26 C
Bhubaneswar
Wednesday, October 21, 2020

ସୌର ପାର୍କ ପ୍ରତିଷ୍ଠା ବିଳମ୍ବ ହେଉଛି ।

Must read

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ଭୁବନେଶ୍ୱର,୨୫ ।୯: ଓଡିଶାରେ ସୌର ପାର୍କ ପ୍ରତିଷ୍ଠାର ପର୍ଯ୍ୟାପ୍ତ ସୁଯୋଗ ଥିବାବେଳେ ଏଥିରେ କିନ୍ତୁ ବିଳମ୍ବ ହେବାରେ ଲାଗିଛି । ଦେଶର ଅନ୍ୟ ରାଜ୍ୟଗୁଡିକ ଏ କ୍ଷେତ୍ରରେ ତ୍ୱରାନ୍ୱିତ ପଦକ୍ଷେପ ଗ୍ରହଣ କରୁଛନ୍ତି ଚାରିବର୍ଷ ପୂର୍ବେ ଓଡିଶା ୧୦୦୦ ମେଗାୱାଟର ସୌର ପାର୍କ ନିର୍ମାଣ ପାଇଁ ଯୋଜନା କରିଥିବାବେଳେ ଜମି ଅଭାବରୁ ଏହା ୨୭୫ ମଗୋୱାଟକୁ ଖସି ଆସିଛି । ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଅଧିକ ସମୟ ନେବା ଯୋଗୁଁ ଏ କ୍ଷେତ୍ରରେ ଥିବା ସୁଯୋଗକୁ ଓଡିଶା ହାତଛଡାକରିଛି । ଓଡିଶାରେ ବିଦୁ୍ୟତ୍ ଚାହିଦା ବଢି ଚାଲିଥିବାବେଳେ ୨୦୨୪ ସୁଦ୍ଧାଏହା ୬୦୦୦ ମୋଗାୱାଟରେ ପହଞ୍ଚିବାର ଆକଳନ କରାଯାଉଛି । ତଦନୁଯାୟୀ ରିନେବୁଲ ପର୍ଚେଜ ଓବ୍ଲିଗେସନ (ଆରପିଓ) ମଧ୍ୟ ବୃଦ୍ଧି ପାଇବ ।

ସୂଚନା ଅନୁଯାୟୀ ବର୍ତ୍ତମାନ ଆରପିଓ ଆବଶ୍ୟକ ୨୨୦୦ ମେଗାୱାଟ ହୋଇଥିବା ବେଳେ ଏଥିରୁ କେବଳ ୧୫୦୦ ମେଗାୱାଟ ସୌରଶକ୍ତି ଓ ୭୦୦ ମେଗାୱାଟ ଅନ୍ୟସୂତ୍ରରୁ ଆସିବ । ତଦନୁଯାୟୀ ବିଶେଷଜ୍ଞ ମାନଙ୍କ ମତରେ ଓଡିଶା ସରକାର ସୌରପାର୍କ ପ୍ରତିଷ୍ଠା କଲେ ତାହା ରାଜ୍ୟର ଆବଶ୍ୟକତା ମେଣ୍ଟାଇବା ସହିତ ଅଧିକ ନିଯୁକ୍ତିସୃଷ୍ଟି ଏବଂ ଗ୍ରିନ୍ ହାଉସ୍ ଗ୍ୟାସକୁ ହ୍ରାସ କରିପାରିବ । ଅଣପାରମ୍ପରିକ ଶକ୍ତି ଲକ୍ଷପୂରଣ ପାଇଁ ଏହି କ୍ଷେତ୍ରରୁ ଶକ୍ତି ଖରିଦ ଲାଗି ରାଜ୍ୟ ବିଦୁ୍ୟତ୍ ନିୟାମକ ଆୟୋଗ (ଏସ୍ଇଆରସି) ଧାର୍ଯ୍ୟ କରିଛନ୍ତି । ପ୍ରତ୍ୟେକ ରାଜ୍ୟର ଅଣପାରମ୍ପରିକ ଶକ୍ତିଉତ୍ସକୁ ଦେଖି ଆରପିଓ ହିସାବ କରାଯିବ । ବିଦୁ୍ୟତ ବିତରଣ କମ୍ପାନୀ, ନିଜସ୍ୱତାପଜ କେନ୍ଦ୍ର ଓ ଅଧିକ ବିଦୁ୍ୟତ୍ ବ୍ୟବହାର କରୁଥିବା ସଂସ୍ଥା ସେମାନଙ୍କ ଆବଶ୍ୟକତାର କିଛି ପରିମାଣ ଅଣପାରମ୍ପରିକ କ୍ଷେତ୍ରରୁ ଖରିଦ କରି ଆଇନ୍ ଅନୁଯାୟୀ ଆରପିଓ ଲକ୍ଷ୍ୟ ପୂରଣ କରିବାକୁ ବାଧ୍ୟ । ଓଡିଶା ସରକାର ୨୭୫ ମେଗାୱାଟ ସୋଲାର ପାର୍କ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିବାବେଳେ ରାଜ୍ୟରେ୧୩୫୦କୋଟି ଟଙ୍କାରୁ ଅଧିକ ନିବେଶ ହେବ ।

ତଦନୁଯାୟୀ ସମ୍ବଲପୁର ଠାରେ୯୮୧ ଏକର ଜମି ପ୍ରସ୍ତୁତ ରହିଛି ଯେଉଁଠାରୁ ୨୨୦ ମୋଗୱାଟ ଶକ୍ତି ଉତ୍ପାଦହେବ । ସେହିଭଳି ବୌଦ ଜିଲ୍ଲାରେ ୨୬୨ ଏକର ଜମି ଉପଲବ୍ଧ ଅଛି ଯେଉଁଠୁ୫୫ ମେଗାୱାଟ ଶକ୍ତି ମିଳିପାରିବ । ସରକାରଙ୍କ ଠାରୁ କେତେକ ସ୍ପଷ୍ଟିକରଣ ମିଳିବାକୁ ଥିବାବେଳେ ଏହି ଜମି ହସ୍ତାନ୍ତର ପାଇଁ ଇଡ୍କୋ ପ୍ରସ୍ତୁତ ଥିବା ଜଣାଯାଇଛି ।ଆକଳନ ଅନୁଯାୟୀ ରାଜ୍ୟ ସରକାର ଜମି ସହିତ ଅନ୍ୟାନ୍ୟ ଭିତ୍ତିଭୂମି ଯୋଗାଇ ଦେଉଥିବା ବେଳେ କେନ୍ଦ୍ର ସରକାର ସବ୍ସିଡ୍ ପ୍ରଦାନ କଲେ ୟୁନିଟ୍ ପିଛା ୨ଟଙ୍କା୭୬ପଇସା ପଡିବ । ଯଦି କେନ୍ଦ୍ର ସରକାର ସବ୍ସିଡ୍ ଦେବେନାହିଁ ତେବେ ଏହା୩ଟଙ୍କା ୫ ପଇସାକୁ ବୃଦ୍ଧି ପାଇବ । ଓଡିଶା ଯଦି ଅନ୍ୟ ରାଜ୍ୟରୁ ସୌରଶକ୍ତି ଖରିଦ କରିବ ତେବେ ଶକ୍ତି ସୁବିଧା ପାଇଁ ୟୁନିଟ୍ ପିଛା ୫ପଇସା ଓ ଟ୍ରେଡିଂଏଜେନ୍ସି ଗୁଡିକୁ ୭ପଇସା ଦେବାକୁ ପଡିବ । ଏହାବାଦ୍ ୟୁନିଟ୍ ପିଛିା ୩ଟଙ୍କାଦରରେ କିଣିବାକୁ ପଡିବ । ତେଣୁ ରାଜ୍ୟରେ ସୌର ଶକ୍ତି ୟୁନିଟ୍ ପିଛା ୨ଟଙ୍କା୫୦ ଦରରେ ମିଳିବାକୁ ଥିବାରୁ ସରକାର ରାଜ୍ୟ ଭିତରେ ସୋଲାର ପାର୍କ ପ୍ରତିଷ୍ଠାପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...