28 C
Bhubaneswar
Thursday, September 24, 2020

ଚିଡିଆଖାନାରେ ପରିଣତ ପାଇଁ ରାଣୀପାର୍କ ଉନ୍ନୟନ ପକ୍ଷରୁ ଦାବି

Must read

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ତାଳଚେର , ୧୨/୦୯ (ନିପ୍ର): ରାଣୀ ପାର୍କ ଉନ୍ନୟନପରିଷଦର ଏକ ଗୁରତ୍ୱପୂର୍ଣ୍ଣ ବୈଠକ ବସ ମାଲିକ ସଂଘପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୬ ଶହ ଏକରରୁ ଉଦ୍ଧ୍ୱର୍ ପରିମିତ ଏହି ରାଣିପାର୍କ ଜଙ୍ଗଲକୁ ରାଜ୍ୟ ସରକାରଆଦୌ ଗୁରୁତ୍ୱ ଦେଉନାହାନ୍ତି ବୋଲି ଅଭିଯୋଗ ହୋଇଥିଲା ।ପୂର୍ବରୁ ବହୁଥର ତାଳଚେରବାସୀ ରାଣୀପାର୍କକୁ ଦ୍ୱିତୀୟଚିଡିଆଖାନାରେ ପରିଣତ କରିବାକୁ ରାଜ୍ୟସରକାରଙ୍କନିକଟରେ ଦାବି ରଖିଥିଲେ । ସେହିପରି ପୁନର୍ବାର ରାଣୀପାର୍କକୁହରିଣ ପାର୍କରେ ପରିଣତ କରିବାକୁ ମଧ୍ୟ ଦାବି ହୋଇଥିଲା ।ରାଜା ରାଜୁଡା ଅମଳର ଏହି ରାଣୀପାର୍କ ରେ ୬ ଶହ ଏକରଜଙ୍ଗଲର ଘଂଚ ସବୁଜ ବଳୟ ସୃଷ୍ଟି ହୋଇଥିବା ବେଳେଜଙ୍ଗଲରେ ପଶୁପକ୍ଷୀଙ୍କ ପାଇଁ ଏକ ବଡ ପୋଖରୀ ଖୋଳାଯାଇଛି । ଗତ ଦୁଇ ବର୍ଷ ହେଲା ନାଲକୋରୁ କିଛି ହରିଣ ଆଣି ଏହିଜଙ୍ଗଲରେ ରଖାଯିବାକୁ ପ୍ରସ୍ତାବ ଦିଆଯାଇଇଥିଲା ।ଚାରିପାଖରେ ପାଚେରି ନିର୍ମାଣ କରି ଜଙ୍ଗଲକୁ ସୁରକ୍ଷିତ ରଖିଲେଜିଲ୍ଲାରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇବା ସହ ଗ୍ରୀଷ୍ମ କାଳରେଅତ୍ୟଧିକ ତାତିରୁ ମଧ୍ୟ ରକ୍ଷା ମିଳିପାରିବ । ରାଣୀପାର୍କ ନଦୀକୁମିଶାଇ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ିବା ପାଇଁ ବକ୍ତାମାନେଗୁରୁତ୍ୱ ଦେଇଥିଲେ ।

୨୦୧୫ ମସିହାରେ ରାଜ୍ୟ ସରକାରଙ୍କସ୍ୱତନ୍ତ୍ର ସଚିବ ଦେବୀଦତ ବିଶ୍ୱାଳ ପତ୍ର ସଂଖ୍ୟା (୩୮/୨୦୧୨) ରେ ରାଣୀପାର୍କକୁ ହରିଣ ପ୍ରକଳ୍ପ ଭାବେ ଗଢ଼ିବାକୁରାଜ୍ୟସରକାରଙ୍କ ସମ୍ମତି ଥିବା କଥା ନିଷ୍ପତି ହୋଇଥିଲେ ମଧ୍ୟଏହି କାର୍ଯ୍ୟରେ ଅଗ୍ରଗତି ଘଟିନାହିଁ ବୋଲି ବକ୍ତାମାନେ କ୍ଷୋଭପ୍ରକାଶ କରିଥିଲେ । ରାଣୀପାର୍କର ପୁନରୁଦ୍ଧାର କରାଯିବା, ଏହାଚାରିପାଖେ ଉଚ୍ଚ ପାଚେରୀ ନିର୍ମାଣ କରି ଜଙ୍ଗଲ ସୁରକ୍ଷିତରଖିବା, ରାଣୀପାର୍କକୁ ଦ୍ୱିତୀୟ ଚିଡିଆଖାନା ଓ ହରିଣ ପାର୍କକରାଯିବା ପାଇଁ ଖୁବ୍ ଶିଘ୍ର ପରିଷଦ ପକ୍ଷରୁ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯିବ ବୋଲି ସ୍ଥିରହୋଇଥିଲା । ପୂର୍ବତନ ନଗରପାଳ କେଶବ ଭୂତିଆଙ୍କସଭାପତିତ୍ୱରେ ଏହି ବୈଠକରେ ଆସନ୍ତା ୨ ବର୍ଷ ପାଇଁପରିଷଦର କର୍ମକର୍ତା ଚୟନ କରାଯାଇଥିଲା ।

ସଭାପତି ରୂପେପରିବେଶବିତ୍ ବାଉରୀବନ୍ଧୁ ବେଜ, ଉପସଭାପତି ପ୍ରଦୀପମହାରଣା, ରଣଜିତ୍ ମହାପାତ୍ର, ସାଧାରଣ ସଂପାଦକ ବାପିମହାନ୍ତି, ଯୁଗ୍ନ ସଂପାଦକ ବାବୁନି ସ୍ୱାଇଁ, ସୁଲେଖ ସେଠୀ,କୋଷାଧ୍ୟକ୍ଷ କରୁଣାକର ବାଇଙ୍କୁ ମନୋନିତ କରାଯାଇଥିଲା ।ପରିଷଦର ଉପଦେଷ୍ଟା ଭାବେ ମାନ୍ୟବର ତୈଳ, ଗ୍ୟାସ ଓଇଷ୍ପାତ ମନ୍ତ୍ରୀ ଭାରତ ସରକାର ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବରସାଂସଦ ଢ଼େଙ୍କାନାଳ ଲୋକସଭା ମହେଶ ସାହୁ, ମାନ୍ୟବରବିଧାୟକ ତାଳଚେର ବ୍ରଜକିଶୋର ପ୍ରଧାନ, ଅଧ୍ୟକ୍ଷ ତାଳଚେରବ୍ଲକ୍ ବୃନ୍ଦାବନ ବେହେରା, ପୂର୍ବତନ ସାଂସଦ ରବିନାରାୟଣପାଣି, ପୂର୍ବତନ ବିଧାୟକ ବିଭୁଦେନ୍ଦ୍ର ପ୍ରତାପ ଦାସ୍, ପ୍ରେସ୍କ୍ଲବ୍ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଓକିଲ ସଂଘର ସଭାପତିବନବିହାରି ମହାପାତ୍ର, ପୂର୍ବତନ ନଗରପାଳ କେଶବ ଭୂତିଆ,ଜ୍ୟୋତ୍ସ୍ନା ଦଳେଇ, ପବିତ୍ର ଭୂତିଆ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷମାନସ ଆଚାର୍ଯ୍ୟ ରହିଥିବା ବେଳେ ରାଣିପାର୍କକୁ ନନ୍ଦନକାନନଭଳି ଏକ ପ୍ରକଳ୍ପର ରୂପରେଖ ଦେବା ସହ ସରକାର ଓରାଜନୈତିକ ସ୍ତରରେ ଯୋଗାଯୋଗ କରିବା ପାଇଁ ଏକବୈଷୟିକ ଉପଦେଷ୍ଟା ମଣ୍ଡଳି ଗଠନ କରାଯାଇଛି ।ସେମାନେ ହେଲ ରମେଶ ବେହେରା, ପେସ୍କାର ଗଡନାୟକ,ଧୀରେନ୍ ଶତପଥି, ଦେବୀ ମିଶ୍ର, ଦୀପକ ପ୍ରଧାନ, ଡଃରଶ୍ମୀରଂଜନ ମିଶ୍ର, ଯଯାତି ପ…ନାୟକ, ଜ୍ୟୋତି ରଂଜନଦାସ୍, ଶୋଭାଗିନୀ ଦାସ, ଅଜୟ ମିଶ୍ର, ଶ୍ରୀକାନ୍ତ ପାଣି ଓପ୍ରଶାନ୍ତ ଦାସ୍ଙ୍କୁ ନେଇ ଗଠନ କରାଯାଇଛି । ଏହି କମିଟିରେ୨୦ ଜଣ କାର୍ଯ୍ୟକାରୀ ସଭ୍ୟଙ୍କୁ ଚୟନ କରାଯାଇଛି ।

- Advertisement -

More articles

LEAVE A REPLY

Please enter your comment!
Please enter your name here

- Advertisement -

Latest article

Hello World!

Ut consectetur purus non mollis luctus. Sed diam metus, pretium eget lacus non, tempor porta massa. Aliquam in enim pretium, semper diam...

ଆକ୍ରମଣ ମାମଲାରେ ପୁନମ ପାଣ୍ଡେଙ୍କ ସ୍ଵାମୀ ଜାମିନ ପାଇଛନ୍ତି ।

ମୁମ୍ବାଇ,ତା,୨୩/୯ ;ଗୋଆ କୋର୍ଟ ଚଳଚ୍ଚିତ୍ର ନିର୍ମାତା ସାମ ବମ୍ବେଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ଯାହା ତାଙ୍କ ପତ୍ନୀ ପୁଣମ ପାଣ୍ଡେଙ୍କୁ ଗାଳିଗୁଲଜ କରିବା, ଧମକ ଦେବା ଏବଂ ଆକ୍ରମଣ...

ତାମିଲ ଅଭିନେତା ରୁବେନ ଜୟଙ୍କ ଦେହାନ୍ତ

ନୂଆଦିଲ୍ହି,ତା,୨୩/୯;ଲୋକପ୍ରିୟ ତାମିଲ ଅଭିନେତା-ଲେଖକ ରୁବେନ୍ ଜୟଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୫୪ ଥିଲେ। ଖବର ଅନୁଯାୟୀ, ନିକଟରେ ତାଙ୍କୁ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ କରାଯାଇଥିଲା ଏବଂ ସେ ମଧ୍ୟ...

ଏହି ତାଲିକାରେ ପିଏମ ମୋଦୀ ଅଛନ୍ତି ।

ନୂଆଦିଲ୍ଲୀ,ତା,୨୩/୯;ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଚତୁର୍ଥ ଥର ପାଇଁ ଟାଇମ୍ ମାଗାଜିନ୍ ର ବାର୍ଷିକ ୧୦୦ ଜଣ...

ଗୌତମ ଗମ୍ଭୀର ଏମଏସ ଧୋନିଙ୍କ ମଧ୍ୟରେ ଝଗଡା ।

ନୁଆଦିଲ୍ଲୀ,୨୩/୯ ;ଏକ ବଡ଼ ଧରଣର ଗୋଡ଼ାଇବା ସମୟରେ ନିଜକୁ ବ୍ୟାଟିଂ ଅର୍ଡରରୁ ଓହ୍ଲାଇ ଆଗରୁ ଆଗେଇ ନଥିଲେ, ପୂର୍ବତନ ଭାରତ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀରଙ୍କୁ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ସପ୍ତମ...