25 C
Bhubaneswar
Monday, October 26, 2020

ବିଦ୍ୟୁତ ଦର ବୃଦ୍ଧି ପ୍ରତ୍ୟାହାର କରାଯାଉ ।

Must read

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଭୁବନେଶ୍ୱର,୨୯ା୯(ନି.ପ୍ର.): ଆଜି ପ୍ରଦେଶ କାର୍ଯ୍ୟାଳୟ ଠାରେ ପୂର୍ବତନ ମନ୍ତ୍ରୀତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍ଗୋ ବିଦ୍ୟୁତ ଦର ବୃଦ୍ଧିକୁ ନେଇରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଥିଲେ କରୋନା ମହାମାରୀ ସମୟରେ ସବୁଶ୍ରେଣୀର ଉପଭୋକ୍ତା ଏବଂ ବିଶେଷ କରି ବିଦୁତ ଉପଭୋକ୍ତାମାନଙ୍କର ଆର୍ଥିକ ସ୍ଥିତିଦୋହଲି ଯାଇଛି । ଛୋଟବଡ ଦୋକାନୀ,ବିଦୁତ ବ୍ୟବହାରକାରୀ ଅଣୁ, କ୍ଷୁଦ୍ର ଓ ମଧ୍ୟମଶିଳ୍ପ ତଥା କୃଷି ସହିତ ସଂପୃକ୍ତ ବିଦ୍ୟୁତ ବହାରକାରୀମାନେ ଏପର୍ଯ୍ୟନ୍ତ ଅଂଟାସଳଖି ଛିଡା ହୋଇପାରି ନାହାନ୍ତି । ଏହିବର୍ଗର ବିଦୁ୍ୟତ୍ ବ୍ୟବହାର ରାଜ୍ୟର ମୋଟ୍ ବିଦ୍ୟୁତ ବ୍ୟବହାରର ୫୭% ରୁ ଅଧିକ ।ଅର୍ଥାତ୍ ବାର୍ଷିକ ବ୍ୟବହାର ହେଉଥିବା ହାରାହାରି ୩୬୦୦ ମେଗାୱାଟ୍ର ପାଖାପାଖି୨ ହଜାର ମେଗାୱାଟ୍ ଏମାନେ ବ୍ୟବହାର କରିଥାନ୍ତି ।

ସାଧାରଣତଃ ଉପଭୋକ୍ତାଙ୍କ ମଧ୍ୟରୁ କେବଳ ସରକାରୀ ଓ ଅର୍ଦ୍ଧସରକାରୀ ସଂସ୍ଥାକୁ ଛାଡି ଦେଲେ ଅନ୍ୟବ୍ୟବହାର କାରୀଙ୍କ ମଧ୍ୟରୁ ପାଖାପାଖି ୩୩%କର୍ମଜୀବୀ ଅଟନ୍ତି । ସେମାନଙ୍କ ଆୟର ବ୍ୟବସ୍ଥା ମଧ୍ୟ ଏପର୍ଯ୍ୟନ୍ତ ସରକାର ସଜାଡି ପାରିଲେନାହିଁ । ପ୍ରଦେଶ କଂଗ୍ରେସ ପୂର୍ବରୁଦାବି କରି ଆସିଥିଲା ଯେ ସରକାର ତୁରନ୍ତକରୋନା ବର୍ଷ ପାଇଁ ବିଦ୍ୟୁତ ଦର ଅତିକମ୍ରେ ୫୦% କମାନ୍ତୁ । ଏହା କେବଳ ସ୍ୱଳ୍ପଆୟକାରୀଙ୍କୁ ସାହାଯ୍ୟ ଦେଇନଥାନ୍ତା,ପରନ୍ତୁ ଛୋଟ ଛୋଟ ଘରୋଇ ଶିଳ୍ପରଉତ୍ପାଦନ ବୃଦ୍ଧିରେ ସହାୟକ ହୋଇଥାନ୍ତା । ତାହା ନକରି ସରକାରଙ୍କ ପ୍ରଚ୍ଛନ୍ନ ସହମତିରେ ଓଡିଶା ବିଦୁ୍ୟତ୍ ନିୟାମକ ଆୟୋଗ ଦର ବୃଦ୍ଧି କରିଦେଲେ । ସରକାର ସଫେଇ ଦେଇ କହିଲେଯେ ଚାଷୀ ଓ ବିପିଏଲ୍ ଉପଭୋକ୍ତା ଏଥିରୁବାଦ୍ ଯାଇଛନ୍ତି ।

କିନ୍ତୁ ରାଜ୍ୟରେ ଚାଷୀମାନେ ଚାଷ ପାଇଁ ମାତ୍ର ୨% ବିଦ୍ୟୁତ ବ୍ୟବହାର କରୁଥିବା ବେଳେ ବିପିଏଲ୍ଉପଭୋକ୍ତାମାନେ ମାତ୍ର ୭% ବିଦ୍ୟୁତ ୟବହାର କରିଥାନ୍ତି । ଏଥିମଧ୍ୟରେ ୫୦ୟୁନିଟ୍ରୁ କମ୍ ବିଦ୍ୟୁତ ବ୍ୟବହାର କାରୀଙ୍କ ସଂଖ୍ୟା ଖୁବ୍ ସୀମିତ । ତେଣୁ ସରକାରଙ୍କ ସଫେଇ ଅତ୍ୟନ୍ତ ହାସ୍ୟାସ୍ପଦ ମନେହୁଏ । ଖର୍ଚ୍ଚ ବଢ଼ିଯିବା ଆଳରେ ବିଦ୍ୟୁତ ଉତ୍ପାଦନକାରୀ ସଂସ୍ଥା ଓ ଏହାକୁ କ୍ରୟକରୁଥିବା ଗ୍ରୀଡ୍କୋର ଦାବୀ ଫଳରେଏପରି ବୃଦ୍ଧି କରାଗଲା । ଗ୍ରୀଡ୍କୋ ମୁଖ୍ୟତଃସମସ୍ତ ଉତ୍ପାଦନକାରୀ ସଂସ୍ଥା ଙଚଏଉଖ,ଙଐଚଏଉ ବିଭିନ୍ନ ଉବକ୍ଟ୍ରଗ୍ଧସଙ୍ଖର ଚକ୍ଟଙ୍ଗରକ୍ସଚକ୍ଷବଦ୍ଭଗ୍ଧ ଓ ଶକ୍ତି ବିକ୍ର୍ରୟକାରୀ ସଂସ୍ଥାଠାରୁ ବିଦ୍ୟୁତ କିଣିଥାଏ ଓ ବିତରକ କମ୍ପାନୀମାନଙ୍କୁ ଦେବା ସହିତ ଅନ୍ୟ ରାଜ୍ୟଗ୍ରୀଡ୍ ଓ ଜାତୀୟ ଗ୍ରୀଡ୍କୁ ମଧ୍ୟ ବିକ୍ରୀକରିଥାଏ । ଏ ସଂପର୍କରେ ରାଜ୍ୟବାସୀଙ୍କ ସାମ୍ନାରେ ସରକାର ସ୍ପଷ୍ଟୀକରଣ ରଖିବାଉଚିତ୍ । ରାଜ୍ୟର ମୋଟ୍ ବିଦ୍ୟୁତ ବ୍ୟୟର୨୨% ଖୁବ୍ କମ୍ ଦରରେ ଅର୍ଥାତ୍ ପାଖାପାଖି ୟୁନିଟ୍ ପିଛା ୨ ଟଙ୍କାରେ ଓ ସୌର ବିଦ୍ୟୁତ ମିଳୁଥିବା ୧୦% ୟୁନିଟ୍ ପିଛାପାଖାପାଖି ୨ ଟଙ୍କା ୫୦ ପଇସାରେମିଳିଥାଏ ।

ସବୁ ମିଶି ବିଦ୍ୟୁତ କ୍ରୟ ୟୁନିଟ୍ପିଛା ୩ ଟଙ୍କା ୫୦ ପଇସାରୁ କେବେ ବିଅଧିକ ନୁହେଁ । ତେବେ ୟୁନିଟ୍ ପିଛା ଏବେ୮ ଟଙ୍କାରେ ବିକ୍ରୀ ପ୍ରସ୍ତାବ କାହା ସ୍ୱାର୍ଥରେକରାଗଲା? ଗ୍ରୀଡ୍କୋର ପାଖାପାଖି ୭ହଜାର କୋଟି ଟଙ୍କା ବିଭିନ୍ନ କମ୍ପାନୀଉପରେ ବକେୟା ପଡିଛି । ବିତରକ କମ୍ପାନୀ ମାନଙ୍କର ପାଖାପାଖି ୨ ହଜାର କୋଟି ଟଙ୍କା ରାଜ୍ୟ ସରକାରଙ୍କ ଉପରେ ବାକି ପଡିଛି । ରାଜ କଂଗ୍ରେସ ଓ ଉପଭୋକ୍ତା ମହାସଂଘ ବାରମ୍ବାର ଦାବୀ କରି ଆସିଛି ଯେ ଗତ କୋଡିଏ ବର୍ଷ ଭିତରେ ବିଦ୍ୟୁତ ସଂପର୍କିତ ସମସ୍ତ ଆୟବ୍ୟୟର ହିସାବ ରାଜ୍ୟ ସିଏଜି ଦ୍ୱାରା ଅଡିଟ୍କରାଯାଉ । କିନ୍ତୁ ସରକାର ଏଥିପ୍ରତି ଉଦାସୀନ ମନୋଭାବ ପୋଷଣ କରୁଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ବିଦୁ୍ୟତ୍ ସଂସ୍କାରବେଳର ମୂଳ ଲକ୍ଷ୍ୟ ସାଧନ ଦିଗରେ ରାଜ୍ୟ ସରକାର ସଂପୂର୍ଣ୍ଣ ରୂପେ ବିଦ୍ୟୁତ ହୋଇଛନ୍ତିକହି କ୍ଷୋଭ ପ୍ରକାଶ କରିଥିଲେ ।

ବିଦ୍ୟୁତ ସଂସ୍କାର ପ୍ରକି୍ରୟାର ମୁଖ୍ୟ ଲକ୍ଷ୍ୟ ଥିଲା ବିଦ୍ୟୁତ ତରଣ ଜନିତ କ୍ଷତି କମିବ, କିନ୍ତୁ ବାରମ୍ବାର ପ୍ରତିଶ୍ରୁତି ସତ୍ୱେ ଏ ପର୍ଯ୍ୟନ୍ତ ବିତରଣ ଜନିତକ୍ଷତି ୩୭% ରୁ ଉଦ୍ଧ୍ୱର୍ ରହିଲା । ଯାହାକି ଜାତୀୟ ହାରଠାରୁ ଦୁଇଗୁଣ ଅଧିକ ଓ କେତେକରାଜ୍ୟରେ ଏହି ହାର ୮% ରୁ ୧୦% ମଧ୍ୟରେ ରହିଛି । ସେଥିପାଇଁ ଗୋଟିଏ ଉଚ୍ଚ ବୈଷୟିକଜ୍ଞାନ ସଂପନ୍ନ ସ୍ୱାଧୀନ ସଂସ୍ଥା ଦ୍ୱାରା ଏନର୍ଜି ଅଡିଟ୍ କରିବା ପାଇଁ ଶ୍ରୀ ବେହେରା ଦାବିକରିଛନ୍ତି । କୌଣସି ବିତରକ କମ୍ପାନୀ ବିଦ୍ୟୁତ ସରବରାହ ମାନ ବୃଦ୍ଧି ନିମନ୍ତେ ଗୋଟିଏ ବିପଇସା ଖର୍ଚ୍ଚ କଲେ ନାହିଁ । ବରଂ ବାତ୍ୟା, ବନ୍ୟା, ବିଭିନ୍ନ ଗ୍ରାଂଟ୍ ଓ ବିଭିନ୍ନ ଋଣ ଆଦିବାବଦରେ ୩୦ ହଜାର କୋଟିରୁ ଉଦ୍ଧ୍ୱର୍ ଟଙ୍କା ଏ ମଧ୍ୟରେ ଖର୍ଚ୍ଚ କରିଛନ୍ତି ।

କେନ୍ଦ୍ର ଓ ରାଜ୍ୟସରକାର ଟାଟା ପରି ଏହିସବୁ କମ୍ପାନୀମାନଙ୍କୁ ଲୋକଙ୍କ ଅର୍ଥରୁ ମୋଟା ଅଙ୍କ ଦେବାର ପ୍ରତିଯୋଗୀତାରେ ଲାଗିଛନ୍ତି । ଲୋକଙ୍କ ପାଖରୁ ଦରବୃଦ୍ଧି କରି ହଜାରେ କୋଟି ଟଙ୍କା ବିତରଣକମ୍ପାନୀକୁ ଟେକି ଦିଆଗଲା । ଅପରପକ୍ଷରେ କେନ୍ଦ୍ର ଏହି କମ୍ପାନୀକୁ ୮୪ କୋଟି ଟଙ୍କାରପ୍ୟାକେଜ୍ ଦେବାର ଯେଉଁ ଘୋଷଣା କରିଛି ତାହା ସନେ୍ଦହ ସୃଷ୍ଟି କରୁଛି । ଓଡିଶା ସରକାର ତୁରନ୍ତ ବର୍ଦ୍ଧିତ ବିଜୁଳି ଦରକୁ ପ୍ରତ୍ୟାହାର ନକଲେ ପିସିସି ସଭାପତିଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ଆଗାମୀ ଦିନରେ ବଡ ଧରଣର ଜନ ଆନେ୍ଦାଳନକୁକଂଗ୍ରେସ ଦଳ ଓହ୍ଲାଇବ ବୋଲି ମୁଖପାତ୍ର ପ୍ରଶାନ୍ତ ଶତପଥି ଚେତାବନୀ ଦେଇଥିଲେ । କରୋନା ମହାମାରୀ ସମୟରେ ରାଜ୍ୟବାସୀଙ୍କ ଉପରେ ବିଦ୍ୟୁତ ଦର ବୃଦ୍ଧି ଜନିତ ଅତିରିକ୍ତଆର୍ଥିକ ବୋଝ ନ ଲଦିବା ପାଇଁ ଶ୍ରୀ ଶତପଥି ରାଜ୍ୟ ସରକାରଙ୍କୁ ଅପିଲ୍ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀକୁ ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ସଂଯୋଜନା କରିଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସ୍‌ଲାମୋଫୋବିଆକୁ ବିରୋଧ କରୁଥିବା ଫେସବୁକକୁ ଇମ୍ରାନ ଖାନ ଭାରତକୁ ଟାଣିଛନ୍ତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖି ସୋସିଆଲ ନେଟୱାର୍କରେ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରୁଥିବା ନିଷେଧାଦେଶକୁ ଆହ୍ଵାନ କରିଛନ୍ତି ଏବଂ ଭାରତରେ ପୋଟସଟ...

ଚାଇନା ଏବଂ ପାକିସ୍ତାନ ଯୁଦ୍ଧ ପାଇଁ ତାରିଖ ସ୍ତିର।

ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଏବଂ ଚୀନ୍ ସହିତ ଯୁଦ୍ଧର ତାରିଖ ସ୍ଥିର କରିସାରିଛନ୍ତି ବୋଲି କହିବା ପରେ ବିଜେପିର ଉତ୍ତରପ୍ରଦେଶ ମୁଖ୍ୟ ସ୍ଵତନ୍ତ୍ର ଦେବ ସିଂ କହିଛନ୍ତି। ଗତ କିଛି...

ଅଧିକ ରାଜସ୍ୱ ପାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲ ଭାରତରେ ମହଙ୍ଗା ହୋଇପାରେ |

କୋଭିଡ -୧୯ ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ଅର୍ଥନୀତିକ ସଙ୍କଟ ଏବଂ ରାଜସ୍ୱ ଉପରେ ପରବର୍ତ୍ତୀ ଚାପ ପୁଣିଥରେ କେନ୍ଦ୍ରକୁ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢାଇପାରେ।...

ନଭେମ୍ବର୨ରେ ମୋଦୀ ଭାରତରେ ପୁଞ୍ଜି ବିନିଯୋଗକୁ ଆମନ୍ତ୍ରଣ କରିଛନ୍ତି।

ବିଶେଷ କରି ଭିତ୍ତିଭୂମି କ୍ଷେତ୍ରରେ ଦେଶରେ ଅଧିକ ପୁଞ୍ଜିନିବେଶକୁ ଆକର୍ଷିତ କରିବାର ପ୍ରୟାସର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୫ ରେ ଶୀର୍ଷ ବିଶ୍ୱ ପୁଞ୍ଜି...

ଚୀନ୍ ସୀମା ସାମରିକ ଉପସ୍ଥିତି ବୃଦ୍ଧି କରିଛି, ଲଦାଖ କେବଳ ଟାର୍ଗେଟ ନୁହେଁ ।

ଚୀନ୍ କେବଳ ଷ୍ଟାଣ୍ଡ ଅଫ୍ ସ୍ଥାନ ନୁହେଁ, ପିପୁଲ୍ସ ଲିବରେସନ୍ ଆର୍ମିର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଅଧୀନରେ ଥିବା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ସହିତ ଏହାର ସାମରିକ ଭିତ୍ତିଭୂମିକୁ...