26 C
Bhubaneswar
Wednesday, October 21, 2020

ହାତୀ ମୃତୁ୍ୟ ନେଇ କେନ୍ଦ୍ର ଚିନ୍ତିତ

Must read

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ଭୁବନେଶ୍ୱର,୧୭ା୯(ନି.ପ୍ର.): ରାଜ୍ୟରେଅଧିକରୁ ଅଧିକ ସଂଖ୍ୟକ ହାତୀ ଅପମୃତୁ୍ୟର ଶିକାରହେଉଥିବା ଯୋଗୁଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ଅତ୍ୟନ୍ତ ଚିନ୍ତିତା କେନ୍ଦ୍ର ସରକାର ହାତୀମାନଙ୍କ ସୁରକ୍ଷା ପାଇଁଅଧିକରୁ ଅଧିକ ପାଣ୍ଠି ରାଜ୍ୟ ସରକାରଙ୍କୁଯୋଗାଉଥିବାବେଳେ ଦନ୍ତା ହାତୀଙ୍କ ଅପମୃତୁ୍ୟକେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କୁ ବ୍ୟଥିତ କରିଛି ।ମଣିଷ ଓ ହାତୀ ମଧ୍ୟରେ ସଂଘର୍ଷ ଘଟୁଥିବାଯୋଗୁଁ ଉଭୟ ମୃତୁ୍ୟବରଣ କରୁଛନ୍ତି । ତେବେଅପକ୍ଷୋକୃତ ଭାବରେ ହାତୀ ଅପମୃତୁ୍ୟର ଶିକାରହେଉଥିବା ଯୋଗୁଁ କେନ୍ଦ୍ର ବନ ମନ୍ତ୍ରାଳୟ ଏଥିପ୍ରତିଦୃଷ୍ଟି ଦେବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତିା ପ୍ରତିବର୍ଷ ହାରାହାରି ଭାବେ ୮୦ଟି ହାତୀ ଅପମୃତୁ୍ୟରଶିକାର ହେଉଥିବାବେଳେ ଏହା ଅପେକ୍ଷା ଅଧିକସଂଖ୍ୟାରେ ମଣିଷ ମୃତୁ୍ୟବରଣ କରୁଥିବା ଅଭିଯୋଗହେଉଛି ।ପ୍ରତିବର୍ଷ ଏହି ସଂଖ୍ୟା କ୍ରମାଗତ ଭାବରେ ବଢିଚାଲିଥିବାରୁ ତାହା କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାରକାରଣ ହୋଇଛି । ବିଗତ ୬ବର୍ଷ ମଧ୍ୟରେ ହାତୀଆକ୍ରମଣରେ ପ୍ରାୟ ୫ଶହରୁ ଅଧିକ ଲୋକ ମୃତୁ୍ୟବରଣକରିଥିବାବେଳେ ପ୍ରତିବର୍ଷ ଏହି ସଂଖ୍ୟା ବଢି ବଢି ଚାଲିଛିା ବ୍ୟାପକ ଭାବରେ ଖଣି ଖନନ ହେବ ଓହାତୀମାନଙ୍କର ଚଳ ପ୍ରଚଳ ଇଲାକା ହ୍ରାସ ପାଇବାଫଳରେ ଉଭୟ ମଣିଷ ଓ ହାତୀର ଅପମୃତୁ୍ୟ ବୃଦ୍ଧିପାଉଛି । ରାଜ୍ୟରେ ପ୍ରାୟ ୨ହଜାର ହାତୀ ଥିବାବେଳେଅଧିକ ସଂଖ୍ୟାରେ ବଣୁଆ ହାତୀଙ୍କ ଅପମୃତୁ୍ୟ କେନ୍ଦ୍ରୀୟକର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇ ଦେଇଛି । ଅପମୃତୁ୍ୟ ବଢିବାସଂଗେ ସଂଗେ ମଣିଷ ଓ ହାତୀ ମଧ୍ୟରେ ସଂଘର୍ଷ ସଂଖ୍ୟାମଧ୍ୟ ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ କେନ୍ଦ୍ରସରକାର ଯେଉଁ ନିଦେ୍ର୍ଦଶନାମା ଜାରି କରିଛନ୍ତି ତାହାକୁକାର୍ଯ୍ୟକାରୀ କରିବାପାଇଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ ପରାମର୍ଶଦେଇଥିବା ଜଣାଯାଇଛି । ହାତୀ-ମଣିଷ ଲଢେଇରେଗତ ୬ବର୍ଷ ମଧ୍ୟରେ ରାଜ୍ୟରେ ୫ଶହରୁ ଅଧିକମଣିଷ ମୃତୁ୍ୟବରଣ କରିଥିବାବେଳେ ଗତ ୧୦ବର୍ଷମଧ୍ୟରେ ଶହେରୁ ଅଧିକ ହାତୀ ବିଦୁ୍ୟତ୍‍ ଆଘାତରେପ୍ରାଣ ହରାଉଛନ୍ତି । ଜଙ୍ଗଲ ଅଞ୍ଚଳରେ କମ୍‍ ଉଚ୍ଚତାରେଯାଇଥିବା ବିଦୁ୍ୟତ୍‍ ତାର ସଂସ୍ପର୍ଶରେ ଆସିହାତୀମାନେ ମରୁଥିବାବେଳେ କେତେକ ସମୟରେରେଳ ଧକ୍କାରେ ବି ସେମାନଙ୍କ ଜୀବନ ଯାଉଛି ।ଇତି ମଧ୍ୟରେ କେନ୍ଦ୍ର ସରକାର ୨୦୧୯-୨୧ବର୍ଷଲାଗି ହାତୀ ସୁରକ୍ଷା ସକାଶେ ଓଡିଶାକୁ ୯କୋଟି୬୮ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି । ଏହି ଅର୍ଥହାତୀଙ୍କ ସଂରକ୍ଷଣ ତଥା ସୁରକ୍ଷା ଏବଂ ହାତୀ ବସବାସଅଞ୍ଚଳରେ ରହୁଥିବା ଲୋକଙ୍କ ସହନଶୀଳତା ପାଇଁବ୍ୟୟ କରାଯିବ ବୋଲି ଜଣାପଡିଛି । ତେବେଓଡିଶାରେ ଯେଭଳି ଭାବେ ବିଭିନ୍ନ କାରଣ ଯୋଗୁଁହାତୀମାନେ ମୃତୁ୍ୟମୁଖରେ ପଡୁଛନ୍ତି ତାହା କେନ୍ଦ୍ର ପାଇଁଚିନ୍ତାର କାରଣ ପାଲଟିଛି ।ମାଲ ଗାଡ଼ି ଧକ୍କାରେ ମାଈ ହାତୀର ମୃତୁ୍ୟରାଉରକେଲା,୧୭ା୯(ନି.ପ୍ର.): ଓଡ଼ିଶା -ଝାରଖଣ୍ଡ ସୀମାନ୍ତ ବିଶ୍ରା ଜରେଇକେଲା ଓ ମନୋହରପୁର ମଝିରେ ଏକମାଲ ଗାଡ଼ି ଧକ୍କାରେ ମାଈ ହାତୀର ମୃତ୍ୟୁ ହୋଇଛି ।ହାତୀ ମୃତ୍ୟୁକୁ ନେଇ ସ୍ଥାନୀୟ ବାସିନ୍ଦା ରେଳରୋକ କରିଥିଲେ ।ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ୯ଟା ସମୟରେ ବିଶ୍ରା ବ୍ଲକ୍ ଅଞ୍ଚଳରେ ଏହି ଅଘଟଣ ଘଟିଥିଲା । ଏହାପରେସ୍ଥାନୀୟ ଲେକେ ରାସ୍ତାରୋକ କରି ମାଲଗାଡ଼ିକୁ ଅଟକାଇଥିଲେ । ମାତ୍ର ଦୁର୍ଘଟଣା ଘଟାଇବା ପରେ ମାଡ଼ ଭୟରେ ମାଲଗାଡିର ଡ୍ରାଇଭର ଓ ଗାର୍ଡ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ରେଳ ଅଧିକାରୀ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିଲା । ପ୍ରାୟ ତିନି ଘଣ୍ଟା ପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲା । ସରଣ୍ଡାବନଖଣ୍ଡ ଅଧିକାରୀ ପହଞ୍ଚି ମୃତ ହାତୀ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଥିବାର ସୂଚନା ମିଳିଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ଭାରତ-ଭୁଟାନ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ ପଦକ |

ବ୍ରିଟେନ ଭିତ୍ତିକ ଇନଷ୍ଟିଚ୍ୟୁଟ୍ ଅଫ୍ ସିଭିଲ୍ ଇଞ୍ଜିନିୟର୍ସ ଦ୍ୱାରା ସିଭିଲ୍ ଇଞ୍ଜିନିୟରିଂରେ ଉତ୍କର୍ଷତା ପାଇଁ ଭାରତ-ଭୁଟାନ ଉଦ୍ୟୋଗର ମଙ୍ଗଦେଚୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ସମ୍ମାନଜନକ ବ୍ରୁନେଲ୍ ପଦକ ପ୍ରଦାନ କରାଯାଇଛି।...

ପୂର୍ବତନ ବିଜେପି ମନ୍ତ୍ରୀ ଏକନାଥ ଖାଡସେ ଏହି ସପ୍ତାହରେ ଏନସିପିରେ ଯୋଗଦେବେ

ଅସନ୍ତୁଷ୍ଟ ବିଜେପି ନେତା ଏକନାଥ ଖାଡସେ ଶୁକ୍ରବାର ଏନସିପିରେ ଯୋଗଦେବାକୁ ଯାଉଛନ୍ତି। “ଏକନାଥ ଖଡସେ ଆମକୁ ସୂଚନା ଦେଇଛନ୍ତି ଯେ ସେ ବିଜେପିର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଆମେ...

ଭାରତରେ ୫ଜି ପ୍ରସ୍ତୁତ କରିବାକୁ କ୍ୱାଲକମ୍ ସହିତ ମୁକେଶ ଅମ୍ବାନୀଙ୍କ ଜିଓ ଟିମ୍ ଅପ୍ |

ଭାରତୀୟ ବିଲିୟନେୟାର ମୁକେଶ ଅମ୍ବାନୀଙ୍କ ଜିଓ ପ୍ଲାଟଫର୍ମ ଲିମିଟେଡ୍ କ୍ୱାଲକମ୍ ଇନ୍କୋ ସହିତ ୫ଜି ସମାଧାନର ବିକାଶ ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ହାଇ ସ୍ପିଡ୍...

ବିହାର ବିଧାନସଭା ନିର୍ବାଚନ ୨୦୨୦ ପରେ, କଂଗ୍ରେସରେ ଆଉ ଏକ ପୁନହ ନିର୍ମାଣ

ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଅନ୍ୟ ଏକ ସାଂଗଠନିକ ପୁନହ ନିର୍ମାଣ କାର୍ଯ୍ୟ କରିବେ ବୋଲି...

ବାଙ୍ଗଲାଦେଶ ଅପେକ୍ଷା ବର୍ତ୍ତମାନ ସରକାରୀ ଭାବେ ଗରିବ ହୋଇଥିବାରୁ ଭାରତରେ ଆଙ୍ଗଷ୍ଟ ଏବଂ ଅସ୍ୱୀକାର |

ଦର୍ପଣ, କାନ୍ଥରେ ଦର୍ପଣ, ସେମାନଙ୍କ ମଧ୍ୟରୁ ସବୁଠାରୁ ଗରିବ କିଏ? ୧୯୭୧ରେ ଯେତେବେଳେ ବାଂଲାଦେଶ ଏକ ସ୍ଵାଧୀନ ଦେଶ...