26 C
Bhubaneswar
Sunday, October 25, 2020

୨୫ ସେପ୍ଟେମ୍ବର ସର୍ବଭାରତୀୟ ବନ୍ଦ ପାଇଁ ଆହ୍ୱାନ

Must read

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଭୁବନେସ୍ୱର, ୨୨/୯ : ସଂସଦର ସମସ୍ତ ବିଧି ବ୍ୟବସ୍ଥାଏବଂ ସାଂସଦମାନଙ୍କର ଭୋଟଦାନ କୁ ଅସ୍ୱୀକାର କରି ଧ୍ୱନିମତରେ ଅତ୍ୟନ୍ତ ତରବରିଆ ଭାବେ କୃଷକମାନଙ୍କର ସର୍ବନାଶକରିବା ପାଇଁ ଯେଉଁ କୃଷି ବଧେୟକ ଗୃହିତ ହୋଇଛି , ତାହା ସମ୍ବିଧାନର ନଗ୍ନ ଉଲଂଘନ ବୋଲି ଅଲ୍ ଇଣ୍ଡିଆ କିଷାନ୍ ସଂଘର୍ଷକୋ-ଅର୍ଡିନେସନ୍ କମିଟି ଓଡିଶା ରାଜ୍ୟ ଆବାହକ ମଣ୍ଡଳୀତରଫରୁ କୁହାଯାଇଛି । ଏହି ବିଲ୍ ଖୁବ୍ ଶିଘ୍ର ଆଇନରେ ପରିଣତହୋଇ କୃଷକମାନଙ୍କ ବିରୋଧରେ ପ୍ରୟୋଗ କରାଯିବ ବୋଲି କୃଷକ ସଂଗଠନ ମାନେ ମତ ପ୍ରକାଶ କରିଛନ୍ତି । କର୍ପୋରେଟ୍ମାନଙ୍କ ସ୍ୱାର୍ଥରେ ଆମ ଦେଶର “କୃଷକମାନଙ୍କ ଉପରେ ନିର୍ଭରଶୀଳ କୃଷି ବ୍ୟବସ୍ଥା”କୁ ଧ୍ୱଂସ କରି କୃଷିର କମ୍ପାନୀ କରଣ କରିବା ପାଇଁ ମୋଦୀ ନେତୃତ୍ୱାଧୀନ ବିଜେପି ସରକାରର ଏହାଷଡଯନ୍ତ୍ର ବୋଲି କୁହାଯାଇଛି ।

ଆତ୍ମ ନିର୍ଭରର ସ୍ଳୋଗାନ୍ ଦେଇକର୍ପୋରେଟ୍ ମାନଙ୍କ ପାଖରେ ଆତ୍ମ ସମର୍ପଣ କରିବାର ଜ୍ୱଳନ୍ତନମୁନା ହେଉଛି ଆଜି ସଂସଦରେ ଗୃହିତ ହୋଇଥିବା “କୃଷିବିଧେୟକ” ବୋଲି କୃଷକ ସଂଗଠନମାନଙ୍କର ନେତୃବୃନ୍ଦ କହିଛନ୍ତି । ଗତକାଲି ରାଜ୍ୟର ପ୍ରମୁଖ କୃଷକ ସଂଗଠନ ମାନଙ୍କରଏକ ଭର୍ଚୁଆଲ୍ ସଭା ଅନୁଷ୍ଠିତ ହୋଇ ଆନେ୍ଦାଳନକୁ ତୀବ୍ରତର କରିବା ପାଇଁ ପ୍ରସ୍ତାବ ଗୃହିତ ହୋଇଛି । ଅଖିଳ ଭାରତ କୃଷକସଂଘର୍ଷ ସମନ୍ୱୟ ସମିତି ଓଡିଶା ଶାଖା ତରଫରୁ କୁହାଯାଇଛିଯେ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍-୧୯୫୫କୁ ସଂଶୋଧନକରିବା, କଣ୍ଟ୍ରାକ୍ଟ ଫାର୍ମିଂ ଏବଂ ଇ-ମାର୍କେଟିଂ ନାମରେ କୃଷିଉତ୍ପାଦନ ବିପଣନ କମିଟି ଗୁଡିକୁ ଭାଙ୍ଗିବା ଇତ୍ୟାଦି ପାଇଁ ଯେଉଁବିଧେୟକ ଗୃହୀତ କରାଯାଇଛି ତାହା ଭାରତ ବର୍ଷରକୃଷକମାନଙ୍କ ପାଇଁ ମୃତ୍ୟୁ ଘଣ୍ଟି ସାଜିବ ।

ଏହା ବିରୋଧରେ ପଞ୍ଜାବ ଓ ହରିୟାନାରେ ବିଶାଳ କୃଷକ ଆନେ୍ଦାଳନ ଦେଖାଦେଇଛି । ଏହି ବିଧେୟକକୁ ବିରୋଧ କରି ଏନ୍.ଡି.ଏ.ର ଅଂଶୀଦାର ଦଳ, ଅକାଳୀ ଦଳର ପ୍ରତିନିଧି ମନ୍ତ୍ରୀ ପରିଷଦରୁଇସ୍ତଫା ଦେଇଛନ୍ତି । ଆଜି ରାଜ୍ୟ ସଭାରେ ଏହି ବିଧେୟକ ଆଲୋଚନା ଚାଲିଥିବା ବେଳେ ଏନ୍.ଡି.ଏ. ର ଅଂଶୀଦାର ଥିବାକିଛି ଆଞ୍ଚଳିକ ଦଳ ମଧ୍ୟ ଏହି କୃଷକ ବିରୋଧୀ ବିଲ୍ କୁ ଦୃଢଭାବେ ବିରୋଧ କରିଥିଲେ । ମାତ୍ର କେନ୍ଦ୍ର ସରକାର ସେହି ସବୁବିରୋଧକୁ ବେଖାତିର କରି କୃଷକ ସର୍ବନାଶକାରୀ ବିଲ୍ ଗୃହୀତ କରାଇବା ସଂସଦ ଏବଂ କୃଷକମାନଙ୍କ ପାଇଁ କଳା ଅଧ୍ୟାୟ ଦିବସବୋଲି କୃଷକ ସଂଗଠନମାନେ ଅବିହିତ କରିଛନ୍ତି । ଆସନ୍ତା ୨୫ ସେପ୍ଟମ୍ବରରେ ସାର ଦେଶରେ ବନ୍ଦ ଆହ୍ୱାନ ସହିତ ପ୍ରତିରୋଧଆନେ୍ଦାଳନ ସଂଗଠିତ କରିବା ପାଇଁ ୨୦୦ରୁ ଉଦ୍ଧ୍ୱର୍ କୃଷକ ସଂଗଠନ ମାନେ ଆହ୍ୱାନ ଦେଇଛନ୍ତି । ଏହି ସର୍ବନାଶକାରୀ କୃଷିଆଇନ୍ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନର ସଂଶୋଧନଦ୍ୱାରା ଭାରତର ୮୬ ଭାଗ କୃଷକ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହେଉଥିବା ବେଳେ ଓଡିଶାର ୯୨ ଭାଗ କୃଷକ ସାଂଘାତିକ ଭାବେକ୍ଷତିଗ୍ରସ୍ତ ହୋଇ ଏକ ନିରନ୍ତର ଜିବୀକା ଧ୍ୱଂସ ହୋଇଯିବ । କାରଣ ଆମ ଦେଶର ଅଧିକାଂଶ କୃଷକ ହେଉଛନ୍ତି କ୍ଷୁଦ୍ର ଚାଷୀ , ନାମମାତ୍ରଚାଷୀ ଏବଂ ଭାଗଚାଷୀ ଅଟନ୍ତି ।

ଏହାଦ୍ୱାରା କୋଟି କୋଟିସାଧାରଣ ଖାଉଟି ମଧ୍ୟ କ୍ଷତିଗ୍ରସ୍ତ ହେବେ । ବୃହତ୍ କମ୍ପାନୀମାନେକୃଷି ଜମି ଅଧିଗ୍ରହଣ, କୃଷି ଉତ୍ପାଦନ ଏବଂ କୃଷି ବ୍ୟବସାୟ ଉପରେସଂପୂର୍ଣ୍ଣ ଏକଚାଟିଆ ଅଧିକାରକୁ ଜାହିର କରିବା ପାଇଁ ଏଭଳି ଆଇନଅଣାଯାଇଛି । ୨୫ ସେପ୍ଟେମ୍ବରରେ ଓଡିଶା ବ୍ୟାପି ଗାଁଠୁ ରାଜଧାନୀପର୍ଯ୍ୟନ୍ତ କୃଷକମାନଙ୍କର ପିକେଟିଂ, ଧାରଣା , ବିକ୍ଷୋଭ, ପଟୁଆର,ସଭା ଏବଂ ରାସ୍ତା ଅବରୋଧ ଇତ୍ୟାଦି ପ୍ରତିବାଦ ଆନେ୍ଦାଳନ ସଂଗଠିତ କରାଯିବା ପାଇଁ ଆଜିକାର ବୈଠକରେ ନିଷ୍ପତ୍ତି ହୋଇଛି ।ରାଜ୍ୟବାସୀ, ରାଜ୍ୟର କୃଷକ ସମୁହ, ଟ୍ରେଡ୍ ୟୁନିୟନ ସମୁହ, ସକଳସ୍ତରର ଗଣ ସଂଗଠନ ଏବଂ ଏହି ଆଇନକୁ ବିରୋଧ କରୁଥିବାସମସ୍ତ ରାଜନୈତିକ ଦଳମାନେ ୨୫ ସେପ୍ଟେମ୍ବର ପ୍ରତିରୋଧ ଆନେ୍ଦାଳନକୁ ସମର୍ଥନ ଜଣାଇବା ପାଇଁ ଅଲ୍ ଇଣ୍ଡିଆ କିଷାନ୍ ସଂଘର୍ଷକୋ-ଅର୍ଡିନେସନ୍ କମିଟି ଓଡିଶା ଶାଖା ତରଫରୁ ନିବେଦନକରାଯାଇଛି

ଆଜିକାର ଏହି ଭର୍ଚୁଆଲ୍ ସଭାରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତିର ଆବାହକ ଲିଙ୍ଗରାଜ, ଅଲ୍ ଇଣ୍ଡିଆ କିଷାନ୍ ସଭାରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଅଖିଳ ଭାରତ କୃଷକ ସଭାରାଜ୍ୟ ସଭାପତି ଶଶି ଭୂଷଣ ସ୍ୱାଇଁ , ଅଲ୍ ଇଣ୍ଡିଆ କିଷାନ୍ ମଜଦୂରସଭା ଜାତୀୟ ସମ୍ପାଦକ ନେତା ଭାଲଚନ୍ଦ୍ର ଷଡଙ୍ଗୀ, ରାଜ୍ୟ ନେତାସଂଗ୍ରାମ ନାୟକ, ଅଲ ଇଣ୍ଡିଆ କ୍ରାନ୍ତିକାରୀ କିଷାନ୍ ସଭା ରାଜ୍ୟସମ୍ପାଦକ ଶଙ୍କର ସାହୁ, ଅଲ୍ ଇଣ୍ଡିଆ ଅଗ୍ରଗାମୀ କିଷାନ୍ ସଭାରରାଜ୍ୟ ସଭାପତି ଗୋପାଲ ଅଗ୍ରୱାଲ , ରାଜ୍ୟ ଉପଦେଷ୍ଟା ଜ୍ୟୋତିରଞ୍ଜନ ମହାପାତ୍ର, ଅଲ୍ ଇଣ୍ଡିଆ କ୍ଷେତ ମଜଦୂର କିଷାନ୍ ସଭାରରାଜ୍ୟ ଆବାହକ ଶୀ୍ରକାନ୍ତ ମହାନ୍ତି, ଏନ୍.ଏ.ପି.ଏମ୍.ର ରାଜ୍ୟ ଆବାହକପ୍ରଫୁଲ୍ଲ ସାମନ୍ତରା, ଅଲ୍ ଇଣ୍ଡିଆ କିଷାନ୍ ମହାସଭାର ସମ୍ପାଦକ ଅଶୋକ ପ୍ରଧାନ, ଇଣ୍ଡିଆନ୍ ସୋସିଆଲ୍ ଆକ୍ସନ ଫୋରମର ରାଜ୍ୟଆବାହକ ନରେନ୍ଦ୍ର ମହାନ୍ତି, ଅଲ୍ ଇଣ୍ଡିଆ କିଷାନ୍ କ୍ଷେତମଜଦୂରସଂଗଠନର ରାଜ୍ୟ ସମ୍ପାଦକ ରଘୁନାଥ ଦାସ, ଚାଷୀ ଅଧିକାର ସଂଗ୍ରାମମଞ୍ଚର ଆବାହକ ବିଜୟ ସ୍ୱାଇଁ, ଚାଷୀ ମୁଲିଆ ସୁରକ୍ଷା ଓ ସଂଗ୍ରାମପରିଷଦର ଆବାହାକ ବଳଭଦ୍ର ମଲ୍ଲିକ ପ୍ରମୁଖ ବୈଠକରେ ଉପସ୍ଥିତରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଦିଲ୍ଲୀ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲାଯିବ ନାହିଁ ; ସିଏମ୍ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ କରୋନାଭାଇରସ ମହାମାରୀ ଯୋଗୁଁ ବନ୍ଦ ହୋଇଯାଇଥିବା ଜାତୀୟ ରାଜଧାନୀରେ ଥିବା ସ୍କୁଲଗୁଡ଼ିକ ବର୍ତ୍ତମାନ ପାଇଁ ଖୋଲିବ ନାହିଁ। ଦିଲ୍ଲୀରେ କରୋନାଭାଇରସ୍...

ଚାଇନା ବିଭିନ୍ନ ସ୍ଥାନରେ ନେପାଳର ଜମିକୁ ବେଆଇନ ଭାବେ ଦଖଲ କରିଛି

ଚୀନ୍ ବେଆଇନ ଭାବେ ନେପାଳର ଜମିକୁ ସାତୋଟି ସୀମାନ୍ତବର୍ତ୍ତୀ ଜିଲ୍ଲା ଉପରେ ବ୍ୟାପିଛି ଏବଂ ଭାରତୀୟ ଗୁପ୍ତଚର ସଂସ୍ଥା ନୂଆଦିଲ୍ଲୀରେ ଏକ ସତର୍କ ସୂଚନା ଦେଇଛନ୍ତି। ଏଜେନ୍ସିଗୁଡିକ ଫ୍ଲାଗ୍ କରିଛନ୍ତି...

ଜାତିସଂଘର ସଫଳତା ପାଇଁ ଭାରତ ଗଭୀର ବିନିଯୋଗ କରିଛି ବୋଲି ଇଏମ୍ ଜୟଶଙ୍କର କହିଛନ୍ତି

ମିଳିତ ଜାତିସଂଘ ପ୍ରତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର ଶୁକ୍ରବାର ଦିନ ଆଲୋକପାତ କରିଛନ୍ତି ଏବଂ ଜାତିସଂଘର ସଫଳତା ପାଇଁ ଏହା ଗଭୀର ବିନିଯୋଗ କରିଛି ବୋଲି...

ଆଫଗାନିସ୍ତାନରେ ହିଂସା ବୃଦ୍ଧି ପାଇ ଭାରତ ଏବଂ ପୂର୍ବତନ ଉତ୍ତର ଆଲାଇନ୍ସର ନେତା ଅଟ୍ଟା ନୁର ଆଲୋଚନା କରିଛନ୍ତି

ଆଫଗାନିସ୍ତାନର ଜଣେ ବିଶିଷ୍ଟ ରାଜନେତା ତଥା ତାଲିବାନ ବିରୋଧରେ ଉତ୍ତର ଆଲାଇନ୍ସ ପ୍ରତିରୋଧ ଗୋଷ୍ଠୀର ପୂର୍ବତନ ସଦସ୍ୟ ଅଟ୍ଟା ମହମ୍ମଦ ନୁର ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ...

ଅପରିଷ୍କାର ପରିଷ୍କାର ବାୟୁ ପାଇଁ ଡାକରା ଦେଇଥିବାରୁ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ମନ୍ତବ୍ୟ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତକୁ ପ୍ରଦୂଷିତ ବାୟୁ ସହିତ ଏକ ଅପରିଷ୍କାର ସ୍ଥାନ ବୋଲି ବର୍ଣ୍ଣନା କରିବା ଦ୍ୱାରା ସୋସିଆଲ ମିଡିଆରେ ଜରୁରୀ ପରିଷ୍କାର କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ଵାନ...