ଭୁବନେଶ୍ୱର, ୧୨/୦୯ (ନିପ୍ର): ୨୦୨୦ ମାର୍ଚ୍ଚ୨୩ରେ ରାଜ୍ୟସଭାରେ କୀଟନାଶକ ପରିଚାଳନାବିଲ୍, ୨୦୨୦ ଉପସ୍ଥାପନ କରାଯାଇଛି ।୧୯୬୮ରେ ଲାଗୁ ହୋଇଥିବା ପୁରୁଣା କୀଟନାଶକନିୟମ, ୧୯୬୮ ବଳଦରେ ଏହାକୁ ଲାଗୁ କରାଯିବ ।ପୁରୁଣା ନିୟମ ଅନୁସାରେ କୀଟନାଶକର ପିକରଣ,ଉତ୍ପାଦନ, ରପ୍ତାନି, ବିକ୍ରି ଓ ବ୍ୟବହାର ପିଚାଳିତହେଉଛି । ସେଥିରେ ରହିଥିବା ସମସ୍ୟାଗୁଡ଼ିକୁ ନୂଆବିଲ୍ ଜରିଆରେ ସମାଧାନ କରିବାକୁ ଉଦ୍ୟମକରାଯାଇଛି । ମାତ୍ର ନୂଆ ବିଲ୍ ଦେଶର ଚାଷୀ ଓ ଚାଷକ୍ଷେତ୍ରକୁଅଧିକ କ୍ଷତି ପହଂଚାଇବ ବୋଲି କୁହାଯାଉଛି ।ସଂସଦର ମୌସୁମୀ ଅଧିବେଶନ ୨୦୨୦ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବାକୁ ଯାଉଥିବାବେଳେ ଏହି ବିଲ୍ ଉପରେ ଆଲୋଚନା ହେବ ।ଚାଷୀଙ୍କ ଆୟକୁ ୨୦୨୨ ସୁଦ୍ଧା ଦ୍ୱିଗୁଣିତ କରିବାଲାଗି ଯେଉଁ ଲକ୍ଷ୍ୟ ରଖାଯାଇଛି ତାହାକୁ ଏହି ବିଲ୍ପ୍ରଭାବିତ କରିବ । ଚାଷୀଙ୍କ ଆୟ ଦ୍ୱିଗୁଣିତ ଲାଗିପ୍ରସ୍ତାବ ଦେବା ପାଇଁ ଗଠନ କରିଥିବା କମିଟି ଜଣାଇଛିଯେ ଭାରତରେ ଫସଲ ଅମଳକୁ ସୁରକ୍ଷା ଦେବା ଲାଗିବ୍ୟବହାର କରାଯାଉଥିବା କୀଟନାଶକ ମାତ୍ରା ବହୁତକମ୍ ରହିଛି । ଭାରତରେ ହେକ୍ଟର ପିଛା ୦.୫ କେଜିକୀଟନାଶକ ବ୍ୟବହାର କରାଯାଉଥିବା ବେଳେଆମେରିକାରେ ତାହା ୦.୭ କେଜି, ୟୁରୋପରେ୨.୫ କେଜି, ଜାପାନରେ ୧.୨ କେଜି ଓ କୋରିଆରେ୬.୬ କେଜି ଭଳି ଉଚ୍ଚ ସ୍ତରରେ ରହିଛି । ଚାଷୀମାନଙ୍କସ୍ୱାର୍ଥ ରକ୍ଷା ଲାଗି ଏହି ବିଲ୍ ଉପରେ ବିସ୍ତୃତ ଆଲୋଚନାହେବାର ଆବଶ୍ୟକତା ରହିଛି । ଏହାକୁ ସାଂସଦମାନଙ୍କସିଲେକ୍ଟ କମିଟି ନିକଟକୁ ପଠାଇବା ଦରକାର । ଭାରତୀୟଚାଷୀ, ଚାଷ କ୍ଷେତ୍ର ଏବଂ କୀଟନାଶକ ଶିଳ୍ପର ସ୍ୱାର୍ଥ ରକ୍ଷାଲାଗି ଏହି ବିଲ୍ରେ ଆବଶ୍ୟକ ପରିବର୍ତନ ଅଣାଯିବାଜରୁରୀ ।ଏହି ବିଲ୍ ସମ୍ପର୍କରେ କ୍ରପ୍ କେୟାର ଫେଡେରେସନ୍ ଅଫ୍ଇଣ୍ଡିଆର ଅଧ୍ୟକ୍ଷ ଡକ୍ଟର ଅଜିତ କୁମାର କହିଛନ୍ତି ଯେ,ନ୍ତଫସଲକୁ ସୁରକ୍ଷା ଦେଉଥିବା ଉତ୍ପାଦ ବ୍ୟବହାର ଉପରେଭାରତୀୟ ଚାଷୀମାନଙ୍କ କଲ୍ୟାଣ ଓ ଦେଶର ଖାଦ୍ୟ ସୁରକ୍ଷାନିର୍ଭରଶୀଳ । ଏହା ସେମାନଙ୍କ ଫସଲକୁ ଅନେକ ବ୍ୟାପକକିଟ ଆକ୍ରମଣରୁ ସୁରକ୍ଷା ଦେଇଥାଏ । ନିକଟରେ ବଡ଼ଧରଣର ପଙ୍ଗପାଳ ଆକ୍ରମଣ ଏହାର ଏକ ବଳିଷ୍ଠଉଦାହରଣ ଯାହା ଦେଶର ବିିଭିନ୍ନ ସ୍ଥାନରେ ଦେଖିବାକୁମିଳିିଥିଲା । ଯଦି ଚାଷୀମାନେ କୀଟନାଶକ ବ୍ୟବହାରକରିନଥାନ୍ତେ ତେବେ ଫସଲ ନିଶ୍ଚିତ ନଷ୍ଟ ହୋଇଥାନ୍ତା ।ଏସବୁକୁ ଦୃଷ୍ଟିରେ ରଖି ନୂଆ କୀଟନାଶକ ବିଲ୍ରକେତେକ ଧାରାକୁ ସମୀକ୍ଷା କରିବାକୁ ପଡ଼ିବ ଏବଂକୀଟନାଶକର ଉପଲବ୍ଧତା ଓ ହାସଲ ପାଇଁ ରହିଥିବାସମସ୍ୟା ଦୂର କରିବା ଲାଗି ବ୍ୟବସ୍ଥା କରିବାକୁ ପଡ଼ିବ ।ବିନା କୌଣସି ବୈଜ୍ଞାନିକ ପ୍ରମାଣରେ କୀଟନାଶକରପୀକରଣକୁ ବାତିଲ, ରଦ୍ଦ ଏଭଳିକି ନିଷିଦ୍ଧ କରିବାରକ୍ଷମତା ପୀକରଣ କମିଟିକୁ ଦିଆଯାଇଛି । ଏହା ଭାରତରେକୀଟନାଶକ ଉତ୍ପାଦନକୁ ଗୁରୁତର ଭାବେ ପ୍ରଭାବିତକରିବ । ଏହି ସବୁ ସମସ୍ୟା ଉପରେ ନଜର ରଖିବା ଲାଗିଏକ ସ୍ୱାଧୀନ ନିୟାମକ ସଂସ୍ଥା ଦରକାର ।”ଭାରତ କୃଷକ ସମାଜର ସଭାପତି ଡକ୍ଟର କ୍ରିଷ୍ଣ ବୀରସିଂହ ଚୌଧୁରୀ କହିଛନ୍ତି ଯେ, ଚାଷୀଙ୍କ ଆୟକୁ ଦ୍ୱିଗୁଣିତକରିବା ଏବଂ ଚାଷୀମାନଙ୍କ ବ୍ୟୟକୁ କମ୍ କରିବା ଉପରେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱାରୋପ କରୁଛନ୍ତି ।ମାତ୍ର ତାହାର ପ୍ରତିଫଳନ ନୂଆ କୀଟନାଶକ ବିଲ୍,୨୦୨୦ରେ ଦେଖିବାକୁ ମିଳୁନାହିଁ । ଭାରତୀୟଚାଷୀମାନେ ଝାଳ ବୁହାଇ ପରିଶ୍ରମ କରୁଛନ୍ତି କିନ୍ତୁ ତାଙ୍କଦାବି ପୂରଣ ହେଉନାହିଁ । କୃଷି ରପ୍ତାନି ପାଇଁ ଓ ସ୍ୱଦେଶୀକଂପାନି ଗଠନ କରିବା ଲାଗି ୨୦୧୮ରେ ଡକ୍ଟରଅଶୋକ ଦଲୱାଇ କମିଟି ଯେଉଁ ସୁସାରିସ୍ କରିଥିଲାତାହା ମଧ୍ୟ ନୂଆ ବିଲ୍ରେ ନାହିଁ । ଆମଦାନି ହ୍ରାସ କରିଦେଶ ଭିତରେ ଉତ୍ପାଦନ ବଢ଼ାଇବାକୁ କମିଟି ସୁପାରିସକରିଥିଲା । ମାତ୍ର ନୂଆ କୀଟନାଶକ ବିଲ୍ରେ ଏହାର ଓଲଟାପ୍ରତିଫଳନ ରହିଛି । ତେଣୁ ପୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତକରିବା ଏବଂ ଭାରତୀୟ ଉତ୍ପାଦନକାରୀଙ୍କୁ ଅନୁମତିଦେବା ଏବଂ ସେମାନଙ୍କୁ ରପ୍ତାନି କରିବାର ସୁଯୋଗଦେଇ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସହାୟତାପ୍ରଦାନ କରିବା ଲାଗି ସେ ସରକାରଙ୍କୁ ଅନୁରୋଧକରିଛନ୍ତି ।”ଏହି ବିଲ୍ ଆତ୍ମନିଭର ଭାରତ ଅଭିଯାନ ଓ ମେକ୍ ଇନ୍ଇଣ୍ଡିଆ କାର୍ଯ୍ୟକ୍ରମ ପାଇଁ ଏକ ଶକ୍ତ ଝଟ୍କା ସଦୃଶ ।ଭାରତର ସହଜ ବ୍ୟବସାୟ ବାତାବରଣକୁ ଏହା ଗୁରୁତରଭାବେ ପ୍ରଭାବିତ କରିବ । ଏହା ବୈଷମ୍ୟ ବଢ଼ାଇବ ।କୀଟନାଶକ କ୍ଷେତ୍ର ପାଇଁ ଏକ ନିୟାମକ ସଂସ୍ଥାରଆବଶ୍ୟକତା ରହିଥିବା ଦାବି ହେଉଛି ।