23 C
Bhubaneswar
Saturday, October 31, 2020

୪୫ ବର୍ଷରୁ ଅଧିକ ବୟସ୍କ ପ୍ରାୟ ୪୫%ପୁରୁଷ ପ୍ରୋଷ୍ଟେଟ୍ ସମସ୍ୟାରେ ପୀଡିତ

Must read

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ସମ୍ବଲପୁର , ୧୭/୯ (ନିପ୍ର): ଭାରତ ହେଉଛି ବିଶ୍ୱର ସର୍ବବୃହତ୍ ଓ ସବୁଠାରୁ ଦ୍ରୁତ ବେଗରେବୃଦ୍ଧି ପାଉଥିବା ବୟସ୍କ ପୁରୁଷଙ୍କ ଜନସଂଖ୍ୟା ମଧ୍ୟରୁ ଗୋଟିଏ । ସାଧାରଣତଃ ଏହି ବୟସରପୁରୁଷମାନେ ଟାଇପ୍୨ ଡାଇବେଟିସ୍, ଉଚ୍ଚ ରକ୍ତଚାପ, କୋଲେଷ୍ଟେରୋଲ, କାଟାରାକ୍ଟ ଏବଂବିନାଇନ୍ ପ୍ରୋଷ୍ଟାଟିକ୍ ହାଇପର୍ପ୍ଲାସିଆ କିମ୍ବା ବିପିଏଚ୍ କୁହାଯାଉଥିବା ଏକ ଅବସ୍ଥା ଦ୍ୱାରାସୃଷ୍ଟି ହେଉଥିବା ଏକାଧିକ ଅସୁସ୍ଥତାର ସମ୍ମୁଖୀନ ହୋଇଥାନ୍ତି । ବିପିଏଚ୍ ହେଉଛି ପ୍ରୋଷ୍ଟେଟ୍ରଏକ ବୟସ ସମ୍ବନ୍ଧିତ ବିବର୍ଦ୍ଧନ ଯାହାକି ମୂତ୍ରାଶୟର ବାହ୍ୟପଥରେ ବାଧା ସୃଷ୍ଟି କରିଥାଏ,ଏହା ଅସୁବିଧାଜନକ ଲକ୍ଷଣମାନ ସୃଷ୍ଟି କରିଥାଏ, ଯାହାଫଳରେ ବାରମ୍ବାର ପରିସ୍ରା ଲାଗିବାରାତିରେ ଶୋଇବା ସମୟରେ ପରିସ୍ରା ପାଇଁ ବାରମ୍ବାର ନିଦରୁ ଉଠିବା, ପରିସ୍ରା ସମୟରେଦୁର୍ବଳ ପ୍ରବାହ ଓ ପରିସ୍ରା ପରେ ମଧ୍ୟ ସନ୍ତୁଷ୍ଟ ନଲାଗିବା ଭଳି ସମସ୍ୟା ଦେଖାଦେଇଥାଏ ।ଭାରତରେ କରାଯାଇଥିବା ଅନୁସନ୍ଧାନ ତଥ୍ୟ ମୁତାବକ, ୪୫ ବର୍ଷରୁ ଅଧିକ ବୟସ୍କ ପ୍ରାୟ୬୫% ପୁରୁଷ ଏହିଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ଅଧିକାଂଶ ପୁରୁଷ ଏହାକୁଲୁଚାଇଥାନ୍ତି ।ଭିଏସ୍ଏସ୍ ମେଡିକାଲ କଲେଜ ସମ୍ବଲପୁର୍ର ୟୁରୋଲୋଜିଷ୍ଟ ଡଃ ସୟ ମହାପାତ୍ର ପ୍ରୋଷ୍ଟେଟ୍ସଚେତନତା ମାସ ଉପରେ ଆୟୋଜିତ ଏକ ୱେବିନାର୍ରେ କହିଥିଲେ ଯେ, ଡାକ୍ତରଙ୍କଅନୁଯାୟୀ, ଅଧିକାଂଶ ରୋଗୀ ସେମାନଙ୍କର ଲକ୍ଷଣକୁ ସ୍ୱଭାବିକ ଦର୍ଶାଇଥାନ୍ତି । ସେମାନେଚୁପ୍ଚାପ ଏହି ଲକ୍ଷଣଗୁଡିକୁ ସହ୍ୟ କରିଥାନ୍ତି ଓ ସ୍ୱାସ୍ଥ୍ୟାବସ୍ଥା ଜଟିଳ ନହେବା ପର୍ଯ୍ୟନ୍ତ ସେଗୁଡିକରମୁକାବିଲା ପାଇଁ ବିଭିନ୍ନ ରଣନୀତି ଆପଣାଇଥାନ୍ତି । ବିପିଏଚ୍ରେ ପୀଡିତ ରୋଗୀମାନେ ବାରମ୍ବାରୱାଶରୁମ୍ ଯିବାକୁ ଚାହିଁଥାନ୍ତି । ମେଡିକାଲ ଟର୍ମରେ ଏହାକୁ ଅର୍ଜେନ୍ସି କୁହାଯାଇଥାଏ । ଯଦିସମୟରେ ଏହାର ଚିକିତ୍ସା ନକରାଯାଏ ତେବେ ରିକରେଂଟ୍ ଆକୁ୍ୟଟ୍ ୟୁରିନାରୀ ରିଟେନ୍ଓନ(ପରିସ୍ରା କରିବାରେ ହଠାତ୍ ଯନ୍ତ୍ରଣାଦାୟକ ଅସାମର୍ଥତା), ରିକରେଂଟ୍ ୟୁରିନାରି ଇନ୍ଫେକ୍ସନ,ଷ୍ଟୋନ୍ ହେବା, ଏପରିକି ଉଭୟ କିଡ୍ନି କ୍ଷତିଗ୍ରସ୍ତ କିମ୍ବା ଫେଲ୍ ହେବା ଭଳି ସମସ୍ୟା ସୃଷ୍ଟିହୋଇଥାଏ । ଏହା ରୋଗୀଙ୍କୁ ଅତିରିକ୍ତ ଅସୁସ୍ଥତାରେ ପକାଇବା ସହିତ ରୋଗୀ ଓ ତାଙ୍କପରିଜନଙ୍କ ଉପରେ ସର୍ଜରୀର ଅତିରିକ୍ତ ବୋଝ ମଧ୍ୟ ଲଦି ଦେଇଥାଏ । ଅଧିକାଂଶ ମାମଲାରେସର୍ଜରୀ ପରେ ମଧ୍ୟ ସମସ୍ୟା କମିନଥାଏ, ଯାହାଫଳରେ ରୋଗୀଙ୍କୁ ସାରା ଜୀବନକ୍ୟାଥେଟେରିଜେସନ କିମ୍ବା ଡାଇଲିସିସ୍ରେ ରଖିବାକୁ ପଡିପାରେ । ବିପିଏଚ୍କୁ ଏକାଧିକଶାରୀରିକ, ରେଡିଓଗ୍ରାଫିକ୍ ପରୀକ୍ଷଣ ଓ କିଛି ଲ୍ୟାବ୍ ଟେଷ୍ଟ ମାଧ୍ୟମରେ ଚିହ୍ନଟ କରାଯାଇଥାଏ ।ପ୍ରୋଷ୍ଟେଟ୍ର ଶାରୀରିକ ପରୀକ୍ଷଣ ସାମିଲ ଥିବା ଡିଆର୍ଇ (ଡିଜିଟାଲ ରେକ୍ଟାଲଏକ୍ଜାମିନେଶନ) ଭଳି ପରୀକ୍ଷଣ ଏହାକୁ ସମ୍ଭାବ୍ୟ ପ୍ରୋଷ୍ଟେଟ୍ କ୍ୟାନ୍ସରୁ ସ୍କ୍ରିନ୍ କରିବା ପାଇଁଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଆବ୍ଡୋମିନାଲ ଓ ପେଲ୍ଭିକ୍ ଅଲ୍ଟ୍ରାସାଉଣ୍ଡ ମଧ୍ୟ ପ୍ରୋଷ୍ଟେଟ୍ ଗ୍ଲାଣ୍ଡରଆକାର ସୂଚିତ କରିଥାଏ । ଲ୍ୟାବ୍ ଟେଷ୍ଟରେ ପିଏସ୍ଏ (ପ୍ରୋଷ୍ଟେଟ୍-ସ୍ପେସିଫିକଆଂଟିଜେନ୍)ସାମିଲ ରହିଥାଏ । ପିଏସ୍ଏ ହେଉଛି ଏକ ପ୍ରୋଟିନ ଯାହାକି କେବଳ ପ୍ରୋଷ୍ଟେଟ୍ଦ୍ୱାରା ନିର୍ମିତ । ପ୍ରୋଷ୍ଟେଟ୍ ସୁସ୍ଥ ଥିଲେ ରକ୍ତରେ ଖୁବ୍ କମ୍ ପିଏସ୍ଏ ମିଳିଥାଏ । ସୁସ୍ଥଜୀବନଶୈଳୀ ଓ ଅଭ୍ୟାସକୁ ଆପଣାଇବା ଓ କମ୍ ଔଷଧ ସେବନ କରି ବିପିଏଚ୍କୁ ଭଲକରାଯାଇପାରିବ । ସେହିପରି ଲକ୍ଷଣଗୁଡିକ ଅନିୟନ୍ତ୍ରିତ ହେଲେ କିମ୍ବା ସ୍ୱାସ୍ଥ୍ୟାବସ୍ଥା ଜଟିଳହେଲେ ପ୍ରୋଷ୍ଟାଟିକ୍ ଟିସୁ୍ୟକୁ ସର୍ଜରୀ ମାଧ୍ୟମରେ ବାହାର କରିବା ହେଉଛି ଶେଷ ପଦକ୍ଷେପ ।ଅଧିକାଂଶ ରୋଗୀ ଏହି ରୋଗକୁ ନେଇ ଚୁପ୍ ରହୁଥିବାରୁ ସେମାନଙ୍କୁ ଏହି ଅବସ୍ଥା ସମ୍ପର୍କରେସଚେତନ କରାଯିବାର ଓ ଚିକିତ୍ସାର ଉପଲବ୍ଧତା ପ୍ରତି ପଦକ୍ଷେପ ଗ୍ରହଣ କରାଯିବା ଉଚିତ ।ପୁରୁଷମାନେ ସାଧାରଣତ ନିଜ ସ୍ୱାସ୍ଥ୍ୟକୁ ଅଣଦେଖା କରିଥାନ୍ତି ଏବଂ ଏହି ସଚେତନତା ମାସଙ୍ଗଙ୍ଗଙ୍ଗ.ଙ୍ଗଷବଗ୍ଧବକ୍ସରକ୍ଷସରଲ.ସଦ୍ଭ ମାଧ୍ୟମରେ ସେମାନଙ୍କୁ ସହଜରେ ପ୍ରୋଷ୍ଟେଟ୍ ସ୍ୱାସ୍ଥ୍ୟସୂଚନା ପହଂଚାଇବାକୁ ଲକ୍ଷ୍ୟ ରଖିଛି । ଏହି ରୋଗର ଲକ୍ଷଣ ଓ ଏହାର ଚିକିତ୍ସା ସମ୍ପର୍କରେଅଧିକ ଜାଣିବା ପାଇଁ ଏହି ୱେବ୍ସାଇଟ୍କୁ ଭିଜିଟ୍ କରନ୍ତୁ

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଇସି କମଲ ନାଥଙ୍କ ଷ୍ଟାର ପ୍ରଚାରକ ମାନ୍ୟତା ପ୍ରତ୍ୟାହାର କରିନେଲେ।

ଭାରତ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ୨୮ ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କରୁଥିବାବେଳେ ମଡେଲ ଆଚରଣ ବିଧି ଉଲ୍ଲଂଘନ କରି କଂଗ୍ରେସ ନେତା କମଲ ନାଥଙ୍କ...

ବଙ୍ଗଳା ବିଜେପି ନେତାଙ୍କ ହତ୍ୟା ଘଟଣାରେ ପଞ୍ଜାବରୁ ୨ ଗିରଫ |

ପଶ୍ଚିମବଙ୍ଗ ପୋଲିସର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ମନୀଷ ଶୁକ୍ଲାଙ୍କ ହତ୍ୟା ଘଟଣାରେ ପଞ୍ଜାବର ଲୁଧିଆନାରେ ହୋଇଥିବା ଆକ୍ରମଣରେ ଦୁଇଜଣ...

ବଙ୍ଗୋପସାଗରରେ ଭାରତୀୟ ନୌସେନା କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଭାରତୀୟ ନୌସେନା ଶୁକ୍ରବାର ଦିନ ବଙ୍ଗୋପସାଗରରେ ଏହାର ଗାଇଡ୍ ମିସାଇଲ୍ କର୍ଭେଟ୍ ଆଇଏନଏସ କୋରା ଠାରୁ ଏକ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷଣ କରିଛି ଯାହା ଭାରତର ଚତୁଃପାର୍ଶ୍ୱରେ...

ରାହୁଲ ଗାନ୍ଧୀ ପିଏମ ମୋଦୀଙ୍କ ଭିଭିଆଇପି ଚପରରେ ସ୍ୱାଇପ୍ ନେଇ ଚୀନ୍ ପ୍ରସଙ୍ଗ ଉଠାଇଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଭାରତ-ଚୀନ୍ ସୀମା ବିବାଦ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଭିଆଇପି ଚପର ଏବଂ ଉପ-ଶୂନ୍ୟ ଅବସ୍ଥାରେ ରହୁଥିବା ଭାରତୀୟ ସୈନିକଙ୍କ...

ଝାଡଖଣ୍ଡରେ ଟ୍ରକ୍ ଓଲଟି ୧୦ଟି ସିଆରପିଏଫ ଯବାନ ଆହତ |

ଶୁକ୍ରବାର ଦିନ ଝାଡଖଣ୍ଡର ଗିରିଡିହ ଜିଲ୍ଲାର କିଛି ବୋଭାଇନ୍ ପ୍ରାଣୀକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ନିୟନ୍ତ୍ରଣ ହରାଇବାରୁ ଟ୍ରକ୍ ଭାରସାମ୍ୟ ହରାଇ ଦଶଜଣ ସିଆରପିଏଫ କର୍ମଚାରୀ ଆହତ ହୋଇଥିଲେ। ଏହି...