍ଷିଣ ଆମେରିକା ସମେତ ୩୦ଟି ଦେଶରୁଅଶୋଧିତ ତୈଳ ଆମଦାନୀ କରୁଛନ୍ତି । ହାଇଡ୍ରୋକାର୍ବନ୍ ପାଇଁଆମଦାନୀ ନିର୍ଭରଶୀଳତା ହ୍ରାସ କରିବାକୁ ଉଦ୍ୟମ କରାଯାଉଛି ।

୨୦୨୦ ବର୍ଷ ଏପ୍ରିଲ ଏବଂ ମଇରେ ଅଶୋଧିତ ତୈଳର ମୂଲ୍ୟ କମ୍ରହିବାରୁ ଏହାର ଲାଭ ଉଠାଯାଇ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାରରେ୧୬ ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ଭର୍ତ୍ତି କରାଯାଇଛି । ଯଦ୍ୱାରାସରକାରଙ୍କ ୫ ହଜାରରୁ ଅଧିକ କୋଟି ସଞ୍ଚୟ ହୋଇପାରିଛି । ଅଶୋଧିତ ଏବଂ ପେଟ୍ରୋଲିୟମ ଉତ୍ପାଦ ସଂରକ୍ଷଣ କ୍ଷମତାକୁ ୭୪ଦିନର ଜାତୀୟ ବ୍ୟବହାରରୁ ୯୦ ଦିନ ପର୍ଯ୍ୟନ୍ତ ଉନ୍ନତ କରାଯାଉଛି ।ପରବର୍ତ୍ତୀ ବାଣିଜ୍ୟିକ ଷ୍ଟ୍ରାଟେଜିକ୍ ରିଜର୍ଭ କାର୍ଯ୍ୟକ୍ରମରେ ଯାଜପୁରଚଣ୍ଡିଖୋଲ ଏବଂ କର୍ଣ୍ଣାଟକର ପାଦୁରରେ ନିର୍ମାଣଧୀନ ଥିବା ୬.୫ମିଲିୟନ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ କ୍ଷମତା ବିଶିଷ୍ଟ ଷ୍ଟ୍ରାଟେଜି କ୍ପେଟ୍ରୋଲିୟମ ଭଣ୍ଡାରକୁ ବିକଶିତ କରିବା ପାଇଁ ଦେଶୀୟ କମ୍ପାନୀଙ୍କସହ ସାମିଲ ହେବା ପାଇଁ ଶ୍ରୀ ପ୍ରଧାନ ବିଦେଶୀ କମ୍ପାନୀ ଗୁଡିକୁ ନିମନ୍ତ୍ରଣକରିଛନ୍ତି ।

ଆମେରିକା ତଥା ଅନ୍ୟାନ୍ୟ ବାଣିଜ୍ୟିକ ଉପଯୋଗୀ ସ୍ଥାନବିଦେଶରେ ଅଶୋଧିତ ସଂରକ୍ଷଣ ସୁବିଧା ଅନୁସନ୍ଧାନ ଦିଗରେ କାର୍ଯ୍ୟକରାଯାଉଛି ବୋଲି ସେ କହିଛନ୍ତି । ଭାରତ ସରକାର ରାଜସ୍ୱ ଅପେକ୍ଷା ଆମଦାନୀକୁ ଗୁରୁତ୍ୱ ଦେଉଛନ୍ତି । ସ୍ଥିର ଉର୍ଜାର ବିକାଶ ଏବଂ ତୈଳ ଉପରେ ନିର୍ଭରତାକୁ କମ୍ କରିବାପାଇଁ ଅନେକ ପଦକ୍ଷେପ ନିଆଯାଉଛି । ତୈଳ ବିପଣନ କମ୍ପାନୀମାନେ୧୪ ହଜାର କୋଟି ଟଙ୍କା ବ୍ୟୟରେ ୧୨ଟି ଟୁଜି ଜୈବ-ବିଶୋଧନାଗାର ପ୍ରତିଷ୍ଠା କରିବା ଦିଗରେ କାମ କରୁଛନ୍ତି । ୨୦୩୦ସୁଦ୍ଧା ପେଟ୍ରୋଲରେ ଇଥାନଲର ୨୦% ମିଶ୍ରଣ ଏବଂ ଡିଜେଲରେବାୟୋ-ଡିଜେଲର ୫% ମିଶ୍ରଣର ଲକ୍ଷ୍ୟ ପୂରଣ କରିବାକୁ କାର୍ଯ୍ୟକରାଯାଉଛି । ଅପରପକ୍ଷରେ ସିଟି ଗ୍ୟାସ ବିତରଣ(ସିଜିଡ଼ି) ନେଟୱାର୍କରଏବଂ ସିଏନଜି ଷ୍ଟେସନ ପ୍ରତିଷ୍ଠା ସଂପ୍ରସାରଣରେ ଦ୍ରୁତ ଗତିରେ ବୃଦ୍ଧିପରିଲକ୍ଷିତ ହୋଇଛି ।

୨୦୩୦ ସୁଦ୍ଧା ୫ ହଜାର ସିବିଜି ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟରଖାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଅଶୋଧିତ ତୈଳରଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବା ପାଇଁ ଯଥା ଘରୋଇ ତୈଳଓ ଗ୍ୟାସ ଉତ୍ପାଦନରେ ବୃଦ୍ଧି, ଜୈବ ଏବଂ ନବୀକରଣ ଉର୍ଜା ପ୍ରୋତ୍ସାହନ,ଉର୍ଜା ସଂରକ୍ଷଣ ଏବଂ ଦକ୍ଷତା, ଅଶୋଧିତ ତୈଳ ପ୍ରକ୍ରିୟାରେଉନ୍ନତିକରଣ ଏବଂ ପ୍ରତିସ୍ଥାପନ ଚାହିଦା ଭଳି ଋଣନୀତିସୁପ୍ରଭାବ ପକାଇଛି । ବିଗତ ୬ ବର୍ଷରେ ଭାରତର କୁଟନୈତିକଓ ବୈଦେଶିକ ନୀତି ଦେଶ ପାଇଁ ସହଯୋଗୀ ହୋଇଛି । ଋଷ,ଆମେରିକା, ସାଉଦିଆରବ ଏବଂ ୟୁଏଇ ସହିତ ଜାପାନ ଏବଂଦକ୍ଷିଣ କୋରିଆ ଭଳି ଦେଶ ସହ ସମ୍ପର୍କ ସ୍ଥାପନ କରାଯାଇଛି ବୋଲିଶ୍ରୀ ପ୍ରଧାନ କହିଛନ୍ତି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ବାଲେଶ୍ୱରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ।

ବାଲେଶ୍ୱର,୧୯ା୧୦: ଜିଲ୍ଲାରବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ବ୍ୟବସ୍ଥା ବାବଦରେଜିଲ୍ଲାବାସୀ ପ୍ରତିକ୍ଷଣରେ ଚିକ୍ରାର କରୁଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀର୍ଘଦିନ ଧରିବାଲେଶ୍ୱର ସଦର ମହକୁମାରେ ଥାଇମଧ୍ୟ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଟିକିଏହେଲେ ଧ୍ୟାନ ନଦେବାକୁ ନେଇ ପ୍ରଶ୍ନଉଠାଇଛି...