26 C
Bhubaneswar
Sunday, October 25, 2020

ଯୁକ୍ତଦୁଇ ନାମଲେଖାରେ ଅର୍ଥ ବୋଝ ହୋଇପଡିଛି ।

Must read

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଭୁବନେଶ୍ୱର,୨୭ ।୯: କରୋନା ମାଡରେ ଅର୍ଥନୀତି ଦୋହଲିଯାଇଥିବା ବେଳେ ଅନେକ ଲୋକ ରୋଜଗାର ହରାଇ ବେକାର । ଏଭଳି ସ୍ଥିତିରେ ଯୁକ୍ତଦୁଇ ଶ୍ରେଣୀରେ ନାମଲେଖାପାଇଁ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଗୁଡିକ ହଜାର ହଜାରଟଙ୍କା ଫି ଆଦାୟ କରୁଥିବାରୁ ପିଲାଙ୍କ ନାମଲେଖା ପାଇଁ ଅନେକ ଅଭିଭାବକଏବେ ପଛଘୁଞ୍ଚା ଦେଉଛନ୍ତି । ଚଳିତ ବର୍ଷରାଜ୍ୟର ୨୦୨୮ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ନାମ ଲେଖାଚାଲିଛି । ଏଥି ମଧ୍ୟରେ ପୂର୍ଣ୍ଣ ସରକାରୀ,ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟ ରହିଛି । ନାମଲେଖା ପାଇଁ ତିନିବର୍ଗର ଶିକ୍ଷାନୁଷ୍ଠାନ ଭିନ୍ନ ଭିନ୍ନ ପରିମାଣର ଅର୍ଥ ଆଦାୟ କରୁଛନ୍ତି ।

ସରକାରୀ ବିଦ୍ୟାଳୟ ଗୁଡିକ ହଜାରେରୁ ଦେଢ ହଜାରଟଙ୍କାର ନାମ ଲେଖା ଫି ଆଦାୟ କରୁଥିବାବେଳେ ଅନୁଦାନ ପ୍ରାପ୍ତ ବିଦ୍ୟାଳୟଗୁଡିକ କଳା ଓ ବିଜ୍ଞାନ ପାଇଁ୭ରୁ ୯ହଜାର ଟଙ୍କା ନେଉଛନ୍ତି । ତେବେ ଆବାସିକ ଘରୋଇ ବିଦ୍ୟାଳୟଗୁଡିକର ଫି ପରିମାଣର ସ୍ଥଳ ବିଶେଷରେଏକଲକ୍ଷ ଟଙ୍କାରୁ ଅଧିକ ରହୁଛି । ଯୁକ୍ତଦୁଇରେ ନାମଲେଖା ପାଇଁ ପୂର୍ଣ୍ଣ ସରକାରୀଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଂଖ୍ୟା କମ୍ଥିବାବେଳେ ଅଧିକ ରହୁଛି ସରକାରୀ ଅନୁଦାନପ୍ରାପ୍ତ । ଗାଁ ଗହଳରେ ଏହିଧରଣର ଶିକ୍ଷାନୁଷ୍ଠାନ ଅଧିକ ରହୁଥିବାବେଳେ ଏମାନେ ଅଭିଭାବକ ମାନଙ୍କ ଠାରୁ ଭିନ୍ନ ଭିନ୍ନପରିମାଣର ଫି ଆଦାୟ କରୁଛନ୍ତି ।ଏପରିକି ଗୋଟିଏ ଅଞ୍ଚଳରେ ଥିବା ବିଦ୍ୟାଳୟରେ ଯୁକ୍ତ ଦୁଇ ନାମଲେଖାପାଇଁ ଭିନ୍ନ ଭିନ୍ନ ପରିମାଣର ଫି ଆଦାୟହେଉଥିବା ନଜରକୁ ଆସୁଛି ।

କରୋନା ମହାମାରୀ ସମୟରେ ଲୋକଙ୍କ ଦୁର୍ବଳଆର୍ଥିକ ସ୍ଥିତିକୁ ଦେଖି ବିଦ୍ୟାଳୟ ନାମଲେଖା ଫି ହ୍ରାସ ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘରୋଇ ବିଦ୍ୟାଳୟଗୁଡିକୁ ଅନୁରୋଧ କରିଥିଲେ । ବିଦ୍ୟାଳୟ ଗୁଡିକ ଫି ହ୍ରାସ ନକରିବାରୁଏହାକୁ ନେଇ ଧାରଣା ଧର୍ମଘଟ ଠାରୁ ଆରମ୍ଭକରି ଅଦାଲତି ଲଢେଇ ପର୍ଯ୍ୟନ୍ତକଥା ଯାଇଛି । ତେବେ ଯୁକ୍ତ ଦୁଇନାମ ଲେଖା ସମୟରେ କିନ୍ତୁ ଫି ହ୍ରାସ କିମ୍ବାଛାଡ କରିବାପାଇଁ କୌଣସି ନିଷ୍ପତ୍ତିହୋଇନାହିଁ । ଏଥିଯୋଗୁଁ ଯେଉଁଅଭିଭାବକମାନେ ସେମାନଙ୍କ ପିଲାଙ୍କନାମ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଲେଖାଉଛନ୍ତି ସେମାନଙ୍କଉପରେ ଅର୍ଥର ବୋଝ ବଢିବାରେ ଲାଗିଛି । କାରଣ ନାମଲେଖା ପରେ ପିଲାଙ୍କବହିପତ୍ର କିଣା, ପୋଷାକ ତିଆରି ସହିତଅନ୍ୟାନ୍ୟ ପାଠପଢା ଖର୍ଚ୍ଚ ବି ଅଛି ।

ତେଣୁଏଭଳି ସ୍ଥିତିରେ ଅନେକ ଅଭିଭାବକପିଲାଙ୍କ ନାମଲେଖା ପାଇଁ ଏକ ପ୍ରକାରପଛଘୁଞ୍ଚା ଦେଉଛନ୍ତି ନଚେତ ଧାର ଉଧାରକରି ନାମ ଲେଖାଇବାକୁ ବାଧ୍ୟ ହେଉଛନ୍ତି । କରୋନା ସମୟରେ ଗାଁ ଗହଳରେଲୋକଙ୍କ ରୋଜଗାର ନଥିବାରୁ ଅତିକମ୍ରେ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଗୁଡିକ ପୂର୍ଣ୍ଣ ସରକାରୀବିଦ୍ୟାଳୟ ହାରରେ ନାମଲେଖା ଫି ଆଦାୟ ପାଇଁ ମତପ୍ରକାଶ ପାଉଛି କାରଣରାଜ୍ୟରେ କରୋନା ତାହାର କାୟା ବିସ୍ତାରକରିଥିବାବେଳେ ନିକଟରେ ୨୦ଟିଜିଲ୍ଲାରେ ବନ୍ୟାର ତାଣ୍ଡବଲୀଳାଦେଖିବାକୁ ମିଳିଥିଲା । ବନ୍ୟା ଯୋଗୁଁ ଚାଷୀଙ୍କ ମେରୁଦଣ୍ଡ ଦୋହଲି ଯାଇଛି ।ତେଣୁ ଏଭଳି ସ୍ଥିତିରେ ସରକାରୀଅନୁଦାନପ୍ରାପ୍ତ ବିଦ୍ୟାଳୟରେ ମୋଟାଅଙ୍କର ନାମଲେଖା ଫି ଦାଖଲ କରିବାଏବେ ଗାଁ ଗହଳର ଲୋକଙ୍କ ପାଇଁ ବୋଝଉପରେ ଲଳିତାବିଡା ସଦୃଶ ହୋଇଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଅପରିଷ୍କାର ପରିଷ୍କାର ବାୟୁ ପାଇଁ ଡାକରା ଦେଇଥିବାରୁ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ମନ୍ତବ୍ୟ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତକୁ ପ୍ରଦୂଷିତ ବାୟୁ ସହିତ ଏକ ଅପରିଷ୍କାର ସ୍ଥାନ ବୋଲି ବର୍ଣ୍ଣନା କରିବା ଦ୍ୱାରା ସୋସିଆଲ ମିଡିଆରେ ଜରୁରୀ ପରିଷ୍କାର କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ଵାନ...