22 C
Bhubaneswar
Saturday, October 31, 2020

ଭାରତ ସାରା ବିଶ୍ୱକୁ ଟିକା ଯୋଗାଇଦେବ ।

Must read

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ନୂଆଦିଲ୍ଲୀ,୨୬ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ମିଳିତ ଜାତିସଂଘର ସାଧାରଣ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଜାତିସଂଘ ମହାସଭାର ୭୫ ତମ ଅଧିବେଶନକୁ ସମ୍ବୋଧିତ କରି କରୋନା ଭାଇରସ୍ ଉପରେ ଆଲୋଚନା କରିଛନ୍ତି । ଏହା ସହିତ ଜାତିସଂଘକୁ ଆକ୍ରମକ ଶୈଳୀରେ ପ୍ରଶ୍ନମଧ୍ୟ କରିଛନ୍ତି । ସେ କହିଛନ୍ତି ଗତ ୮-୯ ମାସ ପୂରା ବିଶ୍ୱକରୋନା ବୈଶ୍ୱିକ ମହାମାରୀରେ ସଂଘର୍ଷ କରୁଛି । ଏହିମହାମାରୀର ମୁକାବିଲା ପାଇଁ ମିଳିତ ଜାତିସଂଘ କେଉଁଠି ଅଛି ? ମିଳିତ ଜାତିସଂଘର ପ୍ରଭାବଶାଳୀ ପ୍ରତିକ୍ରିୟା କୁଆଡେ ଗଲା ? ପ୍ରାୟ ରାୟ ୨୨ ମିନିଟ୍ର ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ମିଳିତ ଜାତିସଂଘ ଉପରେ ଅନେକ ପ୍ରଶ୍ନ କରିବା ସହିତପ୍ରସ୍ତାବ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଜାତିସଙ୍ଘର ପ୍ରତିକ୍ରିୟାରେ ପରିବର୍ତ୍ତନ, ବ୍ୟବସ୍ଥାରେ ପରିବର୍ତ୍ତନ ଏବଂ ସ୍ୱରୂପରେ ମଧ୍ୟ ପରିବର୍ତ୍ତନ ହେବାର ଅତି ଆବଶ୍ୟକ ରହିଛି । ଭାରତବାସୀ ଜାତିସଂଘରେ କେବେ ସୁଧାର ଆସିବ ଏବଂ ଭାରତ କେବେସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବ ଦୀର୍ଘ ଦିନ ଧରି ଅପେକ୍ଷାକରି ରହିଛନ୍ତି । ବିଶ୍ୱର ବଡ ମହାଶକ୍ତି ଭାବେ ଭାରତ ଏ ପର୍ଯ୍ୟନ୍ତ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ନ ହେବା ଆଚମ୍ବିତ କରୁଛି ।

ପ୍ରଧାନମନ୍ତ୍ରୀ ମଧ୍ୟ ନିଜର ଭାଷଣରେ ଏହି ଉପେକ୍ଷା ପ୍ରତି ଇସାରାକରି ଅସନ୍ତୋଷ ବ୍ୟକ୍ତ କରିବା ସହିତ ଜାତିସଂଘର କାର୍ଯ୍ୟଶୈଳୀକୁ ବିରୋଧ କରିଛନ୍ତି । ସେ ଜାତିସଂଘକୁ ପ୍ରଶ୍ନ କରିଛନ୍ତି ଯେ, ଆଉ କେତେ ଦିନ ଭାରତକୁ ମିଳିତ ଜାତିସଂଘର ନିର୍ଣ୍ଣୟକାରୀ ଦେଶମଧ୍ୟରୁ ଅଲଗା ରଖିବେ । ଆଉ କେତେ ଦିନ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟରୁ ଦୂରେଇ ରଖିବେ ? ଯେଉଁ ଦେଶରପ୍ରଭାବ ପୂରା ଦୁନିଆରେ ରହିଛି, ତାକୁ କେତେ ଦିନ ଅପେକ୍ଷାକରିବାକୁ ପଡିବ । ଅନେକ ଉଦାହରଣ ମଧ୍ୟ ଅଛି, ଯାହା ମିଳିତ ଜାତିସଂଘର ଗମ୍ଭୀର ଆତ୍ମମନ୍ଥନର ଆବଶ୍ୟକତା ରହିଛି । ମିଳିତ ଜାତିସଂଘର ପ୍ରତିକ୍ରିୟାରେ ପରିବର୍ତ୍ତନ, ବ୍ୟବସ୍ଥାରେ ପରିବର୍ତ୍ତନ, ସ୍ୱରୂପରେ ପରିବର୍ତ୍ତନ, ବର୍ତ୍ତମାନ ସମୟର ଆବଶ୍ୟକତା ।ଭାରତକୁ କେତେ ଦିନ ଯାଏ ଜାତିସଂଘର ନିଷ୍ପତ୍ତି ଗ୍ରହଣ କରୁଥିବାବର୍ଗଠାରୁ ବଞ୍ଚିତ କରି ରଖାଯିବ? ଯେବେ ଆମେ ମଜବୁତଥିଲୁ କେବେ ବି ପୃଥିବୀକୁ କଷ୍ଟ ଦେଇନୁ ଯେବେ ମଜବୁର ଥିଲୁ,ପୃଥିବୀ ଉପରେ ବୋଝ ହୋଇନୁ ଏଭଳି ଦେଶକୁ ଆଉ କେତେଦିନ ଅପେକ୍ଷା କରିବାକୁ ପଡ଼ିବ?ପ୍ରଧାନମନ୍ତ୍ରୀ କହିଛନ୍ତି ଏମିତି ଏକ ଦେଶ, ଯାହା ଦୁନିଆର ସବୁଠୁ ବଡ ଗଣତନ୍ତ୍ର ଦେଶ, ଏମିତି ଏକ ଦେଶ ଯେଉଁଠି ବିଶ୍ୱ୍ର୧୮ ପ୍ରତିଶତରୁ ଅଧିକ ଜନସଂଖ୍ୟା ରୁହନ୍ତି ।

ଏମିତି ଏକ ଦେଶ,ଯେଉଁଠି ଶତାଧିକ ଭାଷା, ଅନେକ ପନ୍ଥ, ଅନେକ ବିଚାରଧାରା ରହିଛନ୍ତି । ଏହି ଦେଶ ବୈଶ୍ୱିକ ଅର୍ଥବ୍ୟବସ୍ଥାକୁ ବର୍ଷ ବର୍ଷ ଧରିନେତୃତ୍ୱ କରିଛି ଏବଂ ଶତାବ୍ଦୀ ଧରି ଗୁଲାମ ପରି ଜୀବନ ମଧ୍ୟ ଅତିବାହିତ କରିଛି ଯେଉଁ ଦେଶରେ ହେଉଥିବା ପରିବର୍ତ୍ତନର ପ୍ରଭାବପୂରା ଦୁନିଆର ବଡ ଭାଗରେ ପଡୁଛି । ସେହି ଦେଶକୁ ଆଉ କେତେଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ବିଶ୍ୱର ସବୁଠୁ ବଡ ଭ୍ୟାକସିନ ଉତ୍ପାଦକ ଦେଶ ଭାବେ ଆଜି ମୁଁ ବିଶ୍ୱ ସମୁଦାୟକୁଆଉ ଏକ ଆଶ୍ୱାସନ ଦେବାକୁ ଚାହୁଁଛି ଭାରତର ଭ୍ୟାକସିନ ଉତ୍ପାଦନ ଓ ଭ୍ୟାକସିନ ଯୋଗାଣ କ୍ଷମତା ପୂରା ମାନବତାକୁଏହି ସଙ୍କଟରୁ ବାହାର କରିବା ଦିଗରେ କାମରେ ଆସିବ । କରୋନା ମହାମାରୀର ଏହି ମୁସ୍କିଲ ସମୟରେ ମଧ୍ୟ ଭାରତର ଔଷଧ ଉଦ୍ୟୋଗ ୧୫୦ରୁ ଅଧିକ ଦେଶକୁ ଜରୁରୀ ଔଷଧ ପଠାଇଛି ।

ମିଳିତ ଜାତିସଂଘରେ ସୁଧାର ଉପରେ ଜୋର ଦେଇମୋଦୀ କହିଛନ୍ତି ଆଜି ପୂରା ବିଶ୍ୱ ସମୁଦାୟ ସାମ୍ନାରେ ବହୁଡବଡ ପ୍ରଶ୍ନ ରହିଛି ଯେ, ଯେଉଁ ସଂସ୍ଥାର ଗଠନ ସେହି ସମୟର ପରିସ୍ଥିତି ଅନୁଯାୟୀ ହୋଇଥିଲା, ତାର ସ୍ୱରୂପ କଣ ଆଜି ମଧ୍ୟ ପ୍ରାସଙ୍ଗିକ ରହିଛି କି? ମୋଦୀ କହିଛନ୍ତି ଯଦି ଆମେ ଗତ ୭୫ବର୍ଷରେ ମିଳିତ ଜାତିସଂଘର ଉପଲବ୍ଧିର ମୂଲ୍ୟାଙ୍କନ କରିବାତେବେ ସ୍ପଷ୍ଟ ଦେଖା ଯାଉଛି । ମୋଦୀ କହିଛନ୍ତି ଲକ୍ଷାଧିକ ନିଷ୍ପାପଶିଶୁ ଯେଉଁମାନେ ପୂରା ଦୁନିଆରେ ଛାଇ ଯିବାର ଥିଲା,ସେମାନେ ଆଜି ଦୁନିଆଛାଡି ଚାଲି ଯାଇଛନ୍ତି । କେତେ କେତେ ଲୋକଙ୍କୁ ନିଜ ସାରା ଜୀବନର ପୁଞ୍ଜି ହରାଇବାକୁ ପଡିଛି । ଗତ୮-୯ ମାସ ହେବ ପୂରା ବିଶ୍ୱ କରୋନା ବୈଶ୍ୱକ ମହାମାରୀସହ ସଂଘର୍ଷ କରୁଛି ।ଏହି ମହାମାରୀର ମୁକାବିଲା ପାଇଁ କୁଆଡେଗଲା ମିଳିତ ଜାତିସଂଘ ? ବିଶ୍ୱର ଏହି ସର୍ବୋଚ୍ଚ ସଂସ୍ଥାରପ୍ରଭାବଶାଳୀ ପ୍ରତିକ୍ରିୟା ଗଲା କୁଆଡେ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ଝାଡଖଣ୍ଡରେ ଟ୍ରକ୍ ଓଲଟି ୧୦ଟି ସିଆରପିଏଫ ଯବାନ ଆହତ |

ଶୁକ୍ରବାର ଦିନ ଝାଡଖଣ୍ଡର ଗିରିଡିହ ଜିଲ୍ଲାର କିଛି ବୋଭାଇନ୍ ପ୍ରାଣୀକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ନିୟନ୍ତ୍ରଣ ହରାଇବାରୁ ଟ୍ରକ୍ ଭାରସାମ୍ୟ ହରାଇ ଦଶଜଣ ସିଆରପିଏଫ କର୍ମଚାରୀ ଆହତ ହୋଇଥିଲେ। ଏହି...