28 C
Bhubaneswar
Saturday, September 19, 2020

ନଦୀବାଲିକୁ ବେଆଇନ ଚାଲାଣ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

Must read

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

କେନ୍ଦ୍ରାପଡା,୧୩/୯ (ନି.ପ୍ର) : ପ…ାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆଏବଂ ଦାମୋଦରପାଟଣା ଗ୍ରାମ ଠାରେ ବ୍ରାହ୍ମଣୀ ନଦୀ ବାଲିକୁବେଆଇନ ଭାବେ ବିନା ଲିଜରେ ଚାଲାଣ କରାଯାଉଥିବା ନେଇଆଜି ସଂପୃକ୍ତ ଅଚଂଳର ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳ ସମର୍ଥବର୍ମାଙ୍କ ନିକଟରେ ଅଭିଯୋଗ କରାଯାଇଛି । ସେମାନେ ଅଭିଯୋଗକରିଛନ୍ତି ଯେ କେନ୍ଦ୍ରାପଡା ସହରର ଖଡିଅଙ୍ଗ ଗ୍ରାମର ସେକରେଜାନିଙ୍କ ପୁଅ ସେକ ରିୟାନ ଓ ତାଙ୍କର ସହଯୋଗୀ ସେକହନିମ,ସେକ ହଲିମ ଓ ସେକ ପପୁ ପ୍ରମୁଖ ସରକାରୀ ନୀତିନିୟମକୁସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରି ବେଆଇନ ଭାବେ ପ୍ରୋକଲିନ ଦ୍ୱାରା ନଦୀକୁଖୋଳି ଦିନକୁ ୨ଶହରୁ ଉଦ୍ଧ୍ୱର୍ ହାଇୱାରେ ବାଲି ବୋଝେଇ କରିଚାଲାଣ କରୁଥିବା ଅଭିଯୋଗ ହୋଇଛି । ଦିନକୁ ଶହ ଶହ ଭାରୀଯାନଯିବାଆସିବା ଦ୍ୱାରା ସେହି ଅଂଚଳର ମୁଖ୍ୟ ରାସ୍ତାଟି ଖାଲଖମାରେପୂର୍ଣ୍ଣ ହୋଇ ଲୋକମାନଙ୍କ ଗମନାଗମନରେ ବହୁ ଅସୁବିଧା ସୃଷ୍ଟିହୋଇଛି । ନଦୀରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇ ଆଗାମୀଭବିଷ୍ୟତ ପାଇଁ ବିପଦ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି ।ଏହାଦ୍ୱାରା ବ୍ରାହ୍ମଣୀ ନଦୀକୂଳ ମାଟିକ୍ଷୟ ହୋଇ ସ୍ଥାନୀୟବାସୀନ୍ଦାଙ୍କ ପାଇଁ ବିପଦ ସୃଷ୍ଟି କରିଛି । ପରିବେଶ ମଞ୍ଜୁରୀମିଳିନଥିବା ଓ ସରକାରଙ୍କ ପକ୍ଷରୁ ନିଲାମ ହୋଇନଥିବାବାଲିଘାଟରୁ କିଭଳି ଦୈନିକ ଶହ ଶହ ଟ୍ରକ ବାଲି ବେଆଇନଭାବେ ଚାଲାଣ ହୋଇ କୋଟି କୋଟି ଟଙ୍କା ରାଜସ୍ୱ ହାନୀହେଉଥିଲେ ମଧ୍ୟ ସ୍ଥାନୀୟ ପ…ାମୁଣ୍ଡାଇ ତହସିଲଦାରନୀରବଦ୍ରଷ୍ଟା ସାଜିଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି? ଏଭଳି ବେଆଇନ କାର୍ଯ୍ୟକୁ ଗ୍ରାମବାସୀଙ୍କ ପକ୍ଷରୁ ପ୍ରତିିରୋଧକରାଗଲେ ମିଥ୍ୟା ପୋଲିସ କେଶ କରାଯାଇ ଗ୍ରାମବାସୀଙ୍କୁ ଜବତକରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ବାଲି ମାଫିଆମାନଙ୍କପକେଟକୁ ବେଆଇନ ଭାବେ କୋଟି କୋଟି ଟଙ୍କା ଯାଉଥିବାବେଳେ ଏଥିରେ ସ୍ଥାନୀୟ ରାଜସ୍ୱ ଅଧିକାରୀ ଓ ପୋଲିସଅଧିକାରୀଙ୍କ ପରୋକ୍ଷ ସହଯୋଗ ଯୋଗୁଁ ସେହିବାଲିମାଫିଆମାନେ ସ୍ଥାନୀୟବାସୀନ୍ଦାଙ୍କୁ ଏକ ପ୍ରକାର ଧମକାଇଚୁପ କରିଦେବାରେ ସଫଳ ହୋଇଛନ୍ତି । ନଦୀକୁଳ କ୍ଷୟକ୍ଷତିହେଉଥିବା ବେଳେ ନଦୀବନ୍ଧ ରାସ୍ତାଟି ଜାମ ହୋଇ ସାଧାରଣଜାତାୟତରେ ବାଧା ସୃଷ୍ଟି କରିବା ଓ ଗ୍ରାମ୍ୟ ଜଙ୍ଗଲ ନଷ୍ଟ ହେବାସହ ପରିବେଶ ଦୁଷିତ ହେଉଥିବା ଅଭିଯୋଗ ହୋଇଛି । ତେଣୁଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ସ୍ଥାନୀୟ ପରିବେଶରସୁରକ୍ଷା,ଧନଜୀବନର ସୁରକ୍ଷା ସହ ନଦୀକୂଳ ଗ୍ରାମ୍ୟ ଜଙ୍ଗଲର ସୁରକ୍ଷାଏବଂ ରାସ୍ତାର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଘଟଣାର ବିଧିବଦ୍ଧତଦନ୍ତ ବାସ୍ତବତା ଅନୁଧ୍ୟାନ ପୂର୍ବକ ବାଲିମାଫିଆ ଓ ସେମାନଙ୍କୁଏହି ବେଆଇନ କାର୍ଯ୍ୟରେ ସହଯୋଗ କରୁଥିବା ସରକାରୀ ଅଧିକାରୀଙ୍କବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁଗ୍ରାମବାସୀଙ୍କ ପକ୍ଷରୁ ଅକ୍ଷୟ କୁମାର ରାଉତ, ମହେଶ୍ୱର ରାଉତ, ପୂର୍ଣ୍ଣଚନ୍ଦ୍ରରାଉତ, କୁଳମଣୀ ରାଉତ, କ୍ଷୀରୋଦ ଚନ୍ଦ୍ର ରାଉତ, ଅନନ୍ତ ରାଉତ,ରମେଶ ରାଉତ, କୁମୁଦିନି ରାଉତ, ହେମଲତା ରାଉତ, ରୀନାରାଣୀରାଉର, ବୈଜୟନ୍ତୀ ରାଉତ ପ୍ରମୁଖ ଶତାଧିକ ପୁରୁଷ ଓ ମହିଳାମାନେଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

ବିଭିନ୍ନ ସ୍ଥାନରେ ବିଧାୟକଙ୍କଆଶୁ ଆରୋଗ୍ୟ କାମନା

ପିପିଲି, ୧୭/୯ (ନିପ୍ର): କରୋନା ମହାମାରୀ ଦିନ କୁ ଦିନ ସମଗ୍ର ଦେଶରେଉଗ୍ରରୁପ ଧାରଣ କରୁଛି । କମିବାର ନା ଧରୁନି । କରୋନା...

ଲୁଟେରାଙ୍କୁ ଧରିବାରେ ପୁଲିସ ବିଫଳ

ପିପିଲି, ୧୭/୯ (ନିପ୍ର): ଭୁବନେଶ୍ୱର ପୁରୀ ୩୧୬ନମ୍ବର ଜାତୀୟ ରାଜପଥ ଏବେ ଦିନ କୁ ଦିନ ଅସୁରକ୍ଷିତହୋଇ ପଡିଛି । କରୋନା ମହାମାରୀ ଆକ୍ରାନ୍ତରେ ପିପିଲିଏସଡିପିଓ ଓ ଥାନା ଅଧିକାରୀ...

ସ୍ପର୍ଶବିହୀନ ପେମେଂଟ୍ ହାତ ଘଂଟାର ଶୁଭାରମ୍ଭ

ଭୁବନେଶ୍ୱର, ୧୭/୯ (ନିପ୍ର): ନୂତନସ୍ୱାଭାବିକ ସ୍ଥିତି ରିଟେଲ୍ କ୍ଷେତ୍ରରେ ଅଭିନବ ଓସୁରକ୍ଷିତ କିଣିବା ସମାଧାନର ଜରୁରୀକାଳୀନଆବଶ୍ୟକତା ଭାବେ ଉଭା ହୋଇଛି । ବିଶ୍ୱରପଂଚମ ବୃହତମ...

ମହାମାରୀର ଅନ୍ତ ଲାଗି ବୈଶ୍ିକ ହସ୍ତକ୍ଷେପ ପାଇଁ ଆହ୍ୱାନ

ଭୁବନେଶ୍ୱର, ୧୭/୯ (ନିପ୍ର): ବିଲ୍ ଓମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ପକ୍ଷରୁଅ ।ଜି ଏହାର ଚତୁର୍ଥ ବାର୍ଷିକ ଗୋଲକିପର୍ସରିପୋର୍ଟ ପ୍ରକାଶ ପାଇଛି । ଏଥିରେ ସ୍ଥାନିତନୂତନ ତଥ୍ୟରେ ଦର୍ଶାଯାଇଛି ଯେ କିଭଳିଭାବେ...

ଭାରତର କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଦୁଇଟି ନୂତନ ଅନୁଦାନର ଘୋଷଣା

ଭୁବନେଶ୍ୱର, ୧୭/୯ (ନିପ୍ର) : ଭାରତକୁମହାମାରୀରୁ ପୁର୍ନରୁଦ୍ଧାର ପାଇଁ କ୍ଷୁଦ୍ରଚାଷୀମାନଙ୍କର ଗୁରୁତ୍ୱ ଉପରେ ଧ୍ୟାନଦେଇୱାଲ୍ମାର୍ଟ ଫାଉଣ୍ଡେସନ ପକ୍ଷରୁ ଦୁଇଟିନୂତନ ଅନୁଦାନର ଘୋଷଣା କରାଯାଇଛି ।ଏହା କମ୍ପାନୀ ପକ୍ଷରୁ ସେପ୍ଟେମ୍ବର୨୦୧୮ରେ ଭାରତରେ...