31 C
Bhubaneswar
Friday, October 30, 2020

୬ ଲୁଟେରା ଗିରଫ ; ୨ବାଇକ୍ ସହିତ ୮ ମୋବାଇଲ ଜବତ

Must read

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ପମ୍ପିଓ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପାଇଁ ଚୀନ୍ ‘ସବୁଠାରୁ ବଡ ବିପଦ’।

ଧାର୍ମିକ ସ୍ୱାଧୀନତାର ଭବିଷ୍ୟତ ପାଇଁ ଚୀନ୍ ହେଉଛି ସବୁଠାରୁ ବଡ ବିପଦ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଗୁରୁବାର ଦିନ ଏସିଆ ଗସ୍ତ ସମୟରେ ବେଜିଂ ଉପରେ...

ପାକିସ୍ତାନ ପାଇଁ ଭାରତର ପରବର୍ତ୍ତୀ ଚାର୍ଜ ଡିଫେୟାର ହେବାର ସମ୍ଭାବନା ରହିଛି।

ଗୁରୁବାର ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ ଦେଶର ନୂତନ ଚାର୍ଜ ଡିଫେୟାର ଭାବରେ ଭାରତ ଆଇଏଫଏସ ଅଧିକାରୀ ସୁରେଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଛି। ଏହି ରିପୋର୍ଟ ଏକ ଦିନରେ...

ପିପିଲି,୨୩ା୯ : ପିପିଲି ପୁଲିସ ୬ଜଣ ଲୁଟେରାକୁ ଗିରଫ କରିକୋର୍ଟ ଚାଳଣ କରିଛି । ସେମାନଙ୍କ ଠାରୁ୨ଟି ବାଇକି ସହିତ ୮ଟି ମୋବାଇଲି ଜବତ କରିଛିା ମିଳିଥିବା ସୁଚନା ମୁତାବକ କିଛି ଦିନ ହେବ ଭୁବନେଶ୍ୱର ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ଲୁଟେରାଙ୍କ କବଜାରେ ରହିଥିବା ନେଇବିଭିନ୍ନ ଖବର କାଗଜରେ ପ୍ରସାରଣ ହୋଇଥିଲା । ସୁଚନାଯୋଗ୍ୟଯେ ପିପିଲି ପୁଲିସ କରୋନା ପଜେଟିଭ୍ ରେ ଆକ୍ରାନ୍ତ ହୋଇଥିବା ନେଇ କିଛି ଦିନ ଥାନାକୁସର୍ଟ ଡାଉନ ଘୋଷଣା କରାଯାଇ ଅତ୍ୟାବଶ୍ୟକୀୟ ସେବା ଜାରୀ ରହିଥିଲାା ପିପିଲି ଥାନା ଅଧିନରେ ଲୁଟେରାଙ୍କ ଉତପାପ୍ତ ଦିନ କୁ ଦିନ ବୃଦ୍ଧି ପାଇବାନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରସାର ଣହେବା ପରେ ଲୁଟେରାଙ୍କୁ ଧରିବାରେ ପିପିଲି ପୁଲିସର ତପ୍ତରତା ପାଇଥିବା ଦେଖିବାକୁ ମିଳିଛି ।

ଏପରିକି ଲୋକମାନେ ଏହି ରାସ୍ତା ଦେଇ ଏକୁଟିଆ ବାଇକିରେ ଯିବାକୁ ଭୟ କଲେ । ପିପିଲି ଥାନାରେ ମାସକ ମଧ୍ୟମରେ ୧୫ରୁ ୨୦ଟି ଅଭିଯୋଗ ହୋଇଥିବା ବେଳେ କେତେକ ଅଭିଯୋଗ ଭୟରେ ହୋଇନଥିଲା । ପିପିଲି ଥାନା ଅନ୍ତର୍ଗତ ପୋଡଙ୍ଗ ଗ୍ରାମର ସାଗରିକା ସାହୁଙ୍କର ଭ୍ୟାନିଟି ବ୍ୟାଗ ଛଡାଇ ନେଇଥିବା ନେଇଥାନାରେ ଲିଖିତ ଅଭିଯୋଗ କରିଥିଲେ । ପିପିଲି ଥାନା କେସନଂ ୬୪/୨୦ଏକ କେସରୁଜ କରି ତଦନ୍ତ ଜାରିରହିଥିଲା ।ଡେଲାଙ୍ଗ ଥାନା ଗୁଡୁପାଇଲେ ଗ୍ରାମର ଲିଙ୍ଗରାଜ ମଲିକ ଲୁଟେରା ମାନେ ମୋବାଇଲି ଫୋନ ଛଡାଇ ନେଇଥିବା ନେଇ ଅଭିଯୋଗ କରିଥିଲେ ପିପିଲିଥାନାରେ ୨୭୪/୨୦ କେସ ରୁଜୁହୋଇ ତଦନ୍ତ କରାଯାଉଥିଲା । ଅନ୍ୟତମ ଅଭିଯୋଗକାରୀ ନିମାପଡା ଚାରିଛକ ଅଂଚଳର ନବଘନ ଦାସଙ୍କ ଠାରୁ ମୋବାଇଲି ଚୋରି ହୋଇଥିବା ନେଇପିପିଲି ଥାନାରେ ଅଭିଯୋଗ କରିଥିଲେମଧ୍ୟ ୨୭୯/୨୦ ନମ୍ବରେ ମାମାଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଥିଲା ।

ଏହି ଅଭିଯୋଗକୁ କୁ ଭିତ୍ତିକରି ପିପିଲି ପୋଲିସତଦନ୍ତ କରି ୬ ଯୁବକଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ତିନି ଜଣ ମୋବାଇଲି ଲୁଟେରା ହୋଇଥିବା ବେଳେ ଅନ୍ୟ ତିନିଜଣ ମୋବାଇଲି କିଣିଥିବା ପୋଲିସ ଠାରୁସୁଚନା ମିଳିଛି । ଲୁଟେରା ୩ଜଣ ମଧ୍ୟରୁ ପିପିଲି ଥାନା କୃଷ୍ଣପୁରୁର ପବିତ୍ର ବେହେରା ଓରଫ ସିପୁ ( ୨୧) , ନିମାପଡା ଥାନା ଅଂଚଳର ଆଶୁତୋଷ ନାୟକ ଓରଫ ରିଙ୍କୁ (୧୯) , ହରିଅନ୍ତା ଥାନା ଅଂଚଳର ରାକେଶ ସ୍ୱାଇଁ ପପୁନି (୨୩) ଏମାନେ ରାସ୍ତାରୁ ମୋବାଇଲି ଓ ଭ୍ୟାନିଟି ଛଡାଇଥିବା ଅଭିଯୋଗରେ ପୁଲିସ ଗିରଫକରିଛି । ଚୋରା ମୋବାଇଲି କିଣିବା ଅଭିଯୋଗରେ ବହ୍ମଗିରି ଥାନା ସାହସ ପୁରର ମନୋଜ ନାୟକ (୨୨), କଣାସ ଥାନା ଟିପୁରୀଆର ସରଣି ସେନସ୍ୱାଇଁ ଓରଫ ଲିପୁ (୩୦) ଙ୍କ ସହିତ ଡେଲାଙ୍ଗ ଥାନା ଡାକପଡା ଗ୍ରାମର ଅନିଲଖଟେଇ ଓରଫ ମଣ୍ଟୁ (୨୨)କୁ ପୁଲିସଗିରଫ କରିଛି ।

ଏମାନଙ୍କ ଠାରୁ କଳାରଙ୍ଗର ପଲସର ( ଏଡି- ୦୨- ବିଜେ-୭୫୮୭ ) , ନୀଳ ରଙ୍ଗର ୟାମାକମ୍ପାନୀର ଏଫ୍ଜେଡେ ଗାଡି ନଂ ( ଓଡି-୧୩- ଏନ- ୬୦୧୯ ) ଓ ଆଠଟି ଚୋରା ମୋବାଇଲ ଫୋନ ପୋଲିସଜବତ କରିଛି । ଏମାନେ ଉତ୍ତରାଛକ ଠାରୁପୁରୀ ମଧ୍ୟରେ ଜାତୀୟ ରଜପଥରେ ଯାଉଥିବା ଲୋକମାନଙ୍କୁ ଆକ୍ରମଣ କରିଭ୍ୟାନିଟି ଓ ମୋବାଇଲି ଲୁଟ କରିଥାନ୍ତି ବୋଲି ପିପିଲି ଥାନା ଆଇଆଇସି ଗୌୀରଙ୍ଗ ଚରଣ ପୃଷ୍ଟିଙ୍କ ଠାରୁ ପ୍ରକାଶ ।୪ଟି ମୋବାଇଲି ନିଜ ମାଲିକ ମାନଙ୍କୁ ଜିମାରେ ହସ୍ତାନ୍ତର କରାଯାଇଛି ବୋଲିଥାନା ଅଧିକାରୀଙ୍କ ଠାରୁ ସୁଚନା ।ଲୁଟେରାଙ୍କୁ ଧରିବାରେ ଥାନା ଅଧିକାରୀଏକ ଟିମ ଗଠନ କରିଥିବା ବେଳେ ଏହି ଟିମରେ ଥାନା ସେକେଣ୍ଡ ଅଧିକାରୀ ସନ୍ଦୀପ କୁମାର ଦାସ, ଏଏସଆଇ ରବୀନ୍ଦ୍ରକୁମାର ନାୟକ ପ୍ରମୁଖ ସହ ଅନ୍ୟ ଅଧିକାରୀମାନେ ସାମିଲ ରହିଥିବା ଜଣାପଡିଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ପମ୍ପିଓଙ୍କ ଇଣ୍ଡୋ-ପାସିଫିକ୍ ଭ୍ରମଣରେ ଚୀନ୍ ପାଇଁ ଏକ ବାର୍ତ୍ତା, ଭାରତ ପାଇଁ ନିଆଯାଉଛି |

ଟ୍ରମ୍ପ ପ୍ରଶାସନର ଗତ ସପ୍ତାହରେ ଅଫିସରେ କ’ଣ ହୋଇପାରେ, ଆମେରିକାର ବସଚିବ ମାଇକ ପୋମ୍ପିଓ ଏହି ସପ୍ତାହ ଆରମ୍ଭରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୨ +...

ଲେବାନନ୍, ଇସ୍ରାଏଲ୍ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ସମାପ୍ତ କରିଛି |

ଲେବାନନ୍ ଏବଂ ଇସ୍ରାଏଲ୍, ତଥାପି ଯୁଦ୍ଧରେ ବୈଷୟିକ ଭାବରେ ଯୁଦ୍ଧରେ ଜାତିସଂଘ ଏବଂ ଆମେରିକାର ତତ୍ତ୍ୱାବଧାନରେ ଗୁରୁବାର ଦିନ ଦ୍ୱିତୀୟ ପର୍ଯ୍ୟାୟ ସାମୁଦ୍ରିକ ସୀମା ଆଲୋଚନାକୁ ବନ୍ଦ କରି ଦେଇଛନ୍ତି।...

ପମ୍ପିଓ କହିଛନ୍ତି ଯେ ଧାର୍ମିକ ସ୍ୱାଧୀନତା ପାଇଁ ଚୀନ୍ ‘ସବୁଠାରୁ ବଡ ବିପଦ’।

ଧାର୍ମିକ ସ୍ୱାଧୀନତାର ଭବିଷ୍ୟତ ପାଇଁ ଚୀନ୍ ହେଉଛି ସବୁଠାରୁ ବଡ ବିପଦ ବୋଲି ଆମେରିକାର ବୈଦେଶିକ ସଚିବ ମାଇକ୍ ପୋମ୍ପିଓ ଗୁରୁବାର ଦିନ ଏସିଆ ଗସ୍ତ ସମୟରେ ବେଜିଂ ଉପରେ...

ପାକିସ୍ତାନ ପାଇଁ ଭାରତର ପରବର୍ତ୍ତୀ ଚାର୍ଜ ଡିଫେୟାର ହେବାର ସମ୍ଭାବନା ରହିଛି।

ଗୁରୁବାର ସୂତ୍ରରୁ ପ୍ରକାଶ ଯେ ପାକିସ୍ତାନକୁ ଦେଶର ନୂତନ ଚାର୍ଜ ଡିଫେୟାର ଭାବରେ ଭାରତ ଆଇଏଫଏସ ଅଧିକାରୀ ସୁରେଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଛି। ଏହି ରିପୋର୍ଟ ଏକ ଦିନରେ...

ବେଙ୍ଗାଲୁରୁରେ କେରଳ ସିପିଏମ୍ ସେକୀଙ୍କ ପୁଅ ଗିରଫ।

ବେଙ୍ଗାଲୁରୁରେ ଡ୍ରଗ୍ସ ବିକ୍ରି ପାଇଁ ଏନସିବି ଦ୍ୱାରା ଗିରଫ ହୋଇଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ହୋଇଥିବା ଆର୍ଥିକ କାରବାର ସଂପର୍କରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଗୁରୁବାର କେରଳ ସିପିଆଇ...