26 C
Bhubaneswar
Wednesday, October 21, 2020

ପଲିଥିନ୍ ଛପର ଘରେ ଜୀବନ ବିତାଉଛନ୍ତି ବୃଦ୍ଧା ।

Must read

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

କନ୍ଧମାଳ,୨୭ ।୯: ଝାଟିମାଟିରେ ତିଆରି ଭଙ୍ଗା ଦଦରା ପଲିଥିନ ଛପର ଘରେ ବିତୁଛି ଏକ ଅସହାୟ ୬୦ ବର୍ଷର ବୃଦ୍ଧାମହିଳାଙ୍କ ଜୀବନ । କନ୍ଧମାଳ ଜିଲ୍ଲାଫୁଲବାଣୀ ବ୍ଳକ ଅନ୍ତର୍ଗତ ମିଣିଆ ଗ୍ରାମପଂଚାୟତ ଅଧିନସ୍ଥ ଶ୍ରାସାନାଣ୍ଡା ଗ୍ରାମରୋ ସରକାର ଗରିବ ଓ ବାସହୀନ ପରିବାରଲୋକଙ୍କୁ ଯୋଗାଇ ଦେଇଥିବା ଆବାସ ଯୋଜନାର ଘରଟିଏ ପାଇଁ ବାରମ୍ବାରନିବେଦନ କରି ସମ୍ପୁର୍ଣ୍ଣ ବିଫଳ ହୋଇଥିବାବେଳେ ଏବେ ନିଜ ଜୀବନକୁ ପାଣିଛଡେଇ ବିପଦ ସଙ୍କୁଳ ଅବସ୍ଥାରେ ପଲିଥିନ୍ ଟଣା ଭଙ୍ଗା ଦଦରା ଝାଟିମାଟିରେ ତିଆରି ଜଙ୍ଗଲ ତଳିଆ କୁଡିଆ ଘରେ ରହୁଛନ୍ତି ବିଧବା ଅସହାୟ ମହିଳା ପ୍ରତିମାମଲ୍ଲିକ (୬୦) ଖରାବର୍ଷା ଶିତକାକରରେ ପ୍ରତିମା ଅତି ଦୁଃଖଦାୟକ ଜୀବନ ବିତାଉଛନ୍ତି ।

ହଠାତ ହେଉଥିବା ଲଘୁଚାପ ଜନିତ ବର୍ଷା ବିଜୁଳି ଘଡଘଡିଯୋଗୁଁ ଏହି ଅସହାୟ ବୃଦ୍ଧା ମହିଳାଙ୍କପ୍ରତି ବିପଦ ରହିଥିବା କହିଛନ୍ତି ଅଂଚଳବାସୀ । ପ୍ରକାଶ ଯେ କେହି ମଧ୍ୟ ଯୋଗ୍ୟ ବିବେଚିତ ଗରିବ ହୀତାଧିକାରୀ ଆବାସ ଯୋଜନାରେ ଘର ପାଇବାରେ ବଂଚିତହେବେ ନାହିଁ ବୋଲି ରାଜ୍ୟ ଓ କେନ୍ଦ୍ରସରକାର ଘୋଷଣା କରି ଆବାସ ଘରଯୋଗାଇ ଦେବାର ପ୍ରଚେଷ୍ଠା କରୁଛନ୍ତି । କିନ୍ତୁ ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କଦାୟୀତ୍ୱ ହୀନତା ସ୍ଥାନୀୟ ଜନ ପ୍ରତିନିଧିମାନଙ୍କ ଆନ୍ତରିକତା ଅଭାମ ଯୋଗୁଁଅନେକ ଗରିବ ଯୋଗ୍ୟ ବିବେଚିତ ହିତାଧିକାରୀ ଆଜି ପର୍ଯ୍ୟନ୍ତ ଅଯୋଗ୍ୟହୋଇ ଆବାସ ଯୋଜନାରୁ ଘର ଖଣ୍ଡେପାଇବାରୁ ବଂଚିତ ହୋଇ ରହୁଛନ୍ତି ବୋଲି ଜନସାଧାରଣ ପ୍ରକାଶ କରୁଛନ୍ତି ।

ସ୍ୱାମୀଙ୍କ ମୃତୁ୍ୟ ପରେ ସେ ଅସହାୟ ହୋଇ ତାଙ୍କପୈତୃକ ଗାଁକୁ ଆସିଥିଲେ । ଏକାକି ବିଧବା ମହିଲା ହୋଇଥିବାରୁ ତାଙ୍କୁ କେବଳକେବଳ ଚାଉଳ ପାଂଚ କେଜି ଏବଂବିଧବା ଭତା ୫୦୦ଟଙ୍କା ପାଇ ସେଥିରେ ଅତି କଷ୍ଟେ ମଷ୍ଟେ ଚଳୁଛନ୍ତି । ସେହି ପାଂଚ କେଜି ଚାଉଳରେ ମାସସାରା ଚଳିବା ସମ୍ଭବ ହୋଇପାରୁ ନାହିଁ । ସେଥିପାଇଁ ତାଙ୍କୁ ନିକଟ ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରି ସେଥିରେ ଖଲି ଦନାତିଆରି କରି ସେଥିରୁ ଯାହା ମିଳେ ଚଳନ୍ତିା ତାହା ମଧ୍ୟ ଦୁଇ ଓଳି ସବୁଦିନେ ମିଳିବାସମ୍ଭବପର ହୋଉନି । ଏଣୁ ଏହି ଅସହାୟ ବୃଦ୍ଧାଙ୍କୁ ସରକାରୀ ସହାୟତା ଯୋଗାଇଦେବା ସହିତ ଅନ୍ତର୍ଦୟ ଯୋଜନାରେ ସାମିଲ କରି ଚାଉଳ ୩୫କେଜି ଏବଂ ଆବାସ ଘର ଖଣ୍ଡେଯୋଗାଇ ଦେଲେ ତାଙ୍କର ବାର୍ଦ୍ଧକ୍ୟସମୟରେ ଏହାୟକ ହୁଅନ୍ତା ବୋଲି କହିଛନ୍ତି ପ୍ରତିମା ମଲ୍ଲିକ ।

ଏହି ସଂକ୍ରାନ୍ତରେଫୁଲବାଣୀ ବିଡିଓ ସୁବ୍ରତ କୁମାର ଜେନାଙ୍କୁଯୋଗାଯୋଗ କରିବାରୁ ବୃଦ୍ଧା ଜଣକସେହି ଗ୍ରାମର ହୋଇଥିଲେ ହେଁ ସେଅନ୍ୟତ୍ର ବିବାହ କରିଥିଲେ । ତେଣୁ ସେଗତ ୨୦୧୧ ମସିହା ଜନଗଣନାବେଳକୁ ଏହି ଗ୍ରାମରେ ରହୁନଥିବାରୁତାଙ୍କର ନାମ ତାଲିକା ଭୁକ୍ତହୋଇପାରିନାହିଁ । ତେବେ ଗତ ୨୦୧୯ମସିହାରେ ମଧ୍ୟ ଏହି ସୁବିଧାରୁ ବଂଚିତଥିବା ଲୋକଙ୍କ ତାଲିକା କରାଯାଇଥିଲା ।ହେଲେ ସେତେବେଳେ ମଧ୍ୟ ପ୍ରତିମାମଲ୍ଲିକ ତାଙ୍କର ନାମ ପଞ୍ଜିକରଣ କରିନଥିବାକିମ୍ବା ସେ କୌଣସି ଆବେଦନ ମଧ୍ୟକରିନଥିଲେ । ତେବେ ତାଙ୍କରଆବଶ୍ୟକତାକୁ ନେଇ ତଦନ୍ତ କରାଯିବା ସହସରକାରୀ ଯୋଜନା ଅନୁସାରେ ସମସ୍ତସହାୟତା କରାଯିବ ବୋଲି କହିଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ମେଟ୍ରୋ ମଧ୍ୟରେ ଚେନ୍ନାଇରେ କେଜି ପିଛା ୭୩ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରାଯାଉଛି |

କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଙ୍ଗଳବାର ଦିନ ଚେନ୍ନାଇରେ ଖୁଚୁରା ପିଆଜ ମୂଲ୍ୟ କିଲୋଗ୍ରାମ ପିଛା ୭୩ ଟଙ୍କାକୁ ବୃଦ୍ଧି ପାଇଛି - ମେଟ୍ରୋ ସହର ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦୀ କରୋନାଭାଇରସ୍ ସ୍ଥିତିର ସମୀକ୍ଷା କରିଛନ୍ତି, ଆତ୍ମସନ୍ତୋଷରୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଦେଶରେ କରୋନାଭାଇରସ୍ ସଙ୍କଟର ମାଧ୍ୟାକର୍ଷଣକୁ ପୁନଃସ୍ଥାପିତ କରିଛନ୍ତି ଏବଂ ନବରାତ୍ରୀ ଉତ୍ସବ ଠାରୁ ଆରମ୍ଭ କରି ଉତ୍ସବ ପୂର୍ବରୁ ସତର୍କ ରହିବାକୁ...

ଅକ୍ଟୋବର ୨୧ ରୁ ମହାରାଷ୍ଟ୍ରରେ ମହିଳାମାନେ ସ୍ଥାନୀୟ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଥିଲେ |

କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର କହିଛନ୍ତି ଯେ ଜାତୀୟ ପରିବହନକାରୀ ମହିଳାମାନଙ୍କୁ ଅକ୍ଟୋବର ୨୧ ରୁ ୧୧ ଟା ୩ ଟା ଏବଂ ସନ୍ଧ୍ୟା...

ତାଇୱାନ ସହିତ ଭାରତ ବାଣିଜ୍ୟ କଥାବାର୍ତ୍ତାକୁ ବିଚାର କରେ ।

ତାଇୱାନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆନୁଷ୍ଠାନିକ ଭାବେ ଆଲୋଚନା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମର୍ଥନ ବୃଦ୍ଧି ପାଉଛି କାରଣ ଉଭୟ ଗଣତାନ୍ତ୍ରିକ ରାଷ୍ଟ୍ର ଚୀନ୍ ସହ...

ବାଲେଶ୍ୱରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି ।

ବାଲେଶ୍ୱର,୧୯ା୧୦: ଜିଲ୍ଲାରବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟ ବ୍ୟବସ୍ଥା ବାବଦରେଜିଲ୍ଲାବାସୀ ପ୍ରତିକ୍ଷଣରେ ଚିକ୍ରାର କରୁଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀର୍ଘଦିନ ଧରିବାଲେଶ୍ୱର ସଦର ମହକୁମାରେ ଥାଇମଧ୍ୟ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଟିକିଏହେଲେ ଧ୍ୟାନ ନଦେବାକୁ ନେଇ ପ୍ରଶ୍ନଉଠାଇଛି...