26 C
Bhubaneswar
Wednesday, October 21, 2020

ସୁରକ୍ଷା ଦେଉଛି ଲିଭିନ୍‍ଗାର୍ଡ ଏଜି

Must read

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ଦୁବାଇ , ୧୯/୯ (ନିପ୍ର): ଜୀବନ ସ୍ୱାଭାବିକ ହେବା ଆରମ୍ଭ କରିଥିବାବେଳେ ବିଶ୍ୱରଅନ୍ୟତମ ସର୍ବାଧିକ ସମ୍ମାନଜନକ କ୍ରିକେଟ ଲିଗ୍‍ ଇଣ୍ଡିଆନ ପ୍ରିମିୟର ଲିଗ୍‍ (ଆଇପିଏଲ୍)ଚଳିତ ମାସ ୧୯ରୁ ସଂଯୁକ୍ତ ଆରବ ଏମିରେଟ୍‍ସ (ୟୁଏଇ)ରେ ତାହାର ନୂଆ ସିଜନ୍‍ ଆରମ୍ଭକରିବାକୁ ପ୍ରସ୍ତୁତ ହେଉଛି । ଜେଏସଡବ୍ଲୁ ଏବଂ ଜିଏମଆର୍‍ର ସହ-ମାଲିକାନାଧୀନ ଫ୍ରାଞ୍ଚାଇଜଦିଲ୍ଲୀ କ୍ୟାପିଟାଲ୍‍ସ ନିଜର ଖେଳାଳି ଏବଂ ଦଳର ସଦସ୍ୟଙ୍କ ନିରାପତ୍ତାକୁ ଗୁରୁତ୍ୱ ଦେଉଛିଏବଂ ବିଶ୍ୱସ୍ତରରେ ସୁଖ୍ୟାତି ଲାଭ କରିଥିବା ସ୍ୱିଜରଲାଣ୍ଡସ୍ଥିତ ସ୍ୱାସ୍ଥ୍ୟରକ୍ଷା ପ୍ରଯୁକ୍ତି କମ୍ପାନୀଲିଭିନ୍‍ଗାର୍ଡ ଏଜି ସହିତ ଭାଗୀଦାର କରି ତାହାକୁ ଦଳର ଆନୁଷ୍ଠାନିକ ସ୍ୱାସ୍ଥ୍ୟରକ୍ଷା ଭାଗୀଦାରକରିଛି ।ଭାରତ, ସ୍ୱିଜରଲାଣ୍ଡ, ଜର୍ମାନୀ, ଆମେରିକା, ସିଙ୍ଗାପୁର, ଜାପାନ ଓ ଦକ୍ଷିଣ ଆଫ୍ରିକାରେକାରବାର କରୁଥିବା ଲିଭିନ୍‍ଗାର୍ଡ ଏଜି ନିକଟରେ ବୈପ୍ଳବିକ ଏବଂ ଏହି ଧରଣର ପ୍ରଥମଫେସ ମାସ୍କ ପ୍ରଚଳନ କରିଛି, ଯାହା ୯୯.୯% ନୋଭେଲ କରୋନା ଭୂତାଣୁ ସାର୍‍ସ-ସିଓଭି-୨ର ସହିତ ବିବିଧ ବ୍ୟାକ୍‍ଟେରିଆ ଏବଂ ଭୂତାଣୁକୁ ନିଷ୍କ୍ରିୟ କରୁଥିବା ପ୍ରମାଣିତ ହୋଇଛି ।ବିକ୍ରୟ କାଉଣ୍ଟର ଅଥବା ଖୋଲା ବଜାରରେ ଉପଲବ୍ଧ ହେଉଥିବା ଅଧିକାଂଶ ମାସ୍କ ବସ୍ତୁତଃପ୍ରତିଷେଧକାରୀ ହୋଇଥିବାବେଳେ ଲିଭିନ୍‍ଗାର୍ଡର ଫେସ୍ ମାସ୍କ ସୁରକ୍ଷା ପ୍ରଦାନକାରୀ ଏବଂଏହା ବ୍ୟାକଟେରିଆ ଓ ଭୂତାଣୁ ବ୍ୟାପିବାକୁ ରୋକିଥାଏ ଏବଂ ତଦ୍ଦ୍ୱାରା ନିଜର ତଥା ଅତିନିକଟରେ ଥିବା ଅନ୍ୟମାନଙ୍କ ପାଇଁ ଫାଇଦା ହୋଇଥାଏ ।ଦିଲ୍ଲୀ କ୍ୟାପିଟାଲ୍‍ସ ସହିତ ସଂପର୍କ ବିଷୟରେ ପ୍ରକାଶକରି ଲିଭିନ୍‍ଗାର୍ଡ ଟେକ୍‍ନୋଲୋଜିସ୍‍ରପ୍ରତିଷ୍ଠାତା, ଉଦ୍ଭାବକ ଏବଂ ସିଇଓ ଶ୍ରୀ ସୀବ ସ୍ୱାମୀ କହିଛନ୍ତି, ନ୍ତସର୍ବଦା ଲୋକପ୍ରିୟ ହୋଇରହିଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‍ର ଅନ୍ୟତମ ସର୍ବାଧିକ ଚାହିଦା ଥିବା ଦଳ ସହିତସହଯୋଗିତା କରି ଆମେ ଅତ୍ୟନ୍ତ ଗର୍ବିତ ଅନୁଭବ କରୁଛୁ । ଉକ୍ତ ଦଳ ପ୍ରତିଭା, ଅଭିଜ୍ଞତାଏବଂ ଆଗ୍ରହର ଉପଯୁକ୍ତ ସମ୍ମିଶ୍ରଣ ଅଟେ । ଫେସ୍ ମାସ୍କରେ ଲିଭିନ୍‍ଗାର୍ଡର ପ୍ୟାଟେଣ୍ଟକରାଯାଇଥିବା ବୈପ୍ଳବିକ ପ୍ରଯୁକ୍ତିକୋ÷ଶଳ ପ୍ରୟୋଗ କରାଯାଇଛି, ଯାହା ଦିଲ୍ଲୀ କ୍ୟାପିଟାଲ୍‍ସକୁଅଦମନୀୟ ସୁରକ୍ଷା ପ୍ରଦାନ କରିବ । ସଙ୍କଟଜନକ ସ୍ଥିତିରେ ସ୍ୱାସ୍ଥ୍ୟଗତ ଆପଦ ହ୍ରାସ କରିବାଏବଂ ଆଗକୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତାରେ ଦୃ୍‍ଷ୍ଟିନିବଦ୍ଧ କରିବା ଦିଗରେ ଦଳକୁ ସମର୍ଥକରାଇ ଆମେ ସୋ÷ଭାଗ୍ୟ ମନେକରୁଛୁ ।ନ୍ତଦିଲ୍ଲୀ କ୍ୟାପିଟାଲ୍‍ସର ସିଇଓ ଶ୍ରୀ ଧୀରଜ ମାଲହୋତ୍ରା କହିଛନ୍ତି, ନ୍ତଏଭଳି ଆହ୍ୱାନମୂଳକସମୟରେ ଆଇପିଏଲ୍‍ ଆୟୋଜନ କରାଯିବା ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର(ବିସିସିଆଇ) ଏବଂ ବିଶ୍ୱରେ ସମସ୍ତ କ୍ରୀଡା ମଧ୍ୟରେ ଆଇପିଏଲ୍ ଅନ୍ୟତମ ଶ୍ରେଷ୍ଠ ଲିଗ୍‍ଭାବେ ମାନ୍ୟତା ହାସଲ କରିଥିବାର ଆଉ ଏକ ପ୍ରମାଣ । ଆମେ ଆମ ଜୀବନ ପୁନଃ ଆରମ୍ଭକରୁଥିବାବେଳେ ଆମକୁ ମନେରଖିବାକୁ ହେବ ଯେ ଆମେ ଏକ ନୂଆ ସ୍ୱାଭାବିକତା ମଧ୍ୟକୁପ୍ରବେଶ କରିଛୁ । ଚଳିତ ସିଜନ୍‍ରେ ଆମ ଦଳର ନିରାପତ୍ତା ସବୁଠାରୁ ଅଗ୍ରାଧିକାର ବିଷୟହୋଇଛି । ଲିଭିନ୍‍ଗାର୍ଡ ଏଜିର ପ୍ରଯୁକ୍ତି ବାସ୍ତବିକ ଅଭୂତପୂର୍ବ ହୋଇଥିବାରୁ ଏହା ଏହି କାର୍ଯ୍ୟସୂତୀସହିତ ସମ୍ପୂର୍ଣ୍ଣ ଭାବରେ ମେଳ ଖାଉଛି ଏବଂ ଆମକୁ ସମ୍ଭାବ୍ୟ ସର୍ବୋତ୍ତମ ସ୍ୱାସ୍ଥ୍ୟରକ୍ଷା ସମାଧାନଯୋଗାଇଦେଉଛି । ଆମର ବିଶ୍ୱାସ ଯେ ଏହି ସଂଗତି ଆମ ଖେଳାଳିଙ୍କୁ ସୁରକ୍ଷା ପ୍ରଦାନକରିବ ଏବଂ ସେମାନଙ୍କୁ ଖେଳ ଉପରେ ମନୋନିବେଶ କରିବାରେ ସହାୟକ ହେବ ।ନ୍ତସର୍ବକାଳୀନ ମହାନ୍‍ ଅଷ୍ଟ୍ରେଲିଆ କ୍ରିକେଟ ଦଳର ପୂର୍ବତନ ସ୍କିପର୍ ଏବଂ ଦିଲ୍ଲୀ କ୍ୟାପିଟାଲ୍‍ସରକୋଚ୍‍ ରିକି ପଣ୍ଠିଂ କହିଛନ୍ତି, ନ୍ତନିରାପଦ ରହିବା ଦିଲ୍ଲୀ କ୍ୟାପିଟାଲ୍‍ସ ଦଳର ସଦସ୍ୟଙ୍କପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଆମେ ଆନନ୍ଦିତ ଯେ ଲିଭିନ୍‍ଗାର୍ଡ ତାହାର ପ୍ରଯୁକ୍ତିଗତବିପ୍ଳବ ସୃଷ୍ଟିକାରୀ ଫେସ୍ ମାସ୍କ ଏବଂ ସ୍ୱାସ୍ଥ୍ୟରକ୍ଷା କିଟ୍‍ ଆମକୁ ଯୋଗାଇଦେବାକୁ ଆଗେଇଆସିଛି । ଲିଭିନ୍‍ଗାର୍ଡର ପ୍ରଯୁକ୍ତିରେ ସନ୍ନହିତ ନୀତି ବୟନର ପୃଷ୍ଠଭାଗକୁ ପଜିଟିଭ ଚାର୍ଜରେସଶକ୍ତ କରୁଛି । ଏହି କପଡା ସହିତ ଅଣୁଜୀବଗୁଡିକ ସଂସ୍ପର୍ଶରେ ଆସିବାମାତ୍ରେ ବିଯୁକ୍ତାତ୍ମକଚାର୍ଜବିଶିଷ୍ଟ ଅଣୁଜୀବ କୋଷିକାଗୁଡିକ ନଷ୍ଟ ହୋଇଯାଏ ଏବଂ ତଦ୍ଦ୍ୱାରା ଅଣୁଜୀବଗୁଡିକସ୍ଥାୟୀଭାବେ ନଷ୍ଟ ହୁଏ । ଇନଷ୍ଟିଚୁ୍ୟଟ ଫର୍‍ ଆନିମଲ ହାଇଜିନ ଆଣ୍ଡ ଏନ୍ଭାଇରନମେଣ୍ଟାଲହେଲ୍‍ଥ ଠାରେ ଫ୍ରି ୟୁନିଭରସିଟି ଅଫ୍ ବର୍ଲିନର ଗବେଷକମାନେ ଏହା ପ୍ରଦର୍ଶନ କରିବାରେସମର୍ଥ ହୋଇଛନ୍ତି ଯେ ଲିଭିନ୍‍ଗାର୍ଡ ପ୍ରଯୁକ୍ତି ୯୯.୯% ସାର୍‍ସ-ସିଓଭି-୨ (କୋଭିଡ-୧୯ରକାରଣ ପାଲଟିଥିବା ଭୂତାଣୁ)କୁ ନଷ୍ଟ କରିଦେଇପାରିବ । ଟକ୍‍ସନସ୍ଥିତ ୟୁନିଭରସିଟି ଅଫ୍ଆରିଜୋନାରେ ମଧ୍ୟ ଅନୁରୂପ ଫଳାଫଳ ଦେଖିବାକୁ ମିଳିଛି । ରୂପା, ଦସ୍ତା ଏବଂ ତମ୍ବାଭଳି ଭାରି ଧାତୁଭିତ୍ତିକ ସମାଧାନରୁ ଭିନ୍ନ ଏହି ନୂତନ ପ୍ରଯୁକ୍ତିକୋ÷ଶଳ ଉଭୟ ତ୍ୱଚା ଏବଂଫୁସଫୁସ ପାଇଁ ନିରାପଦ ବୋଲି ଲକ୍ଷ୍ୟ କରାଯାଇଛି । ତାହାସହିତ ଲିଭିନ୍‍ଗାର୍ଡ ପ୍ରଯୁକ୍ତିକୋ÷ଶଳଅଣୁଜୀବଗୁଡିକୁ ନିରନ୍ତର ନଷ୍ଟ କରିଚାଲେ, ଯାହାଦ୍ୱାରା ସେଗୁଡିକ ବ୍ୟବହାରକାରୀଙ୍କୁ ଏବଂଅନ୍ୟ ପୃଷ୍ଠଭାଗକୁ ସ୍ଥାନାନ୍ତରିତ ହେବା ଆପଦ ହ୍ରାସପାଏ । ଏହି ମାସ୍କ ଧୋଇ ପୁନଃ ବ୍ୟବହାରକରାଯାଇପାରିବ ଏବଂ ନିରାପତ୍ତା ଅଥବା ଏହାର ପ୍ରଭାବକାରିତା ସହିତ କୋ÷ଣସି ସାଲିସନକରି ଏହାକୁ ୨୧୦ ଥର ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ । ଲିଭିନ୍‍ଗାର୍ଡ ଏଜିରବିଶ୍ୱାସ ଯେ ଆମ ଭବିଷ୍ୟତ ଏକ ନିରନ୍ତର ସମାଧାନ ବ୍ୟବସ୍ଥା ସହିତ ସଂଯୁକ୍ତ ହୋଇଛିଯାହା ଆମ ବିଶ୍ୱକୁ ସୁଖଦ ଉପଚାର ଯୋଗାଉଥିବ ଏବଂ ଲିଭିନ୍‍ଗାର୍ଡ ଫେସ୍ ମାସ୍କ ଏହାରବ୍ୟତିକ୍ରମ ନୁହେଁ । ଋାଷ୍ଟ୍ରଗୁଡିକ ଲକ୍‍ଡାଉନ କଟକଣାକୁ ପର୍ଯ୍ୟାୟକ୍ରମେ କୋହଳ କରୁଥିବାଏବଂ ଜନସାଧାରଣ ସେମାନଙ୍କର ପରବର୍ତ୍ତୀ ନୂତନ ସ୍ୱାଭାବିକତା ମଧ୍ୟକୁ ପ୍ରତ୍ୟାବର୍ତ୍ତନକରିବାକୁ ଚାହୁଁଥିବାବେଳେ ବିଶ୍ୱସ୍ତରରେ ଦୈନିକ ପ୍ରାୟ ୩ ବିଲିଅନରୁ ଅଧିକ ସଂଖ୍ୟାତତ୍ତୁଲ୍ୟ ମାସ୍କ ବ୍ୟବହାର ମଧ୍ୟରେ ଲିଭିନ୍‍ଗାର୍ଡ କୋଭିଡ-୧୯ ବିରୋଧୀ ଲଢେଇ ପ୍ରତିପ୍ରତିଶ୍ରୁତିବଦ୍ଧ ରହିଛି । ଲିଭିନ୍‍ଗାର୍ଡ ମାସ୍କଗୁଡିକ ସାରା ବିଶ୍ୱରେ ସମ୍ପ୍ରତି ଆଇନ ପ୍ରବର୍ତ୍ତନକାରୀଏବଂ ସମ୍ମୁଖଭାଗରେ ଥିବା କର୍ମୀମାନେ ବ୍ୟବହାର କରୁଛନ୍ତି ଏବଂ କୋଭିଡ ବିରୋଧୀଲଢେଇରେ ଯେଉଁମାନେ ସର୍ବାଧିକ ବିପଦାପନ୍ନ ସେମାନଙ୍କୁ ଏହା ସୁରକ୍ଷା ପ୍ରଦାନ କରୁଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

‘ସମୃଦ୍ଧିର ସମକକ୍ଷ ମୋଦୀ ସରକାର’: ଅମିତ ଶାହା ବୋନସ ଘୋଷଣାକୁ ଶୁଭେଚ୍ଛା ଜଣାଇଛନ୍ତି

କେନ୍ଦ୍ର ଗୃହ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଏହୀ ଉତ୍ସବ ପୂର୍ବରୁ ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେବ।...

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...