26 C
Bhubaneswar
Wednesday, October 21, 2020

ସମବାୟ ସଦସ୍ୟଙ୍କ ପାଇଁ ଆର୍ଥିକ ସାକ୍ଷରତା ତାଲିମ କାର୍ଯ୍ୟକ୍ରମ।

Must read

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ଝାରସୁଗୁଡ଼ା, ୨୯ /୯ : ଦେଶର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଝାରସୁଗୁଡା ପକ୍ଷରୁଏହାର ଫ୍ଲାଗଶିପ୍ ପ୍ସ୍ଥାୟୀ ଜୀବିକା ପ୍ରକଳ୍ପ ଶୁଭଲକ୍ଷ୍ମୀ ସମବାୟ ସମିତିର ମହିଳା ସଦସ୍ୟଙ୍କ ପାଇଁ ଆର୍ଥିକ ସାକ୍ଷରତା ଉପରେ ଏକ ତାଲିମ ଶିବିର ଆରମ୍ଭ କରାଯାଇଛି । ଶୁଭଲକ୍ଷ୍ମୀ ସମବାୟ ସମିତି ୪୦୦୦ରୁଅଧିକ ସଦସ୍ୟତା ଥିବା ରାଜ୍ୟର ଅନ୍ୟତମ ବୃହତମ ଗ୍ରାମୀଣ ସମବାୟ ସମିତି । ଏହା ମହିଳାମାନଙ୍କ ମଧ୍ୟରେ ଜୀବିକା ସୁଯୋଗକୁ ପ୍ରୋତ୍ସାହିତ କରିବା, ଦକ୍ଷତାବିକାଶ ମାଧ୍ୟମରେ ଉଦ୍ୟୋଗୀତା ପାଇଁ ସୁଯୋଗ ସୃଷ୍ଟିକରିବା ଏବଂ ସଦସ୍ୟମାନଙ୍କୁ ସେମାନଙ୍କ ଉଦ୍ୟୋଗକୁ ଆଗକୁ ନେବା ପାଇଁ ଆର୍ଥିକ ସହାୟତା ଯୋଗାଇବା କାର୍ଯ୍ୟ ନିରନ୍ତର ଜାରି ରଖିଛି ।

ପ୍ରତିବର୍ଷ ବେଦାନ୍ତପକ୍ଷରୁ ଶୁଭଲକ୍ଷ୍ମୀ ସମବାୟ ସମିତି ସଦସ୍ୟମାନଙ୍କପ୍ରଶିକ୍ଷଣ ପାଇଁ ବିଭିନ୍ନ ଶିବିର ଏବଂ ଦକ୍ଷତା ବିକାଶକାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ଅର୍ଥନୈତିକ କାର୍ଯ୍ୟରେ ଗ୍ରାମୀଣ ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରିବାଏବଂ ଆର୍ଥôକ ସାକ୍ଷରତାର ଗୁରୁତ୍ୱକୁ ଦୃଷ୍ଟିରେ ରଖିକମ୍ପାନୀ ପକ୍ଷରୁ ମିଶନ ଶକ୍ତିର ବିଶେଷଜ୍ଞ ମାନଙ୍କସହାୟତାରେ ମହିଳାମାନଙ୍କୁ ସଂଚୟ, ମାଇକ୍ରୋଫାଇନାନ୍ସ ସେବା, ବୀମା, ପାଣ୍ଠି ପରିଚାଳନା, ଆର୍ଥିକ କ୍ଷେତ୍ରରେ ତାଲିମ ଦେବା ପାଇଁ କାର୍ଯ୍ୟ ଜାରି ରହିଛି ।ଆର୍ଥିକ ସାକ୍ଷରତା ବ୍ୟତୀତ ଗ୍ରାମୀଣ ମହିଳାମାନଙ୍କର ଆର୍ଥିକ ସଶକ୍ତିକରଣ ଉପରେ ମଧ୍ୟ ଗୁରୁତ୍ୱଦିଆଯାଉଛି । କରୋନା ମହାମାରୀ ସଂକ୍ରମଣରୁଦୂରେଇ ରହିବା ଲାଗି ପ୍ରଶିକ୍ଷଣ ଶିବିର ଅନଲାଇନରେକରାଯାଇଥିଲା ।

ତେବେ ଇଂରନେଟର ଉପଲବ୍ଧ ନଥିବା ଅଂଚଳରେ ଛୋଟଛୋଟ ଗୋଷ୍ଠୀ ମାଧ୍ୟମରେତାଲିମ ଦିଆଯାଇଥିଲା । ସେପ୍ଟେମ୍ବର ଶିବିରରେ ୨୬ଟିସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡିତ ଥିବା ପ୍ରାୟ୯୦ ଜଣ ମହିଳା ଅଂଶଗ୍ରହଣ କରିଥିଲେ । ଗ୍ରାମୀଣ ମହିଳାଙ୍କ ସଶକ୍ତିକରଣ କ୍ଷେତ୍ରରେ କମ୍ପାନୀରପ୍ରୟାସ ବିଷୟରେ ବେଦାନ୍ତ ସିଇଓ ସି.ଏନ.ସିଂକହିଲେ, ଭାରତରେ ମହିଳା ଏବଂ ଶିଶୁଙ୍କ ବିକାଶପାଇଁ ବେଦାନ୍ତର ପ୍ରତିବଦ୍ଧତା ତୃଣମୂଳ ସ୍ତରରୁ ଗୁରୁତ୍ୱପୂର୍ଣ୍ଣ ବିକାଶ ମୂଳକ ପଦକ୍ଷେପ ସହାୟତାରେ କରାଯାଉଛି । ବିଶେଷ କରି ଗ୍ରାମାଂଚଳର ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଦେଶର ପ୍ରଗତିପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶୁଭଲକ୍ଷ୍ମୀ ମାଧ୍ୟମରେ ବେଦାନ୍ତ, ଝାରସୁଗୁଡ଼ାର ଅନେକ ଗ୍ରାମରେ ପ୍ରଗତିମୂଳକ କାର୍ଯ୍ୟକ୍ରମ କମ୍ପାନୀ ପକ୍ଷରୁ ଜାରି ରହିଛି ।ଆଗାମୀ ଦିନରେ ଆର୍ଥିକ ସାକ୍ଷରତା ଶିବିର ସହିତପନିପରିବା ଚାଷ, ଟେଲରିଂ, ଏଂଟ୍ରପ୍ରାଇଜ ବିକାଶ ଆଦିିଉପରେ ଏକାଧିକ ତାଲିମ କାର୍ଯ୍ୟକ୍ରମ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି ।

ଏଥିରେ ଏକ ହଜାର ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଯିବାର ଯୋଜନା ରହିଛି । ଏଭଳି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ,ସମବାୟ ସମିତି ସଦସ୍ୟାଙ୍କ ଘରୋଇ ଆୟକୁ ୩୦ରୁ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କମ୍ପାନୀ ପକ୍ଷରୁଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଆର୍ଥିକ ସାକ୍ଷରତା ଅଧିବେଶନ ପରିଚାଳନା କରୁଥିବା ମିଶନଶକ୍ତି (ବରଗଡ) ର ରିସୋର୍ସ ପର୍ସନ୍ ଜିବର୍ଦ୍ଧନଖେତୀ ଏହି ଅବସରରେ କହିଲେ, ଏହି ତାଲିମ ମାଧ୍ୟମରେ, ଗ୍ରାମୀଣ ମହିଳାମାନଙ୍କ ମଧ୍ୟରେ ସଂଚୟ,ଋଣ, ବୀମା ଭଳି ଆର୍ଥôକ ବ୍ୟବସ୍ଥା ବିଷୟରେ ସଚେତନତା ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି । ଆମେ ଆଶା କରୁଛୁ ଯେ. ସେମାନେ ଋଣକୁସେମାନଙ୍କର ମାଇକ୍ରୋ ଉଦ୍ୟୋଗରେ ସଠିକ ଭାବରେ ଉପଯୋଗ କରି ଆତ୍ମନିର୍ଭରଶୀଳ ହୋଇପାରିବେ । ଶିବିର ଦ୍ୱାରା ସେମାନେ ଆର୍ଥିକ କ୍ଷେତ୍ରରେ ସଚେତନହେବା ସହିତ ସେମାନଙ୍କ ପରିବାରର ଆର୍ଥିକ ବ୍ୟବସ୍ଥାକୁ ସଠିକ ଭାବେ ପରିଚାଳନା କରିପାରିିବେ । ଶିବିରରେ ଯୋଗ ଦେଇଥିବା ଶୁଭଲକ୍ଷ୍ମୀ ସମବାୟସମିତିର ପୂର୍ବତନ ଉପଧ୍ୟକ୍ଷା ମୌନାବନି ବାଗକହିଲେ, କୋଭିଡ ସଙ୍କଟ ସମୟରେ ଏଭଳି ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ମୁଁ ଶୁଭଲକ୍ଷ୍ମୀ ଏବଂ ବେଦାନ୍ତକୁ ନିଜର କୃତଜ୍ଞତା ଜ୍ଞାପନ କରୁଛି ।

ଉଭୟ ଏସ୍ଏସ୍ଜି ଏବଂ ନିଜ ପରିବାରରେ ଆମେପାଣ୍ଠିର ଉପଯୁକ୍ତ ବିନିଯୋଗ ସମ୍ପର୍କରେ ଏହି ଶିବିର ଯୋଗଦେଇ ବେଶ୍ ସଚେତନ ହୋଇପାରିଛୁ । ଆମେ ଶୁଭଲକ୍ଷ୍ମୀ ମାଧ୍ୟମରେ ବିଭିନ୍ନ ଆର୍ଥôକ ସେବା ପ୍ରାପ୍ତ କରୁଛୁ ଓ ଏହି ତାଲିମ କାର୍ଯ୍ୟକ୍ରମ ଆମକୁ ଋଣକୁଉପଯୁକ୍ତ ଭାବେ ବିନିଯୋଗ କରିବା ଏବଂ ମାଇକ୍ରୋ ଉଦ୍ୟୋଗଗୁଡ଼ିକୁ କିଭଳି ଭଲ ଭାବରେ ପରିଚାଳନା କରାଯାଇ ପାରିବ ସେ ନେଇ ସଚେତନ ହୋଇପାରିଛୁ ନିୟମିତ ମାସିକ ସଂଚୟ ଏବଂ ଋଣପରିଶୋଧ କରାଯିବ ସେ ନେଇ ମଧ୍ୟ ଆମେସଚେତନ ହୋଇ ପାରିଛୁ । ଶୁଭଲକ୍ଷ୍ମୀ ସମବାୟ ସମିତିର ପ୍ରୟାସ ଏବଂସକାରାତ୍ମକ ଆଭୁମୁଖ୍ୟ ଯୋଗୁ ସମ୍ପ୍ରତି ୭୨ ଟି ଗାଁର ୩୩୧ ଏସ୍ଏସ୍ଜିଙ୍କୁ ଆବଶ୍ୟକ ଆର୍ଥିକ ସହାୟତା ମିଳିପାରିଛି । ଫଳରେ ସମବାୟ ସମିତିର ସଦସ୍ୟାମାନେ ଫାଷ୍ଟଫୁଡ ସେଂଟର, ପ୍ୟାକେଜ ସ୍ନାକ୍ସ,କୁକୁଡ଼ା ଫାର୍ମ, ଗ୍ରୋସରୀ ଷ୍ଟୋର, ବିୟୁଟି ପାର୍ଲର,ଟେଲରିଂ ସେଂଟର, ପନିପରିବା ଚାଷ ଇତ୍ୟାଦିଅନେକ ମାଇକ୍ରୋ ଉଦ୍ୟୋଗ କରିବାରେ ସଫଳତାହାସଲ କରିପାରିଛନ୍ତି ।

ଏହି ସମବାୟ ସମିତି ଦ୍ୱାରା୧୭୨୬ ଜଣ ମହିଳା ଉଦ୍ୟୋଗୀଙ୍କୁ ଚାଷ ଏବଂଅଣ-ଚାଷ କ୍ଷେତ୍ରରେ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଛି । ଏହା ଦ୍ୱାରା ସ୍ଥାପିତ ‘ଉଦ୍ୟମୀ ପାଣ୍ଠି’ନାମକ ଏକ ସ୍ୱତନ୍ତ୍ର ଆର୍ଥିକ ବ୍ୟବସ୍ଥା ଅନ୍ତର୍ଗତ ୧୯ ଉଦ୍ୟୋଗୀଙ୍କୁ ଆବଶ୍ୟକ ଯନ୍ତ୍ରାଂଶ, କଂଚାମାଲ ସହାୟତା, ବଜାର ଲିଙ୍କେଜ୍ ଏବଂ ବିଶେଷଜ୍ଞ ତାଲିମଏବଂ ରଣ ଆଦି ସହାୟତା କରାଯାଇଛି ।ସୂଚନାଯୋଗ୍ୟ, ବେଦାନ୍ତ ଲିମିଟେଡ଼, ଝାରସୁଗୁଡା ଭାରତର ସର୍ବବୃହତ ପ୍ରାଥମିକ ଆଲୁମିନିୟମ ଉତ୍ପାଦକ ହୋଇଥିବାବେଳେ ଏଠାରେ ସ୍ଥାପିତ ସ୍ମେଲଟିଙ୍ଗ ପ୍ଲାଂଟ୍ର ବାର୍ଷିକ କ୍ଷମତା ୧.୬ ନିୟୁତଟନ । ଏହା ଭାରତର ଏକ ମାତ୍ର ସ୍ମେଲ୍ଟର ଯାହା କିବିଶ୍ୱର ୧ ନିୟୁତ ଟନ ପ୍ରାଥମିକ ଆଲୁମିନିୟମ ଉତ୍ପାଦନ ଏବଂ ରପ୍ତାନୀକାରୀ ବର୍ଗରେ ସାମିଲ ହୋଇପାରିଛି । ଏହା ଆଧୁନିକ ବୈଷୟିକ ଜ୍ଞାନକୌଶଳ ସହିତ ନୂତନ ପ୍ରଣାଳୀ ଏବଂ ସ୍ଥାୟୀବିକାଶ ଶୈଳୀରେ କାର୍ଯ୍ୟରତ । ବେଦାନ୍ତ ଝାରସୁଗୁଡା, ଭାରତର ଏକ ତୃତୀୟାଂଶ ପ୍ରାଥମିକ ଆଲୁମିନିୟମ ଉତ୍ପାଦନ କରିଥାଏ । କମ୍ପାନୀ ପକ୍ଷରୁ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହିତ ସ୍ଥାନୀୟଅଂଚଳର ସ୍ଥାୟୀ ସାମଗ୍ରିକ ବିକାଶ ତଥାହିତାଧିକାରୀଙ୍କ ପାଇଁ ଉନ୍ନତି ଲାଗି ସର୍ବଦାଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଜାରି ରହିଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ବାଙ୍ଗଲାଦେଶ ଅପେକ୍ଷା ବର୍ତ୍ତମାନ ସରକାରୀ ଭାବେ ଗରିବ ହୋଇଥିବାରୁ ଭାରତରେ ଆଙ୍ଗଷ୍ଟ ଏବଂ ଅସ୍ୱୀକାର |

ଦର୍ପଣ, କାନ୍ଥରେ ଦର୍ପଣ, ସେମାନଙ୍କ ମଧ୍ୟରୁ ସବୁଠାରୁ ଗରିବ କିଏ? ୧୯୭୧ରେ ଯେତେବେଳେ ବାଂଲାଦେଶ ଏକ ସ୍ଵାଧୀନ ଦେଶ...