31 C
Bhubaneswar
Friday, October 30, 2020

ଉପ-ନିର୍ବାଚନ ପ୍ରାର୍ଥୀ ଚୟନ ଚକ୍ରବ୍ୟହୁରେ ବିଜେଡି ।

Must read

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ପମ୍ପିଓ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପାଇଁ ଚୀନ୍ ‘ସବୁଠାରୁ ବଡ ବିପଦ’।

ଧାର୍ମିକ ସ୍ୱାଧୀନତାର ଭବିଷ୍ୟତ ପାଇଁ ଚୀନ୍ ହେଉଛି ସବୁଠାରୁ ବଡ ବିପଦ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଗୁରୁବାର ଦିନ ଏସିଆ ଗସ୍ତ ସମୟରେ ବେଜିଂ ଉପରେ...

ପାକିସ୍ତାନ ପାଇଁ ଭାରତର ପରବର୍ତ୍ତୀ ଚାର୍ଜ ଡିଫେୟାର ହେବାର ସମ୍ଭାବନା ରହିଛି।

ଗୁରୁବାର ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ ଦେଶର ନୂତନ ଚାର୍ଜ ଡିଫେୟାର ଭାବରେ ଭାରତ ଆଇଏଫଏସ ଅଧିକାରୀ ସୁରେଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଛି। ଏହି ରିପୋର୍ଟ ଏକ ଦିନରେ...

ବାଲେଶ୍ୱର,୨୩ା୯: ବାଲେଶ୍ୱର ସଦରବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଅନ୍ୟ ରାଜନୈତିକ ଦଳ ତୁଳନାରେ ବିଜେଡିର ଗୋଷ୍ଠୀକନ୍ଦଳ ଏବେ ତୀବ୍ର ହେବାରେ ଲାଗିଛି । ଗତସାଧାରଣ ନିର୍ବାଚନରେ ବିଜେପି ଦଖଲକୁ ଚାଲିଯାଇଥିବା ଏହି ଆସନକୁ ଫେରାଇ ଆଣିବା ପାଇଁଜିଲ୍ଲା ବାହାର ପ୍ରାର୍ଥୀଙ୍କୁ ରଣାଙ୍ଗନରେ ଅବତୀର୍ଣ୍ଣ କରିବାକୁ ରାଜ୍ୟସ୍ତରୀୟ ନେତାଙ୍କ ଉଦ୍ୟମକୁ ଏବେକର୍ମୀ ମହଲରେ ତୀବ୍ର ବିରୋଧ କରାଯାଇଛି । ଏହିପରିପ୍ରେକ୍ଷୀରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତଥାରାଜ୍ୟ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଗତ ୩ ଦିନଧରି ବାଲେଶ୍ୱରରେ ଡେରା ପକାଇବା ପରେ ଆଜିଗୋଷ୍ଠୀ କନ୍ଦଳ ଚରମ ସ୍ଥିତିରେ ପହଞ୍ଚିଥିବା ଲକ୍ଷ୍ୟକରାଯାଇଥିଲା ।

ସର୍କିଟ ହାଉସରେ ମନ୍ତ୍ରୀ ଶ୍ରୀ ଜେନାଦଳୀୟ କର୍ମକର୍ତ୍ତା, ଜିଲ୍ଲା ସ୍ତରୀୟ ନେତା ଓ ଲୋକପ୍ରତିନିଧିଙ୍କ ସହ ଆଲୋଚନା କରୁଥିବାବେଳେ ଶତାଧିକ କର୍ମୀ ତାଙ୍କୁ ଘେରିଯାଇଥିଲେ ।ଜିଲ୍ଲାରେ ଟାଣୁଆ ନେତା ଥିବା ବେଳେ ବାହାରୁଆଣି ପ୍ରାର୍ଥୀ ଛିଡ଼ା କରାଇବା କେତେଦୂର ସମୀଚୀନବୋଲି କେତେକ କର୍ମୀ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ପ୍ରଶ୍ନକରିଥିଲେ । ଜିଲ୍ଲା ବିଜେଡିର ଏକମାତ୍ର ନେତାଭାବେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କୁମନ୍ତ୍ରୀ ଶ୍ରୀ ଜେନା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାରଜେନା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପଦାଶ, ଭୋଗରାଇ ବିଧାୟକ ଅନନ୍ତ ଦାସ ଓ ଅନ୍ୟାନ୍ୟ ବିଧାୟକଙ୍କ ସମେତ ପୂର୍ବତନ ବିଧାୟକଅରୁଣ ଦେଙ୍କ ସହ ବି ପୃଥକ ପୃଥକ ଆଲୋଚନାକରିଥିଲେ ।

ଆଲୋଚନା ପରେ ସଦର ଆସନପାଇଁ ଦାବିଦାର ଥିବା ପୂର୍ବତନ ବିଧାୟକ ଜୀବନଚଳିତ ଉପ-ନିର୍ବାଚନରେ ପ୍ରାର୍ଥୀ କରାଇବା ପାଇଁସେମାନେ ଅଡ଼ି ବସିଥିଲେ । ତେବେ ଚଳିତ ଉପ-ନିର୍ବାଚନରେ ବାଲେଶ୍ୱର ସଦର ଆସନ ପାଇଁଅଦ୍ୟାବଧି ପ୍ରାଥି ଚୟନ ହୋଇ ନଥିବା ବେଳେବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପ…ନାୟକଙ୍କନିଷ୍ପତିକୁ ହିଁ ସମସ୍ତଙ୍କୁ ମାନିବାକୁ ପଡ଼ିବ ବୋଲି ମନ୍ତ୍ରୀଶ୍ରୀ ଜେନା କର୍ମୀମାନଙ୍କୁ କହିଥିଲେ । ଏହି ଅବସରରେ ପ୍ରଦୀପ ଦାଶ ଓ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାରଜେନାଙ୍କ ସ୍ୱରରେ ପରିବର୍ତ୍ତନ ଆସିଥିଲା । ଚଳିତନିର୍ବାଚନ ପରିଚାଳନା ପାଇଁ ସମସ୍ତ ବିଧାୟକ ଓ ଲୋକପ୍ରତିନିଧିଙ୍କୁ ମନ୍ତ୍ରୀ ଶ୍ରୀ ଜେନା ଦାୟିତ୍ୱ ବଣ୍ଟନ କରିଥିବାବେଳେ ପୂର୍ବତନ ସାଂସଦ ଶ୍ରୀ ଜେନାଙ୍କୁ କୌଣସି ଦାୟିତ୍ୱଦେଇ ନଥିବା ଜଣାପଡ଼ିଛି । ଏହା ସତ୍ତ୍ୱେ ପ୍ରାର୍ଥିତ୍ୱକୁ ନେଇତାଙ୍କର କୌଣସି ଆବିଳତା ନଥିବା ପୂର୍ବତନ ସାଂସଦ ଶ୍ରୀଜେନା ସାମ୍ବାଦିକଙ୍କ ପ୍ରଶ୍ନରେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶକୁ ମାନି ଦଳର ସଫଳତା ପାଇଁ ସେ କାର୍ଯ୍ୟକରିବେ ବୋଲି କହିଛନ୍ତି ।

ତେବେ ଏହି ନିର୍ବାଚନରେସଦର ନିର୍ବାଚନମଣ୍ଡଳୀର ବିଜେଡି ନେତା ଭାବେ ଦାୟିତ୍ୱପାଇବା ପରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶବେଶ ପ୍ରଫୁଲ୍ଲ ଥିବା ଲକ୍ଷ୍ୟ କରାଯାଇଛି । ୩ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ବିଜେଡିର ଦଳୀୟ କନ୍ଦଳକୁ ଏଡ଼େଇବାଓ ଜିଲ୍ଲାସ୍ତରୀୟ ନେତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷାରେମନ୍ତ୍ରୀ ଶ୍ରୀ ଜେନା ଏକ ପ୍ରକାର ସଫଳ ହୋଇଥିବା ବେଶସ୍ପଷ୍ଟ ହୋଇଛି । ପୃଥକ ପୃଥକ ନିଭୃତ ଆଲୋଚନା ବେଳେଦୁଇ ଆଶାୟୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଉତ୍ତେଜନାମୂଳକପରିସ୍ଥିତିକୁ ମନ୍ତ୍ରୀ ଶ୍ର୍ରୀ ଜେନା ଆୟତ୍ତ କରିପାରିଥିବାକୁହାଯାଉଛିି । ତେବେ ସାମୟିକ ଭାବେ ଚାପି ହୋଇରହିଥିବା ଏହି ଅସନ୍ତୋଷ ପ୍ରାର୍ଥୀଙ୍କ ନାମ ଘୋଷଣା ପରେବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ ବୋଲି ରାଜନୀତିସମୀକ୍ଷକଙ୍କ ମହଲରୁ ଶୁଣିବାକୁ ମିଳିଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ପମ୍ପିଓ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପାଇଁ ଚୀନ୍ ‘ସବୁଠାରୁ ବଡ ବିପଦ’।

ଧାର୍ମିକ ସ୍ୱାଧୀନତାର ଭବିଷ୍ୟତ ପାଇଁ ଚୀନ୍ ହେଉଛି ସବୁଠାରୁ ବଡ ବିପଦ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଗୁରୁବାର ଦିନ ଏସିଆ ଗସ୍ତ ସମୟରେ ବେଜିଂ ଉପରେ...

ପାକିସ୍ତାନ ପାଇଁ ଭାରତର ପରବର୍ତ୍ତୀ ଚାର୍ଜ ଡିଫେୟାର ହେବାର ସମ୍ଭାବନା ରହିଛି।

ଗୁରୁବାର ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ ଦେଶର ନୂତନ ଚାର୍ଜ ଡିଫେୟାର ଭାବରେ ଭାରତ ଆଇଏଫଏସ ଅଧିକାରୀ ସୁରେଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଛି। ଏହି ରିପୋର୍ଟ ଏକ ଦିନରେ...

ବେଙ୍ଗାଲୁରୁରେ କେରଳ ସିପିଏମ୍ ସେକୀଙ୍କ ପୁଅ ଗିରଫ।

ବେଙ୍ଗାଲୁରୁରେ ଡ୍ରଗ୍ସ ବିକ୍ରି ପାଇଁ ଏନସିବି ଦ୍ୱାରା ଗିରଫ ହୋଇଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ହୋଇଥିବା ଆର୍ଥିକ କାରବାର ସଂପର୍କରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଗୁରୁବାର କେରଳ ସିପିଆଇ...