23 C
Bhubaneswar
Saturday, October 31, 2020

କେନ୍ଦ୍ର ସରକାରଙ୍କ ନୂତନ କୃଷିବିଲ୍ କୁ ବିରୋଧ ।

Must read

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ବାଲେଶ୍ୱର,୨୬ା୯(ନି.ପ୍ର): କେନ୍ଦ୍ରସରକାରଙ୍କ ପକ୍ଷରୁ ସଂସଦରେ ପାରିତ କୃଷି ବିଧେୟକକୁ ବିରୋଧ କରି ବାମପନ୍ଥୀ ଓକଂଗ୍ରେସ ଦଳର ନେତୃତ୍ୱରେ ସମଗ୍ରଦେଶରେ ଆଜି ବିକ୍ଷୋଭ ତଥା ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ପ୍ରତିଫଳନ ଲକ୍ଷ୍ୟ କରାଯାଇଛି । କଂଗ୍ରେସଓ ବାମପନ୍ଥୀ ଦଳମାନଙ୍କ ନେତୃତ୍ୱରେ ଏକାଧିକ କୃଷକ ସଂଗଠନଙ୍କ ପକ୍ଷରୁରେମୁଣା ଗୋଲେଇଠାରେ ୧୬ ନଂଜାତୀୟ ରାଜପଥକୁ ପ୍ରାୟ ଏକଘଣ୍ଟା ଧରିଅବରୋଧ କରାଯାଇଥିଲା । ସି.ପି.ଆଇ.,ସି.ପି.ଆଇ (ଏମ୍.), ଫରୱାର୍ଡ଼ ବ୍ଲକ୍ ଓକଂଗ୍ରେସ ଦଳର ଜିଲ୍ଲା ନେତୃବୃନ୍ଦ ରାଜପଥଅବରୋଧ ସ୍ଥଳରେ ଯୋଗଦେଇ କେନ୍ଦ୍ରରେ ମୋଦି ସରକାରଙ୍କ କୃଷକ,ଶ୍ରମିକ ଓ ଜନଗଣ ବିରୋଧି ନୀତିକୁ ତୀବ୍ରସମାଲୋଚନା ସହ ଆନେ୍ଦାଳନକାରୀମାନଙ୍କୁ ସମର୍ଥନ ଜଣାଇଥିଲେ ।

ଏହିକୃଷି ବିଲ୍କୁ ଅନ୍ୟାନ୍ୟ ରାଜନୈତିକଦଳମାନଙ୍କ ବିରୋଧ ସତ୍ୱେ କେନ୍ଦ୍ରସରକାର ରାଜ୍ୟସଭାରେ ବାଚନିକଭୋଟରେ ଅନୁମୋଦନ କରାଇନେଇଛନ୍ତି । କେନ୍ଦ୍ର କୃଷିମନ୍ତ୍ରୀ ଏହି ବିଲ୍କୃଷକ, କୃଷି ଶ୍ରମିକ, ଭାଗଚାଷୀ ଓଖାଉଟିମାନଙ୍କ ବିରୋଧୀ ବୋଲି ମତଦେଇ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ।ତଥାପି ମୋଦି ସରକାର କର୍ପୋରେଟ୍ହାଉସ୍ ତଥା ପୁଞ୍ଜିପତିଙ୍କ ସ୍ୱାର୍ଥରେ ଏହିବିଲ୍ ପାସ୍ କରାଇବାରେ ଟିକିଏ ବି ଦ୍ୱିଧାବୋଧ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟରବିଷୟ ବୋଲି ବକ୍ତାମାନେ ଅଭିଯୋଗକରିଥିଲେ ।

ଗୋଟିଏ ପଟରେ କୃଷିବିଲ୍ପାସ୍ ହେବା ଓ ଅନ୍ୟପକ୍ଷରେ କୃଷିଜାତସାମଗ୍ରୀ ଆଳୁ, ପିଆଜ, ଡାଲି ଓ ଖାଇବାତେଲ ପ୍ରଭୃତି ଅତ୍ୟାବଶ୍ୟକୀୟ ସାମଗ୍ରୀକୁସରକାରୀ ନିୟନ୍ତ୍ରଣରୁ ବାଦ୍ ଦେବା ଯୋଗୁଁଅହେତୁକ ଦରବୃଦ୍ଧି ଭବିଷ୍ୟତରଭୟାବହତାକୁ ପ୍ରମାଣିତ କରୁଛି ବୋଲିଆନେ୍ଦାଳନକାରୀ କୃଷକ ସଂଗଠନରନେତାମାନେ ଅଭିଯୋଗ କରିଥିଲେ ।ସରକାର ତୁରନ୍ତ ଏହି ବିଲ୍କୁ ପ୍ରତ୍ୟାହାରନ କଲେ ଆଗାମୀ ଦିନରେ ସମଗ୍ର୍ରଦେଶରେ ଆନେ୍ଦାଳନ ଆହୁରି ତୀବ୍ରହେବ ବୋଲି ବକ୍ତାମାନେ ଚେତାବନୀଦେଇଥିଲେ । ଆଜିର ଏହି ପ୍ରତିବାଦକାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳଓ ସଂଗଠନମାନଙ୍କରୁ ଶିଶିର ହୁଇ,ନିର୍ମଳ ନାୟକ, ଗୌରାଙ୍ଗ ପାଣିଗ୍ରାହୀ,ଯତୀନ୍ ପାତ୍ର, ସଂଜୀବ ଗିରି, ନିରଞ୍ଜନବେହେରା, ସର୍ବେଶ୍ୱର ମିଶ୍ର, ଲକ୍ଷ୍ମୀଧରଗିରି, ବିଧାନ ରାୟ, ଅରୁଣ ଜେନା,ପୂର୍ବତନ ବିଧାୟକ ଚିତ୍ତରଂଜନ ଷଡ଼ଙ୍ଗୀ,ପ୍ରକାଶ ଦେ, ଖରିଦ୍ ମୁଖୁରା ସରପଞ୍ଚଷ୍ଟାଲିନ୍ ମିଶ୍ର, ନାରୀନେତ୍ରୀ ତାପସୀପ୍ରହରାଜ, ପ୍ରେମରଂଜନ ପାତ୍ର ପ୍ରମୁଖଆନେ୍ଦାଳନକାରୀଙ୍କୁ ଉଦ୍ବୋଧନଦେଇଥିଲେ ।

ପ୍ରଦୀପ ଦାସ, ଭରତ ଚନ୍ଦ୍ରସେଠୀ, କହ୍ନେଇ ବେହେରା, ବେଣୁଧରପତି, ବନ୍ଦନା ବିଶ୍ୱାସ, ନିକୁଞ୍ଜ ବସନ୍ତରାୟ, ଶ୍ୟାମସୁନ୍ଦର ଜେନା, ସୁରଜିତ୍ପୋଥାଳ, ସନ୍ଧ୍ୟା ଦାସମଜୁମଦାର,ବିମଳ ମହାନ୍ତି, ଅରବିନ୍ଦ ପାଢ଼ୀ,ବେଣୁଧର ବାରିକ, ପ୍ରଦୀପ ରାଉତ,ରାଜକିଶୋର ଲେଙ୍କା, ସୁଶାନ୍ତ ଜେନା,ସିକନ୍ଦର ଖାଁ, ପଦ୍ମଲୋଚନ ଲେଙ୍କା,ପ୍ରତାପ ସେଠୀ, ଉମାକାନ୍ତ ପାତ୍ର, ମନ୍ମଥପରିଡ଼ା, ରାଜେନ୍ଦ୍ର ବେହେରା, ଗଦାଧରଜେନା, ଜଗନ୍ନାଥ ପ୍ରଧାନ, ବୈକୁଣ୍ଠସାହୁ, ପ୍ରକାଶ ନାୟକ, ମଧୁ ରାଉତ,ମଣ୍ଟୁ ସାହୁ, ହରେକୃଷ୍ଣ ବିନ୍ଧାଣୀ, ଶଶିକାନ୍ତବେହେରା ଓ ସନାତନ ଜଳଦାସ ପ୍ରମୁଖରାଜପଥ ଅବରୋଧ ଆନେ୍ଦାଳନରେନେତୃତ୍ୱ ନେଇଥିଲେ । ଦୀର୍ଘ ୧ଘଣ୍ଟାଧରି ଜାତୀୟ ରାଜପଥ ଅବରୋଧଫଳରେ ଉଭୟ ଦିଗରେ ଶହଶହଯାନବାହନ ଅଟକି ରହିଥିଲା ।ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ବ୍ୟାପକ ପୁଲିିସ୍ମୁତୟନ କରାଯାଇଥିଲା ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ଝାଡଖଣ୍ଡରେ ଟ୍ରକ୍ ଓଲଟି ୧୦ଟି ସିଆରପିଏଫ ଯବାନ ଆହତ |

ଶୁକ୍ରବାର ଦିନ ଝାଡଖଣ୍ଡର ଗିରିଡିହ ଜିଲ୍ଲାର କିଛି ବୋଭାଇନ୍ ପ୍ରାଣୀକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ନିୟନ୍ତ୍ରଣ ହରାଇବାରୁ ଟ୍ରକ୍ ଭାରସାମ୍ୟ ହରାଇ ଦଶଜଣ ସିଆରପିଏଫ କର୍ମଚାରୀ ଆହତ ହୋଇଥିଲେ। ଏହି...